କମୁଛନ୍ତି ମାଟ୍ରିକ୍‌ ପରୀକ୍ଷାର୍ଥୀ

ବରଗଡ଼ ଅଫିସ୍‌,୭।୩: ମାଧ୍ୟମିକ ଶିକ୍ଷା ପରିଷଦ (ବିଏସ୍‌ଇ) ପରିଚାଳିତ ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷା (ଏଚ୍‌ଏସ୍‌ସି) ତଥା ମାଟ୍ରିକ ପରୀକ୍ଷା ଆସନ୍ତା ୧୦ତାରିଖରୁ ଆରମ୍ଭ ହେବ। ଏହା ୨୦ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ବରଗଡ଼ ଜିଲାରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି। ଏଥର ଜିଲାରେ ସମୁଦାୟ ୧୭ହଜାର ୮୮୭ ମାଟ୍ରିକ ପରୀକ୍ଷାର୍ଥୀ ଅଛନ୍ତି। ସେମାନଙ୍କ ମଧ୍ୟରେ ୧୭ହଜାର ୬ଶହ ରେଗୁଲାର, ୫୧ ରେଗୁଲାର, ୧୩୭ ମଧ୍ୟମା ଏବଂ ୯୯ଜଣ ଏସ୍‌ଆଇଓଏସ୍‌ ପରୀକ୍ଷାର୍ଥୀ ରହିଛନ୍ତି। ପରୀକ୍ଷାର୍ଥୀଙ୍କ ପାଇଁ ମୋଟ୍‌ ୯୭ ପରୀକ୍ଷା କେନ୍ଦ୍ର ରହିଛି। ସେଥିରୁ ଏଚ୍‌ଏସ୍‌ସି ପରୀକ୍ଷାର୍ଥୀଙ୍କ ପାଇଁ ୯୩, ମଧ୍ୟମା ପାଇଁ ୩ ଏବଂ ଏସ୍‌ଆଇଓଏସ୍‌ ପରୀକ୍ଷାର୍ଥୀଙ୍କ ପାଇଁ ଗୋଟିଏ ପରୀକ୍ଷା କେନ୍ଦ୍ର ରହିଛି ।
ବିଗତ ବର୍ଷକୁ ଅନୁଧ୍ୟାନ କଲେ ଜିଲାରେ ମାଟ୍ରିକ ପରୀକ୍ଷାର୍ଥୀଙ୍କ ସଂଖ୍ୟା ହ୍ରାସ ପାଉଥିବା ଜଣାପଡ଼ିଛି। ୨୦୧୮ରେ ଜିଲାରେ ୧୮ହଜାର ୮୨୪ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରେ ୧୮ହଜାର ୨୩୧ଜଣ ରେଗୁଲାର ଓ ଏକ୍ସ ରେଗୁଲାର, ୧୧୩ଜଣ ମଧ୍ୟମା ଏବଂ ୪୮୦ଜଣ ଏସ୍‌ଆଇଓଏସ୍‌ ପରୀକ୍ଷାର୍ଥୀ ଥିଲେ। ୨୦୧୯ରେ ଏହି ସଂଖ୍ୟା ୧୮ହଜାର ୫୧୩କୁ ଖସିଥିଲା। ସେତେବେଳେ ୧୮ହଜାର ୮୫ଜଣ ରେଗୁଲାର ଓ ଏକ୍ସ ରେଗୁଲାର, ୧୨୫ଜଣ ମଧ୍ୟମା, ୩୦୩ଜଣ ଏସ୍‌ଆଇଓଏସ୍‌ ପରୀକ୍ଷାର୍ଥୀ ଥିଲେ। ୨୦୨୦ ବେଳକୁ ଏଠାରେ ସଂଖ୍ୟା ୧୭ହଜାର ୩୯୫କୁ ଖସିଥିଲା। ଏହି ସମୟରେ ୧୬ହଜାର ୮୮୮ଜଣ ରେଗୁଲାର ଓ ଏକ୍ସରେଗୁଲାର, ୧୨୫ଜଣ ମଧ୍ୟମା ଏବଂ ୩୮୨ଜଣ ଏସ୍‌ଆଇଓଏସ୍‌ ପରୀକ୍ଷାର୍ଥୀ ଥିଲେ। ୨୦୨୧ରେ ପରୀକ୍ଷାର୍ଥୀଙ୍କ ସଂଖ୍ୟା ପୁଣି ବଢ଼ିଥିଲା ଏବଂ ଏହା ୨୦ହଜାର ୫୭୫ରେ ପହଞ୍ଚତ୍ଥିଲା। ରେଗୁଲାର, ଏକ୍ସ ରେଗୁଲାର ପରୀକ୍ଷାର୍ଥୀଙ୍କ ସଂଖ୍ୟା ବୃଦ୍ଧି ପାଇ ୨୦ହଜାର ୯୦କୁ ଛୁଇଁଥିବାବେଳେ ୧୩୯ ମଧ୍ୟମା ଏବଂ ୩୪୬ ମଧ୍ୟମା ଏସ୍‌ଆଇଓଏସ୍‌ ପରୀକ୍ଷାର୍ଥୀ ରହିଥିଲେ। କିନ୍ତୁ ୨୦୨୨ରୁ ଜିଲାରେ ପୁଣି ମାଟ୍ରିକ ପରୀକ୍ଷାର୍ଥୀଙ୍କ ସଂଖ୍ୟା ହ୍ରାସ ପାଇଛି। ୨୦୨୨ରେ ଜିଲାରେ ୨୦ହଜାର ୨୫୫ଜଣ ମାଟ୍ରିକ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୯ହଜାର ୬୯୦ଜଣ ରେଗୁଲାର୍‌, ଏକ୍ସ ରେଗୁଲାର, ୧୪୫ଜଣ ମଧ୍ୟମା ଏବଂ ୪୨୦ଜଣ ଏସ୍‌ଆଇଓଏସ୍‌ ପରୀକ୍ଷାର୍ଥୀ ରହିଥିଲେ । ୨୦୨୩ ତଥା ଚଳିତବଷ ଏହା ୧୭ହଜାର ୮୮୭କୁ ଖସିଛି।
ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ମାଟ୍ରିକ ପରୀକ୍ଷାରେ ପରୀକ୍ଷାର୍ଥୀଙ୍କ ସଂଖ୍ୟା ଏଭଳି ହ୍ରାସ ପାଇବାରେ ଲାଗିଛି। ଅଭିଭାବକମାନେ ଘରୋଇ ସ୍କୁଲ ପ୍ରତି ଆଗ୍ରହ ପ୍ରକାଶ କରି ସେଠାରେ ନିଜ ଝିଅପୁଅଙ୍କୁ ପଢ଼ାଇବାକୁ ପଠାଉଥିବା ଯୋଗୁ ଏଭଳି ସ୍ଥିତି ଉପୁଜିଥିବା ଆଲୋଚନା ହେଉଛି। ତେବେ ରାଜ୍ୟ ସରକାର ଜିଲାର ଅନେକ ହାଇସ୍କୁଲକୁ ୫-ଟି ରୂପାନ୍ତରୀକରଣ କରୁଥିବା ସତ୍ତ୍ବେ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ହାଇସ୍କୁଲରେ ମାଟ୍ରିକ ପରୀକ୍ଷାର୍ଥୀଙ୍କ ସଂଖ୍ୟା ହ୍ରାସ ପାଇବା ଏବେ ଚର୍ଚ୍ଚାର ବିଷୟ ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କ ସହ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ସାଇନା

ପୁରୀ,୨୬ା୪(ଅଜିତ୍‌ ମହାନ୍ତି):ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ତାରକା ସାଇନା ନେହ୍ବାଲ୍‌ ଗୁରୁବାର ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସାଇନା ଭୁବନେଶ୍ୱରରେ ପହଞ୍ଚିବା ପରେ ଓଡ଼ିଶା ବ୍ୟାଡ୍‌ମିଣ୍ଟନ ଫେଡେରେଶନର...

କଳାହାଣ୍ଡି: ଦାଦନ ଘରେ ତାଲା

ଭବାନୀପାଟଣା,୨୬ା୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଏବେ ଦାଦନ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। କାମ ଅନ୍ବେଷଣରେ ପ୍ରତିବର୍ଷ ଏଠାରୁ ବହୁସଂଖ୍ୟାରେ ଲୋକ ଦାଦନ...

ବାଲି ଚୋରାଚାଲାଣ ବଢୁଛି

ରଘୁନାଥପୁର,୨୬।୪(ରାଜେନ୍ଦ୍ର ନାରାୟଣ ସିଂହ): ବାଲି ସୈରାତଗୁଡ଼ିକର ନିଲାମରେ ସ୍ବଚ୍ଛତା ଆଣିବା ପାଇଁ ସରକାର ଏବେ ଏହି ପ୍ରକ୍ରିୟାକୁ ତହସିଲ ଅଧୀନରୁ କାଢ଼ିନେଇ ଖଣି ବିଭାଗକୁ ହସ୍ତାନ୍ତର...

ଏକାଠି ଶୋଭାଯାତ୍ରାରେ ଯିବେ ପ୍ରଶାନ୍ତ, ଚିରଞ୍ଜୀବ

ଜଗତ୍‌ସିଂହପୁର,୨୬ା୪(ପ୍ରମୋଦ କୁମାର ନାୟକ): ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡି ବିଜେଡିରେ ମିଶିଲା ପରେ ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୈତିକ ପରିବେଶ ବଦଳିବାରେ ଲାଗିଛି। ଦଳ ପ୍ରଶାନ୍ତ...

ପ୍ରବାସୀ ଶ୍ରମିକଙ୍କ ଉପରେ ନେତାଙ୍କ ଆଖି

କେନ୍ଦ୍ରାପଡ଼ା,୨୬ା୪ (ଜଗନ୍ନାଥ ଧଳ): ଦାଦନ ସମସ୍ୟାରେ ପୀଡିତ କେନ୍ଦ୍ରାପଡ଼ା ଜିଲାର ଶ୍ରମିକଙ୍କ ଉପରେ ଚଳିତ ସାଧାରଣ ନିର୍ବାଚନର ପ୍ରର୍ଥୀଙ୍କ ଆଖିପଡିଛି। ଏଥିପାଇଁ ପରିବାର ଓ ଦଳୀୟ...

ମାପଚୁପ ରିପୋର୍ଟ ଦାଖଲରେ ବିଳମ୍ବ

ଯାଜପୁର,୨୬ା୪(ହର୍ଷବର୍ଦ୍ଧନ ବେହେରା): ଶିଳ୍ପାୟନ ନାମରେ ଯାଜପୁର ଜିଲାରେ ଶିଳ୍ପସଂସ୍ଥାଙ୍କ ମନମାନି ବଢିବାରେ ଲାଗିଛି। କାରଖାନା ପ୍ରତିଷ୍ଠା ପାଇଁ ଶିଳ୍ପପତିମାନେ ଭୂଅର୍ଜନ ସକାଶେ ଇଡ୍‌କୋ ଜରିଆରେ ଦରଖାସ୍ତ...

ଜାରକା ବସ୍‌ଷ୍ଟାଣ୍ଡରେ ନାହିଁ ବିଶ୍ରାମାଗାର

କାଏମା,୨୬ା୪(ଶିବପ୍ରସାଦ ମହାନ୍ତି): ଜାରକା ବସ୍‌ଷ୍ଟାଣ୍ଡରେ ଯାତ୍ରୀ ବିଶ୍ରାମଗୋର ନିର୍ମାଣ ହୋଇ ପାରୁନାହିଁ। ଫଳରେ ଯାତ୍ରୀମାନେ ଖରାରେ ଆଉଟୁପାଉଟୁ ହେଉଛନ୍ତି। ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଯୋଗୁ ଘରଠୁ...

ଅସନ୍ତୁଷ୍ଟଙ୍କ ପାଇଁ ବଢୁଛି ଅଡୁଆ

ବୈଶିଙ୍ଗା,୨୬ା୪(ରତନ ଦାଶ):ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ମୟୂରଭଞ୍ଜ ଜିଲା ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସବୁଦିନ କିଛି ନୂଆ କଥା ଦେଖିବାକୁ ମିଳୁଛି। ପ୍ରମୁଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri