Posted inଖେଳ

ଏଫ୍‌ଆଇଏଚ୍‌ ର଼୍ୟାଙ୍କିଙ୍ଗ୍‌: ଭାରତୀୟ ପୁରୁଷ ୪, ମହିଳା ୯

ଲାଉସାନେ (ସୁଇଜରଲାଣ୍ଡ), ୨୨।୧୨(ପି.ଟି.)-
କୋଭିଡ୍‌-୧୯ ମହାମାରୀ ପାଇଁ ବର୍ଷର ଅଧିକାଂଶଭାଗ ଖେଳ ଗୁରୁତର ପ୍ରଭାବିତ ହୋଇଥିବାବେଳେ ଏଫଆଇଏଚ୍‌ (ଅନ୍ତର୍ଜାତୀୟ ହକି ଫେଡେରେଶନ) ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ପୁରୁଷ ୪ର୍ଥ ଓ ମହିଳା ଦଳ ୯ମ ସ୍ଥାନରେ ରହି ବର୍ଷ ଶେଷ କରିଛନ୍ତି। ବିଶ୍ୱ ର଼୍ୟାଙ୍କିଙ୍ଗ୍‌ରେ ବେଲଜିୟମ ପୁରୁଷ ଓ ନେଦରଲାଣ୍ଡ୍ସ ମହିଳା ଦଳ ଶୀର୍ଷସ୍ଥାନରେ ରହିଥିବା ସୋମବାର ଏଫଆଇଏଚ୍‌ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ଗତ ଜାନୁୟାରୀରେ ହକିର ସର୍ବୋଚ୍ଚ ସଂସ୍ଥା ପକ୍ଷରୁ ନୂଆ ମ୍ୟାଚଭିତ୍ତିକ ର଼୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ବର୍ଷ ପ୍ରାରମ୍ଭରେ ଏଫଆଇଏଚ୍‌ ହକି ପ୍ରୋ ଲିଗ୍‌ ମ୍ୟାଚ ଅନୁସାରେ ବିଭିନ୍ନ ଦଳକୁ ପଏଣ୍ଟ ମିଳିଥିଲା। ମାତ୍ର ମହାମାରୀ ଯୋଗୁ ବିଶ୍ୱବ୍ୟାପୀ ସ୍ବାସ୍ଥ୍ୟ ସଙ୍କଟ ଦେଖାଦେବା ସହ ମାର୍ଚ୍ଚରୁ ଖେଳ ବନ୍ଦ ରହିଥିଲା। ସଦ୍ୟ ପ୍ରକାଶିତ ର଼୍ୟାଙ୍କିଙ୍ଗ୍‌ ଅନୁସାରେ ପୁରୁଷ ବିଭାଗରେ ବିଶ୍ୱ ଏବଂ ୟୁରୋପିଆନ ଚାମ୍ପିୟନ ବେଲ୍‌ଜିୟମ ୨୪୯୬.୮୮ ପଏଣ୍ଟ ସହିତ ଶୀର୍ଷସ୍ଥାନ ଅଧିକାର କରିଛି। ୨୦୧୯ ହକି ପ୍ରୋ ଲିଗ୍‌ ବିଜେତା ଅଷ୍ଟ୍ରେଲିଆ ୨୩୮୫.୭୦ ପଏଣ୍ଟ ସହିତ ଦ୍ୱିତୀୟ, ୨୨୫୭.୯୬ ପଏଣ୍ଟ ପାଇ ନେଦରଲାଣ୍ଡ୍ସ ତୃତୀୟ ଏବଂ ୨୦୬୩.୭୮ ପଏଣ୍ଟ ସହ ଭାରତ ୪ର୍ଥ ସ୍ଥାନରେ ରହିଛି। ଅନ୍ୟ ଦଳଗୁଡ଼ିକ ମଧ୍ୟରେ ଅଲିମ୍ପିକ୍‌ ଚାମ୍ପିୟନ ଆର୍ଜେଣ୍ଟିନା (୧୯୬୭.୩୯), ଜର୍ମାନୀ (୧୯୪୪.୩୪), ଇଂଲଣ୍ଡ (୧୭୪୩.୭୭), ନ୍ୟୁଜିଲାଣ୍ଡ (୧୫୭୫.୦୦), ସ୍ପେନ (୧୫୫୯.୩୨) ଓ କାନାଡ଼ା (୧୪୧୭.୩୭) ଯଥାକ୍ରମେ ୫ମରୁ ୧୦ମ ସ୍ଥାନ ଅଧିକାର କରିଛି।
ସେହିପରି ମହିଳା ହକି ର଼୍ୟାଙ୍କିଙ୍ଗ୍‌ରେ ନେଦରଲାଣ୍ଡ୍ସ ୨୬୩୧.୯୯, ଆର୍ଜେଣ୍ଟିନା ୨୧୭୪.୬୧ ଓ ଜର୍ମାନୀ ୨୦୫୪.୨୮ ପଏଣ୍ଟ ପାଇ ପ୍ରଥମ ତିନିସ୍ଥାନ ଅଧିକାର କରିଛି। ଅଷ୍ଟ୍ରେଲିଆ (୨୦୧୨.୮୯) ଚତୁର୍ଥ, ଇଂଲଣ୍ଡ (୧୯୫୨.୭୪) ପଞ୍ଚମ, ନ୍ୟୁଜିଲାଣ୍ଡ (୧୮୧୮.୯୮) ଷଷ୍ଠ, ସ୍ପେନ (୧୮୦୨.୧୩) ସପ୍ତମ, ଆୟର୍ଲାଣ୍ଡ (୧୫୮୩.୦୯) ଅଷ୍ଟମ, ଭାରତ (୧୫୪୩.୦୦) ନବମ ଏବଂ ଚାଇନା (୧୫୨୧.୦୦) ଦଶମ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri