ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ, ମୁଣ୍ଡ ଜାମିନ ପାଇଁ ଘୋଷଣା ହୋଇଥିଲା ୪ ଲକ୍ଷ ଟଙ୍କା

କୋରାପୁଟ,୨ା୧୨(ସ୍ବ.ପ୍ର.): ବୁଧବାରଠାରୁ ମାଓବାଦୀଙ୍କ ପିଏଲଜିଏ ସପ୍ତାହ ଆରମ୍ଭ ହୋଇଥିବାବେଳେ ମାଓବାଦୀଙ୍କ ଟପ୍‌ ନେତା ତଥା ଏଓବିଏସଜେଡସିର କେନ୍ଦ୍ରୀୟ କମିଟିର ବରିଷ୍ଠ ନେତା ରାମକ୍ରୀଷ୍ଣାଙ୍କ ଅଙ୍ଗରକ୍ଷୀ ତଥା ଏସିଏମ ର଼୍ୟାଙ୍କର ରାମେ ମାଡକାମୀ କୋରାପୁଟ ଜିଲା ଆରକ୍ଷୀ ଅଧୀକ୍ଷକ ମୁକେଶ ଭାମୁଙ୍କ ପାଖରେ ଆତ୍ମସମର୍ପଣ କରିଛନ୍ତି। ତାଙ୍କ ନାମରେ ରାଜ୍ୟ ସରକାରଙ୍କ ପକ୍ଷର ୪ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା। ରାମେ ମାଓବାଦୀଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ପ୍ରକାଶ କରି ଏବଂ ରାଜ୍ୟ ସରକାରଙ୍କ ଚିତ୍ରକୋଣ୍ଡା ନିକଟ ବିଚ୍ଛିନ୍ନାଞ୍ଚଳର ଯୋଗାଯୋଗ କରିବା ନିମନ୍ତେ ଗୁରୁପ୍ରିୟା ସେତୁ ନିର୍ମାଣ , ସେଠାରେ ପୋଲିସ ଓ ବିଏସଫର କ୍ୟାମ୍ପ୍‌ ଗଠନ ସହ ସରକାରଙ୍କ ବିଭିନ୍ନ ବିକାଶମୁଳକ ଓ ଲୋକ କଲ୍ୟାଣ କାର୍ଯ୍ୟ ଦେଖି ଆତ୍ମସମର୍ପଣ କରିବାକୁ ମନସ୍ଥ କଲେ ବୋଲି ପ୍ରକାଶ କରିଛନ୍ତି।
କୋରାପୁଟ ଜିଲା ଅଧୀକ୍ଷକ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ କୋରାପୁଟ ଏସ୍‌ପି ଏହା ସୂଚନା ଦେଇଛନ୍ତି। ଆମତ୍ସମର୍ପଣ କରିବା ପରେ ରାମେଙ୍କୁ ଏସ୍‌ପି ପୁଷ୍ପଗୁଛ ଦେଇ ସ୍ବାଗତ କରିବା ସହ ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ ରହିଥିବା ସମସ୍ତ ସୁବିଧା ଓ ସହାୟତା ତାକୁ ପ୍ରଦାନ କରାଯିବ ବୋଲି ଏହି ଅବସରରେ ଏସ୍‌ପି ସୂଚନା ଦେଇଥିଲେ ା

ସୂଚନାଯୋଗ୍ୟ, ରାମେ ମାଡକାମୀଙ୍କ ଘର ମାଲକାନାଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ କୁରୁବୁ ଗ୍ରାମ ହୋଇଥିବାବେଳେ ସେ ଗତ ୨୦୧୩ ମସିହାରେ ମାଓବାଦୀଙ୍କ ସଂଗଠନରେ ଯୋଗଦେଇଥିଲେ। ପରେ ସେ ୩୦୩ ବନ୍ଧୁକ ଚଳାଇବା ସହ ବିଭିନ୍ନ କାର୍ଯ୍ୟ ସଫଳତା ହାସଲ କରିବା ପରେ ତାଙ୍କ ଏସିଏମ୍‌ ର଼୍ୟାଙ୍କ ପଦୋନ୍ନତି କରାଯିବା ସହ ତାଙ୍କୁ ଇନସାସ ରାଇଫଲ ଚଳାଇବା ତାଲିମ ପ୍ରଦାନ କରାଯାଇଥିଲା ା ସେ ପଡ଼ିଆ ଥାନା ଅନ୍ତର୍ଗତ ସିଲାକଟା ଜଙ୍ଗଲରେ ଗୁଳିବିନିମୟ, ଚିତ୍ରକୋଣ୍ଡାର ପାନପଦର ଓ ରାମଗୁଡ଼ାଠାରେ ଗୁଳିବିନିମୟ, ଜଡାମ୍ବ ଗ୍ରାମରେ ଗୁଳିବିନିମୟ, ମୁଦୁଲିପଡ଼ା ପୋଲିଥାନାର ଖାଲଗୁଡ଼ା, ଗୋଇଗୁଡା ଗ୍ରାମରେ ପୋଲିସ ସହ ଗୁଳିବିନିମୟ ସମେତ ମାଲକାନାଗରି ଓ କୋରାପୁଟ ଜିଲାରେ ବିଭିନ୍ନ ମାଓବାଦୀ କାର୍ଯ୍ୟକଳାପରେ ସାମିଲ ଥିବା ଏସ୍‌ପି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନଳିନୀଙ୍କ ହାତରେ କେସିଙ୍ଗା ବିଜେଡିର ମଙ୍ଗ: ଗୁରୁଦାୟିତ୍ୱ ଦଲେ ନବୀନ

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ (ବିଜେଡି)ର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ…

Featured Video Play Icon

ପ୍ରେଗନେନ୍ସି ପରେ କାହିଁକି ବଢ଼େ ଅଣ୍ଟା ବିନ୍ଧା ?

  Why does lower back pain increase after pregnancy? ୮ରୁ ୧୦ ଘଣ୍ଟା ଅଫିସରେ ବସି କାମ କଲେ ବି ହେବନି ବ୍ୟାକ୍ ପେନ୍…

ରାସ୍ତା ଭାଙ୍ଗୁଛି ବାହାଘର: ମୌଳିକ ସୁବିଧାରୁ ବଞ୍ଚତ୍ତ କୁଆଡ଼ବାସୀ

ହାଟଡିହୀ,୬।୯(ଶୁଭକାନ୍ତ ନାୟକ):: ସ୍ବାଧୀନତାର ୮୦ ବର୍ଷ ପରେ ବି ଗାଁକୁ ଭଲ ରାସ୍ତା ନାହିଁ। ରାସ୍ତା ଯୋଗୁ ଗ୍ରାମବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ମୁଖ୍ୟତଃ…

କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର! ୩% ବଢ଼ିଲା DA

ନୂଆଦିଲ୍ଲୀ,୬ା୯: ପ୍ରାୟ ୫୪ ହଜାର କର୍ମଚାରୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। କେନ୍ଦ୍ର ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ଅଧୀନରେ ଥିବା ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ…

ଟଙ୍କା କମାଇବାରେ ଧୁରନ୍ଧର ଏହି ୪ ରାଶି, କୁବେରଙ୍କ ଭଳି ଖଟାନ୍ତି ମୁଣ୍ଡ…

ଆପଣ ମଧ୍ୟ ବୋଧହୁଏ ଲକ୍ଷ୍ୟ କରିଥିବେ ଯେ କିଛି ଲୋକ ଯେକୌଣସି କାମରେ ହାତ ଦିଅନ୍ତୁ ନା କାହିଁକି, ସେଥିରେ ସଫଳତା ଓ ପ୍ରଚୁର ଟଙ୍କା ଅର୍ଜନ…

ଚାଲାଣ କରୁଥିଲେ କଫ୍ ସିରପ୍, ମାଡ଼ି ବସିଲା ପୋଲିସ

ଭେଡେନ, ୬/୯ (ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଋଷୁଡ଼ା ଫାଣ୍ଡି ପୋଲିସ ଶନିବାର ବିପୁଳ ପରିମାଣର କଫ୍ ସିରପ୍ ଜବତ କରିଛି। ଏହି ଘଟଣାରେ…

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

ଜୋହିରି ମୋଲା ମିସ୍ ୱାର୍ଲ୍ଡ

ହାନୋଇ,୬ା୯: ଭିଏଟନାମ୍‌ର ନା ତ୍ରାଙ୍ଗ୍‌ ସହରରେ ଶନିବାର ଅନୁଷ୍ଠିତ ୭୩ତମ ଅନ୍ତର୍ଜାତୀୟ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେରେ ଡୋମିନିକାନ୍‌ ରିପବ୍ଲିକ୍‌ର ଜୋହିରି ମୋଲା ମିସ୍‌ ଓ୍ୱାଲର୍‌ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri