ସତକୁ ଡର

ପରାଧୀନ ଭାରତରେ ବିଦେଶୀ ଶାସକମାନେ ସବୁବେଳେ ବିଭିନ୍ନ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟାକୁ କମାଇ କରି ଦର୍ଶାଇବାକୁ ପସନ୍ଦ କରୁଥିଲେ। ତାହାର କାରଣ ଥିଲା, ପରାଧୀନ ନାଗରିକ ଅଧିକ ମୃତ୍ୟୁସଂଖ୍ୟା ଶୁଣିଲେ ସେମାନଙ୍କ ମନରେ ହିଂସାଭାବ ଜାଗ୍ରତ ହେବ। ତଥାପି ନଅଙ୍କ ଦୁର୍ଭିକ୍ଷ ଏବଂ ସ୍ପାନିଶ୍‌ ଫ୍ଲୁ ବେଳେ ଗୋରା ଶାସକମାନେ ଭାରତରେ ମୃତକଙ୍କ ବାସ୍ତବ ସଂଖ୍ୟା ଦର୍ଶାଇଥିବାର ଐତିହାସିକ ପ୍ରମାଣ ଅଛି। କିନ୍ତୁ ଜାଲିଆନାଓ୍ବାଲାବାଗ୍‌ ଗଣହତ୍ୟା ଘଟଣାରେ ବାସ୍ତବ ସଂଖ୍ୟା ସେହି ସମୟରେ କୁହାଯାଇ ନ ଥିଲା। ଆଜିର ଭାରତୀୟ ଅମଲାତନ୍ତ୍ର ପୁରୁଣା ମାନସିକତା ରଖିଆସୁଥିବାରୁ ଭାରତରେ କରୋନାଜନିତ ମୃତ୍ୟୁସଂଖ୍ୟାର ବାସ୍ତବ ଆକଳନ ମିଳିପାରୁ ନାହିଁ। ସେଥିପାଇଁ ଭାରତୀୟ ଭେଷଜ ସଂଘ (ଆଇଏମ୍‌ଏ) ଏହାକୁ ହୃଦୟଙ୍ଗମ କରି ପ୍ରତିବାଦ କରିଛି। ନିଜ ଡାକ୍ତରଙ୍କ ମୃତ୍ୟୁସଂଖ୍ୟା ଦେଖିବା ପରେ ଆଇଏମ୍‌ଏ ସ୍ବାସ୍ଥ୍ୟ ମନ୍ତ୍ରଣାଳୟକୁ ପତ୍ର ଲେଖି ସତ କଥା କହିବାକୁ ଚେତାଇ ଦେଇଛି। ଦୀର୍ଘବର୍ଷ ଧରି ସରକାର ବା ବିଭିନ୍ନ କର୍ତ୍ତୃପକ୍ଷ ଭିନ୍ନ ଭିନ୍ନ ଦୁର୍ଘଟଣାରେ ଲୋକଙ୍କ ମୃତ୍ୟୁସଂଖ୍ୟା ଲୁଚାଉଥିବା ନେଇ ଯେଉଁ ସନ୍ଦେହ ପ୍ରକଟ ହେଉଥିଲା, ତାହାର ଏକ ବାସ୍ତବ ଦିଗ ଉନ୍ମୋଚନ ହେଲା ବୋଲି କୁହାଯାଇପାରେ।
ସାଧାରଣ ଭାରତୀୟଙ୍କ ମାନସିକତାରେ ଦେଖାଯାଇଛି, ସଫଳତା ହେଲେ ତାହାର ଶ୍ରେୟ ନେବାକୁ ସମସ୍ତେ ଧାଇଁ ଆସିଥାଆନ୍ତି। କିନ୍ତୁ ବିଫଳତାର ବୋଝ ବୋହିବାକୁ ଅଧିକାଂଶ କୁଣ୍ଠା କରନ୍ତି। ସତକଥା ସର୍ବଦା ଲୋକଙ୍କୁ ସାହାଯ୍ୟ କରିଥାଏ, କଦାପି ଆଘାତ ଦିଏ ନାହିଁ। ଆଇଏମ୍‌ଏ ଯେଉଁ ପ୍ରସଙ୍ଗ ଉଠାଇଛି କୋଭିଡ୍‌ଜନିତ ମୃତ୍ୟୁସଂଖ୍ୟାର ସତ୍ୟତା ପ୍ରକାଶ କରାଗଲେ ଜନସାଧାରଣ ଏହାର ଭୟାବହତା ଜାଣିପାରିବେ ଓ ମହାମାରୀକୁ ଅଧିକ ଗୁରୁତ୍ୱ ଦେବେ, ତାହା ନିଶ୍ଚିତ ଠିକ୍‌ କଥା। କେବଳ କରୋନା ମହାମାରୀ ବେଳେ ଯେ ସଂଖ୍ୟା ଲୁଚାଯାଉଛି ତାହା ନୁହେଁ, ଟ୍ରେନ୍‌ ଦୁର୍ଘଟଣା, ଅଗ୍ନିକାଣ୍ଡଜନିତ ଅଘଟଣ, ପୋଲ ଭୁଶୁଡ଼ି ଲୋକଙ୍କ ପ୍ରାଣଯିବା ଆଦି ପ୍ରତି କ୍ଷେତ୍ରରେ ଭାରତରେ ସରକାର ସଂଖ୍ୟା ଲୁଚାଇବାରେ ବ୍ୟସ୍ତ। ଅନ୍ୟ ଦେଶରେ ଏଭଳି ମିଥ୍ୟା ପ୍ରଚାର କରାଯାଏ ନାହିଁ। ଅବଶ୍ୟ ଚାଇନା ଭଳି କେତେକ ରାଷ୍ଟ୍ର ଏହି ତାଲିକାରୁ ବାଦ୍‌ ପଡ଼ିବେ। ତେବେ ବହୁ ଲୋକଙ୍କ ମୃତ୍ୟୁସଂଖ୍ୟା ପ୍ରକାଶ କରାଗଲେ ଅଧିକ ଅନୁକମ୍ପାମୂଳକ ସହାୟତା ରାଶି ଦେବାକୁ ପଡ଼ୁଥିବାରୁ ଏପରି ପଦକ୍ଷେପ ନିଆଯାଇଥାଏ। ପୁଣି କେତେକ କ୍ଷେତ୍ରରେ ଅପ୍ରୀତିକର ସ୍ଥିତିକୁ ଏଡ଼ାଇବା ପାଇଁ କର୍ତ୍ତୃପକ୍ଷ ତତ୍‌କ୍ଷଣାତ୍‌ ଲୋକଙ୍କ ସାମ୍ନାରେ କିଛି ସଂଖ୍ୟା ଥୋଇଦେଇ ହାତ ଧୋଇହୋଇ ବସିଥାଆନ୍ତି। ପରବର୍ତ୍ତୀ ସମୟରେ ସେହି ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟାକୁ କମେଇ ଦିଆଯାଇଥାଏ। ଏକ ଗଣତାନ୍ତ୍ରିକ ଦେଶରେ ଲୋକେ ସତ୍ୟ ଜାଣିବା ଏକ ଗୁରୁତ୍ୱପୂର୍ଣ୍ଣ ଅଧିକାର। କେଉଁ ଦୁର୍ଘଟଣା ଦୈବୀକୃତ ବା ମନୁଷ୍ୟକୃତଜନିତ ଏବଂ ତାହା ଦ୍ୱାରା କେତେ ଜୀବନହାନି ଘଟିଛି, ଲୋକେ ତାହାର ଠିକ୍‌ ତଥ୍ୟ ପାଇଲେ ଅଧିକ ସତର୍କ ହୁଅନ୍ତେ। ଯେଉଁ ସରକାର ବା ସଂସ୍ଥା ନିଜର ଦୋଷ ଲୁଚାଇବାକୁ ଯାଇ ସର୍ବସାଧାରଣରେ ଭୁଲ ତଥ୍ୟ ରଖୁଛି, ସେ ନିଜ ପ୍ରଶାସନିକ ବ୍ୟବସ୍ଥା କିମ୍ବା ସଂସ୍ଥାଗତ ସ୍ତରରେ ନିଜ ଲୋକ କରୁଥିବା ଭୁଲ୍‌କୁ ଘୋଡ଼ାଇ ଦେଉଛି ବୋଲି କହିହେବ। ଏହାଦ୍ୱାରା ତ୍ରୁଟି ବା ଅବହେଳା କରୁଥିବା ବ୍ୟକ୍ତି ସହଜରେ ଖସିଯାଉଛନ୍ତି।
ଆଜିର କରୋନା ମହାମାରୀ ସମୟରେ ଯେତେ ନିକଟ ଓ ଘନିଷ୍ଠ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଚାଲିଛି, ଲୋକେ ଜାଣିପାରୁଛନ୍ତି। ତାହା ସତ୍ତ୍ୱେ ଦିଲ୍ଲୀର ନିଗମବୋଧ ଘାଟଠାରୁ ଆରମ୍ଭକରି ଭୁବନେଶ୍ୱରର ସତ୍ୟନଗର ଓ କଟକର ସତୀଚଉରା ଶ୍ମଶାନ ସମ୍ମୁଖରେ ଦୁଇ ଘଣ୍ଟା ବସିଲେ ଓ ସେଠାରେ ଆତ୍ମୀୟମାନେ ଯେଭଳି ହାଉଯାଉ ହେଉଛନ୍ତି, ସେଥିରୁ ସରକାରୀ ମୃତ୍ୟୁସଂଖ୍ୟାର ଅସତ୍ୟତା ସ୍ପଷ୍ଟ ବୁଝାପଡ଼ିବ। କୁହାଯାଉଛି କୋଭିଡ୍‌ର ପ୍ରକୋପକୁ ବଡ଼ ଆକାରରେ ନ ଦେଖାଇବା ଉଦ୍ଦେଶ୍ୟ ରଖାଯାଇ ମୃତ ବ୍ୟକ୍ତିଙ୍କ ବିବିଧ ରୋଗ ଥିଲେ, ତାଙ୍କ ନାମ କରୋନା ଖାତାରୁ ଡିଲିଟ୍‌ କରିଦିଆଯାଉଛି। ଦେଶରେ ୪ ଲକ୍ଷ ସଂକ୍ରମଣ ହେଉଥିବା ବେଳେ ମୃତ୍ୟୁସଂଖ୍ୟା ୪ ହଜାର ବା ୧ ପ୍ରତିଶତ ଦର୍ଶାଯାଉଛି। ବେସରକାରୀ ଆକଳନ କାହିଁରେ କେତେ ରହୁଛି। ପରନ୍ତୁ ବାସ୍ତବ ଚିତ୍ର ତଥା ସଂଖ୍ୟା ଲୋକଲୋଚନକୁ ଆସିପାରିଲେ ଜନସାଧାରଣ ମହାମାରୀ କେତେ ମାତ୍ରାରେ ଡେଡ୍‌ଲି ବା ଭୟଙ୍କର ବୁଝିଯାଆନ୍ତେ। ଭାରତୀୟ ପ୍ରଶାସନ ଉଚ୍ଚ ଚିନ୍ତାଧାରା ରଖି ସେହି ପରିମାଣରେ ବଳ ଗୋଟାଇବାରେ ସକ୍ଷମ ହେଲେ ଯାଇ ସତ କହିବ। ଏଭଳି ସ୍ଥଳେ ଆଇଏମ୍‌ଏ ଯାହା କହିଛି ତାହାକୁ ସବୁ ରାଜ୍ୟ ଓ କେନ୍ଦ୍ର ସରକାର ସ୍ବୀକାର କରିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri