Posted inଖେଳ

ଫିଫା ସର୍ଭେ: ୭୦ ପ୍ରତିଶତ ମହିଳା କ୍ଲବ କ୍ଷତିରେ ଚାଲୁଛି

ଜେନେଭା,୨୮।୫(ଏପି): ବିଶ୍ୱ ଫୁଟ୍‌ବଲର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ଫିଫାର ଏକ ସର୍ଭେ ବିଶ୍ୱ ମହିଳା ଫୁଟ୍‌ବଲର ସମସ୍ୟାକୁ ପଦାରେ ପକାଇଛି। ଅନ୍ତର୍ଜାତୀୟସ୍ତରର ୭୦ ପ୍ରତିଶତ ମହିଳା ଫୁଟ୍‌ବଲ କ୍ଲବ କ୍ଷତିରେ ଚାଲୁଛି ବୋଲି ଏହି ସର୍ଭେରେ ଦର୍ଶାଯାଇଛି। ମାତ୍ର ୧୩ ପ୍ରତିଶତ କ୍ଲବ ୧୦ ଲକ୍ଷ ଆମେରିକୀୟ ଡଲାରଠାରୁ ସାମାନ୍ୟ ଊର୍ଦ୍ଧ୍ୱ ରାଜସ୍ବ ଉପାର୍ଜନ କରୁଛି। ଏହାର ଅଧାରୁ ଅଧିକ ଅର୍ଥ ପ୍ରାୟୋଜନ ଚୁକ୍ତିରୁ ଆସୁଛି ବୋଲି ବୁଧବାର ପ୍ରକାଶିତ ଫିଫା ଡାଡା ରିଲିଜ୍‌ରୁ ଜଣାଯାଇଛି। ୩୦ଟି ଲିଗ୍‌ ଓ ୨୮୨ଟି କ୍ଲବର ପରିଚାଳନା ଉଚ୍ଚକୋଟୀର ହୋଇଛି। ଫିଫା ବେଞ୍ଚମାର୍କିଂ ରିପୋର୍ଟରେ ଏ ନେଇ ଉଲ୍ଲେଖ କରାଯାଇଛି।
କୋଭିଡ୍‌-୧୯ ମହାମାରୀ ଏହାର ମୁଖ୍ୟ କାରଣ ବୋଲି କୁହାଯାଇଛି। ଏହି ରିପୋର୍ଟରେ ଗଭର୍ନାନ୍ସ, ଫାଇନାନ୍ସ, ଫ୍ୟାନ ଏନ୍‌ଗେଜମେଣ୍ଟ, ଖେଳାଳି ଓ ଅନ୍‌ଫିଲ୍ଡ ଘଟଣା କରୋନା ମହାମାରୀ ଦ୍ୱାରା ପ୍ରଭାବିତ ହୋଇଛି ବୋଲି ଦର୍ଶାଯାଇଛି। ମହିଳା ଫୁଟ୍‌ବଲ ଏବେ ବିଶ୍ୱର ଏକମାତ୍ର ଇଭେଣ୍ଟ, ଯାହାର ଲୋକପ୍ରିୟତା ବୃଦ୍ଧି ଘଟୁଛି। ଏହା ଜାରି ରହିବା ଉଚିତ ବୋଲି ଫିଫା ମୁଖ୍ୟ ଫୁଟ୍‌ବଲ ଅଧିକାରୀ ସରାଇ ବାରେମାନ କହିଛନ୍ତି। ପ୍ରତିବର୍ଷ ଏହି ସର୍ଭେ କରାଯିବ। ଏହା ଦ୍ୱାରା ମହିଳା ଫୁଟ୍‌ବଲ ମହାମାରୀ ଦ୍ୱାରା କେତେ ପ୍ରଭାବିତ ହୋଇଛି ତାହା ଜଣାପଡିବ ବୋଲି ବାରେମାନ କହିଛନ୍ତି। ଫିଫାରେ ୨୧୧ଟି ମେମ୍ବର ଆସୋସିଏଶନ ରହିଛନ୍ତି। ମହିଳା ଫୁଟ୍‌ବଲ ଉନ୍ନତି ପାଇଁ ଏହି ମେମ୍ବରଗୁଡିକ ସହ ସାଥି ହୋଇ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ମହିଳା କ୍ଲବ ଓ୍ବାଲର୍‌ଡ କପ୍‌କୁ ଆହୁରି ଆଗକୁ ବଢାଇବାକୁ ଓ ମହିଳା ଫିଫା ବିଶ୍ୱକପ୍‌ ପ୍ରତି ଦୁଇବର୍ଷରେ ଥରେ ଆୟୋଜନ କରାଯିବାକୁ ଫିଫା ଗୁରୁତ୍ୱ ଦେବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri