Categories: ଖେଳ

ଫିଫା ବିଶ୍ୱକପ୍‌ କ୍ୱାଲିଫାୟର୍ସ: ଆର୍ଜେଣ୍ଟିନା, ଉରୁଗୁଏ ବିଜୟୀ

ସାଓ ପାଉଲୋ,୧୦।୧୦(ଏପି): ପାଖାପାଖି ଗୋଟିଏ ବର୍ଷ ପରେ ଆର୍ଜେଣ୍ଟିନା ଓ ଉରୁଗୁଏ ପ୍ରଥମ ଫୁଟବଲ ମ୍ୟାଚ୍‌ ଖେଳି ବିଜୟ ହାସଲ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିଶ୍ୱକପ୍‌ କ୍ୱାଲିଫାଇୟର୍ସର ପ୍ରାରମ୍ଭିକ ମୁକାବିଲାରେ ସେଭଳି କିଛି ଖାସ୍‌ ପ୍ରଦର୍ଶନ ନ କରି ଏହି ଦୁଇ ଦଳ ବାଜି ମାରିଛନ୍ତି। କୋଭିଡ୍‌-୧୯ ମହାମାରୀ କାରଣରୁ ଫାଙ୍କା ଷ୍ଟାଡିୟମରେ ଖେଳ ଅନୁଷ୍ଠିତ ହୋଇଥିଲା। ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ଆର୍ଜେଣ୍ଟିନା ୧-୦ ଗୋଲରେ ଇକୁଏଡରକୁ ହରାଇଛି। ଦଳ ତରଫରୁ ସୁପରଷ୍ଟାର ଲିଓନେଲ ମେସି ୧୩ତମ ମିନିଟ୍‌ରେ ପେନାଲ୍ଟି ଜରିଆରେ ଏକମାତ୍ର ଗୋଲ ସ୍କୋର କରିଥିଲେ। ସେହିପରି ଉରୁଗୁଏ ୨-୧ ଗୋଲରେ ଚିଲିକୁ ପରାସ୍ତ କରିଛି। ଅନ୍ତିମ ମିନିଟ୍‌ରେ ମାକ୍ସିମିଲାନୋ ଗୋଞ୍ଜାଲେଜ ଗୋଲ ଦେଇ ଉରୁଗୁଏକୁ ଜିତାଇଥିଲେ। ତେବେ ଲୁଇସ୍‌ ସୁଆରେଜ ୩୯ତମ ମିନିଟ୍‌ ପେନାଲ୍ଟି ଜରିଆରେ ଦଳ ତରଫରୁ ପ୍ରଥମ ଗୋଲ ସ୍କୋର କରିଥିଲେ। ଅନ୍ୟପଟେ ଚିଲି ତରଫରୁ ୫୪ତମ ମିନିଟ୍‌ରେ ଆଲେକ୍ସିଜ ସାଞ୍ଚେଜ୍‌ ଗୋଲ ଦେଇ ମ୍ୟାଚ୍‌କୁ ସମାନସ୍ତରକୁ ଆଣିଥିଲେ। ଗୁରୁବାର ଖେଳାଯାଇଥିବା ଅନ୍ୟଏକ ମ୍ୟାଚ୍‌ରେ ପାରାଗୁଏ ଓ ଫେରୁ ମୁହଁମୁହିଁ ହୋଇଥିଲେ ଓ ଏହା ୨-୨ ଗୋଲରେ ଅମୀମାଂସିତ ରହିଥିଲା।
ଶୁକ୍ରବାର ବ୍ରାଜିଲ ତା’ର ପ୍ରଥମ କ୍ୱାଲିଫାୟର୍ସ ମ୍ୟାଚ୍‌ରେ ଘରୋଇ ବଲିଭିଆ ଓ କଲିମ୍ବିଆ ପ୍ରତିପକ୍ଷ ଭେନେଜୁଆଲାକୁ ଭେଟିବ। କାତାରରେ ଆୟୋଜନ ହେବାକୁ ଥିବା ପରବର୍ତ୍ତୀ ବିଶ୍ୱକପ୍‌ରେ ଦକ୍ଷିଣ ଆମେରିକାରୁ ୪ଟି ଦଳ ସିଧାସଳଖ ଅଂଶଗ୍ରହଣ କରିବେ। ବ୍ରାଜିଲ, ଆର୍ଜେଣ୍ଟିନା, ଉରୁଗୁଏ ଓ କଲମ୍ବଆ ବିଶ୍ୱକପ୍‌ରେ ଏହି ସ୍ଥାନ ହାସଲବା ନେଇ ଫେଭରାଇଟ ବିବେଚିତ ହେଉଛନ୍ତି।

Share