କପିଶାରେ ଜୋର୍‌ଦାର ଲଢ଼େଇ

କାବୁଲ, ୨୯।୮ : ପୂର୍ବତନ ଉପରାଷ୍ଟ୍ରପତି ଅମ୍‌ରୁଲ୍ଲା ସାଲେହଙ୍କ ନେତୃତ୍ୱରେ ପ୍ରତିରୋଧୀ ବାହିନୀ ଆଫଗାନିସ୍ତାନର କପିଶା ପ୍ରଦେଶରେ ତାଲିବାନ ବିରୋଧରେ ଜୋର୍‌ଦାର ଲଢ଼େଇ ଜାରି ରଖିଛି। ଏଥିରେ ବହୁସଂଖ୍ୟାରେ ତାଲିବାନ ଆତଙ୍କବାଦୀ ନିହତ ହେଲେଣି। କପିଶା ପ୍ରଦେଶର ସାଞ୍ଜନ ଏବଂ ବାଗଲାନ ପ୍ରଦେଶର ଖୋଷ୍ଟ ଓ୍ବା ଫେରେଙ୍ଗ ଜିଲାରେ ଉଭୟ ପକ୍ଷ ମଧ୍ୟରେ ଘମାଘୋଟ ଲଢ଼େଇ ଚାଲିଛି। ଏହା ବ୍ୟତୀତ ପଞ୍ଜଶିର ପ୍ରଦେଶରେ ପ୍ରତିରୋଧୀ ଶକ୍ତିର ଦୃଢ଼ ଜବାବ ଯୋଗୁ ସୁନ୍ନି ପସ୍ତୁନ୍‌ ଗୋଷ୍ଠୀ ପଛକୁ ଫେରିବାକୁ ବାଧ୍ୟ ହୋଇଛି। ପଞ୍ଜଶିରରେ ତାଲିବାନର ଅସ୍ତ୍ରବିରତି ଉଲ୍ଲଂଘନ କରିବାରୁ ପ୍ରତିରୋଧୀ ଶକ୍ତି ଏହାର ଦୃଢ଼ ଜବାବ ଦେଇଛି।
ପଞ୍ଜଶିର ଏକମାତ୍ର ରାଜ୍ୟ ଯାହା ତାଲିବାନ ଦଖଲକୁ ଯାଇନାହିଁ। ଗୁରୁବାର କାବୁଲ ବିମାନବନ୍ଦର ବାହାରେ ଆଇଏସ୍‌ର ଆତ୍ମଘାତୀ ବିସ୍ଫୋରଣରେ ୧୩ ଆମେରିକୀୟ ଯବାନଙ୍କ ସମେତ ପ୍ରାୟ ୨୦୦ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏହି ଆକ୍ରମଣ ପରେ ସାରା ବିଶ୍ୱ ଆତଙ୍କବାଦ ବିରୋଧରେ ଏକାଠି ହେବା ଲାଗି ସାଲେହ ଆହ୍ବାନ ଦେଇଥିଲେ। ବିଶ୍ୱ ଆତଙ୍କବାଦ ନିକଟରେ ମୁଣ୍ଡ ନ ନୁଆଁଉ ଏବଂ କାବୁଲ ବିମାନବନ୍ଦରକୁ ମାନବତା ଉପରେ ଆକ୍ରମଣର ସ୍ଥଳ ଭାବେ ଛାଡ଼ିଦିଆଯାଇପାରିବ ନାହିଁ ବୋଲି ସେ ଶୁକ୍ରବାର ଟୁଇଟ୍‌ କରିଥିଲେ।

କଥାରେ ନୁହେଁ, କାମରେ ଦେଖାଉ ତାଲିବାନ୍‌

କୂଟନୈତିକ ସ୍ବୀକୃତି ପାଇବାକୁ ହେଲେ ତାଲିବାନ୍‌ ଦେଇଥିବା ପ୍ରତିଶ୍ରୁତି ପାଳନ କରୁ। ଉକ୍ତ ସଂଗଠନ କଥାରେ ନୁହେଁ, କାର୍ଯ୍ୟରେ କରି ତାହା ଦେଖାଉ ବୋଲି ଆମେରିକା କହିଛି। ଶୁକ୍ରବାର ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି ଆମେରିକା ପରରାଷ୍ଟ୍ର ବିଭାଗ ମୁଖପାତ୍ର ନେଡ୍‌ ପ୍ରାଇସ୍‌ କହିଛନ୍ତି, ଆଫଗାନିସ୍ତାନରେ ଯୁକ୍ତରାଷ୍ଟ୍ରର କୂଟନୈତିକ ଉପସ୍ଥିତି ଜାରି ରହୁ ଏହା ତାଲିବାନ ଚାହୁଁଥିବା ସ୍ପଷ୍ଟ ସୂଚନା ଦେଇଛି। କେବଳ ଆମେରିକା ନୁହେଁ ଅନ୍ୟ ଦେଶଗୁଡ଼ିକର କୂଟନୈତିକ ମିଶନ ପୂର୍ବ ଭଳି ରହିବା ସେମାନେ ଚାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି। ବିଦେଶୀ ଦୂତାବାସଗୁଡ଼ିକୁ ସୁରକ୍ଷା ଯୋଗାଇଦେବାକୁ ତାଲିବାନ୍‌ ମୁଖପାତ୍ର ନିକଟରେ ପ୍ରତିଶ୍ରୁତି ଦେଇଥିଲେ। ଆମେରିକା ଏହି ପ୍ରସଙ୍ଗରେ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନାହିଁ। ଏ ସମ୍ପର୍କରେ ଆମେରିକା ଏହାର ସହଯୋଗୀ ରାଷ୍ଟ୍ରଗୁଡ଼ିକ ସହ ସକ୍ରିୟ ଭାବେ ଆଲୋଚନା ଚଳାଇଛି। ତାଲିବାନ୍‌ ପକ୍ଷରୁ ଅନେକ ବିବୃତି ଜାରି କରାଯାଉଛି। ସେଥିରୁ କେତେକ ସକାରାତ୍ମକ, ଗଠନମୂଳକ ହୋଇଥିବାବେଳେ ଆମ ଅନ୍ତର୍ଜାତୀୟ ସହଯୋଗୀମାନେ କଥା ନୁହେଁ କାମରେ ଏହା ଚାହାନ୍ତି ବୋଲି ପ୍ରାଇସ୍‌ କହିଛନ୍ତି। ଭବିଷ୍ୟତର କୂଟନୈତିକ ଉପସ୍ଥିତି, ସ୍ବୀକୃତି ଏବଂ ସହାୟତା ଆଦି ସବୁ ପ୍ରଶ୍ନର ଉତ୍ତର ସେମାନଙ୍କ କାର୍ଯ୍ୟ ଉପରେ ନିର୍ଭର କରିବ ବୋଲି ପ୍ରାଇସ୍‌ ସ୍ପଷ୍ଟ କରିଦେଇଛନ୍ତି।

ସବୁ ସରକାରୀ ସମ୍ପତ୍ତି ଫେରାଅ

ସରକାରୀ ଗାଡ଼ି, ସାମ୍ରଗୀ, ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ରଖିଥିବା ସମସ୍ତ କାବୁଲ ନାଗରିକ ତୁରନ୍ତ ସେସବୁକୁ ସପ୍ତାହେ ମଧ୍ୟରେ ହସ୍ତାନ୍ତର କରିବାକୁ ତାଲିବାନ୍‌ ନିର୍ଦ୍ଦେଶ ଦେଇଛି। ଯଦି କେହି ଏହାକୁ ନ ମାନନ୍ତି ତେବେ ତାଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତାଲିବାନ୍‌ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ୍‌ କହିଛନ୍ତି। ସରକାରୀ ସାମଗ୍ରୀ ରଖିଥିବା ବ୍ୟକ୍ତି ତାଲିବାନ୍‌କୁ ଦେବାପରେ ଏହାର ବିଚାର କିମ୍ବା କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ପଡ଼ିବ ନାହିଁ ବୋଲି ଜବିହୁଲ୍ଲା ଏକ ଟୁଇଟ୍‌ରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କରେ ସନ୍ଦେହ ହେଲା କାଳ, ବିଷ ମିଶା କୋଲ୍ଡ ଡ୍ରିଙ୍କ ପିଆଇ ପ୍ରେମିକାଙ୍କୁ ହତ୍ୟା

ମୁମ୍ବାଇ,୩୦ା୮: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ଚେମ୍ବୁର ଅଞ୍ଚଳରୁ ୨୪ ବର୍ଷୀୟ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ଏହି ମାମଲାରେ ପୋଲିସ ମହିଳାଙ୍କ…

ପୁଣିଥରେ ସେଲଫି ଭିଡ଼ିଓ ଶେୟାର କରି ଚର୍ଚ୍ଚାରେ ମୋଦି, ଏଥର କିନ୍ତୁ ଦେଶରୁ ନୁହେଁ…

ତାସକେଣ୍ଟ,୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଉଜବେକିସ୍ତାନ ଗସ୍ତରେ ଅଛନ୍ତି। ତାସକେଣ୍ଟରେ ପହଞ୍ଚିବା ପରେ, ସେ ଉଜବେକିସ୍ତାନ ଯୋଗ ଫେଡେରେଶନ ଦ୍ୱାରା ଆୟୋଜିତ ଏକ ସ୍ବତନ୍ତ୍ର…

ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ, ସ୍ତ୍ରୀଙ୍କୁ ଭରଣପୋଷଣ ଟଙ୍କା ନଦେଲେ କଟିବ ଦରମା

ଭୁବନେଶ୍ବର,୩୦ା୮: ସ୍ତ୍ରୀ କିମ୍ୱା ସନ୍ତାନସନ୍ତତିଙ୍କୁ ଭରଣପୋଷଣ ସହାୟତା କିମ୍ୱା ଛାଡ଼ପତ୍ର ସମ୍ପର୍କିତ ପୋଷଣ ଖର୍ଚ୍ଚ ଠିକ୍ ଭାବରେ ଦେଉ ନଥିବା ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା…

ପାକିସ୍ତାନ ସହିତ ହାତ ମିଳାଇବା ପ୍ରଶ୍ନର ଉତ୍ତରରେ ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ଦେଲେ ଏମିତି ବିବୃତ୍ତି…

ନୂଆଦିଲ୍ଲୀ,୩୦।୮: ମହିଳା ଏସିଆ କପ ୨୦୨୬ ଚାଲିଛି। UAE ଦ୍ୱାରା ଆୟୋଜିତ, ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଦୁବାଇରେ ଖେଳାଯାଉଛି। ଭାରତୀୟ ଦଳ ଅଗଷ୍ଟ ୩୦ରେ ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ…

ନେପାଳ ବନ୍ୟା: ବଢୁଛି ଜଳସ୍ତର, ସତର୍କ କରାଇଲେ ସରକାର

କାଠମାଣ୍ଡୁ,୩୦।୮: ବୁଧବାର ହୋଇଥିବା ଭୟଙ୍କର ବନ୍ୟା ପରେ ନେପାଳର ପରିସ୍ଥିତି ଗମ୍ଭୀର ରହିଛି। ମଧ୍ୟ ନେପାଳରେ ହଠାତ ବନ୍ୟାରେ ମୃତ୍ୟୁ ସଂଖ୍ୟା ୭୩୪ ରେ ପହଞ୍ଚିଛି, ଯେତେବେଳେ…

ଅଧରାତିରେ ଘର ଉପରକୁ ମାଡ଼ିଗଲା ଟ୍ରକ୍, ପରିବାର ଲୋକେ…

ପଦ୍ମପୁର,୩୦ା୮(ପ୍ରଦୀପ୍ତ ଦାଶ): ପଦ୍ମପୁର-ପାଟଣାଗଡ଼ ରାସ୍ତାର ରଜାପଡ଼ାଠାରେ ଏକ ବଡ଼ ଅଘଟଣ ଘଟିଯାଇଛି । ରବିବାର ରାତି ପ୍ରାୟ ୧ଟା ସମୟରେ ଏକ ମାଲବୋଝେଇ ଟ୍ରକ ଭାରସାମ୍ୟ ହରାଇ…

ଗୁଟଖା ପ୍ରେମୀଙ୍କୁ ଝଟକା; ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ବ୍ୟବସାୟ ବନ୍ଦ….

କଟକ,୩୦ା୮(ପ୍ରଭୁକଲ୍ୟାଣ ପାଲ୍): ଗୁଟଖା ପ୍ରେମୀଙ୍କୁ ଝଟକା। ରାଜ୍ୟରେ ଗୁଟଖା ବ୍ୟବସାୟ ବନ୍ଦ ହେବ । ରାଜ୍ୟରେ ଚିୱିଙ୍ଗ୍ ଟବାକୋ ବନ୍ଦ ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…

ନେପାଳ ପରେ, ଚାଇନାରେ ବିପର୍ଯ୍ୟୟ; ୪୯ ଭାରତୀୟ ନିଖୋଜ, ହେଲ୍ପଲାଇନ ନମ୍ବର ଜାରି

ବେଜିଂ,୩୦।୮: ଅଗଷ୍ଟ ୨୬ ରେ ଚାଇନା-ନେପାଳ ସୀମାରେ ଥିବା ଗାଇରୋଙ୍ଗ ବନ୍ଦରରେ ହୋଇଥିବା ଭୂସ୍ଖଳନ ପରେ ପରିସ୍ଥିତି ଜଟିଳ ରହିଛି। ଦକ୍ଷିଣ-ପଶ୍ଚିମ ଚାଇନାର ଜିଜାଙ୍ଗ ସ୍ବୟଂଶାସିତ ଅଞ୍ଚଳର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri