Posted inଖେଳ

ପ୍ରଶଂସା କଲେ ଏଫ୍‌ଆଇଏଚ୍‌ ସଭାପତି

ଭୁବନେଶ୍ୱର, ୩୦।୧(କ୍ରୀଡ଼ା ପ୍ରତିନିଧି): ହକି ବିଶ୍ୱକପ୍‌ ଇତିହାସରେ ଚଳିତ ସଂସ୍କରଣର ଆୟୋଜନ ଅନ୍ୟତମ ଶ୍ରେଷ୍ଠ। ହକି ପ୍ରତି ଓଡ଼ିଶା ସରକାରଙ୍କ ଭଲପାଇବା ଯୋଗୁ ଏହା ସମ୍ଭବ ହୋଇପାରିଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଯେତେ ପ୍ରଶଂସା କଲେ ମଧ୍ୟ କମ୍‌ ହେବ। ତେବେ ଏଥର ବିଶ୍ୱକପ୍‌ ରାଜ୍ୟର ୨ଟି ସ୍ଥାନରେ ଆୟୋଜନ ହୋଇ ବିଶ୍ୱ ହକି ପାଇଁ ଉଦାହରଣ ପାଲଟିଛି ବୋଲି ରବିବାର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି ଅନ୍ତର୍ଜାତୀୟ ହକି ଫେଡେରେଶନ୍‌ (ଏଫ୍‌ଆଇଏଚ୍‌) ସଭାପତି ତାୟାବ ଇକ୍ରାମ। ବିଶ୍ୱ ହକି ପାଇଁ ଏହା ଭଲ ଅଭିଜ୍ଞତା ଆଣିଛି। ଓଡ଼ିଶା ସମେତ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ଅନେକ ଦର୍ଶକ ଏହି ମ୍ୟାଚ୍‌ ଉପଭୋଗ କରିଛନ୍ତି। ସେମାନଙ୍କ ପାଇଁ ସୁବନ୍ଦୋବସ୍ତ କରାଯାଇଥିଲା। କେବଳ ଷ୍ଟାଡିୟମରେ ଯେ ଅଧିକ ଦର୍ଶକ ମ୍ୟାଚ୍‌ ଉପଭୋଗ କରିଛନ୍ତି ତା ନୁହେଁ, ଟେଲିଭିଜନ ମାଧ୍ୟମରେ ମଧ୍ୟ ରେକର୍ଡ ସଂଖ୍ୟକ ହକିପ୍ରେମୀ ଟୁର୍ନାମେଣ୍ଟ ଦେଖିଛନ୍ତି ବୋଲି ଇକ୍ରାମ କହିଛନ୍ତି।

ଭିତ୍ତିଭୂମିର ଉପଯୋଗ ସମ୍ପର୍କରେ ଆଲୋଚନା

ହକି ବିଶ୍ୱକପ୍‌ ପାଇଁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମର ନବୀକରଣ କରାଯାଇଥିବାବେଳେ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମକୁ ନୂଆକରି ନିର୍ମାଣ କରାଯାଇଛି। ଅତ୍ୟାଧୁନିକ ବିର୍ସା ମୁଣ୍ଡା ଷ୍ଟାଡିୟମ ହେଉଛି ବିଶ୍ୱର ଅନ୍ୟତମ ବୃହତ୍ତମ। ବିଶ୍ୱକପ୍‌ ପରେ ଏହି ଭିତ୍ତିଭୂମିଗୁଡ଼ିକର କିପରି ଉପଯୋଗ କରାଯାଇ ପାରିବ ସେ ସମ୍ପର୍କରେ ଓଡ଼ିଶା ସରକାରଙ୍କ ସହ ଆଲୋଚନା ହୋଇଛି। ଏଥିରୁ ଭଲ ଫଳ ମିଳିଛି ବୋଲି ଇକ୍ରାମ କହିଛନ୍ତି। ଚଳିତ ହକି ବିଶ୍ୱକପ୍‌ରେ ଅନେକ ସମୟରେ ଅମ୍ପାୟରଙ୍କ ନିଷ୍ପତ୍ତି ଭୁଲ୍‌ ପ୍ରମାଣିତ ହେଉଛି। ଫିଲ୍ଡ ଅମ୍ପାୟରଙ୍କ ନିଷ୍ପତ୍ତି ଅନେକ ସମୟରେ ଭିଡିଓ ରେଫେରାଲରେ ବଦଳି ଯାଉଛି। ଏ ସମ୍ପର୍କରେ ଇକ୍ରାମ ସିଧାସଳଖ କିଛି ଉତ୍ତର ରଖି ନ ଥିଲେ ମଧ୍ୟ ଏହା ଆଲୋଚନାସାପେକ୍ଷ ବୋଲି କହିଛନ୍ତି।

ପାଣିବିହୀନ ଟର୍ଫରେ ପରବର୍ତ୍ତୀ ବିଶ୍ୱକପ୍‌

ବର୍ତ୍ତମାନ ବିଶ୍ୱର ବିଭିନ୍ନ ଷ୍ଟାଡିୟମରେ ବ୍ୟବହାର ହେଉଥିବା ହକି ଟର୍ଫଗୁଡ଼ିକ ଲାଗି ପ୍ରଚୁର ପାଣି ଆବଶ୍ୟକ ହେଉଛି। ପର୍ଯ୍ୟାପ୍ତ ପାଣି ବ୍ୟବହାର ନ ହେଲେ ତାହା ଖେଳିବା ଉପଯୋଗୀ ହୋଇପାରୁନାହିଁ। ତେଣୁ ‘ପାଣି ବଞ୍ଚାନ୍ତୁ, ଜୀବନ ବଞ୍ଚାନ୍ତୁ’ ନ୍ୟାୟରେ ଏଥିରେ ପରିବର୍ତ୍ତନ ପାଇଁ ଯୋଜନା ଚାଲିଛି। ଆସନ୍ତା ଅଲିମ୍ପିକ୍ସ ପରେ ଷ୍ଟାଡିୟମର ଟର୍ଫଗୁଡ଼ିକୁ ପରିବର୍ତ୍ତନ କରାଯାଇ ଜଳବିହୀନ ଟର୍ଫ ବିଛାଯିବାକୁ ଯୋଜନା ରହିଛି। ଏଥିପାଇଁ ପରୀକ୍ଷା ନିରୀକ୍ଷା ଚାଲିଛି। ସମ୍ଭବତଃ ୨୦୨୪ ମଧ୍ୟଭାଗ ସୁଦ୍ଧା ଏହା ଉପରେ କାମ ଶେଷ ହେବ। ନୂଆ ଟର୍ଫ ବିଛାହେଲେ ଖେଳିବା ସମୟରେ ଆଉ ପାଣି ପ୍ରୟୋଗ କରିବାକୁ ପଡ଼ିବ ନାହିଁ। ତେଣୁ ନେଦରଲାଣ୍ଡ୍ସ ଓ ବେଲଜିୟମରେ ହେବାକୁଥିବା ପରବର୍ତ୍ତୀ ହକି ବିଶ୍ୱକପ୍‌ ନୂଆ ଟର୍ଫରେ ଖେଳାଯିବା ଆଶା ରହିଛି ବୋଲି ସେ ପ୍ରକାଶ କରିଛନ୍ତି।

ଏସିଆନ ଗେମ୍ସ ହାଙ୍ଗଝୋଉରେ ହେବ

ଆଗାମୀ ପ୍ୟାରିସ୍‌ ଅଲିମ୍ପିକ୍ସ ପାଇଁ କ୍ୱାଲିଫାୟର୍ସ ଇଭେଣ୍ଟଭାବେ ପରିଚିତ ଏସିଆନ ଗେମ୍ସ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ହାଙ୍ଗଝୋଉରେ ହିଁ ଅନୁଷ୍ଠିତ ହେବ। ଏସିଆନ ଗେମ୍ସ ପ୍ରକୃତରେ ଗତବର୍ଷ ହେବାର ଥିଲା, ମାତ୍ର କୋଭିଡ୍‌-୧୯ ସଂକ୍ରମଣ ପାଇଁ ଏହାକୁ ସ୍ଥଗିତ ରଖାଯାଇଥିଲା। ଇକ୍ରାମ କହିଛନ୍ତି, ଏସିଆନ ଗେମ୍ସ ହାଙ୍ଗଝୋଉରେ ନିଶ୍ଚିତ ଅନୁଷ୍ଠିତ ହେବ। ମୁଁ ନିଜେ କୋଅର୍ଡିନେଶନ କମିଶନ୍‌ର ଜଣେ ବରିଷ୍ଠ ସଦସ୍ୟ। ଆମେ ଆସନ୍ତା ମାର୍ଚ୍ଚରେ ଚାଇନାରେ ଏକ ବୈଠକ କରିବୁ। ପ୍ରକୃତରେ ଇଭେଣ୍ଟ ପାଇଁ ଭେନ୍ୟୁ ଗତବର୍ଷ ମଧ୍ୟ ପ୍ରସ୍ତୁତ ଥିଲା। ତେଣୁ ସେଠାରେ ଆଗାମୀ ଦିନରେ ଏସିଆନ ଗେମ୍ସ ଆୟୋଜନ ନେଇ କୌଣସି ଅସୁବିଧା ନାହିଁ। ତେଣୁ ଏହାର ବିକଳ୍ପ ଟୁର୍ନାମେଣ୍ଟ ସମ୍ପର୍କରେ ଚିନ୍ତା କରାଯାଉନାହିଁ ବୋଲି ଇକ୍ରାମ କହିଛନ୍ତି। ଖବରଦାତା ସମ୍ମିଳନୀରେ ଉପସ୍ଥିତ ଥିବା ଏଫ୍‌ଆଇଏଚ୍‌ ସିଇଓ ଥିଏରୀ ୱିଲ ଖେଳର ବୈଷୟିକ ଦିଗ ଉପରେ ବିଶେଷ ଆଲୋକପାତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

PEOଙ୍କ ଘରେ ପଶିଲା ଭିଜିଲାନ୍ସ: ଜାରି ରହିଛି ଚଢାଉ

ହାଟଡ଼ିହୀ,୩୦।୧୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହି ବ୍ଲକ PEO(କାର୍ଯ୍ୟନିର୍ବାହୀ ଅଧିକାରୀ) ଜିତେନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି। ବସନ୍ତିଆସ୍ଥିତ ତାଙ୍କ ବାସଭବନରେ ଭିଜିଲାନ୍ସ ଚଢାଉ...

IPL 2026 ପୂର୍ବରୁ CSKକୁ ବଡ଼ ଝଟକା!

ନୂଆଦିଲ୍ଲୀ,୩୦।୧୨:ଝାଡ଼ଖଣ୍ଡ ଏବଂ ପୁଡୁଚେରୀ ବିଜୟ ହଜାରେ ଟ୍ରଫି ୨୦୨୫-୨୫ର ଗ୍ରୁପ ପର୍ଯ୍ୟାୟରେ ସୋମବାର, ଡିସେମ୍ବର ୨୯, ୨୦୨୫ରେ ମୁହାଁମୁହିଁ ହୋଇଥିଲେ, ଯେଉଁଥିରେ ଝାଡ଼ଖଣ୍ଡ ୧୨୩ ରନର...

ରାସ୍ତାକଡ଼ରେ ଛିଡା ହୋଇଥିବା ୧୪ ଜଣଙ୍କ ଉପରେ ମାଡ଼ିଗଲା ମୃତ୍ୟୁର ବସ୍, ଭାଇରାଲ ହେଉଛି ଛାତିଥରା…

ନୂଆଦିଲ୍ଲୀ,୩୦।୧୨: ସୋମବାର ରାତିରେ ମୁମ୍ବାଇର ଭାଣ୍ଡୁପ ଅଞ୍ଚଳରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି, ଯାହା ସମଗ୍ର ସହରକୁ ସ୍ତବ୍ଧ କରିଦେଇଛି। ରାତି ପ୍ରାୟ ୯ଟା ୩୫...

୧୩ ଦିନ ହେବ କୁଆଡ଼େ ପଳାଇଛନ୍ତି ଓଁକାର: ଚିନ୍ତାରେ ପରିବାର

ନୂଆପଡ଼ା/କୋମନା,୩୦।୧୨(ମକାରୁ ବେମାଲ/ ମହେଶ ବାଗ):ନୂଆପଡା ଜିଲା କୋମନା ଥାନା ଜେଠୁପାଲି ଗାଁର ଓଁକାର ତାଣ୍ଡି (୨୩) ଗତ ବୁଧବାର ୧୭ ତାରିଖ ରାତି ୮ରୁ ନିଖୋଜ...

ଗୌତମ ଗମ୍ଭୀରଙ୍କର ହେବ ନାହିଁ କୌଣସି କ୍ଷତି, ସମର୍ଥନରେ ବାହାରିଲେ ବିସିସିଆଇ ଅଧିକାରୀ

ନୂଆଦିଲ୍ଲୀ,୩୦।୧୨: ଘରୋଇ ଟେଷ୍ଟ ସିରିଜରେ ବିପର୍ଯ୍ୟୟଜନକ ପରାଜୟ ପରେ, ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି। ରିପୋର୍ଟରେ ଏହା ମଧ୍ୟ...

ସରକାରଙ୍କ ନିକଟରେ ନେହୁରା ହେଲେ ନିରଞ୍ଜନ: ମାଗିଲେ ସହାୟତା

ଦାରିଙ୍ଗବାଡି, ୩୦।୧୨ (ଅରୁଣ ସାହୁ ): କିଛି କରିବାର ଇଚ୍ଛା ଅନେକ ହେଲେ ବାଧକ ସାଜିଛି ଅର୍ଥ। ଗୋପାଳନ, ଛେଳି ଲାଳନପାଳନ କରି ପରିବାର ପ୍ରତିପୋଷଣ...

କିଏ ଥିଲେ ଖାଲେଦା ଜିଆଙ୍କ ସ୍ବାମୀ ଜିଆ ଉର ରେହମାନ? ପାକିସ୍ତାନୀ ସେନା ବିରୋଧରେ ବିଦ୍ରୋହ, ପରେ ବିଏନପି ଗଠନ, ଶେଷରେ…

ଡାକା,୩୦।୧୨: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ଦେହାନ୍ତ ହୋଇଛି। ସେ ଅନେକ ରୋଗ ସହିତ ଲଢୁଥିଲେ। ଉଲ୍ଲେଖନୀୟ ଯେ ତାଙ୍କ ମୃତ୍ୟୁର କିଛି ଦିନ...

ଖୁବ ଷ୍ଟାଇଲିସ ଥିଲେ ଖାଲେଦା ଜିଆ, ହାଲ୍‌କା ଶାଢିକୁ ବଡ଼ ବଡ଼ ସନ୍‌ଗ୍ଲାସ, ପୂରା ସାଉଥ ଏସିଆର ଚର୍ଚ୍ଚିତ ଷ୍ଟାଇଲ ଥିଲା…

ଢାକା,୩୦।୧୨: ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଏବଂ ବିଏନପି ମୁଖ୍ୟ ଖାଲେଦା ଜିଆଙ୍କୁ ପ୍ରାୟତଃ ରାଜନୀତି, ସଂଘର୍ଷ ଏବଂ ଶକ୍ତିର ପ୍ରତୀକ ଭାବରେ ଦେଖାଯାଏ। ତଥାପି, ତାଙ୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri