Posted inଖେଳ

ପ୍ରଶଂସା କଲେ ଏଫ୍‌ଆଇଏଚ୍‌ ସଭାପତି

ଭୁବନେଶ୍ୱର, ୩୦।୧(କ୍ରୀଡ଼ା ପ୍ରତିନିଧି): ହକି ବିଶ୍ୱକପ୍‌ ଇତିହାସରେ ଚଳିତ ସଂସ୍କରଣର ଆୟୋଜନ ଅନ୍ୟତମ ଶ୍ରେଷ୍ଠ। ହକି ପ୍ରତି ଓଡ଼ିଶା ସରକାରଙ୍କ ଭଲପାଇବା ଯୋଗୁ ଏହା ସମ୍ଭବ ହୋଇପାରିଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଯେତେ ପ୍ରଶଂସା କଲେ ମଧ୍ୟ କମ୍‌ ହେବ। ତେବେ ଏଥର ବିଶ୍ୱକପ୍‌ ରାଜ୍ୟର ୨ଟି ସ୍ଥାନରେ ଆୟୋଜନ ହୋଇ ବିଶ୍ୱ ହକି ପାଇଁ ଉଦାହରଣ ପାଲଟିଛି ବୋଲି ରବିବାର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି ଅନ୍ତର୍ଜାତୀୟ ହକି ଫେଡେରେଶନ୍‌ (ଏଫ୍‌ଆଇଏଚ୍‌) ସଭାପତି ତାୟାବ ଇକ୍ରାମ। ବିଶ୍ୱ ହକି ପାଇଁ ଏହା ଭଲ ଅଭିଜ୍ଞତା ଆଣିଛି। ଓଡ଼ିଶା ସମେତ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ଅନେକ ଦର୍ଶକ ଏହି ମ୍ୟାଚ୍‌ ଉପଭୋଗ କରିଛନ୍ତି। ସେମାନଙ୍କ ପାଇଁ ସୁବନ୍ଦୋବସ୍ତ କରାଯାଇଥିଲା। କେବଳ ଷ୍ଟାଡିୟମରେ ଯେ ଅଧିକ ଦର୍ଶକ ମ୍ୟାଚ୍‌ ଉପଭୋଗ କରିଛନ୍ତି ତା ନୁହେଁ, ଟେଲିଭିଜନ ମାଧ୍ୟମରେ ମଧ୍ୟ ରେକର୍ଡ ସଂଖ୍ୟକ ହକିପ୍ରେମୀ ଟୁର୍ନାମେଣ୍ଟ ଦେଖିଛନ୍ତି ବୋଲି ଇକ୍ରାମ କହିଛନ୍ତି।

ଭିତ୍ତିଭୂମିର ଉପଯୋଗ ସମ୍ପର୍କରେ ଆଲୋଚନା

ହକି ବିଶ୍ୱକପ୍‌ ପାଇଁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମର ନବୀକରଣ କରାଯାଇଥିବାବେଳେ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମକୁ ନୂଆକରି ନିର୍ମାଣ କରାଯାଇଛି। ଅତ୍ୟାଧୁନିକ ବିର୍ସା ମୁଣ୍ଡା ଷ୍ଟାଡିୟମ ହେଉଛି ବିଶ୍ୱର ଅନ୍ୟତମ ବୃହତ୍ତମ। ବିଶ୍ୱକପ୍‌ ପରେ ଏହି ଭିତ୍ତିଭୂମିଗୁଡ଼ିକର କିପରି ଉପଯୋଗ କରାଯାଇ ପାରିବ ସେ ସମ୍ପର୍କରେ ଓଡ଼ିଶା ସରକାରଙ୍କ ସହ ଆଲୋଚନା ହୋଇଛି। ଏଥିରୁ ଭଲ ଫଳ ମିଳିଛି ବୋଲି ଇକ୍ରାମ କହିଛନ୍ତି। ଚଳିତ ହକି ବିଶ୍ୱକପ୍‌ରେ ଅନେକ ସମୟରେ ଅମ୍ପାୟରଙ୍କ ନିଷ୍ପତ୍ତି ଭୁଲ୍‌ ପ୍ରମାଣିତ ହେଉଛି। ଫିଲ୍ଡ ଅମ୍ପାୟରଙ୍କ ନିଷ୍ପତ୍ତି ଅନେକ ସମୟରେ ଭିଡିଓ ରେଫେରାଲରେ ବଦଳି ଯାଉଛି। ଏ ସମ୍ପର୍କରେ ଇକ୍ରାମ ସିଧାସଳଖ କିଛି ଉତ୍ତର ରଖି ନ ଥିଲେ ମଧ୍ୟ ଏହା ଆଲୋଚନାସାପେକ୍ଷ ବୋଲି କହିଛନ୍ତି।

ପାଣିବିହୀନ ଟର୍ଫରେ ପରବର୍ତ୍ତୀ ବିଶ୍ୱକପ୍‌

ବର୍ତ୍ତମାନ ବିଶ୍ୱର ବିଭିନ୍ନ ଷ୍ଟାଡିୟମରେ ବ୍ୟବହାର ହେଉଥିବା ହକି ଟର୍ଫଗୁଡ଼ିକ ଲାଗି ପ୍ରଚୁର ପାଣି ଆବଶ୍ୟକ ହେଉଛି। ପର୍ଯ୍ୟାପ୍ତ ପାଣି ବ୍ୟବହାର ନ ହେଲେ ତାହା ଖେଳିବା ଉପଯୋଗୀ ହୋଇପାରୁନାହିଁ। ତେଣୁ ‘ପାଣି ବଞ୍ଚାନ୍ତୁ, ଜୀବନ ବଞ୍ଚାନ୍ତୁ’ ନ୍ୟାୟରେ ଏଥିରେ ପରିବର୍ତ୍ତନ ପାଇଁ ଯୋଜନା ଚାଲିଛି। ଆସନ୍ତା ଅଲିମ୍ପିକ୍ସ ପରେ ଷ୍ଟାଡିୟମର ଟର୍ଫଗୁଡ଼ିକୁ ପରିବର୍ତ୍ତନ କରାଯାଇ ଜଳବିହୀନ ଟର୍ଫ ବିଛାଯିବାକୁ ଯୋଜନା ରହିଛି। ଏଥିପାଇଁ ପରୀକ୍ଷା ନିରୀକ୍ଷା ଚାଲିଛି। ସମ୍ଭବତଃ ୨୦୨୪ ମଧ୍ୟଭାଗ ସୁଦ୍ଧା ଏହା ଉପରେ କାମ ଶେଷ ହେବ। ନୂଆ ଟର୍ଫ ବିଛାହେଲେ ଖେଳିବା ସମୟରେ ଆଉ ପାଣି ପ୍ରୟୋଗ କରିବାକୁ ପଡ଼ିବ ନାହିଁ। ତେଣୁ ନେଦରଲାଣ୍ଡ୍ସ ଓ ବେଲଜିୟମରେ ହେବାକୁଥିବା ପରବର୍ତ୍ତୀ ହକି ବିଶ୍ୱକପ୍‌ ନୂଆ ଟର୍ଫରେ ଖେଳାଯିବା ଆଶା ରହିଛି ବୋଲି ସେ ପ୍ରକାଶ କରିଛନ୍ତି।

ଏସିଆନ ଗେମ୍ସ ହାଙ୍ଗଝୋଉରେ ହେବ

ଆଗାମୀ ପ୍ୟାରିସ୍‌ ଅଲିମ୍ପିକ୍ସ ପାଇଁ କ୍ୱାଲିଫାୟର୍ସ ଇଭେଣ୍ଟଭାବେ ପରିଚିତ ଏସିଆନ ଗେମ୍ସ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ହାଙ୍ଗଝୋଉରେ ହିଁ ଅନୁଷ୍ଠିତ ହେବ। ଏସିଆନ ଗେମ୍ସ ପ୍ରକୃତରେ ଗତବର୍ଷ ହେବାର ଥିଲା, ମାତ୍ର କୋଭିଡ୍‌-୧୯ ସଂକ୍ରମଣ ପାଇଁ ଏହାକୁ ସ୍ଥଗିତ ରଖାଯାଇଥିଲା। ଇକ୍ରାମ କହିଛନ୍ତି, ଏସିଆନ ଗେମ୍ସ ହାଙ୍ଗଝୋଉରେ ନିଶ୍ଚିତ ଅନୁଷ୍ଠିତ ହେବ। ମୁଁ ନିଜେ କୋଅର୍ଡିନେଶନ କମିଶନ୍‌ର ଜଣେ ବରିଷ୍ଠ ସଦସ୍ୟ। ଆମେ ଆସନ୍ତା ମାର୍ଚ୍ଚରେ ଚାଇନାରେ ଏକ ବୈଠକ କରିବୁ। ପ୍ରକୃତରେ ଇଭେଣ୍ଟ ପାଇଁ ଭେନ୍ୟୁ ଗତବର୍ଷ ମଧ୍ୟ ପ୍ରସ୍ତୁତ ଥିଲା। ତେଣୁ ସେଠାରେ ଆଗାମୀ ଦିନରେ ଏସିଆନ ଗେମ୍ସ ଆୟୋଜନ ନେଇ କୌଣସି ଅସୁବିଧା ନାହିଁ। ତେଣୁ ଏହାର ବିକଳ୍ପ ଟୁର୍ନାମେଣ୍ଟ ସମ୍ପର୍କରେ ଚିନ୍ତା କରାଯାଉନାହିଁ ବୋଲି ଇକ୍ରାମ କହିଛନ୍ତି। ଖବରଦାତା ସମ୍ମିଳନୀରେ ଉପସ୍ଥିତ ଥିବା ଏଫ୍‌ଆଇଏଚ୍‌ ସିଇଓ ଥିଏରୀ ୱିଲ ଖେଳର ବୈଷୟିକ ଦିଗ ଉପରେ ବିଶେଷ ଆଲୋକପାତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଜାଲ୍‌ ଶିକ୍ଷକ ନିଯୁକ୍ତି ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ଦାବି

ନୂଆପଡ଼ା,୮ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ମହାବିଦ୍ୟାଳୟରେ ଜାଲ୍‌ ଖେଳ ଶିକ୍ଷକ ନିଯୁକ୍ତି ଘଟଣାରେ ଜିଲା ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି କରି କାମ ସାରିଦେଇଛି।…

ନିଜ ରାସ୍ତା କାମ ନିଜେ କଲେ ପଡ଼ାବାସୀ: ଚାନ୍ଦା ଆଦାୟକରି…

ନୂଆପଡ଼ା,୮ା୪ (ମକାରୁ ବେମାଲ): ନୂଆପଡ଼ା ଏନ୍‌ଏସି ସତ୍‌ସଙ୍ଗ ବିହାର ପଛପଟ ପଡ଼ା ରାସ୍ତାର ଡ୍ରେନ୍‌ ଉପରେ ପଡ଼ିଥିବା ଘୋଡ଼ଣି ଭାଙ୍ଗିଯାଇଥିବାରୁ ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଥିଲେ।…

ଏତିକି ଦିନ ପାଇଁ ଅସ୍ତ୍ରବିରତି ଘୋଷଣା: ୨ ନେତାଙ୍କୁ ଧନ୍ୟବାଦ ଦେଲା ଇରାନ, କହିଲା ଏମାନଙ୍କ ପାଇଁ…

ଓ୍ବାଶିଂଟନ୍‌,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇ ସପ୍ତାହ ପାଇଁ…

ଏହି କାର୍ଯ୍ୟ ପାଇଁ ଦେଶରେ ପ୍ରଥମ ହେଲା ଓଡ଼ିଶା: ମିଳିଲା ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର, ୮ା୪(ବନ୍ଦନା ସେଠୀ):ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର୍‌ ରିଜୁଭେନେଶନ ଆଣ୍ଡ୍‌ ଅର୍ବାନ ଟ୍ରାନ୍ସଫର୍ମେଶନ’(ଅମୃତ) ୨.୦ର ସଫଳ…

କରାମାଡ଼ରେ ଦୋହଲିଲା ଚାଷୀଙ୍କ ମେରୁଦଣ୍ଡ: ୨୮୦୦ ହେକ୍ଟର ଫସଲ ପ୍ରଭାବିତ

ବରଗଡ଼,୮।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ବର୍ଷା ଓ କରାମାଡ଼ ଜିଲାର ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ଜିଲାର ଅନେକ ଚାଷୀଙ୍କ…

୪୨.୫% ଭାରତୀୟ ସ୍ବାସ୍ଥ୍ୟକୁ କରନ୍ତି ଅଣଦେଖା: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ନୂଆଦିଲ୍ଲୀ,୮ା୪(ପି.ଟି.):କାର୍ଯ୍ୟବ୍ୟସ୍ତତା କାରଣରୁ ୪୨.୫ ପ୍ରତିଶତ ଭାରତୀୟ ସେମାନଙ୍କ ସ୍ବାସ୍ଥ୍ୟ ପ୍ରତି ଅଣଦେଖା କରୁଥିବା ସ୍ବୀକାର କରିଛନ୍ତି। ୫୭.୮ ପ୍ରତିଶତ କହିଛନ୍ତି, ସେମାନଙ୍କ ସ୍ବାସ୍ଥ୍ୟ ପାଇଁ କ’ଣ ଭଲ…

ଘୂର୍ଣ୍ଣିବଳୟ ସୃଷ୍ଟି: ଆସନ୍ତା ୩ଦିନ ପର୍ଯ୍ୟନ୍ତ ରାଜ୍ୟରେ….

ଭୁବନେଶ୍ୱର,୮ା୪(ବନ୍ଦନା ସେଠୀ):ଓଡ଼ିଶା ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଉପରବାୟୁ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଘୂର୍ଣ୍ଣିବଳୟଟି ସମୁଦ୍ର ପତ୍ତନଠାରୁ ୦.୯ କିମି ଉଚ୍ଚତାରେ ରହିଛି। ଏହାସହ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri