ସତକୁ ଡର

ପରାଧୀନ ଭାରତରେ ବିଦେଶୀ ଶାସକମାନେ ସବୁବେଳେ ବିଭିନ୍ନ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟାକୁ କମାଇ କରି ଦର୍ଶାଇବାକୁ ପସନ୍ଦ କରୁଥିଲେ। ତାହାର କାରଣ ଥିଲା, ପରାଧୀନ ନାଗରିକ ଅଧିକ ମୃତ୍ୟୁସଂଖ୍ୟା ଶୁଣିଲେ ସେମାନଙ୍କ ମନରେ ହିଂସାଭାବ ଜାଗ୍ରତ ହେବ। ତଥାପି ନଅଙ୍କ ଦୁର୍ଭିକ୍ଷ ଏବଂ ସ୍ପାନିଶ୍‌ ଫ୍ଲୁ ବେଳେ ଗୋରା ଶାସକମାନେ ଭାରତରେ ମୃତକଙ୍କ ବାସ୍ତବ ସଂଖ୍ୟା ଦର୍ଶାଇଥିବାର ଐତିହାସିକ ପ୍ରମାଣ ଅଛି। କିନ୍ତୁ ଜାଲିଆନାଓ୍ବାଲାବାଗ୍‌ ଗଣହତ୍ୟା ଘଟଣାରେ ବାସ୍ତବ ସଂଖ୍ୟା ସେହି ସମୟରେ କୁହାଯାଇ ନ ଥିଲା। ଆଜିର ଭାରତୀୟ ଅମଲାତନ୍ତ୍ର ପୁରୁଣା ମାନସିକତା ରଖିଆସୁଥିବାରୁ ଭାରତରେ କରୋନାଜନିତ ମୃତ୍ୟୁସଂଖ୍ୟାର ବାସ୍ତବ ଆକଳନ ମିଳିପାରୁ ନାହିଁ। ସେଥିପାଇଁ ଭାରତୀୟ ଭେଷଜ ସଂଘ (ଆଇଏମ୍‌ଏ) ଏହାକୁ ହୃଦୟଙ୍ଗମ କରି ପ୍ରତିବାଦ କରିଛି। ନିଜ ଡାକ୍ତରଙ୍କ ମୃତ୍ୟୁସଂଖ୍ୟା ଦେଖିବା ପରେ ଆଇଏମ୍‌ଏ ସ୍ବାସ୍ଥ୍ୟ ମନ୍ତ୍ରଣାଳୟକୁ ପତ୍ର ଲେଖି ସତ କଥା କହିବାକୁ ଚେତାଇ ଦେଇଛି। ଦୀର୍ଘବର୍ଷ ଧରି ସରକାର ବା ବିଭିନ୍ନ କର୍ତ୍ତୃପକ୍ଷ ଭିନ୍ନ ଭିନ୍ନ ଦୁର୍ଘଟଣାରେ ଲୋକଙ୍କ ମୃତ୍ୟୁସଂଖ୍ୟା ଲୁଚାଉଥିବା ନେଇ ଯେଉଁ ସନ୍ଦେହ ପ୍ରକଟ ହେଉଥିଲା, ତାହାର ଏକ ବାସ୍ତବ ଦିଗ ଉନ୍ମୋଚନ ହେଲା ବୋଲି କୁହାଯାଇପାରେ।
ସାଧାରଣ ଭାରତୀୟଙ୍କ ମାନସିକତାରେ ଦେଖାଯାଇଛି, ସଫଳତା ହେଲେ ତାହାର ଶ୍ରେୟ ନେବାକୁ ସମସ୍ତେ ଧାଇଁ ଆସିଥାଆନ୍ତି। କିନ୍ତୁ ବିଫଳତାର ବୋଝ ବୋହିବାକୁ ଅଧିକାଂଶ କୁଣ୍ଠା କରନ୍ତି। ସତକଥା ସର୍ବଦା ଲୋକଙ୍କୁ ସାହାଯ୍ୟ କରିଥାଏ, କଦାପି ଆଘାତ ଦିଏ ନାହିଁ। ଆଇଏମ୍‌ଏ ଯେଉଁ ପ୍ରସଙ୍ଗ ଉଠାଇଛି କୋଭିଡ୍‌ଜନିତ ମୃତ୍ୟୁସଂଖ୍ୟାର ସତ୍ୟତା ପ୍ରକାଶ କରାଗଲେ ଜନସାଧାରଣ ଏହାର ଭୟାବହତା ଜାଣିପାରିବେ ଓ ମହାମାରୀକୁ ଅଧିକ ଗୁରୁତ୍ୱ ଦେବେ, ତାହା ନିଶ୍ଚିତ ଠିକ୍‌ କଥା। କେବଳ କରୋନା ମହାମାରୀ ବେଳେ ଯେ ସଂଖ୍ୟା ଲୁଚାଯାଉଛି ତାହା ନୁହେଁ, ଟ୍ରେନ୍‌ ଦୁର୍ଘଟଣା, ଅଗ୍ନିକାଣ୍ଡଜନିତ ଅଘଟଣ, ପୋଲ ଭୁଶୁଡ଼ି ଲୋକଙ୍କ ପ୍ରାଣଯିବା ଆଦି ପ୍ରତି କ୍ଷେତ୍ରରେ ଭାରତରେ ସରକାର ସଂଖ୍ୟା ଲୁଚାଇବାରେ ବ୍ୟସ୍ତ। ଅନ୍ୟ ଦେଶରେ ଏଭଳି ମିଥ୍ୟା ପ୍ରଚାର କରାଯାଏ ନାହିଁ। ଅବଶ୍ୟ ଚାଇନା ଭଳି କେତେକ ରାଷ୍ଟ୍ର ଏହି ତାଲିକାରୁ ବାଦ୍‌ ପଡ଼ିବେ। ତେବେ ବହୁ ଲୋକଙ୍କ ମୃତ୍ୟୁସଂଖ୍ୟା ପ୍ରକାଶ କରାଗଲେ ଅଧିକ ଅନୁକମ୍ପାମୂଳକ ସହାୟତା ରାଶି ଦେବାକୁ ପଡ଼ୁଥିବାରୁ ଏପରି ପଦକ୍ଷେପ ନିଆଯାଇଥାଏ। ପୁଣି କେତେକ କ୍ଷେତ୍ରରେ ଅପ୍ରୀତିକର ସ୍ଥିତିକୁ ଏଡ଼ାଇବା ପାଇଁ କର୍ତ୍ତୃପକ୍ଷ ତତ୍‌କ୍ଷଣାତ୍‌ ଲୋକଙ୍କ ସାମ୍ନାରେ କିଛି ସଂଖ୍ୟା ଥୋଇଦେଇ ହାତ ଧୋଇହୋଇ ବସିଥାଆନ୍ତି। ପରବର୍ତ୍ତୀ ସମୟରେ ସେହି ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟାକୁ କମେଇ ଦିଆଯାଇଥାଏ। ଏକ ଗଣତାନ୍ତ୍ରିକ ଦେଶରେ ଲୋକେ ସତ୍ୟ ଜାଣିବା ଏକ ଗୁରୁତ୍ୱପୂର୍ଣ୍ଣ ଅଧିକାର। କେଉଁ ଦୁର୍ଘଟଣା ଦୈବୀକୃତ ବା ମନୁଷ୍ୟକୃତଜନିତ ଏବଂ ତାହା ଦ୍ୱାରା କେତେ ଜୀବନହାନି ଘଟିଛି, ଲୋକେ ତାହାର ଠିକ୍‌ ତଥ୍ୟ ପାଇଲେ ଅଧିକ ସତର୍କ ହୁଅନ୍ତେ। ଯେଉଁ ସରକାର ବା ସଂସ୍ଥା ନିଜର ଦୋଷ ଲୁଚାଇବାକୁ ଯାଇ ସର୍ବସାଧାରଣରେ ଭୁଲ ତଥ୍ୟ ରଖୁଛି, ସେ ନିଜ ପ୍ରଶାସନିକ ବ୍ୟବସ୍ଥା କିମ୍ବା ସଂସ୍ଥାଗତ ସ୍ତରରେ ନିଜ ଲୋକ କରୁଥିବା ଭୁଲ୍‌କୁ ଘୋଡ଼ାଇ ଦେଉଛି ବୋଲି କହିହେବ। ଏହାଦ୍ୱାରା ତ୍ରୁଟି ବା ଅବହେଳା କରୁଥିବା ବ୍ୟକ୍ତି ସହଜରେ ଖସିଯାଉଛନ୍ତି।
ଆଜିର କରୋନା ମହାମାରୀ ସମୟରେ ଯେତେ ନିକଟ ଓ ଘନିଷ୍ଠ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଚାଲିଛି, ଲୋକେ ଜାଣିପାରୁଛନ୍ତି। ତାହା ସତ୍ତ୍ୱେ ଦିଲ୍ଲୀର ନିଗମବୋଧ ଘାଟଠାରୁ ଆରମ୍ଭକରି ଭୁବନେଶ୍ୱରର ସତ୍ୟନଗର ଓ କଟକର ସତୀଚଉରା ଶ୍ମଶାନ ସମ୍ମୁଖରେ ଦୁଇ ଘଣ୍ଟା ବସିଲେ ଓ ସେଠାରେ ଆତ୍ମୀୟମାନେ ଯେଭଳି ହାଉଯାଉ ହେଉଛନ୍ତି, ସେଥିରୁ ସରକାରୀ ମୃତ୍ୟୁସଂଖ୍ୟାର ଅସତ୍ୟତା ସ୍ପଷ୍ଟ ବୁଝାପଡ଼ିବ। କୁହାଯାଉଛି କୋଭିଡ୍‌ର ପ୍ରକୋପକୁ ବଡ଼ ଆକାରରେ ନ ଦେଖାଇବା ଉଦ୍ଦେଶ୍ୟ ରଖାଯାଇ ମୃତ ବ୍ୟକ୍ତିଙ୍କ ବିବିଧ ରୋଗ ଥିଲେ, ତାଙ୍କ ନାମ କରୋନା ଖାତାରୁ ଡିଲିଟ୍‌ କରିଦିଆଯାଉଛି। ଦେଶରେ ୪ ଲକ୍ଷ ସଂକ୍ରମଣ ହେଉଥିବା ବେଳେ ମୃତ୍ୟୁସଂଖ୍ୟା ୪ ହଜାର ବା ୧ ପ୍ରତିଶତ ଦର୍ଶାଯାଉଛି। ବେସରକାରୀ ଆକଳନ କାହିଁରେ କେତେ ରହୁଛି। ପରନ୍ତୁ ବାସ୍ତବ ଚିତ୍ର ତଥା ସଂଖ୍ୟା ଲୋକଲୋଚନକୁ ଆସିପାରିଲେ ଜନସାଧାରଣ ମହାମାରୀ କେତେ ମାତ୍ରାରେ ଡେଡ୍‌ଲି ବା ଭୟଙ୍କର ବୁଝିଯାଆନ୍ତେ। ଭାରତୀୟ ପ୍ରଶାସନ ଉଚ୍ଚ ଚିନ୍ତାଧାରା ରଖି ସେହି ପରିମାଣରେ ବଳ ଗୋଟାଇବାରେ ସକ୍ଷମ ହେଲେ ଯାଇ ସତ କହିବ। ଏଭଳି ସ୍ଥଳେ ଆଇଏମ୍‌ଏ ଯାହା କହିଛି ତାହାକୁ ସବୁ ରାଜ୍ୟ ଓ କେନ୍ଦ୍ର ସରକାର ସ୍ବୀକାର କରିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri