କପିଶାରେ ଜୋର୍‌ଦାର ଲଢ଼େଇ

କାବୁଲ, ୨୯।୮ : ପୂର୍ବତନ ଉପରାଷ୍ଟ୍ରପତି ଅମ୍‌ରୁଲ୍ଲା ସାଲେହଙ୍କ ନେତୃତ୍ୱରେ ପ୍ରତିରୋଧୀ ବାହିନୀ ଆଫଗାନିସ୍ତାନର କପିଶା ପ୍ରଦେଶରେ ତାଲିବାନ ବିରୋଧରେ ଜୋର୍‌ଦାର ଲଢ଼େଇ ଜାରି ରଖିଛି। ଏଥିରେ ବହୁସଂଖ୍ୟାରେ ତାଲିବାନ ଆତଙ୍କବାଦୀ ନିହତ ହେଲେଣି। କପିଶା ପ୍ରଦେଶର ସାଞ୍ଜନ ଏବଂ ବାଗଲାନ ପ୍ରଦେଶର ଖୋଷ୍ଟ ଓ୍ବା ଫେରେଙ୍ଗ ଜିଲାରେ ଉଭୟ ପକ୍ଷ ମଧ୍ୟରେ ଘମାଘୋଟ ଲଢ଼େଇ ଚାଲିଛି। ଏହା ବ୍ୟତୀତ ପଞ୍ଜଶିର ପ୍ରଦେଶରେ ପ୍ରତିରୋଧୀ ଶକ୍ତିର ଦୃଢ଼ ଜବାବ ଯୋଗୁ ସୁନ୍ନି ପସ୍ତୁନ୍‌ ଗୋଷ୍ଠୀ ପଛକୁ ଫେରିବାକୁ ବାଧ୍ୟ ହୋଇଛି। ପଞ୍ଜଶିରରେ ତାଲିବାନର ଅସ୍ତ୍ରବିରତି ଉଲ୍ଲଂଘନ କରିବାରୁ ପ୍ରତିରୋଧୀ ଶକ୍ତି ଏହାର ଦୃଢ଼ ଜବାବ ଦେଇଛି।
ପଞ୍ଜଶିର ଏକମାତ୍ର ରାଜ୍ୟ ଯାହା ତାଲିବାନ ଦଖଲକୁ ଯାଇନାହିଁ। ଗୁରୁବାର କାବୁଲ ବିମାନବନ୍ଦର ବାହାରେ ଆଇଏସ୍‌ର ଆତ୍ମଘାତୀ ବିସ୍ଫୋରଣରେ ୧୩ ଆମେରିକୀୟ ଯବାନଙ୍କ ସମେତ ପ୍ରାୟ ୨୦୦ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏହି ଆକ୍ରମଣ ପରେ ସାରା ବିଶ୍ୱ ଆତଙ୍କବାଦ ବିରୋଧରେ ଏକାଠି ହେବା ଲାଗି ସାଲେହ ଆହ୍ବାନ ଦେଇଥିଲେ। ବିଶ୍ୱ ଆତଙ୍କବାଦ ନିକଟରେ ମୁଣ୍ଡ ନ ନୁଆଁଉ ଏବଂ କାବୁଲ ବିମାନବନ୍ଦରକୁ ମାନବତା ଉପରେ ଆକ୍ରମଣର ସ୍ଥଳ ଭାବେ ଛାଡ଼ିଦିଆଯାଇପାରିବ ନାହିଁ ବୋଲି ସେ ଶୁକ୍ରବାର ଟୁଇଟ୍‌ କରିଥିଲେ।

କଥାରେ ନୁହେଁ, କାମରେ ଦେଖାଉ ତାଲିବାନ୍‌

କୂଟନୈତିକ ସ୍ବୀକୃତି ପାଇବାକୁ ହେଲେ ତାଲିବାନ୍‌ ଦେଇଥିବା ପ୍ରତିଶ୍ରୁତି ପାଳନ କରୁ। ଉକ୍ତ ସଂଗଠନ କଥାରେ ନୁହେଁ, କାର୍ଯ୍ୟରେ କରି ତାହା ଦେଖାଉ ବୋଲି ଆମେରିକା କହିଛି। ଶୁକ୍ରବାର ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି ଆମେରିକା ପରରାଷ୍ଟ୍ର ବିଭାଗ ମୁଖପାତ୍ର ନେଡ୍‌ ପ୍ରାଇସ୍‌ କହିଛନ୍ତି, ଆଫଗାନିସ୍ତାନରେ ଯୁକ୍ତରାଷ୍ଟ୍ରର କୂଟନୈତିକ ଉପସ୍ଥିତି ଜାରି ରହୁ ଏହା ତାଲିବାନ ଚାହୁଁଥିବା ସ୍ପଷ୍ଟ ସୂଚନା ଦେଇଛି। କେବଳ ଆମେରିକା ନୁହେଁ ଅନ୍ୟ ଦେଶଗୁଡ଼ିକର କୂଟନୈତିକ ମିଶନ ପୂର୍ବ ଭଳି ରହିବା ସେମାନେ ଚାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି। ବିଦେଶୀ ଦୂତାବାସଗୁଡ଼ିକୁ ସୁରକ୍ଷା ଯୋଗାଇଦେବାକୁ ତାଲିବାନ୍‌ ମୁଖପାତ୍ର ନିକଟରେ ପ୍ରତିଶ୍ରୁତି ଦେଇଥିଲେ। ଆମେରିକା ଏହି ପ୍ରସଙ୍ଗରେ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନାହିଁ। ଏ ସମ୍ପର୍କରେ ଆମେରିକା ଏହାର ସହଯୋଗୀ ରାଷ୍ଟ୍ରଗୁଡ଼ିକ ସହ ସକ୍ରିୟ ଭାବେ ଆଲୋଚନା ଚଳାଇଛି। ତାଲିବାନ୍‌ ପକ୍ଷରୁ ଅନେକ ବିବୃତି ଜାରି କରାଯାଉଛି। ସେଥିରୁ କେତେକ ସକାରାତ୍ମକ, ଗଠନମୂଳକ ହୋଇଥିବାବେଳେ ଆମ ଅନ୍ତର୍ଜାତୀୟ ସହଯୋଗୀମାନେ କଥା ନୁହେଁ କାମରେ ଏହା ଚାହାନ୍ତି ବୋଲି ପ୍ରାଇସ୍‌ କହିଛନ୍ତି। ଭବିଷ୍ୟତର କୂଟନୈତିକ ଉପସ୍ଥିତି, ସ୍ବୀକୃତି ଏବଂ ସହାୟତା ଆଦି ସବୁ ପ୍ରଶ୍ନର ଉତ୍ତର ସେମାନଙ୍କ କାର୍ଯ୍ୟ ଉପରେ ନିର୍ଭର କରିବ ବୋଲି ପ୍ରାଇସ୍‌ ସ୍ପଷ୍ଟ କରିଦେଇଛନ୍ତି।

ସବୁ ସରକାରୀ ସମ୍ପତ୍ତି ଫେରାଅ

ସରକାରୀ ଗାଡ଼ି, ସାମ୍ରଗୀ, ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ରଖିଥିବା ସମସ୍ତ କାବୁଲ ନାଗରିକ ତୁରନ୍ତ ସେସବୁକୁ ସପ୍ତାହେ ମଧ୍ୟରେ ହସ୍ତାନ୍ତର କରିବାକୁ ତାଲିବାନ୍‌ ନିର୍ଦ୍ଦେଶ ଦେଇଛି। ଯଦି କେହି ଏହାକୁ ନ ମାନନ୍ତି ତେବେ ତାଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତାଲିବାନ୍‌ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ୍‌ କହିଛନ୍ତି। ସରକାରୀ ସାମଗ୍ରୀ ରଖିଥିବା ବ୍ୟକ୍ତି ତାଲିବାନ୍‌କୁ ଦେବାପରେ ଏହାର ବିଚାର କିମ୍ବା କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ପଡ଼ିବ ନାହିଁ ବୋଲି ଜବିହୁଲ୍ଲା ଏକ ଟୁଇଟ୍‌ରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରଲୋକରେ ୫୪ ସନ୍ତାନର ପିତା

ଇସଲାମାବାଦ୍‌,୧୧।୧୨: ୫୪ ସନ୍ତାନ ଏବଂ ୬ ସ୍ତ୍ରୀ ଥିବା ହାଜି ଅବଦୁଲ ମଜିଦ ମେଙ୍ଗାଲଙ୍କ ପରଲୋକ ଘଟିଛି। ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।...

ଥରିଲା ପାକିସ୍ତାନ: ୬.୦ ତୀବ୍ରତାର ଭୂକମ୍ପରେ ୨୦ ମୃତ ୨୦୦ଶହରୁ ଊର୍ଦ୍ଧ୍ୱ ଆହତ

ଇସଲାମାବାଦ,୭ ।୧୦: ପାକିସ୍ତାନରେ ଗୁରୁବାର ଭୋର ପ୍ରାୟ ୩ଟା ୩୦ରେ ଏକ ଭୂକମ୍ପ ହୋଇଥିବା ସୂଚନା ମିଳିଛି । ଏହାର ରିକ୍ଟର ସ୍କେଲରେ ତୀବ୍ରତା ଥିଲା...

ନୀରବ ମୋଦିଙ୍କ କମ୍ପାନୀ ଆକାଉଣ୍ଟରୁ ଉଠାଯାଇପାରିବନି ଟଙ୍କା: କୋର୍ଟକୁ ସୂଚନା ଦେଲା ବ୍ୟାଙ୍କ

ଲଣ୍ଡନ/ନୂଆଦିଲ୍ଲୀ,୧୦।୧: ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ କମ୍ପାନୀ ଫାୟାରଷ୍ଟାର ଇଣ୍ଟରନ୍ୟାଶନାଲ ଲିମିଟେଡର ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଯାଇପାରିବ ନାହିଁ। ଦୁଇଟି ବ୍ୟାଙ୍କ ସ୍ବତନ୍ତ୍ର ପିଏମ୍‌ଏଲଏ...

ଶ୍ରୀଲଙ୍କା ପରେ କାହା ପାଳି

କଲମ୍ବୋ/ନୂଆଦିଲ୍ଲୀ,୧୩ା୭: ଶ୍ରୀଲଙ୍କାରେ ନେତୃତ୍ୱ ଅନିଶ୍ଚିତତା ଦୂର ହୋଇନାହିଁ। ମେ’ ୯ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ସେଙ୍କୁ ବିତାଡ଼ିତ କରିବାର ଠିକ୍‌ ୨ ମାସ ପରେ ଶ୍ରୀଲଙ୍କାବାସୀଙ୍କ...

ବ୍ଲଡ୍‌ ଗ୍ରୁପ୍‌ ଜଣାଇବ ହୃଦ୍‌ଘାତ ଆଶଙ୍କା

ଓ୍ବାଶିଂଟନ,୩।୯: ୬୦ ବର୍ଷ ବୟସ ପୂର୍ବରୁ କେଉଁ ବ୍ୟକ୍ତିଙ୍କଠାରେ ହୃଦ୍‌ଘାତ ଆଶଙ୍କା କେତେ ତାହା ବ୍ଲଡ୍‌ ଗ୍ରୁପ୍‌ରୁ ଜଣାପଡ଼ିବ। ଆମେରିକାର ମାରିଲାଣ୍ଡସ୍‌ ସ୍କୁଲ ଅଫ୍‌ ମେଡିସିନ୍‌...

ସେନା ଶିବିର ନିକଟରେ କାର ବୋମା ବିସ୍ଫୋରଣ: ୧୦ ମୃତ…

ବମାକୋ,୨୩।୪ : କେନ୍ଦ୍ରୀୟ ମାଲିର ଏକ ସାମରିକ ବେସ ନିକଟରେ ହୋଇଥିବା ଆକ୍ରମଣରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବହୁ ଲୋକ ଆହତ ହୋଇଛନ୍ତି।...

ନିର୍ବାସିତ ଚାଇନା ବ୍ୟବସାୟୀ ଗୁଓ ୱେଙ୍ଗୁଇ ଗିରଫ

ବେଜିଂ,୧୬ ।୩: ପଳାତକ ତଥା ନିର୍ବାସିତ ଚାଇନା ବ୍ୟବସାୟୀ ଗୁଓ ୱେଙ୍ଗୁଇଙ୍କୁ ବୁଧବାର(ସ୍ଥାନୀୟ ସମୟ) ନୁ୍ୟୟର୍କରୁ ଗିରଫ କରାଯାଇଛି । ଗୁଓ ୱେଙ୍ଗୁଇ ତାଙ୍କର ହଜାର...

କରୋନା ମୁକ୍ତ ହୋଇଥିବା ୯୧ ଜଣ ପୁଣି ପଜିଟିଭ୍‌

ସିଓଲ,୧୧।୪: ସାରା ପୃଥିବୀରେ କରୋନା ସଂକ୍ରମଣ ଦେଇ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଦେଖାଦେଇଛି। କରୋନା ଭୂତାଣୁ ସଂକ୍ରମଣକୁ କିପରି ରୋକାଯିବ ସେନେଇ ବହୁ ପରୀକ୍ଷା...

Advertisement
Archives

Model This Week