ଗୁଜରାଟରେ ମହିଳା ଶ୍ରମିକଙ୍କ ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲେ ମା’

ବରଗଡ଼ ଅଫିସ,୨୨।୫: ବରଗଡ଼ ଜିଲା ବରପାଲିରୁ ଗୁଜରାଟ ରାଜକୋଟକୁ ସ୍ବାମୀଙ୍କ ସହିତ କାମ ଅନ୍ବେଷଣରେ ଯାଇଥିବା ଜଣେ ମହିଳା ଶ୍ରମିକଙ୍କ ରବିବାର ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତା ମହିଳା ଜଣକ ହେଲେ, ବଲାଙ୍ଗୀର ଜିଲା ଟିଟିଲାଗଡ଼ ଥାନା ଲିମପଡ଼ା ନିବାସୀ ସୁଶାନ୍ତ ନାଗଙ୍କ ସ୍ତ୍ରୀ ପ୍ରତିମା(୨୩)। ପ୍ରତିମା ଆତ୍ମହତ୍ୟା କରିଥିବା ଶାଶୁଘର ଲୋକେ କହୁଥିବା ବେଳେ ପ୍ରତିମାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ନେଇ ବାପଘର ଲୋକେ ଅଭିଯୋଗ କରିଛନ୍ତି। ଏ ନେଇ ମୃତା ମହିଳାଙ୍କ ମା’ କର୍ପୁର ରବିବାର ବରପାଲି ଥାନାରେ ଏକ ଏତଲା ଦେଇଛନ୍ତି। ଏପରି କି ମାମଲାର ବିଧିବଦ୍ଧ ତଦନ୍ତ କରି ଗୁଜୁରାଟରୁ ମୃତଦେହ ଆଣିବା ଦିଗରେ ପଦକ୍ଷେପ ନେବାକୁ ବରଗଡ଼ ସାମାଜିକ କର୍ମୀ ଦୀପା ବାରିକ ଗୁଜରାଟ ଏବଂ ଓଡ଼ିଶା ସରକାରଙ୍କୁ ଟୁଇଟ୍‌ କରି ନିବେଦନ କରିଛନ୍ତି।

ପ୍ରକାଶ ଯେ, ବରଗଡ଼ ଜିଲା ବରପାଲି ପୌର ପରିଷଦ ଅଧୀନ ୱାର୍ଡ ନମ୍ବର-୩ର କର୍ପୁର ମହାନନ୍ଦଙ୍କ ଝିଅ ପ୍ରତିମା ଗତ ୫ବର୍ଷ ତଳେ ବଲାଙ୍ଗୀର ଜିଲା ଟିଟିଲାଗଡ଼ ଥାନା ଲିମପଡ଼ା ନିବାସୀ ଜମୁ ନାଗଙ୍କ ପୁଅ ସୁଶାନ୍ତଙ୍କୁ ବିବାହ କରିଥିଲେ। ବିବାହ ପରେ ଶାଶୁଘର ଲୋକେ ପ୍ରତିମାଙ୍କୁ ଯୌତୁକ ନିର୍ଯାତନା ଦେଇ ଆସୁଥିବା ବାପଘର ଲୋକେ ଅଭିଯୋଗ କରିଛନ୍ତି। ଗତ କିଛିଦିନ ତଳେ ପ୍ରତିମାଙ୍କୁ ଧରି ସୁଶାନ୍ତ ଗୁଜରାଟର ରାଜକୋଟ ଅଞ୍ଚଳକୁ କାମ କରିବାକୁ ଯାଇଥିଲେ। ରବିବାର ପ୍ରତିମା ଆତ୍ମହତ୍ୟା କରିଥିବା ନେଇ ଶାଶୁଘର ଲୋକେ ଫୋନ ଯୋଗେ ସୂଚନା ଦେଇଥିବା ପ୍ରତିମାଙ୍କ ମା’ କର୍ପୁର ଏତଲାରେ ଉଲ୍ଲେଖ କରିଛନ୍ତି। ଶନିବାର ଝିଅଙ୍କ ସହିତ ସେ କଥା ହୋଇଥିଲେ। ହେଲେ ରବିବାର ଝିଅର ମୃତ୍ୟୁ ଖବର ପାଇ କର୍ପୁର ଭାଙ୍ଗି ପଡିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାମରେ ଆସୁନି ଆଧାର କାର୍ଡ, ନିୟମଗିରିରେ ବଢୁଛି ଡଙ୍ଗରିଆଙ୍କ ଅସନ୍ତୋଷ

କଲ୍ୟାଣସିଂହପୁର,୨୯ା୮(ଦୀପକ କୁମାର ପରିଡ଼ା): ସରକାରୀ ସୁବିଧା ସୁଯୋଗ ଯୋଗାଇବା ପାଇଁ ପ୍ରଶାସନ ପକ୍ଷରୁ କରାଯାଇଥିବା ଆଧାର ଶିବିର ଏବେ ନିୟମଗିରିର ଡଙ୍ଗରିଆ କନ୍ଧମାନଙ୍କ ପାଇଁ ନୂଆ ସମସ୍ୟା…

କୋହଲିଙ୍କଠାରୁ ଶ୍ରେଷ୍ଠ ବୁମ୍‌ରା: କହୁ କହୁ ଏମିତି କହିଦେଲେ ଅଶ୍ୱିନ

ନୂଆଦିଲ୍ଲୀ,୨୯।୮: ପୂର୍ବତନ ଭାରତୀୟ କ୍ରିକେଟର ରବିଚନ୍ଦ୍ରନ ଅଶ୍ୱିନ ମନ୍ତବ୍ୟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ତାଙ୍କୁ ସମସ୍ତ ଫର୍ମାଟରେ ସର୍ବଶ୍ରେଷ୍ଠ ଭାରତୀୟ ଖେଳାଳିଙ୍କୁ ଚୟନ କରିବାକୁ…

ଆର୍‌ଟିଓ ଅଫିସରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳିଗଲା ସବୁ

ଗଜପତି,୨୯ା୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡିସ୍ଥିତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ ଅଗ୍ନିକାଣ୍ଡ ଘଟିଛି। ହୁତୁହୁତୁ ହୋଇ ଜଳିଯାଇଛି କମ୍ପ୍ୟୁଟର ପ୍ରକୋଷ୍ଠ। ଅଗ୍ନିକାଣ୍ଡର କାରଣ ଏବେବି ଅସ୍ପଷ୍ଟ…

ଆନ୍ଧ୍ରରେ ଅଟୋ ଓଲଟି ଓଡ଼ିଆ ଶ୍ରମିକଙ୍କ ଜୀବନ ଗଲା

ରାଇକିଆ,୨୯ା୮(ପ୍ରଦୀପ କୁମାର ବେହେରା): ଦାଦନ ଖଟିବାକୁ ଯାଇ ପୁଣି ଜଣେ କନ୍ଧମାଳ ଶ୍ରମିକ ପ୍ରାଣ ହରାଇଛନ୍ତି। ଆନ୍ଧ୍ରପ୍ରଦେଶର ଅଙ୍ଗୁଲୁ ଜିଲା ଅନ୍ତର୍ଗତ ମେଜରମେଣ୍ଟାଠାରେ ଚଳିତ ମାସ ୨୪…

ଆଜି ରାତି ୯:୩୮ ରେ ଚନ୍ଦ୍ର ନିଜର ସ୍ଥାନ ପରିବର୍ତ୍ତନ କରିବେ! ଗୋଟିଏ ରାଶିର ଫିଟିଯିବ ଭାଗ୍ୟ…

ମେଷ : ଆଜି ଆକସ୍ମିକ ଧନ ଲାଭ ଯୋଗ ରହିଛି । ସାହାଯ୍ୟ ପାଇଁ ଆପଣଙ୍କ ପରିବାର ଓ ସମ୍ପର୍କୀୟ ମାନେ ଉପସ୍ଥିତ ହେବା ଯୋଗୁଁ ଆନନ୍ଦିତ…

କ୍ୟାପଟେନ୍ସି ଯିବା ପରେ ପ୍ରଥମଥର ବଡ଼ ରାଜ୍‌ ଖୋଲିଲେ ସୂର୍ଯ୍ୟକୁମାର, କହିଲେ- ୩ ଦିନ ପୂର୍ବରୁ…

ନୂଆଦିଲ୍ଲୀ,୨୯।୮: ଭାରତୀୟ ଟି-୨୦ ଦଳର କ୍ୟାପ୍ଟେନ୍ସି ହରାଇବା ଏବଂ ଏହା ପରେ ଦଳରୁ ବାଦ ପଡ଼ିବା ନେଇ ପ୍ରଥମଥର ପାଇଁ ଖୋଲାଖୋଲି ମୁହଁ ଖୋଲିଛନ୍ତି ସୂର୍ଯ୍ୟକୁମାର ଯାଦବ।…

୧ ସେପ୍ଟେମ୍ୱରରୁ ମହଙ୍ଗା ହେବ ଅନଲାଇନ ସପିଂ! ପାର୍ସଲ ପ୍ରତି ଏତେ ବଢିଯିବ ଡେଲିଭରୀ ଚାର୍ଜ

ନୂଆଦିଲ୍ଲୀ,୨୯।୮: ଯଦି ଆପଣ ବି ପାର୍ୱଣ ଋତୁରେ ଅନଲାଇନ ସପିଂ (Online Shopping) କରିବାକୁ ପ୍ରସ୍ତୁତି କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଜରୁରୀ ଖବର। ସେପ୍ଟେମ୍ୱର…

୨ କିନ୍ନର ଗୋଷ୍ଠୀ ମୁହାଁମୁହିଁ: ୭ ଆହତ, ୩ ଗୁରୁତର

ଭଦ୍ରକ,୨୯।୮(ସନାତନ ରାଉତ): ଭଦ୍ରକ ଚରମ୍ପା ରେଳ ଓଭର ବ୍ରିଜ ନିକଟରେ ଦୁଇ କିନ୍ନର ଗୋଷ୍ଠୀଙ୍କ ମଧ୍ୟରେ ଶୁକ୍ରବାର ରାତିରେ ମୁହାଁମୁହିଁ ହୋଇଛନ୍ତି। ଗୋଟିଏ କିନ୍ନର ଗୋଷ୍ଠୀ ଆକ୍ରମଣରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri