ବିଷାକ୍ତ ଧୂଳି, ଧୂଆଁର ଭୟ

କେନ୍ଦ୍ରାପଡ଼ା ଅଫିସ,୧୧ା୧୦: ମହାନଦୀର ଦୁଇପାର୍ଶ୍ୱରେ ୨ଟି ଜିଲା। ଗୋଟିଏ ପାର୍ଶ୍ୱରେ କେନ୍ଦ୍ରାପଡ଼ା ଅପରପାର୍ଶ୍ୱରେ ଜଗତ୍‌ସିଂହପୁର। କେନ୍ଦ୍ରାପଡ଼ା ଜିଲା ଅଦ୍ୟାବଧି ଶିଳ୍ପବିହୀନ ଅବସ୍ଥାରେ ଅଛି। ହେଲେ ଜଗତ୍‌ସିଂହପୁର ଜିଲା ପାରାଦୀପ ଅଞ୍ଚଳରେ ୧୦ରୁ ଊର୍ଦ୍ଧ୍ୱ ବୃହତ୍‌ ଶିଳ୍ପ ଅନୁଷ୍ଠାନ ଗଢ଼ି ଉଠିଛି। ଏହି ଶିଳ୍ପ ଅନୁଷ୍ଠାନରୁ ବିଭିନ୍ନ ସମୟରେ ନିର୍ଗତ ବିଷାକ୍ତ ଧୂଳି ଓ ଧୂଅଁା କେନ୍ଦ୍ରାପଡ଼ା ଜିଲାବାସୀଙ୍କୁ ଅତିଷ୍ଠ କରୁଛି। ସେଠାରୁ ନିର୍ଗତ ବିଷାକ୍ତ ବର୍ଜ୍ୟବସ୍ତୁ ନଦୀ ନାଳରେ ମିଶି କେନ୍ଦ୍ରାପଡ଼ା ଜିଲାର ବିଭବ ଭାବେ ପରିଚିତ ଆର୍ଦ୍ରଭୂମି ଭିତରକନିକା ସମେତ ସ୍ଥାନୀୟ ଅଞ୍ଚଳର ପ୍ରାକୃତିକ ପରିବେଶ ନଷ୍ଟ କରୁଛି। ହେଲେ ଏ ସଂକ୍ରାନ୍ତରେ ଜିଲା ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହୋଇଛି।
ଯାଜପୁର ଓ ଜଗତ୍‌ସିଂହପୁର ଶିଳ୍ପାଞ୍ଚଳକୁ ସଂଯୋଗ କରୁଥିବା ରାସ୍ତା କେନ୍ଦ୍ରାପଡ଼ା ଜିଲା ସଂଲଗ୍ନରେ ଅବସ୍ଥିତ। ପ୍ରତିଦିନ ରାସାୟନିକ ପଦାର୍ଥଭରା ଭାରିଯାନ ଏହି ରାସ୍ତା ଦେଇ ଯାତାୟାତ କରୁଛି। ରାସାୟନିକ ବିପର୍ଯ୍ୟୟ ପ୍ରତି ଜିଲା ପ୍ରଶାସନ ସଚେତନ ନୁହନ୍ତି ବୋଲି ସ୍ଥାନୀୟ ଅଞ୍ଚଳବାସୀ ମତ ଦେଇଛନ୍ତି। ପରିବେଶ ପ୍ରଦୂଷଣ ପ୍ରଭାବରେ ହେଉଥିବା ସମସ୍ୟା ସମ୍ପର୍କରେ ମହାକାଳପଡ଼ା ବ୍ଲକ ବତିଘର ଅଞ୍ଚଳର ପୂର୍ଣ୍ଣିମା ମାଝି, ସୁଦର୍ଶନ ବେରା, ହରିପଦ ବିଶ୍ୱାସ ପ୍ରମୁଖ କୁହନ୍ତି, ଜଗତ୍‌ସିଂହପୁର ଜିଲା ଶିଳ୍ପାଞ୍ଚଳରୁ ନିର୍ଗତ ବିଷାକ୍ତ ଧୂଳି ଓ ଧୂଆଁ ଆମ ଜୀବନକୁ ଦୁର୍ବିଷହ କରି ଦେଇଛି। ଶିଳ୍ପାଞ୍ଚଳରୁ ନିର୍ଗତ ଧୂଳି ଓ ଧୂଆଁ ଚର୍ମ ରୋଗଠାରୁ ଆରମ୍ଭ କରି କ୍ୟାନ୍‌ସରର କାରଣ ହୋଇଛି। ଆମ ଅଞ୍ଚଳର ଫସଲକୁ ସେହି ପ୍ରଦୂଷଣ ନଷ୍ଟ କରୁଛି। ପାରାଦୀପର ଏକ ଷ୍ଟିଲ୍‌ ପ୍ଲାଣ୍ଟରୁ ଲାଲ ରଙ୍ଗର ଧୂଳି ଉଡି ଆସି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଖେଳେଇ ହୋଇଯାଇଛି। ଘରବାଡିଠାରୁ ଆରମ୍ଭ କରି ଗଛପତ୍ରରେ ନାଲି ରଙ୍ଗର ଆସ୍ତରଣ ଦେଖାଯାଉଛି। ଏପର ପ୍ରଦୂଷଣ ସ୍ଥାନୀୟ ଅଞ୍ଚଳ ପାଇଁ ନୂଆ ନୁହେଁ। ପ୍ରତ୍ୟହ ଏପରି ସମସ୍ୟା ନଜରକୁ ଆସୁଛି। ସ୍ଥାନୀୟ ଲୋକେ ରୋଗ ସହ ଜୀବନଜୀବିକାକୁ ନେଇ ଚିନ୍ତାରେ ପଡିଥିବା ସେମାନେ ପ୍ରକାଶ କରିଛନ୍ତି। ପରିବେଶବିତ୍‌ ହେମନ୍ତ କୁମାର ରାଉତ, ସମରେନ୍ଦ୍ର ମାହାଳି, ପ୍ରଭୁପ୍ରସାଦ ମହାପାତ୍ର ପ୍ରମୁଖ କହିଛନ୍ତି, ଶିଳ୍ପାଞ୍ଚଳର ବର୍ଜ୍ୟବସ୍ତୁ ଜାତୀୟ ଉଦ୍ୟାନ ଭିତରକନିକା ପ୍ରତି ବିପଦ ସାଜିଛି। ସେହିପରି ଏହି ବିଷାକ୍ତ ରାସାୟନିକ ପ୍ରଭାବ ସାମୁଦ୍ରିକ ଜଳଜୀବ ସମେତ ନଦୀ ନାଳ ଉପରେ ବିଷାକ୍ତ ଆସ୍ତରଣ ସୃଷ୍ଟି କରୁଛି। ଗଛ ସବୁ ପୋଡ଼ି ଯାଉଥିବା ବେଳେ ଫସଲ ଅଧିକ ଅମଳକ୍ଷମ ହେଉନାହିଁ। ଏ ନେଇ ଜିଲା ପ୍ରଶାସନର ଦୃଷ୍ଟିକୁ ଅଣାଯାଇଥିବା ସେମାନେ ପ୍ରକାଶ କରିଛନ୍ତି।
ସାମାଜିକ କର୍ମୀ ବିଭୂତି ଭୂଷଣ କର, ଲକ୍ଷ୍ମୀଧର ସ୍ବାଇଁ, ପ୍ରମୋଦ କୁମାର ସ୍ବାଇଁ, ପ୍ରଭାତ କୁମାର ତ୍ରିପାଠୀ ପ୍ରମୁଖ କହିଛନ୍ତି, ୨୦୧୯ ଜୁନ୍‌ରେ ତତ୍କାଳନୀ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କାର୍ଯ୍ୟକାରୀ ପରିଷଦର ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ରାସାୟନିକ ଓ ଶିଳ୍ପାନୁଷ୍ଠାନ ଦୁର୍ଘଟଣା ପରି ବିପର୍ଯ୍ୟୟ କ୍ଷେତ୍ରରେ ରାଜ୍ୟ କ୍ରାଇସିସ୍‌ ମେଣ୍ଟେନାନ୍ସ ଗ୍ରୁପ୍‌ ତତ୍ପରତାର ସହ କାର୍ଯ୍ୟ କରିବ ବୋଲି ନିଷ୍ପତ୍ତି ହୋଇଥିଲା। ଏହି କ୍ରାଇସିସ୍‌ ମେଣ୍ଟେନାନ୍ସ ଗ୍ରୁପ୍‌ ଶିଳ୍ପାଞ୍ଚଳର ଆଖପାଖ ଅଞ୍ଚଳ ସର୍ଭେ କରିବା ସହ ପ୍ରଦୂଷଣର ନିରାକରଣ ବ୍ୟବସ୍ଥା କରିବ। ବୈଠକକୁ ଇତିମଧ୍ୟରେ ଅଢ଼େଇ ବର୍ଷ ବିତି ଯାଇଥିଲେ ମଧ୍ୟ କେନ୍ଦ୍ରାପଡ଼ା ଜିଲାରେ କ୍ରାଇସିସ୍‌ ମେଣ୍ଟେନାନ୍ସ ଗ୍ରୁପ୍‌ର କାର୍ଯ୍ୟକ୍ରମ ଆରମ୍ଭ ହୋଇନାହିଁ। ଏ ସମ୍ପର୍କରେ ଉପଜିଲାପାଳ ନିରଞ୍ଜନ ବେହେରା କହିଛନ୍ତି, ପାରାଦୀପ ଶିଳ୍ପାଞ୍ଚଳରେ ଗତ ଶୁକ୍ରବାର ଲାଲ ଧୂଳି ଉଠିବା ଘଟଣା ଜିଲା ପ୍ରଶାସନର ନଜରକୁ ଆସିଛି। ଏ ନେଇ ଫ୍ୟାକ୍ଟ୍ରି ଆଣ୍ଡ ବଏଲର ନିର୍ଦ୍ଦେଶାଳୟ ଓ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?