ସତ୍ୟସାଇ ଟ୍ରଷ୍ଟର କ୍ଷେତ୍ର ପରିଦର୍ଶନ

ଝାରସୁଗୁଡ଼ା ଅଫିସ,୧୮ା୧୦: ରାଜ୍ୟ ସରକାରଙ୍କ ତରଫରୁ ଝାରସୁଗୁଡ଼ାରେ ଏକ ହାର୍ଟ ହସ୍ପିଟାଲ୍‌ ବହୁଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଏହାକୁ ପିପିପି ମୋଡ୍‌ରେ ପରିଚାଳନା କରିବା ପାଇଁ ରାଜ୍ୟ ସରକାର କେତେକ ଘରୋଇ ସଂସ୍ଥାକୁ ଆମନ୍ତ୍ରଣ କରିଛନ୍ତି। ଏହାକୁ ରକ୍ଷାକରି ସତ୍ୟସାଇ ହେଲ୍‌ଥ ଆଣ୍ଡ୍‌ ଏଜୁକେଶନ ଟ୍ରଷ୍ଟ ତରଫରୁ ଡା. ଖଣ୍ଡେପାର୍କରଙ୍କ ନେତୃତ୍ୱରେ ଏକ ବିଶେଷଜ୍ଞ ଡାକ୍ତର ଦଳ ସୋମବାର ହାର୍ଟ ହସ୍ପିଟାଲ୍‌ ପରିଦର୍ଶନ କରି ଭିତ୍ତିଭୂମି ଅନୁଧ୍ୟାନ କରିଥିଲେ।
ଏ ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ସମ୍ମିଳନୀ କକ୍ଷରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବରଗଡ ଏମ୍‌ପି ସୁରେଶ ପୂଜାରୀ, ଜିଲାପାଳ ସରୋଜ କୁମାର ସାମଲ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଡୋଲାମଣି ପଟେଲ, ସତ୍ୟସାଇ ଟ୍ରଷ୍ଟ ବିଶେଷଜ୍ଞ ଦଳର ପ୍ରମୁଖ ଶିଶୁ ହୃଦ୍‌ରୋଗ ବିଶେଷଜ୍ଞ ଡା. ଖଣ୍ଡେପାର୍କର, ଡା. ସ୍ନେହଲ କୁଲକର୍ଣ୍ଣୀ, ଡା.ବାଲସ୍ବରୂପ ସାହୁ, ଡା. ଅତୁଳ ପ୍ରଭୁ, ଡା. ପ୍ରଦୀପ ବର୍ମା, ଡା. ରବିକିରଣ ଶ୍ରୀପଦ, ସୌମ୍ୟା ଶ୍ରୀପଦ, ଅଜୟ ଶ୍ରଫ୍‌, ଅତିରିକ୍ତ ଜିଲାପାଳ ପ୍ରବୀର କୁମାର ନାୟକ, ଡିପିଏମ୍‌ ବୁଲୁନାଥ ସାହୁ, ବଣିକସଂଘ ସଭାପତି ହୀରାଲାଲ୍‌ ଲୋକଚାନ୍ଦିନୀ, ରଘୁମଣି ପଟେଲ,ତାପସରାୟ ଚୌଧୁରୀ, ହରିଶ ଗଣତ୍ରା, ପିଣ୍ଟୁ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ବୈଠକରେ ସତ୍ୟସାଇ ଟ୍ରଷ୍ଟ ତରଫରୁ କୁହାଯାଇଛି, ରାଜ୍ୟ ସରକାର ସୁବିଧା ସୁଯୋଗ ଯୋଗାଇଦେଲେ ଝାରସୁଗୁଡ଼ାରେ ମାତୃ ଓ ଶିଶୁ ଚିକିତ୍ସାଳୟ (ଏମ୍‌ସିଏଚ୍‌) ଖୋଲିବ। ଏହା କାର୍ଯ୍ୟକ୍ଷମ ହେଲେ ଲୋକେ ମାଗଣାରେ ସ୍ବାସ୍ଥ୍ୟସେବା ପାଇପାରିବେ। ଏହା ସହିତ ହାର୍ଟ ହସ୍ପିଟାଲ୍‌ ପାଇଁ ଭିତ୍ତିଭୂମି (କୋଠା) ନିର୍ମାଣ ହୋଇଛି। ହେଲେ ବହୁ ଅତ୍ୟାଧୁନିକ ଯନ୍ତ୍ରପାତି ଓ ଉପକରଣ ଆବଶ୍ୟକ ରହିଛ । ଏସବୁ ଦିଗରେ ଟ୍ରଷ୍ଟ କର୍ତ୍ତୃପକ୍ଷ ବିଚାର ବିମର୍ଷକରି ଏକ ରିପୋର୍ଟ ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କୁ ପ୍ରଦାନ କରିବେ ବୋଲି ବିଶେଷଜ୍ଞ ଡା. ଖଣ୍ଡେପାର୍କର କହିଛନ୍ତି। ଏ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ଦାସ କହିଛନ୍ତି, ଓଡିଶାରେ ଲୋକଙ୍କୁ ଉନ୍ନତମାନର ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱାରୋପ କରୁଛନ୍ତି। ଏଠାରେ ଏମ୍‌ସିଏଚ୍‌ ଖୋଲିଲେ ରାଜ୍ୟ ସରକାରଙ୍କ ତରଫରୁ ସତ୍ୟସାଇ ଟ୍ରଷ୍ଟକୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ। ଏଠାରେ ଆଗାମୀ ଦିନରେ ହାର୍ଟ ହସ୍ପିଟାଲ୍‌, କ୍ୟାନସର ହସ୍ପିଟାଲ୍‌, ମେଡିକାଲ୍‌ କଲେଜ ଆଦି ପ୍ରତିଷ୍ଠା ହେବ  । ଏସବୁ କାର୍ଯ୍ୟକ୍ଷମ ହେଲେ ଝାରସୁଗୁଡା ନୂତନ ନିର୍ମାଣରେ ଏହା ଅଂଶବିଶେଷ ହେବ ବୋଲି ମନ୍ତ୍ରୀ ଦାସ କହିଛନ୍ତି। ବରଗଡ ଏମ୍‌ପି ପୂଜାରୀ କହିଛନ୍ତି, ଏଠାରେ ହାର୍ଟ ହସ୍ପିଟାଲ୍‌ କାର୍ଯ୍ୟକ୍ଷମ ହେଲେ ପଶ୍ଚିମ ଓଡିଶା, ପଡୋଶୀ ଛତିଶଗଡ ଓ ଝାଡଖଣ୍ଡ ରାଜ୍ୟର ଲୋକେ ହୃଦ୍‌ରୋଗର ଚିକିତ୍ସା ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ବସରୁ ଜବତ ହେଲା ୭ କାର୍ଟୁନ ଗୁଟଖା, ଅଡ଼ବା ପୋଲିସ…

ମୋହନା,୨୩।୮(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ପୋଲିସ ପକ୍ଷରୁ ଅବୈଧ ଭାବେ ଗୁଟଖା ଚାଲାଣ ବିରୋଧରେ ଚଢ଼ାଉ କରାଯାଇ ୭ ଗୋଟି ଗୁଟଖା କାର୍ଟୁନ ଜବତ କରିଛି…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri