ଏଲ୍‌ଏସିରେ ଫାଇବର ତାର ବିଛାଇଛି ଚାଇନା, ପେଣ୍ଟାଗନ୍‌ ରିପୋର୍ଟ…

ଓ୍ବାଶିଂଟନ,୪।୧୧: ଭାରତ ବିରୋଧରେ ଚାଇନା ଷଡଯନ୍ତ୍ର ଜାରି ରଖିଛି। ଗତ ବର୍ଷ ଉଭୟ ଦେଶ ମଧ୍ୟରେ ସୀମା ବିବାଦ ଯୋଗୁ ସଙ୍କଟ ଦେଖାଦେଇଥିଲା। ତେବେ ଏବେ ଚାଇନା ଏଲ୍‌ଏସିରେ ଉତ୍ତେଜନା ସୃଷ୍ଟି ପାଇଁ ଯୋଜନା କରିଛି। ଆମେରିକା ପ୍ରତିରକ୍ଷା ବିଭାଗ ପେଣ୍ଟାଗନ୍‌ ଦ୍ୱାରା ଜାରି ହୋଇଥିବ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି।

ରିପୋର୍ଟରୁ ଜଣାପଡିଛି ଯେ ଚାଇନା ଭାରତକୁ ସୀମା ବିବାଦରେ ବ୍ୟସ୍ତ ରଖି ଏଲ୍‌ଏସିରେ ନିଜର ଭିତ୍ତିଭୂମିକୁ ମଜବୁତ କରିବାରେ ଲାଗିଛି। ରିପୋର୍ଟରେ କୁହାଯାଇଛି ଯେ ସୀମା ବିବାଦ ସମୟରେ ପଶ୍ଚିମ ହିମାଳୟ ଅଞ୍ଚଳର ଦୁର୍ଗମ ଅଞ୍ଚଳରେ ଫାଇବର ଅପ୍ଟିକ ନେଟୱାର୍କର ସଦୃଢ଼ କରିବା ଲାଗି ତାର ବିଛାଇଛି।

ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ସମଗ୍ର ପୃଥିବୀ କରୋନା ମହାମାରୀ ସହିତ ଲଢୁଥିବା ବେଳେ ଚାଇନା ଲଏୁଚାଛପା ଭାବେ ଏଭଳି କାର୍ଯ୍ୟ କରିଛି। ଭାରତ ମଧ୍ୟରେ ସୀମା ବିବାଦ ଜାରି ରହିଥିବା ସମୟରେ ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ) ପାଶ୍ଚାତ୍ୟର ଦୁର୍ଗମ ଅଞ୍ଚଳରେ ଫାଇବର ଅପ୍ଟିକ କେବୁଲ ବିଛାଇଛି। ପେଣ୍ଟାଗନ୍‌ର‘ମିଲିଟାରୀ ଆଣ୍ଡ୍‌ ସିକ୍ୟୁରିଟି ଡେଭଲପ୍‌ମେଣ୍ଟ୍‌ ଇନଭଲଭିଂ ଦ ପିପୁଲ୍ସ୍‌ ରିପବ୍ଲିକ୍ସ୍‌ ଅଫ୍‌ ଚାଇନା’ ଶୀର୍ଷକ ରିପୋର୍ଟରେ ଏହା ପ୍ରକାଶିତ ହୋଇଛି।

ପେଣ୍ଟାଗନ ରିପୋର୍ଟରେ ଦର୍ଶାଯାଇଛି ଯେ କରୋନା ମହାମାରୀ, ଭାରତ ସହ ସୀମା ବିବାଦ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣା ସତ୍ତ୍ୱେ ଚାଇନା ଏଲ୍‌ଏସିରେ ସୈନ୍ୟ ବାହିନୀ ତାଲିମ ଏବଂ ଅସ୍ତ୍ରଶସ୍ତ୍ର ଠୁଳ କରିବା ଜାରି ରଖିଛିି। ସୀମାରେ ଥିବା ତିକ୍ତତାକୁ ଦୂର କରିବା ପାଇଁ କୂଟନୈତିକ ତଥା ସାମରିକ କଥାବାର୍ତ୍ତା କରାଯାଉଥିଲେ ମଧ୍ୟ ଚାଇନା ଏଲ୍‌ଏସିରେ ନିଜର ଦାବିକୁ ଦୃଢ଼ ଏବଂ ଏକ ପାଖିଆ କରିବା ପାଇଁ ରଣନୀତିକ ପଦକ୍ଷେପରୁ ଓହରୁ ନ ଥିବା ପେଣ୍ଟାଗନ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନର ବୟାନବାଜି: ‘ବଞ୍ଚିବା ପାଇଁ ଭାରତର ସାହାରା ନେବାକୁ ପଡୁଛି’, ଜାଣନ୍ତୁ କିଏ କହିଲେ ଏମିତି ଯାହା ହେଉଛି ଭାଇରାଲ

ଇସଲାମାବାଦ,୪।୯: ମୋହସିନ ନକଭି ପାକିସ୍ତାନ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ହେବା ପରଠାରୁ, ପାକିସ୍ତାନ କ୍ରିକେଟ ନିମ୍ନଗାମୀ ହୋଇ ପଡ଼ିଛି, ରାସ୍ତାରେ ଗମ୍ଭୀର ଅଭିଯୋଗର ସମ୍ମୁଖୀନ ହେଉଛି। ଦଳ…

ମଣିଷ ଭଳି ଭାବିବ AI! OpenAI ଲଞ୍ଚ କଲା GPT-6 Astra

ନୂଆଦିଲ୍ଲୀ,୪।୯: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ଆଉ ଏକ ବଡ଼ ପଦକ୍ଷେପ ନେଇଛି OpenAI । କମ୍ପାନୀ ନିଜର ନୂଆ AI ମଡେଲ୍ GPT-6 Astraର ରୋଲ୍‌ଆଉଟ୍ ଆରମ୍ଭ…

Vaibhav Sooryavanshi ଖେଳିବେ ନା ନାହିଁ? ନିଷ୍ପତ୍ତି ଗୌତମ ଗମ୍ଭୀରଙ୍କ ଉପରେ ନିର୍ଭର କରେ

ନୂଆଦିଲ୍ଲୀ,୪।୯: ଦକ୍ଷିଣ ଜୋନ ଏବଂ ପୂର୍ବ ଜୋନ ମଧ୍ୟରେ ଦୁଲୀପ ଟ୍ରଫି ଫାଇନାଲ ସେପ୍ଟେମ୍ବର 6 ରୁ ଚେନ୍ନାଇରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଏହି ମ୍ୟାଚରେ Vaibhav…

ମେଲୋନିଙ୍କୁ ଖାସ୍‌ ମେସେଜ୍‌ ପଠାଇଲେ ମୋଦି, କହିଲେ ଡିୟର…ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୪।୯: ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଏକ ନୂଆ ରାଜନୈତିକ ରେକର୍ଡ ସୃଷ୍ଟି କରିଛନ୍ତି। ଏହି ଉପଲବ୍ଧି ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେଲୋନିଙ୍କୁ ଅଭିନନ୍ଦନ…

ସିଏମ୍‌ କିଷାନ ମେଳାରେ ଚାଷୀଙ୍କ ବିକ୍ଷୋଭ: ଅତିଥି ଭାଷଣ ଦେବାବେଳେ…

ନୟାଗଡ଼,୪ା୯(ଲୋକନାଥ ମିଶ୍ର): ନୟାଗଡ଼ ବ୍ଲକରେ ଶୁକ୍ରବାର ଅନୁଷ୍ଠିତ ସିଏମ୍‌ କିଷାନ ମେଳାରେ ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ବାଇଁ, ଜିଲା ମୁଖ୍ୟ କୃଷି…

ଯୁବକଙ୍କୁ ମାରି କାଜୁଗଛରେ ଝୁଲାଇଦେଲେ, ଭୁବନେଶ୍ୱରରୁ ଗାଁକୁ ଫେରିବାବେଳେ…

ନୟାଗଡ଼,୪ା୯(ଲୋକନାଥ ମିଶ୍ର): ରଣପୁର ଥାନା ଦର୍ପନାରାୟଣପୁର ଫାଣ୍ଡି ଖତିଆ ଗୋପୀନାଥପୁର ରାସ୍ତାର ଏକ କାଜୁଗଛରେ ଜଣେ ଯୁବକଙ୍କୁ ହତ୍ୟା କରି ଝୁଲାଇ ଦିଆଯାଇଥିବା ଦେଖିବାକୁ ମିଳିଛି। ହତ୍ୟାର…

ପିଠି କୁଣ୍ଡାଇ ମାସକୁ ରୋଜଗାର ୧୪ ଲକ୍ଷ, ମାର୍କେଟରେ ମିଳୁଛି ଏମିତି ସୁବିଧା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବେଜିଂ, ୪।୯: ଚାଇନାର ଜଣେ ୩୨ ବର୍ଷୀୟ ଉଦ୍ୟୋଗୀ ଏକ ସାଧାରଣ ସମସ୍ୟାକୁ ଏକ ଅନନ୍ୟ ଏବଂ ସଫଳ ବ୍ୟବସାୟିକ ଧାରଣାରେ ପରିଣତ କରିଛନ୍ତି। ଲୋକମାନେ ଏବେ…

ଚାଷୀଙ୍କ ଖାତାକୁ ଗଲା ସିଏମ୍‌ କିଷାନ ଯୋଜନା ଟଙ୍କା, ଗଞ୍ଜାମର ଏତିକି ଚାଷୀ ପାଇଲେ…

ଛତ୍ରପୁର,୪ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ପବିତ୍ର ଜନ୍ମାଷ୍ଟମୀ ଅବସରରେ ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ରବି ଋତୁ ୨୦୨୬-୨୭ ପାଇଁ ‘ମୁଖ୍ୟମନ୍ତ୍ରୀ କିଷାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri