ଜିଲାରେ ଡେଙ୍ଗୁ ଭୟ ବଢୁଛି: ନାମକୁ ଚାଲିଛି ସଚେତନତା

ଜଗତ୍‌ସିଂହପୁର ଅଫିସ,୪ା୭: ଜଗତ୍‌ସିଂହପୁର ଜିଲାରେ ଡେଙ୍ଗୁ ଭୟ ଦିନକୁ ଦିନ ବଢ଼ିବାରେ ଲାଗିଛି। କାରଣ ବିଗତ ବର୍ଷଗୁଡିକରେ ଜିଲାରେ ଡେଙ୍ଗୁ ପରିସ୍ଥିତି ଅଣାୟତ୍ତ ହୋଇଯାଇଥିଲା। ଗତ ୨ ବର୍ଷ କରୋନା ସଂକ୍ରମଣ ଯୋଗୁ ଲୋକେ କଟକଣା ଭିତରେ ରହିଥିଲେ। ଏହି ଭୟ ଅନ୍ୟ ପ୍ରସଙ୍ଗକୁ ଚାପି ଦେଇଥିଲା। ଏବେ ପରିସ୍ଥିତିରେ ସୁଧାର ଆସିଛି ସତ କିନ୍ତୁ ଡେଙ୍ଗୁ ଭୟ ଯାଇନି, ବରଂ ବଢ଼ିଛି। ବର୍ତ୍ତମାନ କମ ସଂଖ୍ୟକ ଲୋକ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମ୍‌ଓ) କ୍ଷେତ୍ରବାସୀ ଦାସ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଡେଙ୍ଗୁ ଚିହ୍ନଟ ପାଇଁ ଜଗତ୍‌ସିଂହପୁର ଓ ପାରାଦୀପରେ ଟେଷ୍ଟିଂ ବ୍ୟବସ୍ଥା ହୋଇଛି। ଟେଷ୍ଟିଂରେ ପଜିଟିଭ୍‌ ବାହାରିଲେ ସେମାନଙ୍କ ପାଇଁ ସ୍ବତନ୍ତ୍ର ଚିକିତ୍ସା ବ୍ୟବସ୍ଥା କରାଯାଉଛି। ଅନ୍ୟପଟେ ଆଶା କର୍ମୀମାନେ ସେପ୍ଟେମ୍ବର ୨୦ ପର୍ଯ୍ୟନ୍ତ ସୋମ, ଗୁରୁ ଓ ରବିବାର ବିଭିନ୍ନ ଗାଁ ବୁଲି ମ୍ୟାଲେରିଆ, ଡେଙ୍ଗୁ, ଡାଇରିଆ ଓ କୋଭିଡ୍‌ ଆଦି ଉପରେ ଲୋକଙ୍କୁ ସଚେତନ କରିବେ ବୋଲି ସିଡିଏମ୍‌ଓ କହିଛନ୍ତି। ବାସ୍ତବରେ କିନ୍ତୁ ଜିଲାରେ ସେଭଳି କିଛି ସଚେତନତା କରାଯାଉନାହିଁ। କାଗଜପତ୍ରରେ ସଚେତନତା ନାଁରେ ହରିଲୁଟ୍‌ ହେଉଥିବା ଅଭିଯୋଗ ହେଉଛି। ବର୍ଷାଦିନେ ଜିଲା ମ୍ୟାଲେରିଆ ଅଧିକାରୀ (ଡିଏମ୍‌ଓ) ପଦବୀ ଖାଲି ପଡ଼ିିଥିଲେ ସୁଦ୍ଧା ପୂରଣ ହେଉନି। ବର୍ତ୍ତମାନର ସିଡିଏମ୍‌ଓ ପୂର୍ବରୁ ଡିଏମ୍‌ଓ ପଦବୀରେ ଥିଲେ। ଏ ସମ୍ପର୍କରେ କେତେଜଣ ବ୍ୟକ୍ତି ସେମାନଙ୍କ ପ୍ରତିକ୍ରିୟାରେ କହିଛନ୍ତି, ବିଭାଗୀୟ କର୍ମଚାରୀମାନେ ହାତଗଣତି କିଛି ସ୍ଥାନରେ ଲୋକଙ୍କୁ ସଚେତନତା ବାହାନାରେ ଫଟୋ ଉଠାଇ କାଗଜକଲମରେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ସରକାର ଡେଙ୍ଗୁ ନିରୋଧ ଉପରେ ଗୁରୁତ୍ୱାରୋପ କରୁଥିବାବେଳେ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ହାଲକା ଭାବେ ନେଉଛନ୍ତି। ଯେଉଁଥିପାଇଁ ଚଳିତ ବର୍ଷ ଡେଙ୍ଗୁ ରୋଗୀ ସଂଖ୍ୟା ବଢିବାର ଯଥେଷ୍ଟ ସମ୍ଭାବନା ରହିଛି।
ମିଳିଥିବା ସୂଚନା ଅନୁଯାୟୀ, ପ୍ରତିବର୍ଷ ବର୍ଷା ହେଲେ ଅର୍ଥାତ୍‌ ଜୁଲାଇ ଶେଷଭାଗରୁ ଡେଙ୍ଗୁ ବ୍ୟାପିଥାଏ। ଏବେ ଏହି ସମୟ ହୋଇଯାଇଥିବାରୁ ବିଶେଷ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ୨୦୧୧ରୁ ଅନୁଧ୍ୟାନ କଲେ ଜଣାଯାଏ, ଏହି ବର୍ଷ ଜିଲାରେ ମାତ୍ର ୨୨ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ। ୨୦୧୨ରେ ୨୩ ଥିଲା । ୨୦୧୩ରେ କିନ୍ତୁ ହଠାତ୍‌ ବଢି ୨୬୩ରେ ପହଞ୍ଚତ୍ଥିଲା। ୨୦୧୪ରେ ରେକର୍ଡ ଭାଙ୍ଗିଥିଲା । ଏହି ବର୍ଷ ୧,୦୫୧ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ବାଲିକୁଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଞ୍ଚଳରେ ୬, ବିିରିଡ଼ି ୪, ଏରସମା ୨୩୧, ମଣ୍ଡାସାହି ୯, ମଣିଜଙ୍ଗା ୩୯, ନାଉଗାଁ ୩, ରଘୁନାଥପୁର ୨୦, ଜଗତ୍‌ସିଂହପୁର ୧, ପାରାଦୀପରେ ଏହି ସଂଖ୍ୟା ୭୨ ଥିବା ବେଳେ କୁଜଙ୍ଗରେ ସର୍ବାଧିକ ୬୪୩ ଜଣ ଚିହ୍ନଟ ହୋଇଥିଲେ। ୨୩ ଜଣଙ୍କୁ ଚିହ୍ନଟ କରାଯାଇ ପାରି ନ ଥିଲା। ଏହା ଚିନ୍ତାର କାରଣ ହୋଇଥିଲା । ୨୦୧୫ରେ ଜିଲାର ୩୯୩ ଜଣ ଏହି ରୋଗରେ ପୀଡିତ ହୋଇଥିଲେ ସୁଦ୍ଧା ପରେ ପ୍ରତ୍ୟେକେ ସୁସ୍ଥ ହୋଇଯାଇଥିଲେ । ସେମାନଙ୍କ ମଧ୍ୟରୁ ସର୍ବାଧୀକ ୨୪୫ ଜଣ କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ଜଣାପଡ଼ିଥିଲା। ୨୦୧୬ରେ ଜିଲାର ମଣ୍ଡାସାହି, ମଣିଜଙ୍ଗା ଓ ଏରସମା ଆଦି ଅଞ୍ଚଳରେ ଡେଙ୍ଗୁ ବ୍ୟାପିଥିଲା। ମୋଟ ୩୩୩ ଜଣ ରୋଗରେ ଆକ୍ରାନ୍ତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ମଣ୍ଡାସାହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ ବେଣୁପୁରରୁ ଜଣେ ଏବଂ ଏରସମା ଭିତର ଅନ୍ଧାରୀରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା । ୨୦୧୭ରେ ଏହି ସଂଖ୍ୟା କମି ୨୩୫ରେ ସୀମିତ ଥିଲା। ସେମାନଙ୍କ ମଧ୍ୟରୁ କୁଜଙ୍ଗ ଅଞ୍ଚଳରେ ସର୍ବାଧିକ ୬୬ ଜଣ ଆକ୍ରାନ୍ତ ହୋଇଥିଲେ। ଅନ୍ୟ ଅଞ୍ଚଳ ଯଥା ବାଲିକୁଦାରେ ୪୭, ବିରିଡ଼ି ୭, ଏରସମା ୧୩, ମଣ୍ଡାସାହି ୩୨, ମଣିଜଙ୍ଗା ୧୭, ନାଉଗାଁ ୧୨, ରଘୁନାଥପୁର ୧୪, ପାରାଦୀପ ୩୨ ଓ ଜଗତ୍‌ସିଂହପୁର ପୌର ପରିଷଦ ଅଞ୍ଚଳରେ ୩ ଜଣ ଆକ୍ରାନ୍ତ ଥିବା ଚିହ୍ନଟ କରାଯାଇଥିଲା। ୨୦୧୮ରୁ ୨୦୨୧ ମସିହା ମଧ୍ୟରେ ପ୍ରତିବର୍ଷ ପାଖାପାଖି ୨୫୦ ଜଣ ଲେଖାଏଁ ଏହି ରୋଗୀ ଚିହ୍ନଟ ହୋଇଥିଲେ । କିନ୍ତୁ ଚଳିତବର୍ଷ ବିଶେଷ ସତର୍କତା ଅବଲମ୍ବନ କରା ନ ଗଲେ ପରିସ୍ଥିତି ଅଣାୟତ୍ତ ହେବା ଆଶଙ୍କା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?