ଆର୍‌ପିଡିଏସିକୁ ଡର

ଯାଜପୁର ଅଫିସ,୫।୬:ବିସ୍ଥାପିତ ଓ ଜମିହରାଙ୍କ ସମସ୍ୟାର ପ୍ରତିକାର ଏବଂ ପ୍ରଭାବିତ ଅଞ୍ଚଳର ଉନ୍ନୟନ ପାଇଁ ପୁନର୍ବାସ ଏବଂ ପାରିପାର୍ଶ୍ୱିକ ଉନ୍ନୟନ ଉପଦେଷ୍ଟା କମିଟି (ଆର୍‌ପିଡିଏସି) ବୈଠକ ଶେଷ ଥର ପାଇଁ ୧୪ା୯ା୨୦୧୬ରେ ଅନୁଷ୍ଠିତ ହୋଇଥିଲା। ଇତିମଧ୍ୟରେ କଟକଠାରେ ଆର୍‌ପିଡିଏସି ବୈଠକ ହୋଇଛି ବୋଲି ପ୍ରଶାସନ ପକ୍ଷରୁ ଦାବି କରାଯାଉଛି। ତେବେ ଏଭଳି ଲୁଚାଛପା ବୈଠକ କାହିଁକି ଏବଂ କାହାସ୍ବାର୍ଥରେ ବୋଲି ସାଧାରଣରେ ପ୍ରଶ୍ନ ଉଠିବା ସ୍ବାଭାବିକ। ପ୍ରାୟ ୫ ବର୍ଷ ହେଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ଆର୍‌ପିଡିଏସି ବୈଠକ ନ ହେବା ଶିଳ୍ପ ବିସ୍ଥାପିତଙ୍କ ଦୁର୍ଦ୍ଦଶା ପ୍ରତି ପ୍ରଶାସନ ସମ୍ବେଦନହୀନ ମନେ ହେଉଛି।
ରାଜ୍ୟ ସରକାରଙ୍କ ପ୍ରଣିତ ପୁନର୍ବାସ ଓ ଥଇଥାନ ନୀତିକୁ ପ୍ରଶାସନିକ ସ୍ତରରେ ଗୁରୁତ୍ୱ ଦିଆଯାଉ ନଥିବାବେଳେ ଶିଳ୍ପସଂସ୍ଥା ମାଲିକଙ୍କୁ ଖୁସି କରିବା ପାଇଁ ବିସ୍ଥାପିତ ଓ ଜମିହରାଙ୍କ ସମସ୍ୟା ପ୍ରତି ଆଖିବୁଜି ଦିଆଯାଉଛି। ବିଶେଷକରି ଶିଳ୍ପ ଓ ଖଣି ସଂସ୍ଥାଗୁଡ଼ିକରେ ସ୍ଥାନୀୟ ନିଯୁକ୍ତିକୁ ନେଇ ଅଞ୍ଚଳରେ ଅସନ୍ତୋଷ ସରକାରଙ୍କ ବିପକ୍ଷରେ ଏକ ନକାରାତ୍ମକ ଭାବନା ସୃଷ୍ଟି କରୁଛି। ଯାଜପୁର ଜିଲା କଳିଙ୍ଗନଗର କ୍ଷେତ୍ରରେ ଉଭୟ ରାଜ୍ୟ ଓ ଜିଲା ପ୍ରଶାସନ ଏହି ଭୂମିକା ନେଇଥିବା ସ୍ପଷ୍ଟ ପରିଲକ୍ଷିତ ହେଉଛି।
ଓଡ଼ିଶା ସରକାରଙ୍କ ପୁନର୍ବାସ ଓ ଥଇଥାନ ନୀତିର ସଫଳ ରୂପାୟନ ପାଇଁ ଯାଜପୁର ସମେତ ଶିଳ୍ପ ବହୁଳ ଜିଲାଗୁଡିକରେ ୨୦୦୮ରୁ ଓଡ଼ଶା ପ୍ରଶାସନିକ ସେବାର ଜଣେ ଲେଖାଏ ବରିଷ୍ଠ ପଦାଧିକାରୀଙ୍କୁ ପ୍ରକଳ୍ପ ନିର୍ଦ୍ଦେଶକ (ପୁନର୍ବାସ ଓ ଥଇଥାନ) ଭାବରେ ଅବସ୍ଥାପିତ କରାଯାଇଛି। କିନ୍ତୁ ଯାଜପୁର ଜିଲା ପାଇଁ ନିଯୁକ୍ତ ସମ୍ପୃକ୍ତ ଅଧିକାରୀ କାର୍ଯ୍ୟରେ ଯୋଗଦେଇ ନାହାନ୍ତି । ସେହିପରି ଜିଲାରେ ୧୦ରୁ ଊର୍ଦ୍ଧ୍ୱ ବଡ ଶିଳ୍ପ ରହିଥିବାବେଳେ ଏହାର ଜମିହରା ଓ ବିସ୍ଥାପିତଙ୍କ ପୁନର୍ବାସ ଓ ଥଇଥାନ ଦିଗ ଅବହେଳିତ ହୋଇ ରହିଛି। ପୁନର୍ବାସ ଓ ଥଇଥାନ ନୀତି ଅନୁସାରେ ବର୍ଷରେ ଅନ୍ତତଃ ୪ ଥର ଆର୍‌ପିଡିଏସି ବୈଠକ ହେବା କଥା। କିନ୍ତୁ ୪ ବର୍ଷ ୯ ମାସରୁ ଅଧିକ ସମୟ ହେଲା ଏହି ବୈଠକ ହୋଇନାହିଁ। ବିସ୍ଥାପିତ ଓ ଜମିହରାଙ୍କ ଅସନ୍ତୋଷରୁ ବିଭିନ୍ନ କାରଖାନାରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟିହେବା ଏବଂ କାରଖାନା ପ୍ରତିଷ୍ଠାରେ ବାଧା ସୃଷ୍ଟି ହେଉଥିଲେ ବି ପ୍ରଶାସନ ତତ୍ପରତା ପ୍ରକାଶ କରୁନାହିଁ। ଶିଳ୍ପ କାରଖାନାଜନିତ ବିସ୍ଥାପନକୁ ବନ୍ଦ କରିବା ପାଇଁ ଦିନ ଥିଲା ଲୋକଙ୍କୁ ପୋଲିସ ଗୁଳିର ସାମ୍ନା କରିବାକୁ ପଡୁଥିଲା। କିନ୍ତୁ କଳିଙ୍ଗନଗରରେ ଏବେ ପରିସ୍ଥିତି ଓଲଟା ହୋଇଛି। ଶିଳ୍ପଜନିତ ପରିବେଶ ଓ ସାମାଜିକ ପ୍ରଦୂଷଣରେ ଅତିଷ୍ଠ ହୋଇ ସାରଙ୍ଗପୁର, ବାରଗାଡିଆ, କୁଡୁମୀସାହି, ଟାଙ୍ଗରସାହି, ଅରାସାହି, କଚେରୀ ଗାଁ, ନୂଆଗାଁ, ଖୁରୁଣ୍ଟି, କେନ୍ଦୁଢିପି ଆଦି ଗ୍ରାମର ଲୋକେ ବିସ୍ଥାପନ କରିବାକୁ ଦାବି କରି ଆସୁଛନ୍ତି। ଅନ୍ୟପକ୍ଷେ କଳିଙ୍ଗନଗର ଶିଳ୍ପାଞ୍ଚଳ ପ୍ରତିଷ୍ଠାର ୨୫ ବର୍ଷ ପରେ ବି ୬ ଶିଳ୍ପ କାରଖାନା ଦ୍ୱାରା ବିସ୍ଥାପିତ ପରିବାରର ୫୪୯ ଉତ୍ତରାଧିକାରୀ ନିଯୁକ୍ତି ପାଇବାରୁ ବଞ୍ଚିତ ରହିଛନ୍ତି। ଏଭଳି ସ୍ଥିତିରେ ସୁକିନ୍ଦା ଖଣି ଅଞ୍ଚଳରେ ନୂଆ ଖଣି ହାତେଇଥିବା ବେଦାନ୍ତ ବାହାର ରାଜ୍ୟର ପ୍ରାୟ କର୍ମଚାରୀ ଓ ଅଧିକାରୀଙ୍କୁ ନିଯୁକ୍ତି ଦେଇଥିବା ଅଭିଯୋଗ ହୋଇଛି। ଏହାସହ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ ୨୦୧୭-୨୧ ମଧ୍ୟରେ ବିଆରପିଏଲ(ବ୍ରାହ୍ମଣୀ ରିଭର୍ସ ପେଲେଟ ଲିଃ) ୩୦ ଜଣଙ୍କୁ ନୂଆ ନିଯୁକ୍ତି ଦେଇଛି। ଏଥିରେ ୨୦ ଜଣ ରାଜ୍ୟର ଓ ୧୦ ଜଣ ରାଜ୍ୟ ବାହାରର ବୋଲି ଦର୍ଶାଯାଇଛି। ତେବେ ନିଯୁକ୍ତି ପାଇଥିବା ବାହାର ରାଜ୍ୟର ସମସ୍ତେ ଅଫିସର କ୍ୟାଡର ହୋଇଥିବାବେଳେ ଓଡ଼ିଶାର ସମସ୍ତେ ଶ୍ରମିକ ଶ୍ରେଣୀଭୁକ୍ତ ବୋଲି ଜଣାପଡ଼ିଛି। ଏହା କେବଳ ଉଦାହରଣ ମାତ୍ର। ପ୍ରାୟ ସମସ୍ତ ଶିଳ୍ପ ଓ ଖଣି କମ୍ପାନୀରେ ଏଭଳି ନୀତି ଚାଲିଛି। ଇତିମଧ୍ୟରେ ନୀଳାଚଳ ଇସ୍ପାତ, ମେସ୍କୋ, ମୈଥାନ ଭଳି ବୃହତ୍‌ କାରଖାନା ବନ୍ଦ ପଡିଛି। ଏଥିରେ କାର୍ଯ୍ୟରତ ପ୍ରାୟ ୨୦ ହଜାର ସ୍ଥାନୀୟ ଲୋକେ ଜୀବିକା ହରାଇିଛନ୍ତି। ଏଭଳିସ୍ଥିତିରେ ଆର୍‌ପିଡିଏସି ବୈଠକ ନ ବସିବା ପ୍ରଶାସନର କମ୍ପାନୀ ପ୍ରୀତି ଜଳଜଳ ହୋଇ ଦିଶୁଛି ବୋଲି ମତପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ରଙ୍କୁ ପଚାରିବାରେ ସେ କହିଛନ୍ତି, ବିସ୍ଥାପିତମାନଙ୍କ ସମସ୍ତ ସମସ୍ୟାର ସମାଧାନ ହେଉଛି। ସେମାନଙ୍କ ପ୍ରତି କୌଣସି ପ୍ରକାର ଅବହେଳା କରାଯାଉ ନାହିଁ। ତେବେ ଆର୍‌ପିଡିଏସି ବୈଠକ ସମ୍ପର୍କରେ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ମା’ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ପର୍ବ, ମନ୍ଦିରରେ ଲାଗିଛି ଶ୍ରଦ୍ଧାଳଙ୍କୁ ଭିଡ଼

ଭବାନୀପାଟଣା,୩ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ପର୍ବ ଶନିବାର ଅନୁଷ୍ଠିତ ହେବ। ଏଥିପାଇଁ ଦେବୀପୀଠ ଉତ୍ସବ ମୁଖର ହୋଇ…

CJP କୁ ନେଇ ଏମିତି କହିଲେ ମମତା ବାନାର୍ଜୀ, ରାଜନୀତି ହେଲାଣି ସରଗରମ

ନୂଆଦିଲ୍ଲୀ,୩।୧୦: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ‘କକରୋଚ ଜନତା ପାର୍ଟି’ (CJP) ଦ୍ୱାରା ଚାଲିଥିବା…

ଲଜ୍‌କୁ ଡାକି ଛାତ୍ରୀଙ୍କୁ ବଳାତ୍କାର କଲେ ଯୁବକ, ଡାକ୍ତରୀମାଇନା ପରେ…

ହାଟଡିହୀ,୩ା୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ଅଞ୍ଚଳରେ ଜଣେ ଯୁକ୍ତ-୩ ଛାତ୍ରୀଙ୍କୁ ଲଜ୍‌ରେ ବଳାତ୍କାର କରାଯାଇଥିବା ନେଇ ଶୁକ୍ରବାର ଅଭିଯୋଗ ହୋଇଛି। ଏହି…

ଫାଇନାଲରେ ଧୋକା ଦେଲେ ବୈଭବ ସୂର୍ଯ୍ୟବଂଶୀ: ଭାରତ-ପାକିସ୍ତାନ ମହାମୁକାବିଲାରେ ମାତ୍ର ଏତିକି ରନ୍‌ କରି ଆଉଟ୍‌

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ ଫାଇନାଲରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଛନ୍ତି। ସ୍ବର୍ଣ୍ଣ ପାଇଁ ହେଉଥିବା ଏହି ବଡ଼ ମୁକାବିଲାରେ ଭାରତୀୟ ଦଳର…

କେତୁଙ୍କ ବକ୍ରି ଚଳନ: ଚମକିବ ୪ ରାଶିଙ୍କ ଭାଗ୍ୟ, ପ୍ରବଳ ଧନବର୍ଷାକୁ ବଡ଼ କମ୍ପାନୀରୁ ଅଫର୍‌

କେତୁ ଗ୍ରହ ସର୍ୱଦା ଓଲଟା ଚଳନ (ବକ୍ରୀ) କରନ୍ତି। ଆଜି କେତୁ ମଘା ନକ୍ଷତ୍ରର ଦ୍ୱିତୀୟ ପଦରୁ ପ୍ରଥମ ପଦକୁ ଚଳନ କରିବାକୁ ଯାଉଛନ୍ତି। କେତୁଙ୍କର ଏହି…

ଏସିଆନ ଗେମ୍ସରେ ଇତିହାସ ରଚିଲେ ପ୍ରଣବୀ: ଗଲ୍ଫରେ କଲେ ବଡ଼ କାରନାମା

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ଗଲ୍ଫ ପାଇଁ ଆସିଛି ବଡ଼ ସଫଳତା। ଭାରତୀୟ ଗଲ୍ଫର୍‌ ପ୍ରଣବୀ ଶରଥ ଉର୍ସ ମହିଳା ଗଲ୍ଫରେ ସ୍ବର୍ଣ୍ଣ ପଦକ ଜିତି…

ସ୍ବର୍ଣ୍ଣ ଜିତିଲେ ଆଦିବାସୀ ଝିଅ ଝରଣା: ଶ୍ରମିକ ମା’ବାପାଙ୍କ ଝିଅଙ୍କ ସଫଳତାରେ ଜିଲା ଗର୍ବିତ

ଅମରପାଲି,୩ା୧୦(ପୀତାମ୍ବର ସାହୁ):ଦୃଢ଼ ଇଚ୍ଛାଶକ୍ତି, ଅଧ୍ୟବସାୟ ଓ ନିରନ୍ତର ପରିଶ୍ରମ ଆଗରେ ହାର ମାନିଛି ଆର୍ଥିକ ଅନଟନ। ଏହାର ଉଦାହରଣ ସାଜିଛନ୍ତି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ସଂଗ୍ରାମପୁର…

ମହିଳା ହକି ଟିମ୍‌ ଉପରେ ଟଙ୍କା ବର୍ଷା କଲେ ମୋହନ ସରକାର: ପ୍ରତ୍ୟେକ ଖେଳାଳିଙ୍କ ମିଳିବ…

ଭୁବନେଶ୍ୱର,୩।୧୦: ମହିଳା ହକି ଦଳ ଫାଇନାଲରେ ଚାଇନାକୁ ୧-୦ ଗୋଲରେ ହରାଇ ଦୀର୍ଘ ୪୪ ବର୍ଷ ପରେ ଏସିଆଡ୍‌ ସ୍ବର୍ଣ୍ଣ ପଦକ ହାସଲ କରିଛି। ଏଥିସହ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?