Posted inଜାତୀୟ

୧୫ ସିବିଆଇ ଅଫିସରଙ୍କୁ ମେଡାଲ

ନୂଆଦିଲ୍ଲୀ,୧୩।୮: ତଦନ୍ତ କ୍ଷେତ୍ରରେ ଉତ୍କର୍ଷତା ଲାଗି ସିବିଆଇର ୧୫ ଜଣ ଅଫିସରଙ୍କ ସ୍ବରାଷ୍ଟ୍ରମନ୍ତ୍ରୀ ମେଡାଲରେ ସମ୍ମାନିତ କରାଯାଇଛି। ଏହି ସମ୍ମାନଜନକ ମେଡାଲ ବିଜେତାଙ୍କ ମଧ୍ୟରେ ଅଛନ୍ତି ଡେପୁଟି ଏସ୍‌ପି ସୁରେନ୍ଦ୍ର କୁମାର ରୋହିଲା। ସେ ଆଲ୍ଲାହାବାଦ ହାଇକୋର୍ଟର ପୂର୍ବତନ ବିଚାରପତି ଏସ୍‌.ଏନ୍‌. ଶୁକ୍ଳାଙ୍କ ବିରୋଧରେ ଦୁର୍ନୀତି ମାମଲା ରୁଜୁ କରିଥିଲେ। ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ଘଟଣାର ତଦନ୍ତକାରୀ ଟିମ୍‌ରେ ମଧ୍ୟ ରୋହିଲା ରହିଥିଲେ। ସେହିପରି ସିବିଆଇ ଡିଏସ୍‌ପି ପ୍ରମୋଦ କୁମାର ମଧ୍ୟ ସମ୍ମାନିତ ହୋଇଛନ୍ତି। ସେ ୫୦ କୋଟି ଟଙ୍କା ଲାଞ୍ଚ କାରବାର ମାମଲାରେ ରେଲଓ୍ବେର ଅବସରପ୍ରାପ୍ତ ପ୍ରମୁଖ ମୁଖ୍ୟ ମେକାନିକାଲ ଇଞ୍ଜିନିୟର ଏ.କେ. କଥପାଲଙ୍କୁ ଗିରଫ କରିଥିଲେ। କଥପାଲଙ୍କ ଘରୁ ୨.୭୫ କୋଟି ନଗଦ ଟଙ୍କା ଓ ୨୩ କିଲୋଗ୍ରାମ ସୁନା ଜବତ ହୋଇଥିଲା। ସେହିପରି ନୌସେନାରେ ବଡ଼ ଧରଣର ଦୁର୍ନୀତିର ପର୍ଦ୍ଦାଫାସ କରିଥିବା ଡିଏସ୍‌ପି କୁମାର ଭାସ୍କରଙ୍କୁ ମେଡାଲରେ ସମ୍ମାନିତ କରାଯାଇଛି। ମେଡାଲ ପାଇଥିବା ଅନ୍ୟ ସିବିଆଇ ଅଫିସରଙ୍କ ମଧ୍ୟରେ ଅଛନ୍ତି ଡିଏସ୍‌ପି ସନ୍ଦିପସିଂ ସୁରେଶ ସିଂ ଭଦୋରିୟା, ହିମାଂଶୁ ଶାହ, ମହିଳା ଅଫିସର ଏମ୍‌. ଶଶିରେଖା, ଡିଏସ୍‌ପି ମନୋଜ କୁମାର, ଇନ୍ସପେକ୍ଟର ସାମ୍ଭାଜୀ ନିଭୃତ୍ତି ମୁର୍କୁଟେ, ଶ୍ରୀଧର ଡି, ସତ୍ୟବୀର, ସାଜି ସଙ୍କର ଏ.ଏସ., ଦୀପକ କୁମାର, ଅଞ୍ଜୁ କୁମାର, ଅମିତ ଅଓ୍ବଧେଶ ଶ୍ରୀବାସ୍ତବ ଏବଂ ପ୍ରଦୀପ କୁମାର ତ୍ରିପାଠୀ।


Enter your email to get our daily news in your inbox.

All Right Reserved By Dharitri.Com

ପାଠ ପଢ଼ିବାକୁ ଭୁବନେଶ୍ବର ଆସିଥିଲେ ଝିଆରୀ; ବଳାତ୍କାର କରୁଥିଲେ ମଉସା, ସହଯୋଗ କରୁଥିଲେ ମାଉସୀ

ଭୁବନେଶ୍ୱର,୯।୭(ପ୍ରସନଜିତ୍‌ ସାହୁ): ରାଜଧାନୀ ଭୁବନେଶ୍ୱରରେ ଏକ ବଳାତ୍କାର ଘଟଣା ସାମ୍ନାକୁ ଆସିଛି। ନୟାପଲ୍ଲୀ ଥାନା ଅନ୍ତର୍ଗତ ନୂଆସାହିସ୍ଥିତ ଏକ ଆପାର୍ଟମେଣ୍ଟରେ ଜଣେ ନାବାଳିକା ଝିଆରୀଙ୍କୁ ତାଙ୍କ ମଉସା…

ପିଏମ ମୋଦିଙ୍କ ସ୍ବାଗତ ପୂର୍ବରୁ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା: ସାରା ବିଶ୍ୱରେ ପଡିଗଲା ଚହଳ

ୱେଲିଂଟନ,୯।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ୩ଟି ଦେଶ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଏବେ ଅଷ୍ଟ୍ରେଲିଆରେ ପହଞ୍ଚିଛନ୍ତି। ଅଷ୍ଟ୍ରେଲିଆ ଗସ୍ତ ଶେଷ କରି ସେ ସେଠାରୁ ସିଧାସଳଖ…

ଜନ୍ମଦିନରେ ଘରକୁ ଫେରିଲା ଖେଳାଳିଙ୍କ ପାର୍ଥିବ ଶରୀର, କାନ୍ଦୁଛି ପୂରା ପରିବାର; ଆଖି ଭିଜାଇ ଦେବ ଏହି ଦୃଶ୍ୟ

କାବୁଲ: ଯେଉଁ ଦିନ ଜନ୍ମଦିନର ଖୁସି ମନାଯାଇଥାନ୍ତା, ସେହି ଦିନ ଘରକୁ ଫେରିଲା ପାର୍ଥିବ ଶରୀର। ଆଫଗାନିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶାପୁର ଜାଦ୍ରନଙ୍କ ଦେହାନ୍ତ ପରେ…

ଇଟାର ଜବାବ ପଥରରେ ଦେବୁ: ଆମେରିକାକୁ ଚେତାବନୀ ଦେଲା ଇରାନ

ଓ୍ବାଶିଂଟନ୍‌,୯।୭: ଆମେରିକା ପୁଣିଥରେ ଇରାନର ଅନେକ ସ୍ଥାନକୁ ଟାର୍ଗେଟ କରିଛି। ଇରାନ ଜୋରଦାର ପ୍ରତିକ୍ରିୟା ଦେଇ ବାହାରିନ ଏବଂ କୁଏତରେ ଥିବା ସ୍ଥାନଗୁଡ଼ିକୁ ଆକ୍ରମଣ କରିଛି। ଏହା…

ପତ୍ନୀ ଗୌରୀଙ୍କୁ ଏଭଳି ଉପହାର ଦେଲେ ଆମିର, ଯାହାକୁ ୧୩୧ ଜଣ କାରିଗର ମିଶି ୨୫୬ ଘଣ୍ଟାରେ କରିଛନ୍ତି ପ୍ରସ୍ତୁତ

ମୁମ୍ବାଇ: ବଲିଉଡର ସୁପରଷ୍ଟାର ଆମିର ଖାନ ଏବଂ ଗୌରୀ ସ୍ପ୍ରାଟ୍‌ ପରସ୍ପର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ନିକଟରେ ବାନ୍ଦ୍ରାସ୍ଥିତ ନିଜ ବାସଭବନରେ ପରିବାର ଏବଂ କିଛି…

ଲୋୟର ସୁକ୍‌ତେଲ ଜଳଭଣ୍ଡାର: ବଢୁଛି ଜଳସ୍ତର, ଲୋକେ ଅଟଳ

ବଲାଙ୍ଗୀର,୯ା୭(ବୀରେନ୍ଦ୍ର କୁମାର ଝାଙ୍କର):ଗତ କିଛି ଦିନର ଲଗାଣ ବର୍ଷା ଫଳରେ ବଲାଙ୍ଗୀର ଜିଲାର ଲୋୟର ସୁକ୍‌ତେଲ ଡ୍ୟାମ୍‌ରେ କ୍ଷୀପ୍ର ଗତିରେ ଜଳସ୍ତର ବଢ଼ିବାରେ ଲାଗିଛି। ଜଳସ୍ତର ବଢ଼ିବା…

ମାଙ୍କଡ଼ କାମୁଡାରେ ୫ ଆହତ: ବନବିଭାଗକୁ ଚିଠି ଲେଖିଲେ ସମିତି ସଭ୍ୟ ଧ୍ରୁବ

ଗଞ୍ଜାମ,୯।୭(ବିଦ୍ୟାଧର ସାହୁ ): ହୁମା ଓ ଆଖପାଖ ଅଞ୍ଚଳରେ ପାତି ମାଙ୍କଡ଼ଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଉଛି । ଘର ଉପକରଣ ପାଇଁ ଜଙ୍ଗଲ ସଫା…

ମଝି ଚିଲିକାରେ ଦୋହଲିଲା ଯାତ୍ରୀବାହୀ ଲଞ୍ଚ୍‌: ହୋହଲ୍ଲା ପରେ…

କୃଷ୍ଣପ୍ରସାଦ,୯।୭(କୈଳାଶ ଚନ୍ଦ୍ର ପଟ୍ଟନାୟକ):ଖୋର୍ଦ୍ଧା ଜିଲା ବାଲୁଗାଁଠାରୁ ପୁରୀ ଜିଲା କୃଷ୍ଣପ୍ରସାଦ ଗଡ଼ ଯାଏ ଓଡିଶା ବନ୍ଦର ଅନ୍ତରଦେଶୀୟ ଜଳପଥ ପରିବହନ ବିଭାଗ ତରଫରୁ ପ୍ରତିଦିନ ଯାତ୍ରୀବାହୀ ଲଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri