Posted inଖେଳ

ଫିଫା ସର୍ଭେ: ୭୦ ପ୍ରତିଶତ ମହିଳା କ୍ଲବ କ୍ଷତିରେ ଚାଲୁଛି

ଜେନେଭା,୨୮।୫(ଏପି): ବିଶ୍ୱ ଫୁଟ୍‌ବଲର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ଫିଫାର ଏକ ସର୍ଭେ ବିଶ୍ୱ ମହିଳା ଫୁଟ୍‌ବଲର ସମସ୍ୟାକୁ ପଦାରେ ପକାଇଛି। ଅନ୍ତର୍ଜାତୀୟସ୍ତରର ୭୦ ପ୍ରତିଶତ ମହିଳା ଫୁଟ୍‌ବଲ କ୍ଲବ କ୍ଷତିରେ ଚାଲୁଛି ବୋଲି ଏହି ସର୍ଭେରେ ଦର୍ଶାଯାଇଛି। ମାତ୍ର ୧୩ ପ୍ରତିଶତ କ୍ଲବ ୧୦ ଲକ୍ଷ ଆମେରିକୀୟ ଡଲାରଠାରୁ ସାମାନ୍ୟ ଊର୍ଦ୍ଧ୍ୱ ରାଜସ୍ବ ଉପାର୍ଜନ କରୁଛି। ଏହାର ଅଧାରୁ ଅଧିକ ଅର୍ଥ ପ୍ରାୟୋଜନ ଚୁକ୍ତିରୁ ଆସୁଛି ବୋଲି ବୁଧବାର ପ୍ରକାଶିତ ଫିଫା ଡାଡା ରିଲିଜ୍‌ରୁ ଜଣାଯାଇଛି। ୩୦ଟି ଲିଗ୍‌ ଓ ୨୮୨ଟି କ୍ଲବର ପରିଚାଳନା ଉଚ୍ଚକୋଟୀର ହୋଇଛି। ଫିଫା ବେଞ୍ଚମାର୍କିଂ ରିପୋର୍ଟରେ ଏ ନେଇ ଉଲ୍ଲେଖ କରାଯାଇଛି।
କୋଭିଡ୍‌-୧୯ ମହାମାରୀ ଏହାର ମୁଖ୍ୟ କାରଣ ବୋଲି କୁହାଯାଇଛି। ଏହି ରିପୋର୍ଟରେ ଗଭର୍ନାନ୍ସ, ଫାଇନାନ୍ସ, ଫ୍ୟାନ ଏନ୍‌ଗେଜମେଣ୍ଟ, ଖେଳାଳି ଓ ଅନ୍‌ଫିଲ୍ଡ ଘଟଣା କରୋନା ମହାମାରୀ ଦ୍ୱାରା ପ୍ରଭାବିତ ହୋଇଛି ବୋଲି ଦର୍ଶାଯାଇଛି। ମହିଳା ଫୁଟ୍‌ବଲ ଏବେ ବିଶ୍ୱର ଏକମାତ୍ର ଇଭେଣ୍ଟ, ଯାହାର ଲୋକପ୍ରିୟତା ବୃଦ୍ଧି ଘଟୁଛି। ଏହା ଜାରି ରହିବା ଉଚିତ ବୋଲି ଫିଫା ମୁଖ୍ୟ ଫୁଟ୍‌ବଲ ଅଧିକାରୀ ସରାଇ ବାରେମାନ କହିଛନ୍ତି। ପ୍ରତିବର୍ଷ ଏହି ସର୍ଭେ କରାଯିବ। ଏହା ଦ୍ୱାରା ମହିଳା ଫୁଟ୍‌ବଲ ମହାମାରୀ ଦ୍ୱାରା କେତେ ପ୍ରଭାବିତ ହୋଇଛି ତାହା ଜଣାପଡିବ ବୋଲି ବାରେମାନ କହିଛନ୍ତି। ଫିଫାରେ ୨୧୧ଟି ମେମ୍ବର ଆସୋସିଏଶନ ରହିଛନ୍ତି। ମହିଳା ଫୁଟ୍‌ବଲ ଉନ୍ନତି ପାଇଁ ଏହି ମେମ୍ବରଗୁଡିକ ସହ ସାଥି ହୋଇ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ମହିଳା କ୍ଲବ ଓ୍ବାଲର୍‌ଡ କପ୍‌କୁ ଆହୁରି ଆଗକୁ ବଢାଇବାକୁ ଓ ମହିଳା ଫିଫା ବିଶ୍ୱକପ୍‌ ପ୍ରତି ଦୁଇବର୍ଷରେ ଥରେ ଆୟୋଜନ କରାଯିବାକୁ ଫିଫା ଗୁରୁତ୍ୱ ଦେବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri