ଉତ୍ସବମୁଖର ସହରୀ ସକାଳ

ଭୁବନେଶ୍ୱର, ୧୬।୧ (ବ୍ୟୁରୋ):ରାଜଧାନୀରେ ରବିବାର ଶୀତୁଆ ସକାଳକୁ ସତେଜ କରିଥିଲା ‘ପଥ ଉତ୍ସବ’। ପିଲାଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ନାଚ, ଗୀତ ସାଙ୍ଗକୁ ମନୋରଞ୍ଜନର ଭରପୂର ମଜା ଉଠାଇଥିଲେ। ଏଥର ପଥ ଉତ୍ସବ ପୁରୁଣା ଭୁବନେଶ୍ୱର ରଥରୋଡ୍‌ରେ ଅନୁଷ୍ଠିତ ହୋଇଥିଲା। ସକାଳ ୬ଟା ୩୦ରୁ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଝୋଟି, ମୁରୁଜରେ ରାସ୍ତାଗୁଡିକ ଶୋଭା ପାଉଥିବାବେଳେ କୁନି କୁନି ପିଲାମାନେ ନିଜ ତୁଳୀରେ ବିଭିନ୍ନ ଚିତ୍ର ଆଙ୍କିଥିଲେ। ପ୍ରଥମକରି ପଥ ଉତ୍ସବରେ ଖାଦ୍ୟର ପସରା ମେଲିଥିଲା। ମିଲେଟ୍‌ ମିଟ୍‌ରୁ ପ୍ରସ୍ତୁତ ପିଠା ସହିତ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରି ଷ୍ଟଲ ଖୋଲା ଯାଇଥିଲା। ଏଥିସହ ଜୁମ୍ବା ନୃତ୍ୟରେ ଝୁମିଥିଲେ ଦର୍ଶକ। ବିଭିନ୍ନ ଗୀତର ତାଳେ ତାଳେ ଯୁବପିଢି ନୃତ୍ୟ ପରିବେଷଣ କରିଥିଲେ। ଆଖପାଖ ଘରର ଛାତ ଉପରେ ରହି ଲୋକମାନେ ଉତ୍ସବର ମଜା ଉଠାଇଥିଲେ। ଓଡ଼ିଶୀରେ ‘ଅୟିଗିରି ନନ୍ଦୀନୀ’ଠାରୁ ଆରମ୍ଭ କରି ‘ପରଦେଶିଆ ରଜା’, ‘ଜେଡା ନସା’ ଭଳି ବିଭିନ୍ନ ଗୀତ ସାଙ୍ଗକୁ ନୃତ୍ୟରେ ପ୍ରକମ୍ପିତ ହୋଇଥିଲା ପୂରା ପରିବେଶ। ସେହିପରି ବିଏମ୍‌ସି ପକ୍ଷରୁ ଡେଙ୍ଗୁ ରୋଗ ନେଇ ସଚେତନ କରିବା ସହ ଓଦା ଶୁଖିଲା ଅଳିଆକୁ ଅଲଗା ଅଲଗା କରି ସଫେଇବାଲାଙ୍କୁ ଦେବା ପାଇଁ ସଚେତନତା ବାର୍ତ୍ତା ଦିଆଯାଇଥିଲା।
ଭିନ୍ନକ୍ଷମ ଓ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର, କମିଶନର ବିଜୟ ଅମୃତା କୁଲାଙ୍ଗେ, ଅତିରିକ୍ତ କମିଶନର ଓ କର୍ପୋରେଟରମାନେ ଉପସ୍ଥିତ ଥିଲେ।
ଆକର୍ଷଣ ସାଜିଲା କାନ୍ତାରା ବେଶ
କନ୍ନଡ ଚଳଚ୍ଚିତ୍ର ‘କାନ୍ତାରା’ରୁ ପ୍ରୋତ୍ସାହିତ ହୋଇ ଜଣେ ବ୍ୟକ୍ତି ନିଜକୁ କାନ୍ତାରା ବେଶରେ ସଜାଇ ଲୋକଙ୍କୁ ଆମୋଦିତ କରିଥିଲେ। ଲୋକମାନେ ମଧ୍ୟ ତାଙ୍କ ସହ ସେଲ୍‌ଫି ଉଠାଇବା ସହ ନୃତ୍ୟ ପରିବେଷଣ କରିଥିଲେ। ତାଙ୍କର କଳା, ଅଙ୍ଗଭଙ୍ଗୀ ଲୋକଙ୍କୁ ଆକୃଷ୍ଟ କରିଥିଲା।

ଦେବଦେବୀ ରୂପରେ କୁନିକୁନି ପିଲା

ହେଲ୍ପମେଟ୍‌ ପକ୍ଷରୁ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ନେଇ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରାଯାଇଥିଲା। ପିଲାମାନେ ବିଭିନ୍ନ ଦେବଦେବୀଙ୍କ ବେଶ ହୋଇ ହାତରେ ହକି ଷ୍ଟିକ୍‌ ଧରି ଉତ୍ସବରେ ପଦଯାତ୍ରା କରିଥିଲେ। ଏଥିସହ ହକି ବିଶ୍ୱକପ୍‌ରେ ଭାରତର ବିଜୟ ପାଇଁ ଶୁଭେଚ୍ଛା ଜଣାଇଥିଲେ। ଅନୁଷ୍ଠାନର ସମ୍ପାଦିକା ନିବେଦିତା ଭଞ୍ଜ କହିଛନ୍ତି, ଭାରତୀୟ ଖେଳାଳିଙ୍କ ପରିଶ୍ରମ, ଚେଷ୍ଟା, ସଂକଳ୍ପ ଏବଂ ଆତ୍ମବିଶ୍ୱାସ ପାଇଁ ବିଶ୍ୱକପ୍‌ ଜିତିବାରେ ସଫଳ ହେବ। ହକି ଲାଗି ଲୋକଙ୍କୁ ଉତ୍ସାହିତ କରିବା ପାଇଁ ଏହା ଏକ ଭିନ୍ନ ପ୍ରୟାସ।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ, ବଗିଚା ଭିତରୁ ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର

ଦେବଗଡ,୧୭।୨(ଶଶାଙ୍କ ଶେଖର ଝାଙ୍କର): ତିଲେଇବଣି ବ୍ଲକ ତଥା ଦେବଗଡ ଥାନା ଅନ୍ତର୍ଗତ ଟାଇଁସର ସ୍ଥିତ ଏକ ବଗିଚା ଭିତରୁ ମୁର୍ମୁଷୁ ଅବସ୍ଥାରେ ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇଛି…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ପରବର୍ତ୍ତୀ ରାଜନୀତିକୁ ନେଇ ମୁହଁ ଖୋଲିଲେ ଅରବିନ୍ଦ ମହାପାତ୍ର, ବିଧାନସଭାରେ ଯଦି…

ଭୁବନେଶ୍ବର,୧୬।୨: ବିଜେଡିରୁ ନିଲମ୍ବନ ପରଠାରୁ ଚର୍ଚ୍ଚାରେ ରହିଛନ୍ତି ଅରବିନ୍ଦ ମହାପାତ୍ର । ନିଲମ୍ବନ ଓ ପରବର୍ତ୍ତୀ ରାଜନୀତିକୁ ନେଇ ଆଜି ସେ ମୁହଁ ଖୋଲିଛନ୍ତି । ନବୀନ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର

ସମ୍ବଲପୁର,୧୬।୨(ପ୍ରମୋଦ ବହିଦାର): ସମ୍ବଲପୁରର ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର । ସୋମବାର ସକାଳେ ତାଙ୍କୁ ଠିକ୍ ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri