Posted inଖେଳ

ଫିଫା ବିଶ୍ୱକପ୍‌: ରାତି ସାଢ଼େ ୩ ଯାଏ ଖୋଲା ରହିବ ହୋଟେଲ, ରେଷ୍ଟୁରାଣ୍ଟ

ବେଙ୍ଗାଲୁରୁ, ୧୫ା୭: ଚଳିତ ଫିଫା ବିଶ୍ୱକପ୍‌କୁ ଦୃଷ୍ଟିରେ ରଖି କର୍ନାଟକ ସରକାର ବେଙ୍ଗାଲୁରୁରେ ଥିବା ସମସ୍ତ ହୋଟେଲ ଓ ରେଷ୍ଟୁରାଣ୍ଟକୁ ରାତି ୩ଟା ୩୦ ପର୍ଯ୍ୟନ୍ତ ଖୋଲା ରଖିବା ଓ ଖାଦ୍ୟ ପରିବେଷଣ କରିବାକୁ ଅନୁମତି ଦେଇଛନ୍ତି।

ଏଥିଲାଗି ନ୍ୟାଶନାଲ ରେଷ୍ଟୁରାଣ୍ଟ ଆସୋସିଏଶନ ଅଫ୍‌ ଇଣ୍ଡିଆ(ଏନ୍‌ଆର୍‌ଏଆଇ) ପକ୍ଷରୁ ଅନୁରୋଧ କ୍ରମେ ମଙ୍ଗଳବାର, ବୁଧବାର ଓ ଶନିବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ହୋଟେଲ ଖୋଲା ରଖିବାକୁ ଅନୁମତି ଦିଆଯାଇଛି।

ମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର ଏକ୍ସରେ ପୋଷ୍ଟ କରିଛନ୍ତି, ଫୁଟ୍‌ବଲ ବିଶ୍ୱରେ କୋଟି କୋଟି ଲୋକଙ୍କୁ ପ୍ରେରଣା ଦିଏ ଏବଂ ଫିଫା ବିଶ୍ୱକପ୍‌ ଏକ ଉତ୍ସବ, ଯାହାକୁ ପ୍ରଶଂସକମାନେ ଉତ୍ସାହର ସହ ଅପେକ୍ଷା କରିଥାନ୍ତି। ନ୍ୟାଶନାଲ ରେଷ୍ଟୁରାଣ୍ଟ ଆସୋସିଏଶନ ଅଫ୍‌ ଇଣ୍ଡିଆର ଅନୁରୋଧ କ୍ରମେ କର୍ନାଟକ ସରକାର ବେଙ୍ଗାଲୁରୁରେ ହୋଟେଲ ଓ ରେଷ୍ଟୁରାଣ୍ଟ ସେବା ସମୟକୁ ରାତି ୧ରୁ ସାଢ଼େ ୩ଟା ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାର୍ବଣ ଋତୁ ପୂର୍ବରୁ ବଡ଼ ଖୁସି ଖବର; କମିବ ଚିନି ଦର! ସରକାର ନେଲେ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୩୧।୮: ଆଗାମୀ ପାର୍ବଣ ଋତୁ ପୂର୍ବରୁ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ବଜାରରେ ଚିନିର ଦର ନିୟନ୍ତ୍ରଣ କରିବା ସହ କଳାବଜାରୀ ରୋକିବା ପାଇଁ କେନ୍ଦ୍ର…

୫ ଓ ୬ରେ ଭାଜପାର ଦୁଇଦିନିଆ କାର୍ଯ୍ୟକାରିଣୀ ବୈଠକ: ପଞ୍ଚାୟତ ନିର୍ବାଚନ ପାଇଁ ହେବ ରୋଡ୍‌ମ୍ୟାପ୍‌

ଭୁବନେଶ୍ବର,୩୧।୮: ସେପ୍ଟେମ୍ବର ୫ ଓ ୬ ତାରିଖରେ ରାଜ୍ୟ ଭାଜପାର ଦୁଇଦିନିଆ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ଚଳିତଥର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଢେଙ୍କାନାଳରେ ହେବା ନେଇ…

ନେପାଳ ବନ୍ୟା: ୯୦୦ ଟପିଲା ମୃତ୍ୟୁ ସଂଖ୍ୟା, ୩ହଜାରରୁ ଅଧିକ ନିଖୋଜ

କାଠମାଣ୍ଡୁ,୩୧।୮: ନେପାଳରେ ଭୟଙ୍କର ବନ୍ୟାରେ ମୃତ୍ୟୁ ସଂଖ୍ୟା ପ୍ରାୟ ୯୦୦ ରେ ପହଞ୍ଚିଛି। ଏହି ସମୟରେ, ଭୋଟେ କୋଶି ନଦୀରେ ଜଳସ୍ତର ବୃଦ୍ଧି ପାଇବା ଯୋଗୁ ନୂତନ…

‘କେସିଙ୍ଗା ସହରକୁ ବିକାଶ କ୍ଷେତ୍ରରେ ରହିଛି ଟ୍ୟାକ୍ସର ଆବଶ୍ୟକତା’

କେସିଙ୍ଗା,୩୧ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏ୍‌ସି ଅଧ୍ୟକ୍ଷ ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ନିଜକୁ ଶାସନ କରୁଥିବା ସ୍ବାୟତ୍ତ ଶାସନ ଦିବସ ସ୍ଥାନୀୟ କଲ୍ୟାଣମଣ୍ଡପ ପରିସରରେ ରବିବାର…

ମହିଳା ଏସିଆ କପ୍ ୨୦୨୬: ଇତିହାସ ରଚିଲେ ସ୍ମୃତି ମନ୍ଧାନା, ୨ୟ ସର୍ବାଧିକ…

ନୂଆଦିଲ୍ଲୀ,୩୧।୮: ମହିଳା ଏସିଆ କପ୍‌ ୨୦୨୬ରେ ଭାରତୀୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିଛି । ପ୍ରଥମ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଥାଇଲାଣ୍ଡକୁ ୯୪ ରନ୍‌ରେ…

ଗ୍ଲୋବାଲ ୱାର୍ମିଂ ଭାଙ୍ଗୁଛି ୨ ମହାସାଗରର ଜଳବାୟୁ ସମ୍ପର୍କ

ୱାଶିଂଟନ/ଲଣ୍ଡନ, ୩୧ା୮ ଗ୍ଲୋବାଲ ୱାର୍ମିଂ (ବିଶ୍ୱତାପନ ବୃଦ୍ଧି) ଏବଂ ମାନବକୃତ କାରଣ ଯୋଗୁ ପ୍ରଶାନ୍ତ ମହାସାଗର ଏବଂ ଭାରତ ମହାସାଗର ମଧ୍ୟରେ ଶତାବ୍ଦୀ ଶତାବ୍ଦୀ ଧରି ରହିଆସିଥିବା…

ତୁଳା ରାଶିକୁ ଗୋଚର କରିବେ ଶୁକ୍ର; ୨ ସେପ୍ଟେମ୍ବରରେ ସୃଷ୍ଟି ହେବ ଅଦ୍ଭୁତ ଯୋଗ, ୪ରାଶିର ବଢ଼ିବ ଧନ

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଦେବଙ୍କୁ ପ୍ରେମ, ବିବାହ, ସୌନ୍ଦର୍ଯ୍ୟ, ସୁଖ-ସମୃଦ୍ଧି, କଳା, ଯାନବାହନ ଏବଂ ଧନର କାରକ ବୋଲି ବିଚାର କରାଯାଏ। ୨ ସେପ୍ଟେମ୍ବର ୨୦୨୬ରେ ଶୁକ୍ର…

ନିର୍ଭୟା ଘଟଣାର ପୁନରାବୁତ୍ତି! ୟୁପିର ୧୬ ବର୍ଷୀୟା ଝିଅକୁ ୪୭ କିଲୋମିଟର ଦୂରତା ଚଳନ୍ତା ବସରେ ବଳାତ୍କାର

ନୂଆଦିଲ୍ଲୀ,୩୧।୮: ‘ନିର୍ଭୟା ମାମଲା’କୁ ମନେ ପକାଇବା ଭଳି ଏକ ୧୬ ବର୍ଷୀୟା ଛାତ୍ରୀଙ୍କ ସହିତ ବଳାତ୍କାର ମାମଲା ରାଜଧାନୀ ଦିଲ୍ଲୀରେ ପୁଣି ଥରେ ସାମ୍ନାକୁ ଆସିଛି। ଚଳନ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri