Categories: ଖେଳ

ଏଫ୍‌ଆଇଏଚ୍‌ ସଭାପତି ନିର୍ବାଚନ: ଦ୍ୱିତୀୟ ଥର ପ୍ରତିଦ୍ୱନ୍ଦ୍ୱିତା କରିବେ ବାତ୍ରା

ନୂଆଦିଲ୍ଲୀ, ୨୧ା୨(ପି.ଟି.)-ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌)ର ସଭାପତି ଭାବେ ପୁନଃନିର୍ବାଚିତ ହେବା ଲାଗି ପ୍ରତିଦ୍ୱନ୍ଦ୍ୱିତା କରିବା ଲାଗି ନିଷ୍ପତ୍ତି ନେଇଛନ୍ତି ଭାରତର ନରିନ୍ଦର ବାତ୍ରା। ମେ ମାସରେ ହେବାକୁ ଥିବା ଏଫ୍‌ଆଇଏଚ୍‌ ପରିଚାଳନା ପରିଷଦ ବୈଠକରେ ନିର୍ବାଚନ ହେବା କାର୍ଯ୍ୟକ୍ରମ ରହିଛି। ୨୦୧୬ରେ ଏଫ୍‌ଆଇଏଚ୍‌ର ସଭାପତି ହୋଇଥିବା ବାତ୍ରା ଫେବୃୟାରୀ ୧୮ ତାରିଖରେ ଏଫ୍‌ଆଇଏଚ୍‌ କଂଗ୍ରେସକୁ ଏକ ଚିଠି ମାଧ୍ୟମରେ ସେ ଆଉଥରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଥିବା ବିଷୟ ଜଣାଇଛନ୍ତି। ବାତ୍ରା ଭାରତୀୟ ଅଲିମ୍ପିକ କମିଟିର ସଭାପତି ଅଛନ୍ତି। ଏହାଛଡ଼ା ଅନ୍ତର୍ଜାତୀୟ ଅଲିମ୍ପିକ କମିଟିର ଜଣେ ସଦସ୍ୟ ମଧ୍ୟ ଅଛନ୍ତି। ମେ ମାସରେ ଏଫ୍‌ଆଇଏଚ୍‌ କଂଗ୍ରେସର ନୂଆଦିଲ୍ଲୀରେ ଆୟୋଜନ କାର୍ଯ୍ୟକ୍ରମ ରହିଛି। କୋଭିଡ୍‌ ଯୋଗୁ ଯାତାୟାତ କଟକଣା ରହିଥିବାରୁ ସମ୍ଭବତଃ ଏହା ଭର୍ଚୁଆଲ ହୋଇପାରେ।

Share