ଦାଉ ସାଧିଲାଣି ସାର ଦର

କେନ୍ଦ୍ରାପଡ଼ା,୧୧ା୮(ଜଗନ୍ନାଥ ଧଳ): ଲଗାଣ ବର୍ଷା ପରେ କେନ୍ଦ୍ରାପଡ଼ା ଜିଲାରେ ମଧ୍ୟମ ଧରଣର ବନ୍ୟା ହୋଇଥିଲା। ଜିଲାର ୭ ନଦୀ ଓ ୨୭ ଶାଖା ନାଳରେ ବନ୍ୟା ଆସି ୧୧୮ ରାଜସ୍ବ ଗ୍ରାମରେ ଚାଷ ନଷ୍ଟ କରିଛି। ଜଳ ନିଷ୍କାସନ ସମସ୍ୟା ତୁଟି ନ ଥିଲେ ମଧ୍ୟ ଚାଷୀମାନେ ଏବେ ଖରିଫ ଚାଷ ପାଇଁ ଅଣ୍ଟା ଭିଡ଼ିଛନ୍ତି। ତେବେ ଏଥିରେ ବଜାରର ସାର ଦର ଦାଉ ସାଧିଛି। ଚାଷୀ ତଳି ପକାଇ ରୋଇବାକୁ ଅପେକ୍ଷା କରିଥିବା ବେଳେ ଜିଲାରେ ସାରର କଳାବଜାର ଚାଲିଛି। ବିଭିନ୍ନ କୃଷି ସେବା ସମବାୟ ସମିତିକୁ ପର୍ଯ୍ୟାପ୍ତ ପରିମାଣର ଆବଶ୍ୟକ ସାର ଯୋଗାଣ ହେଉ ନ ଥିବାରୁ ଚାଷୀ ବଜାରରୁ ଚଢ଼ା ଦରରେ କିଣିବାକୁ ବାଧ୍ୟ ହେଉଛନ୍ତି। ଏହା ଖରିଫ ଚାଷ ଉପରେ ପ୍ରଭାବ ପକାଇବ ବୋଲି ଚାଷୀ ଓ କୃଷକନେତାମାନେ ମତ ଦେଇଛନ୍ତି।
କୃଷକ ନେତା ଗୟାଧର ଧଳ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାରେ ୧,୪୨,୧୬୫ ହେକ୍ଟର ଚାଷଜମିରୁ ଚଳିତବର୍ଷ ୧,୧୭,୫୫୪ ହେକ୍ଟର ଜମିରେ ଖରିଫ ଚାଷ ହେଉଛି। ଏଥିପାଇଁ କେବଳ ୟୁରିଆ ସାର ୯,୫୦୦ ମେଟ୍ରିକ ଟନ ଆବଶ୍ୟକ ଅଛି। କେନ୍ଦ୍ରାପଡ଼ା ବ୍ଲକରେ ୯୦୦ ମେଟ୍ରିକ ଟନ ୟୁରିଆ ଆବଶ୍ୟକ ଥିବାବେଳେ ଡେରାବିଶ ବ୍ଲକ ଅଞ୍ଚଳ ପାଇଁ ୫୮୫ ମେଟ୍ରିକ ଟନ୍‌ ଆବଶ୍ୟକ। ସେହିପରି ମାର୍ଶାଘାଇ ବ୍ଲକ ଅଞ୍ଚଳରେ ୩୧୮, ମହାକାଳପଡ଼ାରେ ୧୨୭୦, ଗରଦପୁରରେ ୪୨୦, ପଟ୍ଟାମୁଣ୍ଡାଇରେ ୫୪୫, ଆଳିରେ ୩୧୧, ରାଜକନିକାରେ ୧୦୩୦ ଓ ରାଜନଗରରେ ୧୧୨୧ ମେଟ୍ରିକ ଟନ ୟୁରିଆ ସାରର ଆବଶ୍ୟକତା ଅଛି। ଏଥିସହ ମୋଟ ଉପରେ ୧୪,୪୦୦ ମେଟ୍ରିକ ଟନ ଅନ୍ୟାନ୍ୟ ସାର ଆବଶ୍ୟକ। ତେବେ ଅଦ୍ୟାବଧି ଜିଲାର ୧୧୪ଟି ପ୍ରାଥମିକ କୃଷି ସେବା ସମବାୟ ଓ ୩୧୧ଟି ପଞ୍ଜୀକୃତ ରାସାୟନିକ ସାର ବିକ୍ରୟ କେନ୍ଦ୍ରରେ ସାର ପହଞ୍ଚତ୍ ନାହିଁ। ଫଳରେ ଚଳିତ ବର୍ଷର ଖରିଫ ଚାଷ ଉପରେ ଏହାର ପ୍ରଭାବ ପଡ଼ିବ ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି। କୃଷକ ନେତା ଘନଶ୍ୟାମ ବେହେରା କହିଛନ୍ତି, ସାରର ଅଭାବ ବଜାର ଦରକୁ ଅଧିକ ବଢ଼ାଉଛି। ରାଜ୍ୟ ଓ କେନ୍ଦ୍ର ସରକାର କୃଷିକୁ ଗୁରୁତ୍ୱ ଦେଉଛନ୍ତି। ତେବେ ଉପଯୁକ୍ତ ସମୟରେ ସାର, ବିହନ, ଔଷଧ ଯୋଗାଇ ଦେଉ ନ ଥିବା ସମୟରେ ପ୍ରଶିକ୍ଷଣ କେବଳ କାଗଜପତ୍ରରେ ସୀମିତ ହୋଇଛି। ଚଳିତବର୍ଷ ଚାଷ ଆରମ୍ଭରୁ ସାରର ଅଭାବ କୃଷକଙ୍କ ମନୋବଳ ଭାଙ୍ଗି ଦେଇଛି। ବଗଡ଼ା ଗ୍ରାମର ଚାଷୀ ମୃତ୍ୟୁଞ୍ଜୟ ସାମଲ କହିଛନ୍ତି, ଚଳିତବର୍ଷ ୩ ଏକର ଖରିଫ ଧାନ ଚାଷ ପାଇଁ ପ୍ରସ୍ତୁତ ହୋଇଛି। ଏଥିପାଇଁ ଋଣ ଅର୍ଥରେ ବିହନ କିଣାଯାଇ ତଳି ପ୍ରସ୍ତୁତି ହୋଇଛି। ତେବେ ସାରର ଅଭାବ ଯୋଗୁ ତଳି ରୁଆ ଯାଇ ପାରୁନାହିଁ। ୟୁରିଆ ଦର ସାଧାରଣରେ ୨୭୦ ଟଙ୍କା ଥିବା ବେଳେ ବଜାରରେ ବସ୍ତା ପିଛା ୪୮୦ ଟଙ୍କା ବ୍ୟବସାୟୀ କହୁଛନ୍ତି। ଏ ସମ୍ପର୍କରେ ଜିଲା କୃଷି ଅଧିକାରୀ ହିମାଂଶୁ ମୋହନ ମିଶ୍ରଙ୍କୁ ପଚାରବାରେ ସାର ପାଇଁ ଇଣ୍ଡେନ ଯାଇଛି। ଅଦ୍ୟାବଧି ୬ ମେଟ୍ରିକ ଟନ୍‌ ଜିଲାକୁ ଆସିଛି। ଆସନ୍ତା ସପ୍ତାହ ସୁଦ୍ଧା ସାରର ଅଭାବ ଦୂର ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ସାନଖେମୁଣ୍ଡି ତହସିଲ କାର୍ଯ୍ୟାଳୟ ଆଗରେ ଗର୍ଜିଲେ ଚାଷୀ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ଉନ୍ନୟନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ  ମଙ୍ଗଳବାର ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ ଦେଲେ ଗୁରୁଦାୟିତ୍ୱ: ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri