ଧନୀ ଦେଶରେ ବେସରକାରୀ ସ୍କୁଲ୍‌କୁ ଯାଆନ୍ତି କମ୍‌ ଛାତ୍ରୀଛାତ୍ର, କାରଣ ଜାଣିଲେ…

ଲଣ୍ଡନ, ଓ୍ବାଶିଂଟନ୍‌,୧୦।୬: ଆମ ଦେଶରେ ସରକାରୀ ସ୍କୁଲ୍‌ ଠାରୁ ବେସରକାରୀ ସ୍କୁଲ୍‌ରେ ଅଧ୍ୟୟନ କରୁଥିବା ଛାତ୍ରୀଛାତ୍ରଙ୍କ ସଂଖ୍ୟା ଅଧିକ। କିନ୍ତୁ ଏକ ଗବେଷଣାରୁ ଜଣାପଡିଛି କି, ଧନୀକ ଶ୍ରେଣୀର ବେସରକାରୀ ସ୍କୁଲ୍‌ରେ ଅଧ୍ୟୟନ ଛାତ୍ରୀଛାତ୍ରଙ୍କ ସଂଖ୍ୟା ବହୁତ୍‌ କମ୍‌। ସ୍କୁଲ୍‌ ଫି ଏବଂ ନାମଲେଖା ଫି ପାଇଁ ଏଠାରେ ବେସରକାରୀ ସ୍କୁଲ୍‌ରେ ଅଧ୍ୟୟନରତ ଛାତ୍ରଙ୍କ ସଂଖ୍ୟା କମିବାରେ ଲାଗିଛି। ୨୦୧୪ ରୁ ୨୦୨୨-୨୨ମଧ୍ୟରେ ଅକ୍ସଫୋର୍ଡ କିମ୍ବା କେମ୍ବ୍ରିଜ ପରି ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟରେ ଆଡମିଶନ କରୁଥିବା ଛାତ୍ରୀଛାତ୍ରଙ୍କ ସଂଖ୍ୟା ଅଧାରୁ ଆହୁରି କମ୍‌ ହୋଇଯାଇଛି।
ଆର୍ଥିକ ସହଯୋଗ ଏବଂ ବିକାଶ ସଂଗଠନ(ଓଇସିଡି) ଯାହା ଧନୀକ ଶ୍ରେଣୀର ୩୦ସଦସ୍ୟ ଦେଶମାନଙ୍କୁ ନେଇ ଗଠିତ। ଏକ ସର୍ଭେ ଅନୁଯାୟୀ ୨୦୦୦ମସିହାରେ ଏହି ସ୍କୁଲ୍‌ର ଛାତ୍ରମାନଙ୍କର ସଂଖ୍ୟା ମୂଳ ସଂଖ୍ୟାରୁ ୮ଶତକଡା ହ୍ରାସ ପାଇଛି। ଯାହା ୨୦୧୮ରୁ ଆହୁରି କମି ୫ଶତକଡା ହୋଇ ଯାଇଛି।

ବ୍ରିଟେନରେ ୬.୫% ଛାତ୍ର ଘରୋଇ ବିଦ୍ୟାଳୟରେ ଅଧ୍ୟୟନ କରୁଥିବାବେଳେ ଆମେରିକାର ୯% ପିଲା ଅଧ୍ୟୟନ କରିଥା’ନ୍ତି। ବ୍ରିଟେନର ଏକ ଘରୋଇ ବିଦ୍ୟାଳୟରେ ପିଲାଙ୍କ ବାର୍ଷିକ ପାଠପଢା ଖର୍ଚ୍ଚ ୧୬ଲକ୍ଷ ଟଙ୍କାରୁ ଅଧିକ। ଯାହା ଏକ ମଧ୍ୟବିତ୍ତ ପରିବାର ଏହି ଖର୍ଚ୍ଚ ଉଠାଇବା କାଠିକର ପାଠ ହୋଇଥାଏ। ଆମେରିକାର ମହଙ୍ଗା ସ୍କୁଲ୍‌ ମାନଙ୍କରେ ବାର୍ଷିକ ପାଠପଢା ଖର୍ଚ୍ଚ ପ୍ରାୟ ୨୩ ଲକ୍ଷ ଟଙ୍କା। ୨୦୧୫ରେ ହୋଇଥିବା ଏକ ଅଧ୍ୟୟନ ଅନୁଯାୟୀ, ବ୍ରିଟେନ୍‌ରେ ଘରୋଇ ବିଦ୍ୟାଳୟରେ ପାଠ ପଢାଉଥିବା ୨୫ ବର୍ଷୀୟ ଶିକ୍ଷକଙ୍କ ଆୟ ଶ୍ରମିକଙ୍କ ତୁଳନାରେ ୧୭% ଅଧିକ। ୪୨ବର୍ଷରେ ସେମାନେ ପ୍ରାୟ ୨୧% ରୋଜକାର କରି ସାରିଥା’ନ୍ତି।

ବ୍ରିଟେନ୍‌ ବିଶ୍ୱବିଦ୍ୟାଳୟମାନଙ୍କରେ ବିଦେଶୀ ଛାତ୍ରୀଛାତ୍ରଙ୍କ ଠାରୁ ଅଧିକ ଅର୍ଥ ଆଦାୟ କରାଯାଏ। କିନ୍ତୁ ଆମେରିକାର ଶୀର୍ଷ ବିଶ୍ୱବିଦ୍ୟାଳୟମାନଙ୍କରେ ଗରିବ ଛାତ୍ରଙ୍କ ଠାରୁ ବହୁତ କମ ଫି ଆଦାୟ କରାଯାଏ। ଏହି କାରଣରୁ ଦକ୍ଷ ଛାତ୍ରୀଛାତ୍ରମାନେ ଭଲ କଲେଜରେ ପଢିବାର ସୁଯୋଗ ପାଇଥା’ନ୍ତି।

 

Share