ଫ୍ଲାଏ ଓଭର ବ୍ରିଜ୍‌ ତଳ ରାସ୍ତାରେ ଭୟ

ବଡ଼ଚଣା,୨୨।୧(ଡି.ଏନ୍‌.ଏ.): ୧୬ନଂ. ଜାତୀୟ ରାଜପଥ ସଂପ୍ରସାରଣ କରାଯାଇ ୨ରୁ ୪ ଲାଇନ କରାଗଲା। ଜନସାଧାରଣଙ୍କ ସୁବିଧାକୁ ଆଖି ଆଗରେ ରଖି ବଜାର, ଛକ ଏବଂ ମୁଖ୍ୟସ୍ଥଳରେ ଫ୍ଲାଏ ଓଭରବ୍ରିଜ ନିର୍ମାଣ ହେଲା। ୨୦୧୫-୧୬ରେ ଏହି ପ୍ରକ୍ରିୟା ଶେଷ ହୋଇଥିଲା। ହେଲେ ନିର୍ମାଣ ହୋଇଥିବା ଫ୍ଲାଏ ଓଭର ବ୍ରିଜ ତଳ ରାସ୍ତା ଲୋକଙ୍କ ପାଇଁ ନିରାପଦ ନୁହେଁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ରାତିରେ ସମ୍ପୂର୍ଣ୍ଣ ଓ ଦିନରେ ଆଂଶିକ ଅନ୍ଧାର ରହୁଥିବା ଏହି ରାସ୍ତାରେ ଛୋଟ,ବଡ଼ ଦୁର୍ଘଟଣା ଘଟୁଛି। ଅନ୍ୟପକ୍ଷେ ଅନ୍ଧାରର ସୁଯୋଗ ନେଇ ସେଠାରେ ଲୁଟ୍‌, ରାହାଜାନୀ ଚାଲିଥିବାରୁ ଏପରି ମତ ପ୍ରକାଶ ପାଇଛି।

ଉପରୋକ୍ତ ସମସ୍ୟାକୁ ଦୃଷ୍ଟିରେ ରଖି ଫ୍ଲାଏ ଓଭରବ୍ରିଜ୍‌ ଛାତ ତଳେ ଲାଇଟ୍‌ ଲଗାଇବାକୁ ଯୋଜନା ପ୍ରସ୍ତୁତ ହୋଇଥିଲା। ବ୍ରିଜ ନିର୍ମାଣର ୨ ବର୍ଷ ପରେ ଲାଇଟ୍‌ ଲଗାଇବାକୁ ଆବଶ୍ୟକ ବ୍ୟବସ୍ଥା ହୋଇଥିଲା। ଇତିମଧ୍ୟରେ ୩ ବର୍ଷ ବିତିଛି। ତଥାପି ବିଦ୍ୟୁତ୍‌ ସଂଯୋଗ କରାଯାଇନାହିଁ। ଫଳରେ ଅଧିକାଂଶ ଲାଇଟ ପୋଷ୍ଟ ଭାଙ୍ଗି ଯାଇଛି। କେତେକ ଲାଇଟ୍‌ ପୋଷ୍ଟ ଚୋରି ହୋଇଯାଇଛି। ଏପରି କି ଫ୍ଲାଏ ଓଭର ଛାତ ତଳ ରାସ୍ତାରେ ଚୋରି, ଡକାୟତି, ରାହାଜାନୀ ବୃଦ୍ଧି ପାଇବାରେ ଲାଗିଛି। ଅନ୍ଧକାରର ସୁଯୋଗ ନେଇ ମଦ୍ୟପମାନେ ସେଠାରେ ଆଡ୍ଡା ଜମାଉଛନ୍ତି। ସନ୍ଧ୍ୟା ପରେ ଛାତ୍ରୀଛାତ୍ରମାନେ ସେହି ରାସ୍ତାରେ ଯିବା ଆସିବାକୁ ଡରୁଛନ୍ତି। ବିଶେଷକରି ଗୋବିନ୍ଦପୁର, ନେଳିଆ, ଛତିଆ, ବନ୍ଦାଳ, କଢେଇପୋଲ, ବଡୁଣା, ନେଉଳପୁର ଫ୍ଲାଏ ଓଭରବ୍ରିଜ ତଳ ରାସ୍ତାରେ ବିଦ୍ୟୁତ୍‌ ସଂଯୋଗ କରାଯାଉ ବୋଲି ଛାତ୍ରନେତା ସୁମିତ କୁମାର ମହାନ୍ତି, ଅଭିଷେକ ତ୍ରିପାଠୀ ପ୍ରମୁଖ ଦାବି କରିଛନ୍ତି। ଏଥିରେ ବ୍ୟତିକ୍ରମ ହେଲେ ଆନ୍ଦୋଳନ ସହିତ ରାସ୍ତା ଅବରୋଧ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ର କୂଳରେ ଖେଳୁଥିଲେ,ହଠାତ୍ ମାଡ଼ି ଆସିଲା ଜୁଆର: ଭାସିଯାଇ ୮ ବର୍ଷର ଶିଶୁ ମୃତ, କାନ୍ଦ ବୋବାଳିରେ…

ଛତ୍ରପୁର, ୧ା୮(ଦିଲ୍ଲୀପ ସାମଲ / ଅନାଥ ତରାଇ): ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ନୂଆ ପୋଡେମପେଟା ଗ୍ରାମରେ ଶନିବାର ଏକ ହୃଦୟବିଦାରକ ଘଟଣା ଘଟିଛି। ଗ୍ରାମର…

ରାହୁଲ ଗାନ୍ଧୀ , ପପୁ ଯାଦବଙ୍କ ନାମରେ ରୁଜୁ ହେଲା ମାମଲା, କାହିଁକି ଜାଣନ୍ତୁ…

ବାରାଣସୀ,୧ା୮: ପାର୍ଲାମେଣ୍ଟରେ ବିରୋଧୀ ଦଳ ଏମ୍‌ପିମାନଙ୍କ ବିକ୍ଷୋଭ ବେଳେ ସନାତନ ଧର୍ମକୁ ଅପମାନିତ କରାଯିବା ସହ ଧର୍ମୀୟ ଭାବାବେଗକୁ ଆଘାତ ପହଞ୍ଚାଇଥିବା ଅଭିଯୋଗରେ ବାରାଣସୀ ପୋଲିସ ଶନିବାର…

ବାଇକ୍‌ରେ ଘରକୁ ଯାଉଥିବା ବେଳେ ମୁହାଁମୁହିଁ ଧକ୍କା: ସ୍ପେଶାଲ ବ୍ରାଞ୍ଚ ଏଏସ୍‌ଆଇ ମନୋଜ ପାଢ଼ୀଙ୍କ ମୃତ୍ୟୁ, ପୋଲିସ ମହଲରେ…

ପାରଳାଖେମୁଣ୍ଡି,୧।୮ (ଗିରିଧାରୀ ପରିଛା): ଗଜପତି ଜିଲା ସ୍ପେଶାଲ ବ୍ରାଞ୍ଚରେ କାର୍ଯ୍ୟରତ ଏଏସ୍‌ଆଇ ମନୋଜ କୁମାର ପାଢ଼ୀଙ୍କର ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏହି…

ଲଗାଣ ବର୍ଷାରେ କ୍ଷୟକ୍ଷତି ଅଞ୍ଚଳ ପରିଦର୍ଶନ କଲେ କେନ୍ଦୁଝର MP, ପୀଡ଼ିତଙ୍କୁ ଶୀଘ୍ର…

ବଞ୍ଚୋ, ୧।୮(ପ୍ରଦୋଷ ବିଶ୍ୱାଳ): ଲଗାଣ ବର୍ଷା ଯୋଗୁ ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ହୋଇଥିବା କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିବା ପାଇଁ କେନ୍ଦୁଝର MP ଅନନ୍ତ ନାୟକ…

ରାଧାରାଣୀଙ୍କୁ ଝୁରୁଛି ଗାଁ ମାଟି: ଅବଦାନ-ସଂଗ୍ରାମୀ ଭୂମିକାକୁ ମନେ ପକାଇଲେ…

ଦିଗପହଣ୍ଡି, ୧ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟସ୍ଥ ରୋହି ଗାଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ସ୍ବର୍ଗତ ରାଧାରାଣୀ ଜେନାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଶନିବାର…

ହାତୀପଲଙ୍କୁ ଚିଡ଼ାଉଥିବା ବେଳେ ବାରଣ କରବାରୁ ବନ କର୍ମଚାରୀଙ୍କୁ ଆକ୍ରମଣ: ୫ ଜଣଙ୍କ ନାମରେ ମାମଲା, ୨ ଗିରଫ

କେନ୍ଦୁଝର/ପାଟଣା, ୧।୮(ନରେଶ ଚନ୍ଦ୍ର ପଟ୍ଟନାୟକ/ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଓ ସଦର ରେଞ୍ଜ ସୀମାନ୍ତ ପଦ୍ମପୁର ସଂରକ୍ଷିତ ଜଙ୍ଗଲର ଜାମୁନାଳିଆ ଗାଁ ନିକଟରେ ଏକ…

ବଚସାରୁ ଗୋଡ଼ାଇ ଗୋଡ଼ାଇ କରିଥିଲେ ଆକ୍ରମଣ, ଜାମିନ ଖାରଜ ହେବାରୁ ଜେଲ ଗଲେ…

ଦିଗପହଣ୍ଡି, ୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରତାପଗିରି ଗ୍ରାମର ସୁନୀଲ ଗୌଡ଼ଙ୍କୁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ପାଟପୁର ପୋଲିସ ଶନିବାର ଅଭିଯୁକ୍ତ…

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଇତିହାସରେ ରଚିଲେ ପାରା ଆଥଲେଟ୍‌

ଗ୍ଲାସଗୋ,୧ା୮: ଭାରତୀୟ ପାରା ଆଥଲେଟ୍‌ମାନେ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ୨୮ ଜଣିଆ ଭାରତୀୟ ପାରା ସ୍ପୋଟର୍‌ସ ଦଳ ୭ ପଦକ ଜିତିଛି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri