Posted inଖେଳ

ଫିଫା ମହିଳା ବିଶ୍ୱକପ୍‌: ପ୍ରଥମ ଥର ସ୍ପେନ୍‌ ଚାମ୍ପିୟନ୍‌

ସିଡ୍‌ନୀ,୨୧ା୮(ପି.ଟି.): ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଅନୁଷ୍ଠିତ ମହିଳା ବିଶ୍ୱକପ ଶେଷ ହୋଇଛି। ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିଥିବା ସ୍ପେନ୍‌ ୟୁରୋ ଚାମ୍ପିୟନ ଇଂଲଣ୍ଡକୁ ୧-୦ରେ ପରାସ୍ତ କରି ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି। ଉଭୟ ଦଳ ପ୍ରଥମ ଥର ଫାଇନାଲରେ ପ୍ରବେଶ କରିଥିବା ବେଳେ ଅଧିନାୟିକା ଓଲଗା କାରମୋନାଙ୍କ ଏକମାତ୍ର ଗୋଲ ବଳରେ ଇଂଲଣ୍ଡକୁ ୧-୦ରେ ପରାସ୍ତ କରିଛି ସ୍ପେନ୍‌। ଏହା ସହିତ ୟୁରୋ ୨୦୨୨ କ୍ୱାର୍ଟର ଫାଇନାଲ ପରାଜୟ ପ୍ରତିଶୋଧ ନେଇଛି ସ୍ପେନ୍‌। ୧୯୬୬ ପରଠାରୁ ଇଂଲଣ୍ଡ ପୁରୁଷ ଓ ମହିଳା ଦଳ ଟ୍ରଫି ହାସଲରେ ବିଫଳ ହୋଇଥିଲେ। ଚଳିତବର୍ଷ ଅପରାଜେୟ ଭାବରେ ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ସ୍ପେନ୍‌ର ରଣନୀତି ଆଗରେ ଦଳ ହାର୍‌ ମାନିଛି। କ୍ରମାଗତ ଦ୍ୱିତୀୟ ଥର ପାଇଁ ସରିନା ଓ୍ବିଗ୍‌ମ୍ୟାନଙ୍କ ଦଳ ରନର ଅପ୍‌ ରହିଛି। ୨୦୧୯ରେ ସରିନାଙ୍କ ଅଧୀନରେ ଖେଳି ନେଦରଲାଣ୍ଡ୍ସ ମଧ୍ୟ ରନର ଅପ୍‌ ହୋଇଥିଲା। ବିଶ୍ୱର ସପ୍ତମ ଖେଳାଳି ଭାବରେ ବିଶ୍ୱକପ୍‌ର ଉଭୟ ସେମି ଫାଇନାଲ ଓ ଫାଇନାଲରେ ସ୍କୋର କରିବାର ରେକର୍ଡ କରିଛନ୍ତି ସ୍ପାନିଶ ଅଧିନାୟିକା ଓଲଗା କାରମୋନା। ୨୩ ବର୍ଷ ୬୯ ଦିନରେ ଗୋଲ ସ୍କୋର କରିବା ସହିତ ଫାଇନାଲରେ ଚତୁର୍ଥ ସର୍ବକନିଷ୍ଠ ଖେଳାଳି ଭାବରେ ଏକ ଫାଇନାଲରେ ସ୍କୋର କରିବାର ରେକର୍ଡ କରିଛନ୍ତି।

ସ୍ପେନ୍‌ ଦଳ ଆରମ୍ଭରୁ ଛୋଟ ପାସ୍‌ରେ ଖେଳି ଇଂଲଣ୍ଡକୁ ଚାପରେ ରଖିଥିଲା। ମ୍ୟାଚ୍‌ର ପଞ୍ଚମ ମିନିଟରେ ଲରେନ୍‌ ହେମ୍ପଙ୍କ ଶଟ୍‌କୁ ସ୍ପେନ୍‌ ଗୋଲ କିପର ଅଟକାଇବାରେ ସମର୍ଥ ହୋଇଥିଲେ। ୧୮ ତମ ମିନିଟରେ ପାରାଉଲେଓ ଏକ ଗୋଲ ସ୍କୋର କରିବାର ନିକଟତର ହୋଇଥିବା ବେଳେ ଇଂଲଣ୍ଡ ଗୋଲି ମେରୀ ଅର୍ପସ୍‌ ଏହାକୁ ରୋକି ଦେଇଥିଲେ। ୨୯ତମ ମିନିଟରେ ଅଧିନାୟିକା ତଥା ଡିଫେଣ୍ଡର ଓଲଗା କାରମୋନା ସ୍କୋର କରିଥିଲେ। ମାରିଓନା କାଲଡାଣ୍ଟେଙ୍କ ପାସ୍‌କୁ ସେ ଗୋଲରେ ପରିଣତ କରିଥିଲେ। ୧-୦ରେ ଆଗୁଆ ରହିବା ପରେ ସ୍ପେନ୍‌ ପୁନର୍ବାର ରକ୍ଷଣାତ୍ମକ ଢଙ୍ଗରେ ଖେଳିବା ଆରମ୍ଭ କରିଥିଲା। ପ୍ରଥମାର୍ଦ୍ଧରେ ୧-୦ରେ ଆଗୁଆ ରହିବା ପରେ ଦ୍ୱିତୀୟାର୍ଦ୍ଧର ୫୫ତମ ମିନିଟରେ ଲରେନ୍‌ ହେମ୍ପଙ୍କୁ ୟେଲୋକାର୍ଡ ମିଳିଥିଲା। ୬୬ ତମ ମିନିଟରେ ସ୍ପେନ୍‌ ନିକଟରେ ୨-୦ରେ ଆଗୁଆ ହେବାର ସୁଯୋଗ ରହିଥିଲେ ମଧ୍ୟ ମେରୀ ଅର୍ପସ ଏହାକୁ ରୋକି ଦେଇଥିଲେ।

ରବିବାର ଫାଇନାଲରେ ସ୍ପେନ୍‌ ନିଜର ଚିରାଚରିତ ଟିକିଟାକା(ଶର୍ଟ ପାସ୍‌)ରେ ଖେଳି ଇଂଲଣ୍ଡକୁ ଚାପରେ ରଖିଥିଲା। ଦଳ ୫୮ ପ୍ରତିଶତ ସମୟ ବଲକୁ ନିୟନ୍ତ୍ରଣରେ ରଖିଥିଲା। ଦଳ ୧୩ ଶଟ୍‌ ମାରିଥିବା ବେଳେ ଏଥି ମଧ୍ୟରୁ ୫ଟି ଟାର୍ଗେଟରେ ରହିଥିଲା। ଅନ୍ୟପକ୍ଷରେ ରବିବାରର ଫାଇନାଲରେ ଇଂଲଣ୍ଡ ଉପରେ ଭାଗ୍ୟଦେବୀ ପ୍ରସନ୍ନ ନ ଥିଲେ। ଇଂଲଣ୍ଡ ଦଳ ୪ ଥର ସ୍କୋରିଂ ସୁଯୋଗ ପାଇଥିଲେ ମଧ୍ୟ ଏହା ଅଫ୍‌ସାଇଡ୍‌ ରହିଥିଲା। ଅନ୍ୟପକ୍ଷରେ ସ୍ପେନକୁ ୭ଟି କର୍ନର ମିଳିଥିବା ବେଳେ ଇଂଲଣ୍ଡକୁ ୩ କର୍ନର ମିଳିଥିଲା। ସ୍ପେନ୍‌ ଖେଳାଳି ବଲ୍‌କୁ ନିୟନ୍ତ୍ରଣରେ ରଖିବାରେ ସମର୍ଥ ହୋଇଥିବା ବେଳେ ଇଂଲଣ୍ଡ ଖେଳାଳି ଫାଉଲ୍‌ ମାରିଥିଲେ। ଇଂଲଣ୍ଡ ଦଳ ପକ୍ଷରୁ ୧୬ ଫାଉଲ୍‌ ମରାଯାଇଥିବା ବେଳେ ଲରେନ୍‌ ହେମ୍ପ ୟେଲୋ କାର୍ଡ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ୟୁଏଇକୁ ହରାଇଲା ଖାତା ଖୋଲିଲା ଆଫଗାନିସ୍ଥାନ

ନୂଆଦିଲ୍ଲୀ,୧୬ା୨: ଅଜ୍‌ମାତୁଲ୍ଲାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସହାୟତାରେ ଆଫଗାନିସ୍ତାନ ସୋମବାର ଖେଳାଯାଇଥିବା ୟୁଏଇ ବିପକ୍ଷ ଟି୨୦ ବିଶ୍ୱକପ ମ୍ୟାଚ୍‌ରେ ୫ ଉଇକେଟରେ ବିଜୟ ହୋଇଛି। ଓମାରଜାଇ ୪ ଉଇକେଟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

‘ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ’: ଶାରୀରିକ ସମ୍ପର୍କକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଚେତାବନୀ

ନୂଆଦିଲ୍ଲୀ,୧୬।୨: ଭାରତରେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଏବଂ ପରେ ବିବାହ ପ୍ରତିଶ୍ରୁତି ଭାଙ୍ଗିବା ଅଭିଯୋଗ ସାଧାରଣ ହୋଇଗଲାଣି। ଏହି ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟ ଏକ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ତାରିକ ରହମାନଙ୍କ ଶପଥ ଗ୍ରହଣକୁ ମୋଦିଙ୍କୁ ନିମନ୍ତ୍ରଣ ମିଳିବାରୁ, ପାକିସ୍ତାନ ଏକ୍ସପର୍ଟ କହୁଛନ୍ତି, ବହୁତ ବଡ଼ ଭୁଲ କଲା…

ନୂଆଦିଲ୍ଲୀ/ଢାକା/ଇସଲାମାବାଦ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବା ପରେ ପାକିସ୍ତାନବାସୀ ଖୁବ ରାଗିଛନ୍ତି। ପାକ ବିଶେଷଜ୍ଞ କମର ଚିମା…

ବିଦାୟୀ ପୂର୍ବରୁ କିନ୍ନର ବାହାରିଲା ବର, ଶ୍ବଶୁର ଘର ଲୋକେ କଲେ….

ଲକ୍ଷ୍ନୌ,୧୬।୨: ଉତ୍ତର ପ୍ରଦେଶର ବାରବାଙ୍କି ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ବିଦାୟୀ ସମୟରେ ବର କିନ୍ନର ବୋଲି ଜଣାପଡିଲା । ଏହାପରେ ହଙ୍ଗାମା…

ଜାନୁଆରୀରେ ବଢ଼ିଲା ହୋଲସେଲ୍ ଦରଦାମ୍: ୧୦ ମାସର ସର୍ବୋଚ୍ଚ ସ୍ତରରେ…

ନୂଆଦିଲ୍ଲୀ,୧୬।୨: ଦେଶରେ ପୁଣି ଥରେ ମହଙ୍ଗା ମାଡ଼ର ଆଭାସ ମିଳିଛି। ଜାନୁଆରୀ ମାସରେ ଭାରତର ହୋଲସେଲ୍ ଦରଦାମ୍ (WPI) ୧୦ ମାସର ସର୍ବୋଚ୍ଚ ସ୍ତର ୧.୮୧% କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri