ଫି’ ଛାଡ଼ ମାମଲା: ଘରୋଇ ସ୍କୁଲ ଉପରେ କର୍ତ୍ତୃତ୍ୱ ନାହିଁ

ଘରୋଇ ସ୍କୁଲ ଫି’ ସମସ୍ୟା ଦୂର କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୨୦୧୮ରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଥିଲା। ସେହି କମିଟିରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଅଧ୍ୟକ୍ଷ ଥିବାବେଳେ ଆଇନ ବିଭାଗ ଓ ଅର୍ଥ ବିଭାଗ ଅଧିକାରୀ, ଘରୋଇ ସ୍କୁଲରୁ ୩ ଜଣ, ଅଭିଭାବକ ସଂଘରୁ ୩ ଜଣ, ବ୍ରହ୍ମପୁର ଓ ସମ୍ବଲପୁର ଅଞ୍ଚଳରୁ ଜଣେ ଲେଖାଏ ପ୍ରତିନିଧି ରହିଛନ୍ତି। ମାରାଥନ ବୈଠକ ପରେ ୨୦୧୮ ଅକ୍ଟୋବରରେ କମିଟି ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲା। ହେଲେ ଏ ପର୍ଯ୍ୟନ୍ତ ଘରୋଇ ସ୍କୁଲଗୁଡ଼ିକ ପାଇଁ ନାମଲେଖା, ବାର୍ଷିକ ସ୍କୁଲ ଫି ଏବଂ ଛାତ୍ରୀଛାତ୍ରମାନଙ୍କ ସୁରକ୍ଷା ନେଇ ଚୂଡାନ୍ତ ଗାଇଡଲାଇନ ପ୍ରସ୍ତୁତ ହୋଇପାରିଲା ନାହିଁ। ଏହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

ଭୁବନେଶ୍ୱର,(ବ୍ୟୁରୋ)/ କଟକ ଅଫିସ୍‌, ୩।୧୨:ଘରୋଇ ସ୍କୁଲଗୁଡିକ କେତେମାତ୍ରାରେ ଫି’ ଆଦାୟ କରିପାରିବେ, ତାହା ନିର୍ଦ୍ଧାରଣ କରିବା ଭଳି ଆଇନ ରାଜ୍ୟରେ ନାହିଁ। ଏହା ଉପରେ ମଧ୍ୟ ସରକାରଙ୍କର କୌଣସି କର୍ତ୍ତୃତ୍ୱ ନାହିଁ। ବୁଧବାର ସତ୍ୟପାଠ ଜରିଆରେ ହାଇକୋର୍ଟରେ ଏଭଳି ତଥ୍ୟ ରଖିଛନ୍ତି ରାଜ୍ୟ ସରକାର। ଫି’ ଛାଡ଼ ନେଇ ଷ୍ଟେକ ହୋଲ୍‌ଡରଙ୍କ ଦ୍ୱାରା ହୋଇଥିବା ଏମ୍‌ଓୟୁରେ ୫ରୁ ୩୦ ପ୍ରତିଶତ ପର୍ଯ୍ୟନ୍ତ ଉଲ୍ଲେଖ ରହିଛି, ଯାହା ଅଦାଲତ ଚାହିଁଲେ ବିଚାରକୁ ନେଇପାରିବେ। ଏଥିସହ ସରକାର କହିଛନ୍ତି, ରାଜ୍ୟରେ ଅନେକ ସରକାରୀ ବିଦ୍ୟାଳୟ ରହିଛି। ଅଭିଭାବକମାନେ କାହିଁକି ଘରୋଇ ସ୍କୁଲରେ ପିଲାଙ୍କ ନାମ ଲେଖାଉଛନ୍ତି। ମୁଖ୍ୟ ବିଚାରପତି ମହମ୍ମଦ ରଫିକ ଏବଂ ବିଚାରପତି ବିଶ୍ୱନାଥ ରଥଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ଶୁଣାଣିବେଳେ ଅନ୍ୟ ରାଜ୍ୟ ଭଳି ଏଠାରେ ଘରୋଇ ସ୍କୁଲ ଆଇନ ଅଛି କି ବୋଲି କୋର୍ଟ ପ୍ରଶ୍ନ କରିଥିଲେ। ତେବେ ଏପରି ଆଇନ କିମ୍ବା ବ୍ୟବସ୍ଥା ନ ଥିବା ସରକାରଙ୍କ ତରଫରୁ ଆଡ୍‌ଭୋକେଟ ଜେନେରାଲ ସ୍ପଷ୍ଟ କରିଥିଲେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆଗାମୀ ୭ ତାରିଖକୁ ଧାର୍ଯ୍ୟ ହୋଇଛି ବୋଲି ଆବେଦନକାରୀଙ୍କ ଓକିଲ ବିଭୂତି ଭୂଷଣ ଚୌଧୁରୀ କହିଛନ୍ତି। ଫି’ ଛାଡ଼ ମାମଲାରେ ରାଜ୍ୟ ସରକାର ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବା ସହ ସତ୍ୟପାଠ ଦାଖଲ ପାଇଁ ହାଇକୋର୍ଟ ଗତ ୨୩ ତାରିଖ ଶୁଣାଣିବେଳେ ନିର୍ଦ୍ଦେଶ ଦେଇଥିଲେ। ଏହି କ୍ରମରେ ସରକାରଙ୍କ ପକ୍ଷରୁ ବୁଧବାର କୋର୍ଟରେ ସତ୍ୟପାଠ ଦାଖଲ କରାଯାଇଥିଲା। ପୂର୍ବରୁ ଫି’ ଛାଡ଼ ବା ହ୍ରାସ ନେଇ କୋର୍ଟ ନିଜ ଆଡ଼ୁ ନିଷ୍ପତ୍ତି ନିଅନ୍ତୁ ବୋଲି ସରକାର ଯୁକ୍ତି ବାଢ଼ିଥିଲେ।
ସରକାରଙ୍କ ଏହି ସତ୍ୟପାଠକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଓଡ଼ିଶା ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି, ଘରୋଇ ସ୍କୁଲ୍‌କୁ ନିୟନ୍ତ୍ରଣାଧୀନ କରିବା ପାଇଁ ଏକ ରିଜୋଲ୍ୟୁଶନ ହୋଇଥିଲା। ରାଜ୍ୟ ସରକାର ତାହାକୁ ଲାଗୁ ନ କରି ଜାଣିଶୁଣି ହାଇକୋର୍ଟକୁ ମିଛ କହିଛନ୍ତି। ବିନା ନିୟନ୍ତ୍ରଣରେ ରାଜ୍ୟରେ କିଭଳି ଘରୋଇ ସ୍କୁଲ ଚାଲିଛି ତାହାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ଶିକ୍ଷା ଅଧିକାର ଆଇନ ଅନୁସାରେ ସ୍କୁଲ ଖୋଲିବା ପାଇଁ ରାଜ୍ୟ ସରକାର ଅନୁବନ୍ଧିତ ପ୍ରମାଣପତ୍ର (ସିଓଆର୍‌) ଦେଉଛନ୍ତି। ଏଥିପାଇଁ ଜିଲା ଶିକ୍ଷାଧିକାରୀଙ୍କୁ ସ୍କୁଲର ଭିତ୍ତିଭୂମି ତଦାରଖ ପାଇଁ ପଠାଯାଉଛି। ଯଦି ଏତେ ସବୁ କରାଯାଉଛି, ତେବେ ସ୍କୁଲ ଫି’ ବାବଦରେ କାହିଁକି ସରକାର ଆଇନ କରିନାହାନ୍ତି ତାହା ଏବେ ସନ୍ଦେହ ଘେରକୁ ଆସୁଛି। ରାଜ୍ୟ ସରକାର ଓ ଘରୋଇ ସ୍କୁଲ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଏକ ର଼୍ୟାକେଟ୍‌ ଚାଲିଥିବା ଅଭିଭାବକ ମହଲରେ ମତ ପ୍ରକାଶ ପାଇଛି। ସେପଟେ ସରକାରୀ ସ୍କୁଲରେ ଗୁଣାତ୍ମକ ଶିକ୍ଷା ପାଇଁ ବ୍ୟବସ୍ଥା ନ ଥିବା ସରକାର ମାନିଛନ୍ତି। ତେଣୁ ଅଭିଭାବକମାନେ ଘରୋଇ ସ୍କୁଲକୁ ପସନ୍ଦ କରୁଛନ୍ତି ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, କରୋନା ଯୋଗୁ ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ଏଭଳିସ୍ଥଳେ ବେସରକାରୀ ସ୍କୁଲ୍‌ କର୍ତ୍ତୃପକ୍ଷ ପିଲାଙ୍କଠାରୁ ମାସିକ ଦେୟ ଆଦାୟ କରିବାରେ ଲାଗିଛନ୍ତି। ଏହାକୁ ବିରୋଧ କରି ଓଡ଼ିଶା ଅବିଭାବକ ମହାସଂଘ ସ୍କୁଲ ଫି’ ଛାଡ଼ କରିବା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଘରୋଇ ସ୍କୁଲ ଫି’ ବୃଦ୍ଧି ମାମଲାରେ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ପକ୍ଷରୁ ହାଇକୋର୍ଟରେ ଦାଖଲ କରିଥିବା ରିପୋର୍ଟରେ ୩୦ ପ୍ରତିଶତ ପର୍ଯ୍ୟନ୍ତ ଫି’ କମାଇବା ନେଇ ସୁପାରିସ କରାଯାଇଥିଲା। କିନ୍ତୁ କେତେକ ସ୍କୁଲ କର୍ତ୍ତୃପକ୍ଷ ଫି’ ହ୍ରାସକୁ ବିରୋଧ କରିଥିଲେ। ରାଜ୍ୟ ସରକାର ରଖିଥିବା ପ୍ରସ୍ତାବକୁ ବିରୋଧ କରି ଇଣ୍ଟରଭେନ୍ସିଂ ପିଟିଶନ ଦାୟର କରିଥିଲେ। ଏହାକୁ ହାଇକୋର୍ଟ ଅଗ୍ରାହ୍ୟ କରିଦେବା ସହ ଫି’ ହ୍ରାସ ସମ୍ପର୍କରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏ ସମ୍ପର୍କରେ ଆଭିମୁଖ୍ୟ ସ୍ପଷ୍ଟ ସହ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ଜାତୀୟ କବାଡ଼ି ପ୍ରତିଯୋଗିତାରେ ଭାଗ ନେବେ ଓଡ଼ିଆ ପୁଅ ଶିବପ୍ରସାଦ

ଗଞ୍ଜାମ,୨୫ା୧୨(ବିଦ୍ୟାଧର ସାହୁ): ଆସନ୍ତା ୬ ତାରିଖରେ ରାଇପୁର ଭିଲାଇ ରାଜକୁମାର କଲେଜରେ ଅନୁଷ୍ଠିତ ହେବ ନ୍ୟାଶନାଲ ଇଭେଣ୍ଟ କବାଡ଼ି। ଏହି ପ୍ରତିଯୋଗିତାରେ ଖେଳିବାକୁ ଓଡ଼ିଶାର ଦୁଇ...

ଶୀତକୁ ନାହିଁ ଖାତିର, ଦାରିଙ୍ଗବାଡ଼ିରେ ବଢୁଛି ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡ଼ି,୨୫ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ପୁଣି ବଢ଼ିଲା ଶୀତର ପ୍ରକୋପ। ବିଭିନ୍ନ ସ୍ଥାନରେ ଘନକୁହୁଡି ସହ ଶୀତ ଦ୍ବିଗୁଣିତ ହୋଇଛି। ଗୁରୁବାର ସକାଳେ...

ଗୁଲୁଆଙ୍କ ଗୁମର ଖୋଲିଦେଲେ ସ୍ତ୍ରୀ: ନୂଆ ନୂଆ ଝିଅଙ୍କୁ ଧରି….

ଭୁବନେଶ୍ୱର,୨୫।୧୨: ଓଡ଼ିଆ କମେଡିଆନ୍‌ ଗୁଲୁଆଙ୍କ ସାଂସାରିକ ଜୀବନରେ ଆସିଛି ଝଡ଼। ଜୀବନ ପ୍ରତି ବିପଦ ଥିବା ଗୁଲୁଆ ଅଭିଯୋଗ କରିବା ପରେ ତାଙ୍କ ସ୍ତ୍ରୀ ତଥା...

ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଆଘାତ…ସମୁଦ୍ରରେ ଭାସି ଆସିଲା ମହାପ୍ରଭୁଙ୍କ ବିଗ୍ରହ, ଦୟନୀୟ ଅବସ୍ଥାରେ ଉଦ୍ଧାର

ପୁରୀ ୨୫/୧୨( ଅଜିତ୍ କୁମାର ସାହୁ): ପୁଣି ମହାପ୍ରଭୁଙ୍କୁ ଅପମାନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ସମୁଦ୍ରରେ ଭାସିଵାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ...

ସର୍ବଭାରତୀୟ ନାଟକ ସମାରୋହ ଉଦ୍‌ଘାଟିତ: ଆଜି ମଞ୍ଚସ୍ଥ ହେବ ‘ମାଗୁଣିର ଶଗଡ଼’

ବଲାଙ୍ଗୀର,୨୫ା୧୨(ସୁନିଲ କୁମାର ମହାନ୍ତି): ସର୍ବଭାରତୀୟ ବହୁଭାଷୀ ନାଟକ ସମାରୋହ ମଠଖାଇ ମହୋତ୍ସବ ଗୁରୁବାର ଉଦ୍‌ଘାଟିତ ହୋଇଛି। ସକାଳେ ବଲାଙ୍ଗୀର ସହର ଉପକଣ୍ଠ ମଠଖାଇ ମନ୍ଦିରରୁ ନାଟ୍ୟ...

ଚିନ୍ତାଜନକ ସ୍ଥିତି! ଦିଲ୍ଲୀକୁ ଟପିଲା ବାଲେଶ୍ବର, ଦେଶର ସବୁଠାରୁ ଅଧିକ ପ୍ରଦୂଷିତ ସହର…

ଭୁବନେଶ୍ବର,୨୫।୧୨: ଗତ କିଛିଦିନ ପୂର୍ବରୁ ଜାତୀୟ ରାଜଧାନୀ ଦିଲ୍ଲୀର ପ୍ରଦୂଷଣ ଚିନ୍ତାଜନକ ଥିଲା । ସ୍ଥିତି ସଙ୍ଗୀନ ହୋଇଥିବା ବେଳେ ସ୍କୁଲ ମଧ୍ୟ ବନ୍ଦ ରଖାଯାଇଥିଲା...

ଓଡ଼ିଶାରେ ଭାଙ୍ଗିଲା ମାଓବାଦୀଙ୍କ ମେରୁଦଣ୍ଡ: ଡିଜିପି

ଫୁଲବାଣୀ,୨୫ା୧୨(ରାକେଶ କୁମାର ରାଉତ): ଟପ୍‌ ମାଓବାଦୀ ନେତା ଗଣେଶଙ୍କ ନିହତକୁ ବଡ଼ ସଫଳତା ବୋଲି କହିଛନ୍ତି ପୋଲିସ ଡିଜି। ଗଣେଶଙ୍କ ନିହତ ପରେ ଓଡ଼ିଶାରେ ମାଓବାଦୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri