୫୦ ପ୍ରତିଶତ ଧାନ ଅଗାଡ଼ି

ଜଳେଶ୍ୱର,୧।୧୧(ଡି.ଏନ.ଏ): ଚଳିତବର୍ଷ ଧାନ କେଣ୍ଡା ଗର୍ଭରୁ ବାହାରିବା ସମୟରେ ଲଗାତାର ଲଘୁଚାପ ଜନିତ ବର୍ଷା ହୋଇଥିଲା। ପଶ୍ଚିମବଙ୍ଗର ଉଦ୍‌ବୃତ୍ତ ବର୍ଷାପାଣିରେ ଜଳେଶ୍ୱର ବ୍ଲକ ଅଞ୍ଚଳର ବ୍ୟାପକ ଧାନଜମି ବୁଡ଼ି ରହିଥିଲା। ଏବେ କେଣ୍ଡାରୁ ଧାନ ବାହାରିବା ପରେ ୫୦ ପ୍ରତିଶତ ଅଗାଡ଼ି ହୋଇଥିବା ଦେଖିବାକୁ ମିଳିଛି। ଏନେଇ ଚାଷୀ ମୁଣ୍ଡରେ ହାତଦେଇ ବସିଛନ୍ତି।
ସମଗ୍ର ଉତ୍ତର ବାଲେଶ୍ୱରରେ ଚଳିତବର୍ଷ ସର୍ବାଧିକ ଧାନଚାଷ ଜଳେଶ୍ୱର ବ୍ଲକରେ ହୋଇଥିବା କୃଷି ବିଭାଗ ତଥ୍ୟରୁ ଜଣାପଡ଼ିଛି। ମୋଟ ୨୦୨୦ ହଜାର ହେକ୍ଟର ଜମିରେ ଧାନଚାଷ ହୋଇଥିବା ବେଳେ ବିଭିନ୍ନ ତଳିଆ ଅଞ୍ଚଳରେ ଧାନଗଛ ପଚି ନଷ୍ଟ ହୋଇଛି। ଏହା ବ୍ୟତିତ ଅକ୍ଟୋବର ୭ ଓ ୧୮ ତାରିଖରେ ପ୍ରବଳ ବର୍ଷା ହୋଇଥିଲା। ଏପରିକି ଗୋଟିଏ ଗୋଟିଏ ଦିନରେ ୨୧୭ ମି.ମି. ବର୍ଷା ରେକର୍ଡ କରାଯାଇଥିଲା। ପଶ୍ଚିମବଙ୍ଗର ଉଦ୍‌ବୃତ୍ତ ବର୍ଷାପାଣି ଓ ଜଳେଶ୍ୱର ଅଞ୍ଚଳରେ ଲଗାଣ ବର୍ଷାଯୋଗୁ ବିଭିନ୍ନ ସ୍ଥାନରେ ଧାନଗଛ ପାଣିରେ ବୁଡ଼ିରହିଥିଲା। ସେହି ସମୟରେ ବାହାରୁଥିବା ଧାନକେଣ୍ଡାରେ ପାଣି ପଶି ଯାଇଥିଲା। ଏବେ ସେହି ଧାନକେଣ୍ଡା ଗୁଡ଼ିକ ବାହାରିବାପରେ ଅଗାଡ଼ି ହୋଇଥିବା ଦେଖିବାକୁ ମିଳିଛି। ନଛିମପୁର ପଞ୍ଚାୟତ ଆମ୍ବଳିଅଠା ଗାଁର ବହୁ ଚାଷଜମିରେ ଏପରି ଅବସ୍ଥା ଦେଖିବାକୁ ମିଳିଛି। କେବଳ ଏହି ଗୋଟିଏ ଗାଁ ନୁହେଁ, ଏପରିକି ଢ଼ିପ ଜମିଗୁଡ଼ିକ ମଧ୍ୟ ଏଥିରୁ ନିସ୍ତାର ପାଇନାହିଁ। ଅନ୍ୟପକ୍ଷେ କାଣ୍ଡବିନ୍ଧା ଓ ମୂଳିପଚା ରୋଗ ଦେଖା ଦେଇଥିବାରୁ ଚାଷୀମାନେ ପ୍ରମାଦ ଗଣୁଛନ୍ତି। ଚଳିତବର୍ଷ ପ୍ରତିକୂଳ ପାଗରେ ଚାଷୀମାନେ ବହୁ ଖର୍ଚ୍ଚାନ୍ତ ହୋଇ ଧାନଚାଷ କରିଥିବାରୁ ଏବେ ଅଗାଡ଼ି ଦେଖି ଚିନ୍ତାରେ ପଡ଼ିଛନ୍ତି। ଏ ସମ୍ପର୍କରେ କୃଷି ବିଭାଗ ଅନୁଧ୍ୟାନ କରି ଚାଷୀଙ୍କୁ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

ବନ୍ୟା ପାଇଁ ଡଙ୍ଗାରେ ଗଲେ ବର: ବନ୍ୟାଜଳରେ ବୁଡ଼ିରହିଛି ବିଭିନ୍ନ ପଞ୍ଚାୟତ

ଭୋଗରାଇ,୨୯ା୯(ପ୍ରଦୀପ ଦାସ):ସୁବର୍ଣ୍ଣରେଖା ନଦୀରେ ଆସିଛି ଚତୁର୍ଥ ବନ୍ୟା। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାଜଳରେ ବୁଡ଼ିରହିଛି। ଘରୁ ଗୋଡ଼ କାଢ଼ିଲେ ଅକାତକାତ ପାଣି। ଯାତାୟାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?