କମୁଛନ୍ତି ମାଟ୍ରିକ୍‌ ପରୀକ୍ଷାର୍ଥୀ

ବରଗଡ଼ ଅଫିସ୍‌,୭।୩: ମାଧ୍ୟମିକ ଶିକ୍ଷା ପରିଷଦ (ବିଏସ୍‌ଇ) ପରିଚାଳିତ ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷା (ଏଚ୍‌ଏସ୍‌ସି) ତଥା ମାଟ୍ରିକ ପରୀକ୍ଷା ଆସନ୍ତା ୧୦ତାରିଖରୁ ଆରମ୍ଭ ହେବ। ଏହା ୨୦ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ବରଗଡ଼ ଜିଲାରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି। ଏଥର ଜିଲାରେ ସମୁଦାୟ ୧୭ହଜାର ୮୮୭ ମାଟ୍ରିକ ପରୀକ୍ଷାର୍ଥୀ ଅଛନ୍ତି। ସେମାନଙ୍କ ମଧ୍ୟରେ ୧୭ହଜାର ୬ଶହ ରେଗୁଲାର, ୫୧ ରେଗୁଲାର, ୧୩୭ ମଧ୍ୟମା ଏବଂ ୯୯ଜଣ ଏସ୍‌ଆଇଓଏସ୍‌ ପରୀକ୍ଷାର୍ଥୀ ରହିଛନ୍ତି। ପରୀକ୍ଷାର୍ଥୀଙ୍କ ପାଇଁ ମୋଟ୍‌ ୯୭ ପରୀକ୍ଷା କେନ୍ଦ୍ର ରହିଛି। ସେଥିରୁ ଏଚ୍‌ଏସ୍‌ସି ପରୀକ୍ଷାର୍ଥୀଙ୍କ ପାଇଁ ୯୩, ମଧ୍ୟମା ପାଇଁ ୩ ଏବଂ ଏସ୍‌ଆଇଓଏସ୍‌ ପରୀକ୍ଷାର୍ଥୀଙ୍କ ପାଇଁ ଗୋଟିଏ ପରୀକ୍ଷା କେନ୍ଦ୍ର ରହିଛି ।
ବିଗତ ବର୍ଷକୁ ଅନୁଧ୍ୟାନ କଲେ ଜିଲାରେ ମାଟ୍ରିକ ପରୀକ୍ଷାର୍ଥୀଙ୍କ ସଂଖ୍ୟା ହ୍ରାସ ପାଉଥିବା ଜଣାପଡ଼ିଛି। ୨୦୧୮ରେ ଜିଲାରେ ୧୮ହଜାର ୮୨୪ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରେ ୧୮ହଜାର ୨୩୧ଜଣ ରେଗୁଲାର ଓ ଏକ୍ସ ରେଗୁଲାର, ୧୧୩ଜଣ ମଧ୍ୟମା ଏବଂ ୪୮୦ଜଣ ଏସ୍‌ଆଇଓଏସ୍‌ ପରୀକ୍ଷାର୍ଥୀ ଥିଲେ। ୨୦୧୯ରେ ଏହି ସଂଖ୍ୟା ୧୮ହଜାର ୫୧୩କୁ ଖସିଥିଲା। ସେତେବେଳେ ୧୮ହଜାର ୮୫ଜଣ ରେଗୁଲାର ଓ ଏକ୍ସ ରେଗୁଲାର, ୧୨୫ଜଣ ମଧ୍ୟମା, ୩୦୩ଜଣ ଏସ୍‌ଆଇଓଏସ୍‌ ପରୀକ୍ଷାର୍ଥୀ ଥିଲେ। ୨୦୨୦ ବେଳକୁ ଏଠାରେ ସଂଖ୍ୟା ୧୭ହଜାର ୩୯୫କୁ ଖସିଥିଲା। ଏହି ସମୟରେ ୧୬ହଜାର ୮୮୮ଜଣ ରେଗୁଲାର ଓ ଏକ୍ସରେଗୁଲାର, ୧୨୫ଜଣ ମଧ୍ୟମା ଏବଂ ୩୮୨ଜଣ ଏସ୍‌ଆଇଓଏସ୍‌ ପରୀକ୍ଷାର୍ଥୀ ଥିଲେ। ୨୦୨୧ରେ ପରୀକ୍ଷାର୍ଥୀଙ୍କ ସଂଖ୍ୟା ପୁଣି ବଢ଼ିଥିଲା ଏବଂ ଏହା ୨୦ହଜାର ୫୭୫ରେ ପହଞ୍ଚତ୍ଥିଲା। ରେଗୁଲାର, ଏକ୍ସ ରେଗୁଲାର ପରୀକ୍ଷାର୍ଥୀଙ୍କ ସଂଖ୍ୟା ବୃଦ୍ଧି ପାଇ ୨୦ହଜାର ୯୦କୁ ଛୁଇଁଥିବାବେଳେ ୧୩୯ ମଧ୍ୟମା ଏବଂ ୩୪୬ ମଧ୍ୟମା ଏସ୍‌ଆଇଓଏସ୍‌ ପରୀକ୍ଷାର୍ଥୀ ରହିଥିଲେ। କିନ୍ତୁ ୨୦୨୨ରୁ ଜିଲାରେ ପୁଣି ମାଟ୍ରିକ ପରୀକ୍ଷାର୍ଥୀଙ୍କ ସଂଖ୍ୟା ହ୍ରାସ ପାଇଛି। ୨୦୨୨ରେ ଜିଲାରେ ୨୦ହଜାର ୨୫୫ଜଣ ମାଟ୍ରିକ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୯ହଜାର ୬୯୦ଜଣ ରେଗୁଲାର୍‌, ଏକ୍ସ ରେଗୁଲାର, ୧୪୫ଜଣ ମଧ୍ୟମା ଏବଂ ୪୨୦ଜଣ ଏସ୍‌ଆଇଓଏସ୍‌ ପରୀକ୍ଷାର୍ଥୀ ରହିଥିଲେ । ୨୦୨୩ ତଥା ଚଳିତବଷ ଏହା ୧୭ହଜାର ୮୮୭କୁ ଖସିଛି।
ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ମାଟ୍ରିକ ପରୀକ୍ଷାରେ ପରୀକ୍ଷାର୍ଥୀଙ୍କ ସଂଖ୍ୟା ଏଭଳି ହ୍ରାସ ପାଇବାରେ ଲାଗିଛି। ଅଭିଭାବକମାନେ ଘରୋଇ ସ୍କୁଲ ପ୍ରତି ଆଗ୍ରହ ପ୍ରକାଶ କରି ସେଠାରେ ନିଜ ଝିଅପୁଅଙ୍କୁ ପଢ଼ାଇବାକୁ ପଠାଉଥିବା ଯୋଗୁ ଏଭଳି ସ୍ଥିତି ଉପୁଜିଥିବା ଆଲୋଚନା ହେଉଛି। ତେବେ ରାଜ୍ୟ ସରକାର ଜିଲାର ଅନେକ ହାଇସ୍କୁଲକୁ ୫-ଟି ରୂପାନ୍ତରୀକରଣ କରୁଥିବା ସତ୍ତ୍ବେ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ହାଇସ୍କୁଲରେ ମାଟ୍ରିକ ପରୀକ୍ଷାର୍ଥୀଙ୍କ ସଂଖ୍ୟା ହ୍ରାସ ପାଇବା ଏବେ ଚର୍ଚ୍ଚାର ବିଷୟ ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ଇଙ୍ଗିତରେ ନାଚୁଛି ବାଂଲାଦେଶ: ଭାରତୀୟ ରାଷ୍ଟ୍ରଦୂତଙ୍କ ଆଗରେ କଲା ଏମିତି କାମ

ଶ୍ରୀନଗର,୭।୭:ଜମ୍ମୁ ଓ କଶ୍ମୀର ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଏହା ସତ୍ତ୍ୱେ ଅନେକ କ୍ଷେତ୍ରରେ କଶ୍ମୀରକୁ ଭାରତଠାରୁ ପୃଥକ ଭାବରେ ଦର୍ଶାଯାଇଛି। ବାଂଲାଦେଶରେ ଏପରି ଏକ ଘଟଣା…

ବିବାଦରେ ମୈଥିଲୀ ଠାକୁର: ଯୁବକଙ୍କୁ ଧମକ, ଗାଳିଗୁଲଜ କରିବା ନେଇ ଆସିଲା ଅଭିଯୋଗ, ଜାଣନ୍ତୁ କାହିଁକି ରାଗିଲେ ବିଧାୟିକା?

ନୂଆଦିଲ୍ଲୀ, ୭।୭: ବିହାରର ଦରଭଙ୍ଗା ଜିଲା ଅଲୀନଗର ଆସନର ଭାଜପା ବିଧାୟିକା ତଥା ପ୍ରସିଦ୍ଧ ଗାୟିକା ମୈଥିଲୀ ଠାକୁର ଏବେ ଏକ ବଡ଼ ବିବାଦରେ ଛନ୍ଦି ହୋଇପଡ଼ିଛନ୍ତି।…

ପୁରୀ-କୋରାପୁଟ ସ୍ପେସିଆଲ୍‌ ଟ୍ରେନକୁ କେସିଙ୍ଗାରେ ସ୍ବାଗତ: ରହଣି ସମୟ ପରିବର୍ତ୍ତନ ପାଇଁ ଦାବି

କେସିଙ୍ଗା, ୭।୭( ତୁମେଶ୍ୱର ସାହୁ): ଶ୍ରୀକ୍ଷେତ୍ର ପୁରୀ-ଶାବର କ୍ଷେତ୍ର କୋରାପୁଟ ସ୍ପେସିଆଲ୍‌ ଏକ୍ସପ୍ରେସ ଟ୍ରେନ (ନଂ .୧୮୪୦୮)କୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ଓ ମୁଖ୍ୟମନ୍ତ୍ରୀ ମୋହନ…

ସଞ୍ଜୁ ସାମସନଙ୍କୁ ଦଳରୁ ବାଦ୍‌ ଦେବା ଉପରେ BCCIର ବଡ଼ ବୟାନ, ସାମ୍ନାକୁ ଆସିଲା ଚମକାଇ ଦେଲା ଭଳି କାରଣ!

ନୂଆଦିଲ୍ଲୀ, ୭।୭: BCCI ନିକଟରେ ଜିମ୍ବାୱେ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରିଛି। ତେବେ ଏହି ଦଳରେ ସଞ୍ଜୁ ସାମସନଙ୍କ ନାମ ନଥିବାରୁ…

ଏହି କାରଣରୁ ହୋଇଛି ବିଉଟି ମହାନ୍ତିଙ୍କ ମୃତ୍ୟୁ, ଆସିଲା ଚାଉଳିଆଗଞ୍ଜ ଥାନା IICଙ୍କ ପୋଷ୍ଟମର୍ଟମ ରିପୋର୍ଟ

କଟକ,୭।୭: ଚାଉଳିଆଗଞ୍ଜ ଥାନା IIC ବିଉଟି ମହାନ୍ତିଙ୍କ ଆସିଲା ପୋଷ୍ଟମର୍ଟମ ରିପୋର୍ଟ । ତେବେ ଶ୍ବାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଥିବା ନେଇ ରିପୋର୍ଟରେ ଉଲ୍ଲେଖ କରାଯାଇଛି…

PF ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର! ଖାତାକୁ ଆସିବ ୮.୨୫% ସୁଧ, ଘରେ ବସି ଏମିତି ଚେକ୍‌ କରନ୍ତୁ ବାଲାନ୍ସ

ନୂଆଦିଲ୍ଲୀ, ୭।୭: ଯଦି ଆପଣଙ୍କର ମଧ୍ୟ EPFରେ ପଇସା ଜମା ହେଉଛି, ତେବେ ଆପଣଙ୍କ ପାଇଁ ବଡ଼ ଖୁସି ଖବର। EPFO ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ…

୭୭ ବନ ମହୋତ୍ସବ ପାଳିତ:ବିଭିନ୍ନ କିସମର ବୃକ୍ଷରୋପଣ

କର୍ଲାମୁଣ୍ଡା,୭।୭(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କୁଶୁର୍ଲା ଅମର ଯୁକ୍ତତିନି ମହାବିଦ୍ୟାଳୟ ଓ କେସିଙ୍ଗା ବନ ବିଭଗ ମିଳିତ ଉଦ୍ୟମରେ ମହାବିଦ୍ୟାଳୟ ପରିସରରେ ସୋମବାର ୭୭ତମ…

ବିଳମ୍ବିତ ରାତିରେ ରାସ୍ତାରୁ ଖସିଗଲା ବାଇକ୍, ଯୁବକଙ୍କ ଉପରେ ପଡ଼ିଗଲା…

କେନ୍ଦ୍ରାପଡ଼ା,୭।୭(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ କଜଳା ରାସ୍ତାରେ ସୋମବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ଜଣେ ଅଚିହ୍ନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri