ଜିଲାରେ ଡେଙ୍ଗୁ ଭୟ ବଢୁଛି: ନାମକୁ ଚାଲିଛି ସଚେତନତା

ଜଗତ୍‌ସିଂହପୁର ଅଫିସ,୪ା୭: ଜଗତ୍‌ସିଂହପୁର ଜିଲାରେ ଡେଙ୍ଗୁ ଭୟ ଦିନକୁ ଦିନ ବଢ଼ିବାରେ ଲାଗିଛି। କାରଣ ବିଗତ ବର୍ଷଗୁଡିକରେ ଜିଲାରେ ଡେଙ୍ଗୁ ପରିସ୍ଥିତି ଅଣାୟତ୍ତ ହୋଇଯାଇଥିଲା। ଗତ ୨ ବର୍ଷ କରୋନା ସଂକ୍ରମଣ ଯୋଗୁ ଲୋକେ କଟକଣା ଭିତରେ ରହିଥିଲେ। ଏହି ଭୟ ଅନ୍ୟ ପ୍ରସଙ୍ଗକୁ ଚାପି ଦେଇଥିଲା। ଏବେ ପରିସ୍ଥିତିରେ ସୁଧାର ଆସିଛି ସତ କିନ୍ତୁ ଡେଙ୍ଗୁ ଭୟ ଯାଇନି, ବରଂ ବଢ଼ିଛି। ବର୍ତ୍ତମାନ କମ ସଂଖ୍ୟକ ଲୋକ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମ୍‌ଓ) କ୍ଷେତ୍ରବାସୀ ଦାସ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଡେଙ୍ଗୁ ଚିହ୍ନଟ ପାଇଁ ଜଗତ୍‌ସିଂହପୁର ଓ ପାରାଦୀପରେ ଟେଷ୍ଟିଂ ବ୍ୟବସ୍ଥା ହୋଇଛି। ଟେଷ୍ଟିଂରେ ପଜିଟିଭ୍‌ ବାହାରିଲେ ସେମାନଙ୍କ ପାଇଁ ସ୍ବତନ୍ତ୍ର ଚିକିତ୍ସା ବ୍ୟବସ୍ଥା କରାଯାଉଛି। ଅନ୍ୟପଟେ ଆଶା କର୍ମୀମାନେ ସେପ୍ଟେମ୍ବର ୨୦ ପର୍ଯ୍ୟନ୍ତ ସୋମ, ଗୁରୁ ଓ ରବିବାର ବିଭିନ୍ନ ଗାଁ ବୁଲି ମ୍ୟାଲେରିଆ, ଡେଙ୍ଗୁ, ଡାଇରିଆ ଓ କୋଭିଡ୍‌ ଆଦି ଉପରେ ଲୋକଙ୍କୁ ସଚେତନ କରିବେ ବୋଲି ସିଡିଏମ୍‌ଓ କହିଛନ୍ତି। ବାସ୍ତବରେ କିନ୍ତୁ ଜିଲାରେ ସେଭଳି କିଛି ସଚେତନତା କରାଯାଉନାହିଁ। କାଗଜପତ୍ରରେ ସଚେତନତା ନାଁରେ ହରିଲୁଟ୍‌ ହେଉଥିବା ଅଭିଯୋଗ ହେଉଛି। ବର୍ଷାଦିନେ ଜିଲା ମ୍ୟାଲେରିଆ ଅଧିକାରୀ (ଡିଏମ୍‌ଓ) ପଦବୀ ଖାଲି ପଡ଼ିିଥିଲେ ସୁଦ୍ଧା ପୂରଣ ହେଉନି। ବର୍ତ୍ତମାନର ସିଡିଏମ୍‌ଓ ପୂର୍ବରୁ ଡିଏମ୍‌ଓ ପଦବୀରେ ଥିଲେ। ଏ ସମ୍ପର୍କରେ କେତେଜଣ ବ୍ୟକ୍ତି ସେମାନଙ୍କ ପ୍ରତିକ୍ରିୟାରେ କହିଛନ୍ତି, ବିଭାଗୀୟ କର୍ମଚାରୀମାନେ ହାତଗଣତି କିଛି ସ୍ଥାନରେ ଲୋକଙ୍କୁ ସଚେତନତା ବାହାନାରେ ଫଟୋ ଉଠାଇ କାଗଜକଲମରେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ସରକାର ଡେଙ୍ଗୁ ନିରୋଧ ଉପରେ ଗୁରୁତ୍ୱାରୋପ କରୁଥିବାବେଳେ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ହାଲକା ଭାବେ ନେଉଛନ୍ତି। ଯେଉଁଥିପାଇଁ ଚଳିତ ବର୍ଷ ଡେଙ୍ଗୁ ରୋଗୀ ସଂଖ୍ୟା ବଢିବାର ଯଥେଷ୍ଟ ସମ୍ଭାବନା ରହିଛି।
ମିଳିଥିବା ସୂଚନା ଅନୁଯାୟୀ, ପ୍ରତିବର୍ଷ ବର୍ଷା ହେଲେ ଅର୍ଥାତ୍‌ ଜୁଲାଇ ଶେଷଭାଗରୁ ଡେଙ୍ଗୁ ବ୍ୟାପିଥାଏ। ଏବେ ଏହି ସମୟ ହୋଇଯାଇଥିବାରୁ ବିଶେଷ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ୨୦୧୧ରୁ ଅନୁଧ୍ୟାନ କଲେ ଜଣାଯାଏ, ଏହି ବର୍ଷ ଜିଲାରେ ମାତ୍ର ୨୨ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ। ୨୦୧୨ରେ ୨୩ ଥିଲା । ୨୦୧୩ରେ କିନ୍ତୁ ହଠାତ୍‌ ବଢି ୨୬୩ରେ ପହଞ୍ଚତ୍ଥିଲା। ୨୦୧୪ରେ ରେକର୍ଡ ଭାଙ୍ଗିଥିଲା । ଏହି ବର୍ଷ ୧,୦୫୧ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ବାଲିକୁଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଞ୍ଚଳରେ ୬, ବିିରିଡ଼ି ୪, ଏରସମା ୨୩୧, ମଣ୍ଡାସାହି ୯, ମଣିଜଙ୍ଗା ୩୯, ନାଉଗାଁ ୩, ରଘୁନାଥପୁର ୨୦, ଜଗତ୍‌ସିଂହପୁର ୧, ପାରାଦୀପରେ ଏହି ସଂଖ୍ୟା ୭୨ ଥିବା ବେଳେ କୁଜଙ୍ଗରେ ସର୍ବାଧିକ ୬୪୩ ଜଣ ଚିହ୍ନଟ ହୋଇଥିଲେ। ୨୩ ଜଣଙ୍କୁ ଚିହ୍ନଟ କରାଯାଇ ପାରି ନ ଥିଲା। ଏହା ଚିନ୍ତାର କାରଣ ହୋଇଥିଲା । ୨୦୧୫ରେ ଜିଲାର ୩୯୩ ଜଣ ଏହି ରୋଗରେ ପୀଡିତ ହୋଇଥିଲେ ସୁଦ୍ଧା ପରେ ପ୍ରତ୍ୟେକେ ସୁସ୍ଥ ହୋଇଯାଇଥିଲେ । ସେମାନଙ୍କ ମଧ୍ୟରୁ ସର୍ବାଧୀକ ୨୪୫ ଜଣ କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ଜଣାପଡ଼ିଥିଲା। ୨୦୧୬ରେ ଜିଲାର ମଣ୍ଡାସାହି, ମଣିଜଙ୍ଗା ଓ ଏରସମା ଆଦି ଅଞ୍ଚଳରେ ଡେଙ୍ଗୁ ବ୍ୟାପିଥିଲା। ମୋଟ ୩୩୩ ଜଣ ରୋଗରେ ଆକ୍ରାନ୍ତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ମଣ୍ଡାସାହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ ବେଣୁପୁରରୁ ଜଣେ ଏବଂ ଏରସମା ଭିତର ଅନ୍ଧାରୀରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା । ୨୦୧୭ରେ ଏହି ସଂଖ୍ୟା କମି ୨୩୫ରେ ସୀମିତ ଥିଲା। ସେମାନଙ୍କ ମଧ୍ୟରୁ କୁଜଙ୍ଗ ଅଞ୍ଚଳରେ ସର୍ବାଧିକ ୬୬ ଜଣ ଆକ୍ରାନ୍ତ ହୋଇଥିଲେ। ଅନ୍ୟ ଅଞ୍ଚଳ ଯଥା ବାଲିକୁଦାରେ ୪୭, ବିରିଡ଼ି ୭, ଏରସମା ୧୩, ମଣ୍ଡାସାହି ୩୨, ମଣିଜଙ୍ଗା ୧୭, ନାଉଗାଁ ୧୨, ରଘୁନାଥପୁର ୧୪, ପାରାଦୀପ ୩୨ ଓ ଜଗତ୍‌ସିଂହପୁର ପୌର ପରିଷଦ ଅଞ୍ଚଳରେ ୩ ଜଣ ଆକ୍ରାନ୍ତ ଥିବା ଚିହ୍ନଟ କରାଯାଇଥିଲା। ୨୦୧୮ରୁ ୨୦୨୧ ମସିହା ମଧ୍ୟରେ ପ୍ରତିବର୍ଷ ପାଖାପାଖି ୨୫୦ ଜଣ ଲେଖାଏଁ ଏହି ରୋଗୀ ଚିହ୍ନଟ ହୋଇଥିଲେ । କିନ୍ତୁ ଚଳିତବର୍ଷ ବିଶେଷ ସତର୍କତା ଅବଲମ୍ବନ କରା ନ ଗଲେ ପରିସ୍ଥିତି ଅଣାୟତ୍ତ ହେବା ଆଶଙ୍କା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମସ୍କୋରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଭାରତୀୟଙ୍କ ସମେତ ଚାଲିଗଲା ୪ ଜଣଙ୍କ ଜୀବନ

ମସ୍କୋ,୧୭ା୫: ରୁଷିଆ ରାଜଧାନୀ ମସ୍କୋ ନିକଟରେ ୟୁକ୍ରେନ୍‌ ରବିବାର ଜୋର୍‌ଦାର ଡ୍ରୋନ୍‌ ଆକ୍ରମଣ କରିଛି। ଏଥିରେ ଜଣେ ଭାରତୀୟଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକେ…

ନଦୀକୁ ଡେଇଁ ଜୀବନ ହାରିଲେ ୮୫ ବର୍ଷୀୟ ଭେଟେରାନ ଫିଲ୍ମ ନିର୍ମାତା, ତାମିଲ ସିନେମାଜଗତ ସ୍ତବ୍ଧ

ହାଇଦ୍ରାବାଦ: ତାମିଲ ସିନେମା ଜଗତରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି, ଯାହା ସାରା ଫିଲ୍ମଜଗତକୁ ସ୍ତବ୍ଧ କରିଦେଇଛି। ନିଜର ସ୍ପଷ୍ଟବାଦୀ ମତାମତ ଏବଂ ବିବାଦୀୟ…

ଅଜଣା ଟ୍ରକକୁ ଧକ୍କା ଦେଲା ବାଇକ, ଚାଳକ ମୃତ

ମୋହନା,୧୭ା୫(ମନ୍ମଥ ମିଶ୍ର): ଗଜପତି ଜିଲା ଟାଙ୍କିଲିପଦର ଗାଁ ଛକରେ ଦୁର୍ଘଟଣା । ଟ୍ରକକୁ ଧକ୍କାଦେଲା ବାଇକ୍ । ଦୁର୍ଘଟଣାରେ ଚାଳକଙ୍କର ମୃତ୍ୟୁ ହୋଇଛି । ମୃତ ବାଇକ୍…

ଡିଜେଲ ଅଭାବରୁ ଚାଲିଲାନି ଜେନେରେଟର: ମରିଗଲେ ଫାର୍ମର ସମସ୍ତ କୁକୁଡ଼ା

ମାଲକାନଗିରି,୧୭।୫(ଗୌରିଶଙ୍କର ପଣ୍ଡା): ମାଲକାନଗିରି ଜିଲାରେ ଡିଜେଲ ଅଭାବ ଏବେ ଗୁରୁତର ସମସ୍ୟା ହୋଇଛି। ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହେବା ପରେ ଜେନେରେଟର ଚାଲି ନ ଥିବାରୁ ଏକ…

ପୂର୍ବ ଶତ୍ରୁତାରୁ ଆକ୍ରମଣ ପ୍ରତି ଆକ୍ରମଣ ଘଟଣା, ଜେଲ୍ ଗଲେ ୩ ଅଭିଯୁକ୍ତ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମରେ ଦୁଇ ପଡୋଶୀଙ୍କ ମଧ୍ୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗତ ଶୁକ୍ରବାର ରାତିରେ…

ଚାଷଜମିରେ କାମ କରୁଥିବା ବେଳେ ଟଳିପଡିଲେ, ଅଂଶୁଘାତରେ ଚାଲିଗଲା ଜୀବନ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ହନୁମାନ ମନ୍ଦିର ସାହିର ରଘୁନାଥ ଗୌଡ଼(୪୨) ରବିବାର ମଧ୍ୟାହ୍ନରେ ଅଂଶୁଘାତରେ…

ପୂର୍ବତନ ସମିତିସଭ୍ୟଙ୍କ ଘରେ ଚାଲିଥିଲା ଦେଶୀମଦ ଭାଟି, ଚଢ଼ାଉ କରି ଭାଙ୍ଗିଲା ପୋଲିସ

ନନ୍ଦପୁର,୧୭ା୫(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ ଲମତାପୁଟ ବ୍ଲକର ବନମାଳିପୁଟ ଗ୍ରାମପଞ୍ଚାୟତର ପୂର୍ବତନ ସମିତିସଭ୍ୟ ରମେଶ ବିଶୋଇଙ୍କ ଭିମାରୀପୁଟ ସ୍ଥିତ ଘରେ ସ୍ଥାପିତ…

ପଞ୍ଜାବକୁ ହରାଇ ପ୍ଲେଅଫ୍‌ରେ ସ୍ଥାନ ପକ୍କା କଲା ଆର୍‌ସିବି

ଧର୍ମଶାଳା,୧୭ା୫: ଭେଙ୍କଟେଶ ଆୟାରଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ରବିବାର ଖେଳାଯାଇଥିବା ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୨୩ ରନରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri