Posted inଖେଳ

ଫିଫା ମହିଳା ବିଶ୍ୱକପ୍‌: ପ୍ରଥମ ଥର ସ୍ପେନ୍‌ ଚାମ୍ପିୟନ୍‌

ସିଡ୍‌ନୀ,୨୧ା୮(ପି.ଟି.): ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଅନୁଷ୍ଠିତ ମହିଳା ବିଶ୍ୱକପ ଶେଷ ହୋଇଛି। ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିଥିବା ସ୍ପେନ୍‌ ୟୁରୋ ଚାମ୍ପିୟନ ଇଂଲଣ୍ଡକୁ ୧-୦ରେ ପରାସ୍ତ କରି ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି। ଉଭୟ ଦଳ ପ୍ରଥମ ଥର ଫାଇନାଲରେ ପ୍ରବେଶ କରିଥିବା ବେଳେ ଅଧିନାୟିକା ଓଲଗା କାରମୋନାଙ୍କ ଏକମାତ୍ର ଗୋଲ ବଳରେ ଇଂଲଣ୍ଡକୁ ୧-୦ରେ ପରାସ୍ତ କରିଛି ସ୍ପେନ୍‌। ଏହା ସହିତ ୟୁରୋ ୨୦୨୨ କ୍ୱାର୍ଟର ଫାଇନାଲ ପରାଜୟ ପ୍ରତିଶୋଧ ନେଇଛି ସ୍ପେନ୍‌। ୧୯୬୬ ପରଠାରୁ ଇଂଲଣ୍ଡ ପୁରୁଷ ଓ ମହିଳା ଦଳ ଟ୍ରଫି ହାସଲରେ ବିଫଳ ହୋଇଥିଲେ। ଚଳିତବର୍ଷ ଅପରାଜେୟ ଭାବରେ ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ସ୍ପେନ୍‌ର ରଣନୀତି ଆଗରେ ଦଳ ହାର୍‌ ମାନିଛି। କ୍ରମାଗତ ଦ୍ୱିତୀୟ ଥର ପାଇଁ ସରିନା ଓ୍ବିଗ୍‌ମ୍ୟାନଙ୍କ ଦଳ ରନର ଅପ୍‌ ରହିଛି। ୨୦୧୯ରେ ସରିନାଙ୍କ ଅଧୀନରେ ଖେଳି ନେଦରଲାଣ୍ଡ୍ସ ମଧ୍ୟ ରନର ଅପ୍‌ ହୋଇଥିଲା। ବିଶ୍ୱର ସପ୍ତମ ଖେଳାଳି ଭାବରେ ବିଶ୍ୱକପ୍‌ର ଉଭୟ ସେମି ଫାଇନାଲ ଓ ଫାଇନାଲରେ ସ୍କୋର କରିବାର ରେକର୍ଡ କରିଛନ୍ତି ସ୍ପାନିଶ ଅଧିନାୟିକା ଓଲଗା କାରମୋନା। ୨୩ ବର୍ଷ ୬୯ ଦିନରେ ଗୋଲ ସ୍କୋର କରିବା ସହିତ ଫାଇନାଲରେ ଚତୁର୍ଥ ସର୍ବକନିଷ୍ଠ ଖେଳାଳି ଭାବରେ ଏକ ଫାଇନାଲରେ ସ୍କୋର କରିବାର ରେକର୍ଡ କରିଛନ୍ତି।

ସ୍ପେନ୍‌ ଦଳ ଆରମ୍ଭରୁ ଛୋଟ ପାସ୍‌ରେ ଖେଳି ଇଂଲଣ୍ଡକୁ ଚାପରେ ରଖିଥିଲା। ମ୍ୟାଚ୍‌ର ପଞ୍ଚମ ମିନିଟରେ ଲରେନ୍‌ ହେମ୍ପଙ୍କ ଶଟ୍‌କୁ ସ୍ପେନ୍‌ ଗୋଲ କିପର ଅଟକାଇବାରେ ସମର୍ଥ ହୋଇଥିଲେ। ୧୮ ତମ ମିନିଟରେ ପାରାଉଲେଓ ଏକ ଗୋଲ ସ୍କୋର କରିବାର ନିକଟତର ହୋଇଥିବା ବେଳେ ଇଂଲଣ୍ଡ ଗୋଲି ମେରୀ ଅର୍ପସ୍‌ ଏହାକୁ ରୋକି ଦେଇଥିଲେ। ୨୯ତମ ମିନିଟରେ ଅଧିନାୟିକା ତଥା ଡିଫେଣ୍ଡର ଓଲଗା କାରମୋନା ସ୍କୋର କରିଥିଲେ। ମାରିଓନା କାଲଡାଣ୍ଟେଙ୍କ ପାସ୍‌କୁ ସେ ଗୋଲରେ ପରିଣତ କରିଥିଲେ। ୧-୦ରେ ଆଗୁଆ ରହିବା ପରେ ସ୍ପେନ୍‌ ପୁନର୍ବାର ରକ୍ଷଣାତ୍ମକ ଢଙ୍ଗରେ ଖେଳିବା ଆରମ୍ଭ କରିଥିଲା। ପ୍ରଥମାର୍ଦ୍ଧରେ ୧-୦ରେ ଆଗୁଆ ରହିବା ପରେ ଦ୍ୱିତୀୟାର୍ଦ୍ଧର ୫୫ତମ ମିନିଟରେ ଲରେନ୍‌ ହେମ୍ପଙ୍କୁ ୟେଲୋକାର୍ଡ ମିଳିଥିଲା। ୬୬ ତମ ମିନିଟରେ ସ୍ପେନ୍‌ ନିକଟରେ ୨-୦ରେ ଆଗୁଆ ହେବାର ସୁଯୋଗ ରହିଥିଲେ ମଧ୍ୟ ମେରୀ ଅର୍ପସ ଏହାକୁ ରୋକି ଦେଇଥିଲେ।

ରବିବାର ଫାଇନାଲରେ ସ୍ପେନ୍‌ ନିଜର ଚିରାଚରିତ ଟିକିଟାକା(ଶର୍ଟ ପାସ୍‌)ରେ ଖେଳି ଇଂଲଣ୍ଡକୁ ଚାପରେ ରଖିଥିଲା। ଦଳ ୫୮ ପ୍ରତିଶତ ସମୟ ବଲକୁ ନିୟନ୍ତ୍ରଣରେ ରଖିଥିଲା। ଦଳ ୧୩ ଶଟ୍‌ ମାରିଥିବା ବେଳେ ଏଥି ମଧ୍ୟରୁ ୫ଟି ଟାର୍ଗେଟରେ ରହିଥିଲା। ଅନ୍ୟପକ୍ଷରେ ରବିବାରର ଫାଇନାଲରେ ଇଂଲଣ୍ଡ ଉପରେ ଭାଗ୍ୟଦେବୀ ପ୍ରସନ୍ନ ନ ଥିଲେ। ଇଂଲଣ୍ଡ ଦଳ ୪ ଥର ସ୍କୋରିଂ ସୁଯୋଗ ପାଇଥିଲେ ମଧ୍ୟ ଏହା ଅଫ୍‌ସାଇଡ୍‌ ରହିଥିଲା। ଅନ୍ୟପକ୍ଷରେ ସ୍ପେନକୁ ୭ଟି କର୍ନର ମିଳିଥିବା ବେଳେ ଇଂଲଣ୍ଡକୁ ୩ କର୍ନର ମିଳିଥିଲା। ସ୍ପେନ୍‌ ଖେଳାଳି ବଲ୍‌କୁ ନିୟନ୍ତ୍ରଣରେ ରଖିବାରେ ସମର୍ଥ ହୋଇଥିବା ବେଳେ ଇଂଲଣ୍ଡ ଖେଳାଳି ଫାଉଲ୍‌ ମାରିଥିଲେ। ଇଂଲଣ୍ଡ ଦଳ ପକ୍ଷରୁ ୧୬ ଫାଉଲ୍‌ ମରାଯାଇଥିବା ବେଳେ ଲରେନ୍‌ ହେମ୍ପ ୟେଲୋ କାର୍ଡ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri