Posted inଖେଳ

ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌: ଅଧିନାୟକ ପଦ ବଜାୟ ରଖିଲେ ହରମନପ୍ରୀତ

ଭୁବନେଶ୍ୱର, ୩।୨(ତପନ ସ୍ବାଇଁ): ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ହେବାକୁଥିବା ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ ପାଇଁ ୨୪ ଜଣିଆ ଭାରତୀୟ ପୁରୁଷ ହକି ଦଳ ଘୋଷିତ ହୋଇଛି। ହରମନପ୍ରୀତ ସିଂ ଅଧିନାୟକ ପଦ ବଜାୟ ରଖିଥିବା ବେଳେ ଓଡ଼ିଶାରୁ ଏକମାତ୍ର ତାରକା ଡିଫେଣ୍ଡର ଅମିତ ରୋହିଦାସଙ୍କୁ ସୁଯୋଗ ମିଳିଛି। ହାର୍ଦ୍ଦିକ ସିଂଙ୍କୁ ଉପଅଧିନାୟକ ମନୋନୀତ କରାଯାଇଛି। ଲିଗ୍‌ର ଭୁବନେଶ୍ୱର ଚରଣ ଚଳିତ ମାସ ୧୦ରୁ ଆରମ୍ଭ ହୋଇ ୧୬ରେ ଶେଷ ହେବ। ସେହିପରି ରାଉରକେଲା ଚରଣ ୧୯ରୁ ୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଭାରତୀୟ ଦଳ ଏହି ଗୁରୁତ୍ୱପୂର୍ଣ୍ଣ ଲିଗ୍‌ରେ ନେଦରଲାଣ୍ଡ୍ସ, ସ୍ପେନ୍‌ ଓ ଅଷ୍ଟ୍ରେଲିଆ ସହିତ ୨ ଥର ଲେଖାଏ ଖେଳିବ। ୧୦ ତାରିଖରେ ଭାରତ ଏହାର ପ୍ରଥମ ମ୍ୟାଚରେ ସ୍ପେନ୍‌କୁ ଭେଟିବ।

ଦଳ ଚୟନ ସମ୍ପର୍କରେ ମତଦେଇ ମୁଖ୍ୟ କୋଚ୍‌ କ୍ରେଗ୍‌ ଫୁଲଟନ କହିଛନ୍ତି ଯେ, ”ସନ୍ତୁଳନ ରକ୍ଷା କରିବା ଲକ୍ଷ୍ୟରେ ଦଳ ଚୟନ ସମୟରେ ସତର୍କତା ଅବଲମ୍ବନ କରାଯାଇଛି। ଫଳରେ ଅଭିଜ୍ଞ ଖେଳାଳିଙ୍କ ସହ ପ୍ରତିଭାସମ୍ପନ୍ନ ଖେଳାଳିଙ୍କୁ ସାମିଲ କରାଯାଇଛି। ଉଚ୍ଚସ୍ତରରେ ପ୍ରଦର୍ଶନ ପାଇଁ ଭଲ ଖେଳାଳିଙ୍କ ଏକ ଗ୍ରୁପ୍‌ ପ୍ରସ୍ତୁତ କରିବା ଆମର ଉଦ୍ଦେଶ୍ୟ। ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ରେ ଶକ୍ତିଶାଳୀ ଦଳଗୁଡ଼ିକ ଅଂଶଗ୍ରହଣ କରୁଛନ୍ତି। ତେଣୁ ସେଗୁଡ଼ିକ ବିପକ୍ଷରେ ରଣନୀତି ପ୍ରସ୍ତୁତ କରିବା ଏବଂ ନିଜ ଦକ୍ଷତା ଜାଣିବା ପାଇଁ ଏହି ଲିଗ୍‌ ସୁଯୋଗ ଦେଇଛି। ପ୍ରୋ-ଲିଗ୍‌ର ଚାମ୍ପିୟନ ଦଳ ୨୦୨୬ ଏଫ୍‌ଆଇଏଚ୍‌ ହକି ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରିବ। ଏହାବ୍ୟତୀତ ଆଗକୁ ପ୍ୟାରିସ ଅଲିମ୍ପିକ୍ସ ଆସୁଥିବାରୁ ଆମର କେଉଁ ବିଭାଗ ଶକ୍ତିଶାଳୀ ଏବଂ ଦୁର୍ବଳ ଅଛି ତା’ ଉପରେ ମଧ୍ୟ ଜାଣିବା ସହଜ ହେବ“। ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ୨୦୨୩-୨୪ର ସମସ୍ତ ମ୍ୟାଚ ସ୍ପୋଟର୍‌ସ୧୮-ଖେଲ୍‌ରେ ପ୍ରସାରିତ ହେବ। ଏହା ବ୍ୟତୀତ ଜିଓସିନେମାରେ ଷ୍ଟ୍ରିମିଂ ହେବ।
ଭାରତୀୟ ଦଳ: ଗୋଲକିପର୍ସ: ଶ୍ରୀଜେଶ ପରଟ୍ଟୁ ରବୀନ୍ଦ୍ରନ, କ୍ରିଶନ ବାହାଦୁର ପାଠକ। ଡିଫେଣ୍ଡର୍ସ: ଜରମନପ୍ରୀତ ସିଂ, ସୁମିତ, ଯୁଗରାଜ ସିଂ, ଅମିତ ରୋହିଦାସ, ହରମନପ୍ରୀତ ସିଂ (ଅଧିନାୟକ), ବରୁଣ କୁମାର, ସଞ୍ଜୟ, ବିଷ୍ଣୁକାନ୍ତ ସିଂ। ମିଡ୍‌ଫିଲ୍ଡର୍ସ: ହାର୍ଦ୍ଦିକ ସିଂ(ଉପ-ଅଧିନାୟକ), ବିବେକ ସାଗର ପ୍ରସାଦ, ମନପ୍ରୀତ ସିଂ, ନୀଳକାନ୍ତ ଶର୍ମା, ଶମଶେର ସିଂ, ରାଜକୁମାର ପାଲ୍‌, ରବିଚନ୍ଦ୍ର ସିଂ ମୋଇରାଙ୍ଗଥେମ୍‌। ଫରଓ୍ବାଡର୍‌ସ: ଲଳିତ କୁମାର ଉପାଧ୍ୟାୟ, ମନଦୀପ ସିଂ, ଗୁଜରାନ୍ତ ସିଂ, ସୁଖଜିତ ସିଂ, ଅଭିଷେକ, ଆକାଶଦୀପ ସିଂ, ଅରାଇଜିତ ସିଂ ହୁଣ୍ଡାଲ।

 


Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟ୍ରେଟ ଅଫ ହର୍ମୁଜକୁ ନେଇ ଟ୍ରମ୍ପଙ୍କ ପରେ ଏବେ ଧମକ ଦେଲେଣି ସ୍କଟ ବେସେଣ୍ଟ , କହିଲେ ‘ଇରାନର ଦୁର୍ଗ…’

ଓ୍ବାଶିଂଟନ,୨୩।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଆହୁରି ବୃଦ୍ଧି ପାଇଛି। ଆମେରିକା ଏବଂ ଇରାନ ମଧ୍ୟରେ ବିବାଦ ଏବେ ଖୋଲାଖୋଲି ଭାବରେ ପ୍ରକାଶ ପାଇବାକୁ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

ପରମାଣୁ ଅସ୍ତ୍ର ଛାୟାରୁ ମୁକ୍ତି

ବର୍ତ୍ତମାନର ବିଶ୍ୱରେ ଲାଗିରହିଛି ତିନୋଟି ମହାସମର। ତନ୍ମଧ୍ୟରୁ ରୁଷିଆ-ୟୁକ୍ରେନ୍‌ ଏବଂ ଇସ୍ରାଏଲ-ପାଲେଷ୍ଟାଇନ୍‌ ଯୁଦ୍ଧ ବର୍ଷ ବର୍ଷ ଧରି ଚାଲିଥିଲା ବେଳେ ନିକଟରେ ଆରମ୍ଭ ହୋଇଛି ଅତୀବ ଭୟଙ୍କର…

ଚର୍ଚ୍ଚାରେ କଣ୍ଠଶିଳ୍ପୀ ଦିପ୍ତିରେଖା: ପ୍ରଧାନମନ୍ତ୍ରୀ ମୋଦି ଶେୟାର କଲେ…

ଭୁବନେଶ୍ୱର,୨୩ା୩(ସୌମ୍ୟରଞ୍ଜନ ରାଉତ):ଓଡ଼ିଆ କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢୀଙ୍କ ଭକ୍ତିମୟ ଭଜନ ‘ଦୁର୍ଗତି ନାଶିନୀ ମା’ର ଭିଡ଼ିଓ ଲିଙ୍କ୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ…

ବିଧାୟକଙ୍କ ସ୍ବୀକାର, ସରକାର ନିର୍ବିକାର: ବିକ୍ରି ହୋଇପାରିନି ପଞ୍ଜୀକରଣରୁ ବାଦ୍‌ ପଡ଼ିଥିବା ଚାଷୀଙ୍କ ଧାନ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଆଉ ମାସକ ପରେ ରବିଧାନ ଅମଳ ହେବ। ଫଳରେ ରବି ଧାନବିକ୍ରି ପାଇଁ ବର୍ତ୍ତମାନ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଚାଲିଛି। କିନ୍ତୁ ଗତ…

ଦେଶୀ ବନ୍ଧୁକ ଜବତ, ଜଣେ ଗିରଫ

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ତଥା କୁଣ୍ଢେଇଗୋଳା ଥାନା ପୋଲିସ ରବିବାର ଉକ୍ତ ଥାନା ଅନ୍ତର୍ଗତ ଧଉରାଖମଣ ଗ୍ରାମର କେଶବ ହେମ୍ରମ (୩୦)…

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri