ଚାପରେ ମହିଳା ଏସ୍‌ଆଇଙ୍କ ଆତ୍ମହତ୍ୟା

ଜି.ଉଦୟଗିରି,୨୮।୮(ଡି.ଏନ.ଏ.): କନ୍ଧମାଳ ଜିଲା ଜି.ଉଦୟଗିରି ଥାନାର ମହିଳା ଏସ୍‌ଆଇ ସ୍ବାଗତିକା ବେହେରା ଶନିବାର ସକାଳେ ଆତ୍ମହତ୍ୟା କରିଛନ୍ତି। ଥାନା ପରିସରରେ ଥିବା କ୍ୱାର୍ଟର୍ସରେ ଫ୍ୟାନରେ ଲୁଗା ବାନ୍ଧି ସେ ଝୁଲି ପଡ଼ିଥିଲେ। ଥାନା ଆଇଆଇସି ରେବତୀ ଶବର ମାନସିକ ନିର୍ଯାତନା ଦେଉଥିବାରୁ ସ୍ବାଗତିକା ଆତ୍ମହତ୍ୟା କରିଛନ୍ତି ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରଛନ୍ତି। ଏହାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଦାବି କରିଛନ୍ତି। ଅନ୍ୟପକ୍ଷରେ ଘଟଣାର ତଦନ୍ତ ଚାଲିଛି ବୋଲି ଏସ୍‌ପି ଭିନୀତ ଅଗ୍ରଓ୍ବାଲ କହିଛନ୍ତି।
ସୂଚନା ଅନୁଯାୟୀ, ଏସ୍‌ଆଇ ସ୍ବାଗତିକାଙ୍କ ନିଜ ଘର ଖୋର୍ଦ୍ଧା ଜିଲା ନିରାକାରପୁର ନିକଟସ୍ଥ ପାଣ୍ଡବ ପାଟଣା ଗ୍ରାମରେ। ୨୦୧୯ରେ ସେ ଚାକିରି ପାଇଥିଲେ। ଗତ ୯ ମାସ ତଳେ ଜି. ଉଦୟଗିରି ଥାନାରେ ଦାୟିତ୍ୱ ଗ୍ରହଣ କରିଥିଲେ। ସରକାରୀ କ୍ୱାର୍ଟର୍ସରେ ଏକା ରହୁଥିବା ସ୍ବାଗତିକା ଶନିବାର ସକାଳ ପ୍ରାୟ ୭ଟାରେ କେତେଜଣ ସହକର୍ମୀଙ୍କ ସହ କଥା ହୋଇଥିବା ଜଣାପଡ଼ିଛି। ସେ ଥାନାକୁ ଯିବାରେ ବିଳମ୍ବ ହେବା ଓ ତାଙ୍କ ଫୋନରୁ କୌଣସି ଉତ୍ତର ନ ମିଳିବାରୁ ଗୃହରକ୍ଷୀ କ୍ୱାର୍ଟର୍ସକୁ ଡାକିବାକୁ ଯାଇଥିଲେ। ଭିତରୁ କବାଟ ବନ୍ଦ ଥିବା ଦେଖି ଗୃହରକ୍ଷୀ ଜଣକ ଫେରି ଆସିଥିଲେ। ଥାନାରୁ ଜଣେ ମହିଳା କର୍ମଚାରୀ ଯାଇ ଝରକା ପଟେ ତାଙ୍କ ଝୁଲନ୍ତା ଶରୀର ଦେଖି ଅନ୍ୟମାନଙ୍କୁ ଖବର ଦେଇଥିଲେ। ଏସ୍‌ଆଇ ସ୍ବାଗତିକାଙ୍କୁ ତଳକୁ ଓହ୍ଲାଇ ଜି.ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ। ଖବରପାଇ ଅପରାହ୍ନ ପ୍ରାୟ ୫ଟାରେ ସ୍ବାଗତିକାଙ୍କ ମା’ ଓ ଦୁଇ ଭାଇ ଆସି ଜି. ଉଦୟଗିରିରେ ପହଞ୍ଚିଥିଲେ। ବଡ଼ ଭାଇ ମନୋରଞ୍ଜନ ବେହେରା ତାଙ୍କ ଭଉଣୀଙ୍କ ଆତ୍ମହତ୍ୟା ପାଇଁ ଜି.ଉଦୟଗିରି ଆଇଆଇସିଙ୍କୁ ଦାୟୀ କରିଛନ୍ତି। ଆଇଆଇସି ମାନସିକ ନିର୍ଯାତନା ଦେଉଥିବା ବିଷୟରେ ଶୁକ୍ରବାର ରାତିରେ ସ୍ବାଗତିକା ଫୋନ ଯୋଗେ ଜଣାଇଥିଲେ। ତେଣୁ ଏହାର କ୍ରାଇମବ୍ରାଞ୍ଚ ତଦନ୍ତ କରି ଭଉଣୀଙ୍କ ଆତ୍ମହତ୍ୟା ପାଇଁ ଦାୟୀ ଥିବା ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି। ସେହିପରି ସ୍ବାଗତିକାଙ୍କ ମା’ ଉଷାରାଣୀ ବେହେରା ମଧ୍ୟ କାନ୍ଦି କାନ୍ଦି ସମାନ ଅଭିଯୋଗ ଆଣିଛନ୍ତି। ଅନ୍ୟପକ୍ଷରେ ଅଭିଯୋଗ ନେଇ ଆଇଆଇସି ରେବତୀ ଶବରଙ୍କ ସହ ଯୋଗାଯୋଗ କରିବାରୁ ଘଟଣାର ତଦନ୍ତ ଚାଲିଥିବା ସେ କହିଛନ୍ତି। ଜି. ଉଦୟଗିରି ଏସ୍‌ଡିପିଓ ଡି. ତିରୁପତି ରାଓ ପଟ୍ଟନାୟକଙ୍କ ସହ ଯୋଗାଯୋଗ କରିବାରୁ ସ୍ବାଗତିକାଙ୍କ ପରିବାର ପକ୍ଷରୁ କୌଣସି ଅଭିଯୋଗ ଆସି ନ ଥିବା ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ସ୍ବାଗତିକା ପୋଲିସ ଚାକିରି କରୁଥିଲେ ମଧ୍ୟ ଜଣେ ଶାନ୍ତ ଓ ସରଳ ଝିଅ ଥିଲେ। ମାର୍ଚ୍ଚ ୩୧ ତାରିଖରେ ଜି.ଉଦୟଗିରି ମହିଳା ମହାବିଦ୍ୟାଳୟରେ ଛାତ୍ରୀ ଆତ୍ମସୁରକ୍ଷା ଶିବିରରେ ଅତିଥି ଭାବେ ଯୋଗଦେଇ ପିଲାମାନଙ୍କୁ ତାଙ୍କ ସଂଘର୍ଷପୂର୍ଣ୍ଣ ଜୀବନୀ ଉପରେ କହିଥିଲେ। ୮ ବର୍ଷ ତଳେ ତାଙ୍କ ବାପାଙ୍କ ହୃଦ୍‌ଘାତରେ ଦେହାନ୍ତ ହୋଇଯାଇଛି। ମା’, ଦୁଇ ଭାଇ ଓ ୨ ଭଉଣୀଙ୍କୁ ନେଇ ତାଙ୍କ ପରିବାର ବହୁ ଝଡ଼ଝଞ୍ଜା ସହିଛନ୍ତି ବୋଲି ସ୍ବାଗତିକା ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ମୋଦିଙ୍କୁ ବଡ଼ ପ୍ରତିଶ୍ରୁତି ଦେଲେ ପୁଟିନ୍‌, ଦେଖିକି ଟ୍ରମ୍ପ କାବା, ଜୟଶଙ୍କର ଗୋଟିଏ ସାକ୍ଷାତରେ…

ଓ୍ବାଶିଂଟନ୍‌,୩।୪: ଆମେରିକା ଏବଂ ଇସ୍ରାଏଲ ବିରୁଦ୍ଧରେ ଇରାନର ଯୁଦ୍ଧ ଏବଂ ହର୍ମୁଜ ପ୍ରଣାଳୀ ଅବରୋଧ ଯୋଗୁ ସୃଷ୍ଟି ହୋଇଥିବା ଶକ୍ତି ସଙ୍କଟ ମଧ୍ୟରେ, ଭାରତକୁ ରୁଷିଆଠାରୁ ଗୁରୁତ୍ୱପୂର୍ଣ୍ଣ…

ବୃଦ୍ଧି ନା ହ୍ରାସ? ଆଜି ଦେଶରେ ପେଟ୍ରୋଲ-ଡିଜେଲର ମୂଲ୍ୟ କେତେ? ଆସିଲା ଅପଡେଟ୍‌

ନୂଆଦିଲ୍ଲୀ,୩।୪: ପଶ୍ଚିମ ଏସିଆରେ ଭୂରାଜନୈତିକ ଉତ୍ତେଜନା ମଧ୍ୟରେ ବିଶ୍ୱ ତୈଳ ବଜାରରେ ଉଲ୍ଲେଖନୀୟ ପରିବର୍ତ୍ତନ ଜାରି ରହିଥିଲେ ମଧ୍ୟ ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ୩…

ଏକମାତ୍ର ଦେଶ ଭାବେ ଭାରତ ହରାଇଛି…ଯୁଦ୍ଧ ମଧ୍ୟରେ ୬୦ ଦେଶକୁ ନେଇ ଚାଲିଥିବା ବୈଠକରେ ହୃଦୟର କଥା କହିଲା ଭାରତ

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇରାନ ନିୟନ୍ତ୍ରଣରେ ଥିବା ହର୍ମୁଜ ପ୍ରଣାଳୀକୁ ପୁନର୍ବାର ଖୋଲିବା ପାଇଁ ଭାରତ ଦାବି କରିଛି। ଭାରତ ଏହା ମଧ୍ୟ…

ପାଳନ ହେବ ଐତିହାସିକ ଜମ୍ବୁ ମହୋତ୍ସବ: ଅଗ୍ନିଶମ, ବିଦ୍ୟୁତ୍‌, ସ୍ବାସ୍ଥ୍ୟ, ପାନୀୟଜଳକୁ ଗୁରୁତ୍ୱ ଦେଇ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ଝାମୁଯାତ୍ରାରେ ଐତିହାସିକ ଜମ୍ବୁ ମହୋତ୍ସବ ପାଳନ କରିବାକୁ ପ୍ରଶାସନିକ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

IPLରେ ଅଭିଷେକଙ୍କ ବଡ଼ କାରନାମା: ୪ ଛକା ମାରି କଲେ ଅନନ୍ୟ ରେକର୍ଡ

କୋଲକାତା,୩।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ୨୨୮.୫୭ ଷ୍ଟ୍ରାଇକ ରେଟରେ ଖେଳି ଅଭିଷେକ…

ଲୋକ ସଭା ଆସନ ୮୧୬କୁ ବଢ଼ିବ: ୧୬ରୁ ୩ ଦିନ ପାଇଁ ପୁଣି ବଜେଟ ଅଧିବେଶନ

ନୂଆଦିଲ୍ଲୀ,୩ା୪(ପି.ଟି.):ପାର୍ଲାମେଣ୍ଟର ବଜେଟ ଅଧିବେଶନ ସ୍ବଳ୍ପକାଳୀନ ଅବକାଶ ପରେ ଏପ୍ରିଲ ୧୬ରୁ ପୁଣି ଚାଲିବ। ବିଶେଷକରି ଲୋକ ସଭାର ଆସନ ସଂଖ୍ୟା ୫୪୩ରୁ ୮୧୬କୁ ବୃଦ୍ଧି କରାଯିବା ସଂକ୍ରାନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri