ନେଚର ପାର୍କରେ ନଷ୍ଟ ହେଲାଣି ଫାଇବର ପ୍ରତିମୂର୍ତ୍ତି, ଜଳ ଫୁଆରା, ମୁହଁ ଫେରାଉଛନ୍ତି ପର୍ଯ୍ୟଟକ

ଦାରିଙ୍ଗବାଡ଼ି,୨୩ା୧(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି ବୁଲି ଆସୁଥିବା ପର୍ଯ୍ୟଟକ ଏବେ ଏକାଧିକ ପର୍ଯ୍ୟଟନକ୍ଷେତ୍ରର ଅବ୍ୟବସ୍ଥାକୁ ଦେଖି ନାକ ଟେକିବା ଆରମ୍ଭ କରିଛନ୍ତି। ଏଭଳି ଏକ ପର୍ଯ୍ୟଟନକ୍ଷେତ୍ର ରହିଛି, ଯାହା ଏକ ଦଶନ୍ଧି ପୂର୍ବରୁ ଏହାର ଶୁଭାରମ୍ଭ କରାଯାଇଥିଲା।
ପ୍ରକାଶ ଯେ, ବାଲିଗୁଡ଼ା ଉପବନଖଣ୍ଡ ଅଧୀନ ଦାରିଙ୍ଗବାଡ଼ି ବନାଞ୍ଚଳ ଅଧୀନରେ ଗତ ୨୦୧୫ ଆର୍ଥିକ ବର୍ଷରେ ନିର୍ମାଣ କରାଯାଇଥିଲା ନେଚର ପାର୍କ। ଉକ୍ତ ପାର୍କ ମଧ୍ୟରେ ଔଷଧୀୟ ବୃକ୍ଷ ସମେତ ଆୟୁର୍ବେଦିକର ସ୍ରଷ୍ଟା ଚରକ ମୁନିଋଷିଙ୍କ ପଥର ମୂର୍ତ୍ତି, ଫାଇବରରେ କିଛି ଜନଜାତିଙ୍କ ପାରମ୍ପରିକ ଚଳଣି, ଚାଳ ଛପର ଘର, କୁଟିଆ କନ୍ଧଙ୍କ ବିଭିନ୍ନ ପୂଜା, ବଳି ପୂଜା ଚିତ୍ର ସେଠାରେ ଦେଖିବାକୁ ମିଳୁଛି।

ପ୍ରଜାପତି ଉଦ୍ୟାନ ସହ ଜଳ ଫୁଆରା କରାଯାଇଛି। ଲକ୍ଷାଧିକ ଟଙ୍କା ବିନିମୟରେ ସେହି ସମୟରେ ଉକ୍ତ ପାର୍କଟି କରାଯାଇଥିବା ବେଳେ ଉକ୍ତ ପାର୍କର ରକ୍ଷଣାବେକ୍ଷଣ ଅଭାବ ଯୋଗୁ ପାର୍କଟି ଉଜୁଡିବାକୁ ବସିଲାଣି। ଜଳଫୁଆରା ଶୁଖି ଆଉ ପର୍ଯ୍ୟଟକଙ୍କୁ ସେହି ଜଳଫୁଆରା ଆକୃଷ୍ଟ କରୁନି। ସେହିପରି ଫାଇବର ମୂର୍ତ୍ତିଗୁଡିକ ମଣିଷ ମୂର୍ତ୍ତିର ବିଭିନ୍ନ ଅଙ୍ଗ ଭାଙ୍ଗିରୁଜି ଗଲାଣି। ଫଳରେ ପର୍ଯ୍ୟଟକ ଟିକେଟ ଦେଇ ଭିତରକୁ ପ୍ରବେଶ କରିବା ପରେ ପାର୍କର ସ୍ଥିତି ଦେଖି ଅସନ୍ତୋଷ ହେଉଛନ୍ତି। ଏବେ ପାର୍କ ଭିତରେ ଆଲୋକ ବ୍ୟବସ୍ଥା ସବୁ ନଷ୍ଟ ହୋଇଯାଇଛି। ଆଉ ପ୍ରଜାପତି ଉଡୁ ନ ଥିବା କି ତାଙ୍କ ପସନ୍ଦର ଫୁଲ ଗଛ ନଥିବାରୁ ପ୍ରଜାପତି ପାର୍କକୁ ପ୍ରଜାପତି ଆସୁନାହିଁ। ପ୍ରତିବର୍ଷ ଏହି ପାର୍କକୁ ହଜାର ସଂଖ୍ୟାରେ ପର୍ଯ୍ୟଟକ ଆସୁଥିବା ବେଳେ ଏହି ପାର୍କରେ ଅନ୍ୟ ପାର୍କ ଭଳି ଲକ୍ଷାଧିକ ଟଙ୍କା ରୋଜଗାର ଅଛି। କିନ୍ତୁ ସେହି କ୍ରମରେ ପାର୍କର ପୁନଃରୁଦ୍ଧାର ହୋଇପାରୁ ନ ଥିବା ନେଇ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ସହ ଛାତ୍ରୀଛାତ୍ରଙ୍କ ଘମାଘୋଟ ସଂଘର୍ଷ: ଦିଲ୍ଲୀ ପରେ ଏବେ ଏଇଠି ତେଜିଲା ଆନ୍ଦୋଳନ, CJPକୁ ସମର୍ଥନ କରି…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ ସଂସଦ ଭବନ ମାର୍ଚ୍ଚ ସମୟରେ ଯେପରି ଚିତ୍ର ସାମ୍ନାକୁ ଆସିଥିଲା, କିଛି ସେହିପରି ଚିତ୍ର ବୁଧବାର ରାଜଧାନୀ ପାଟନାରେ ଦେଖିବାକୁ ମିଳିଛି। ‘ଆଇସା’ (AISA)…

ରଥଯାତ୍ରାରେ ଦ୍ୱିତୀୟ ଶିଶୁ ମୃତ୍ୟୁ: ପରିଚାଳନାକୁ ନେଇ ଉଠିଲା ପ୍ରଶ୍ନ

ପାରଳାଖେମୁଣ୍ଡି,୨୨ା୭(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡିରେ ଚଳିତ ବର୍ଷର ରଥଯାତ୍ରା ଅବସରରେ ଘଟିଥିବା ଅଘଟଣାରେ ଆଉ ଜଣେ ଶିଶୁଙ୍କ ମୃତ୍ୟୁ ଘଟିଛି। ଏଥିସହ ରଥଯାତ୍ରା ସମୟରେ ଘଟିଥିବା…

ବଡ଼ ଘୋଷଣା କଲେ ମୋଦି ସରକାର; ସିଜେପି ନେତାଙ୍କ ସହ ହେବ…

ନୂଆଦିଲ୍ଲୀ,୨୨ା୭: କକରୋଚ୍ ଜନତା ପାର୍ଟି (CJP) ର ନେତୃତ୍ୱରେ ପେପର ଲିକ୍ ବିରୋଧରେ ଆନ୍ଦୋଳନ ଜାରି ରହିଛି। ସଂସଦ ମାର୍ଚ୍ଚ ପରେ ବି ସିଜେପିର ପ୍ରତିବାଦ ଥମିନାହିଁ।…

ଉଦ୍ଧବ ଠାକ୍‌ରେଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟ୍‌କା, ୬ ଏମ୍‌ପିଙ୍କ ମିଶ୍ରଣକୁ…

ନୂଆଦିଲ୍ଲୀ,୨୨ା୭: ଶିବସେନାରେ ମିଶ୍ରଣକୁ ଅନୁମୋଦନ କରିବା ପାଇଁ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ଦେଇଥିବା ଆଦେଶକୁ ବୁଧବାର ଅସ୍ଥାୟୀ ଭାବରେ ସ୍ଥଗିତ ରଖିବାକୁ ମନା କରିଦେଇଛନ୍ତି…

ପୌର ପରିଷଦ ଅଧ୍ୟକ୍ଷା,ଉପାଧ୍ୟକ୍ଷଙ୍କୁ ଭାଜପାର ସ୍ବାଗତ

ଗୁଣପୁର,୨୨।୭(ସୁଜାତା ପାଢ଼ୀ)- ନିକଟରେ ଗୁଣପୁର ପୌର ପରିଷଦ ଅଧ୍ୟକ୍ଷା ମମତା ଗୌଡ଼ ଓ ଉପାଧ୍ୟକ୍ଷ ଶିବପ୍ରସାଦ ଗୌଡ଼ ତାଙ୍କ ସମର୍ଥକଙ୍କ ସହ ବିଧିବଦ୍ଧ ଭାବେ ଭାଜପାରେ ଯୋଗଦାନ…

ଦିଲ୍ଲୀରେ ୧୬ ମେଟ୍ରୋ ଷ୍ଟେଶନ ବନ୍ଦ, ସୂଚନା ଜାରି କରି ବିଭାଗ କହିଲା ଏହି…

ନୂଆଦିଲ୍ଲୀ,୨୨ା୭: ଦିଲ୍ଲୀରେ ୧୬ ମେଟ୍ରୋ ଷ୍ଟେଶନ ବନ୍ଦ। ମେଟ୍ରୋ ରେଳ ନିଗମ (DMRC) ସୂଚନା ଦେଇଛି ଯେ, ଜାତୀୟ ରାଜଧାନୀରେ ସୁରକ୍ଷା କାରଣରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ…

ସୋରିଷରେ ବିଶ୍ୱର କ୍ଷୁଦ୍ରତମ ରଥ ନିର୍ମାଣ କଲେ ପ୍ରତ୍ୟୁଷ

ଫୁଲବାଣୀ, ୨୨।୭(ରାକେଶ କୁମାର ରାଉତ):ସୋରିଷରେ ବିଶ୍ୱର ସବୁଠାରୁ କ୍ଷୁଦ୍ରତମ ରଥ ନିର୍ମାଣ ହୋଇଛି। ଏହା କରି ଦେଖାଇଛନ୍ତି କନ୍ଧମାଳ ଜିଲା ଫୁଲବାଣୀ ସହର ନଦୀଖଣ୍ଡିସାହିର ଯୁବଶିଳ୍ପୀ ଏନ.ପ୍ରତ୍ୟୁଷ…

ଗୋଟିଏ ରାତିରେ ଏକାଧିକ ସ୍ଥାନରେ ଚୋରି: ଅଞ୍ଚଳରେ ଖେଳିଗଲା ଆତଙ୍କ

ଦାରିଙ୍ଗବାଡି, ୨୨।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଗୋଟିଏ ରାତିରେ ଏକାଧିକ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଦାରିଙ୍ଗବାଡି ବଜାର ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri