ଦୋଳ ପାଇଁ ଉତ୍ସବମୁଖର ଗୁନେଇବିଲି

ଢେଙ୍କାନାଳ ଅଫିସ, ୨୩।୩ – ଦୋଳ ମହୋତ୍ସବକୁ ନେଇ ଉତ୍ସବମୁଖର ହୋଇଉଠିଛି ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକର ଗୁନେଇବିଲି ପଞ୍ଚାୟତର ୧୦୦ ବର୍ଷ ପୁରୁଣା ଏହି ମହୋତ୍ସବରେ ୧୧ ଗ୍ରାମ ସାମିଲ ହୋଇଥିବାବେଳେ ସମଗ୍ର ଅଞ୍ଚଳରେ ସୃଷ୍ଟି ହୋଇଛି ଭକ୍ତିଭାବମୟ ପରିବେଶ।
କୋଭିଡ୍‌ କଟକଣା ପାଇଁ ୨ବର୍ଷ ହେଲା ଏହି ପ୍ରାଚୀନ ଦୋଳ ଉତ୍ସବ ବନ୍ଦ ଥିଲା। ଚଳିତବର୍ଷ କରୋନା ନିୟନ୍ତ୍ରଣରେ ଥିବାରୁ ୧୧ଦିନ ବ୍ୟାପୀ ଏହି ମହୋତ୍ସବ ଆଡମ୍ବର ସହକାରେ ପାଳନ କରାଯାଉଛି। ଏଥିରେ ଗୁନେଇବିଲି ପଞ୍ଚାୟତର ଗୋଡାସ, ବୋଲୁଅ, ବୃନ୍ଦାବନପୁର, ବୁଢୀବିଲି, ଭଏରପୁର, ରଗଡ଼ିପଡ଼ା, ରାଙ୍କିଆ, କଣ୍ଟାଝରିଆ, ବାଲିପଡ଼ା, ଟାଙ୍ଗର, ମହାବୀରନଗର ଗ୍ରାମର ରାଧାକୃଷ୍ଣଙ୍କ ବିମାନ ସାମିଲ ହୋଇଛନ୍ତି। ନିୟମ ଅନୁଯାୟୀ ଦୋଳପୂର୍ଣ୍ଣିମାଠାରୁ ପ୍ରତ୍ୟେକ ଦିନ ଗୋଟିଏ ଗ୍ରାମରେ ମେଳଣ ଅନୁଷ୍ଠିତ ହେଉଛି। ଗତ ଶନିବାର ବୃନ୍ଦାବନପୁରରେ ମେଳଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଉପଲକ୍ଷେ ରାଧାକୃଷ୍ଣଙ୍କ ଯୁଗଳ ପ୍ରତିମାକୁ ସୁସଜ୍ଜିତ ବିମାନରେ ବସାଇ ନଗର ପରିକ୍ରମା କରାଯାଇଥିଲା। ଉଜ୍ଜ୍ୱଳ ଆଲୋକ, ଫଗୁଖେଳ, ଲଉଡ଼ିବାଡ଼ି ଖେଳ, କୀର୍ତ୍ତନ, ସିଙ୍ଗବାଜାରେ ମେଳଣ ପଡ଼ିଆ ଉତ୍ସବମୁଖର ହୋଇଉଠିଥିଲା। କାର୍ଯ୍ୟକ୍ରମକୁ ୧୧ ମଣ୍ଡଳର ସଭାପତି ଯାଦବାନନ୍ଦ ପାଳ, ସମ୍ପାଦକ ଅଲେଖ ପ୍ରସାଦ ସ୍ବାଇଁ, ଉପଦେଷ୍ଟା ନୃସିଂହ ଚରଣ ବେହେରା, ସଭାପତି ବିଦ୍ୟାଧର ନାୟକ, ସମ୍ପାଦକ ଦୁଃଖବନ୍ଧୁ ବେହେରା, ପ୍ରାଣବନ୍ଧୁ ବେହେରା, ନିତ୍ୟାନନ୍ଦ ବେହେରା, ପ୍ରହଲ୍ଲାଦ ବେହେରା, ବିଦ୍ୟାଧର ସ୍ବାଇଁ ପ୍ରମୁଖ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ, ୧।୪(ସନାତନ ରାଉତ): ଭଦ୍ରକ ନେହେରୁ ଷ୍ଟାଡିଅମରେ ବୁଧବାର ଜିଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି l ସକାଳ ୮ଟାରେ ବିଭିନ୍ନ ସ୍କୁଲରୁ ଆସିଥିବା ୫ ହଜାରରୁ…

ସିଆରିନ ଇଲେଭେନକୁ ହରାଇ ଚମ୍ପିୟନ ହେଲେ ମହାଲକ୍ଷ୍ମୀ ଇଲେଭେନ

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମାଳି ଜଗନ୍ନାଥପୁର ଖେଳ ପଡିଆରେ ବାବାଲୀ ଲୋକନାଥ କ୍ରିକେଟ କ୍ଳବ ପକ୍ଷରୁ ଦୁଇଦିନିଆ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଛି।…

କ୍ୱାର୍ଟରରେ ଶୋଇଥିଲେ ମହିଳା ANM, ଲାଗିଗଲା ନିଆଁ: ସନ୍ଦେହଜନକ ଭାବେ…

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମଙ୍ଗଳବାର ରାତିରେ…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri