Posted inଖେଳ

ଅହମଦାବାଦରେ ଫେଭରିଟ୍‌ ଟିମ୍‌ ଇଣ୍ଡିଆ

ଅହମଦାବାଦ,୧୪ା୧୦(ପି.ଟି.): ଦିନିକିଆ କ୍ରିକେଟ ବିଶ୍ୱକପ୍‌ର ବହୁ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ୍‌ ଅହମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ଆତଙ୍କବାଦ, ରାଜନୀତି ଓ ସୀମା ବିବାଦକୁ ନେଇ ଦ୍ୱିପାକ୍ଷିକ କ୍ରିକେଟ ହେଉ ନ ଥିବା ବେଳେ ଆଇସିସି ଟୁର୍ନାମେଣ୍ଟକୁ ଫ୍ୟାନ୍‌ମାନେ ଚାତକ ଭଳି ଅନାଇ ରହିଥାନ୍ତି। ଏଭଳି ପରିସ୍ଥିତିରେ ବିଶ୍ୱର ସର୍ବବୃହତ୍‌ କ୍ରିକେଟ ଷ୍ଟାଡିୟମ ସବୁଠୁ ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚ୍‌ ଆୟୋଜନ କରିବା ପାଇଁ ପ୍ରସ୍ତୁତ। ରେକର୍ଡକୁ ଦେଖିଲେ ଅହମଦାବାଦରେ ଟିମ୍‌ ଇଣ୍ଡିଆ ହିଁ ଫେଭରିଟ୍‌ ରହିବ। ତେବେ ମ୍ୟାଚ୍‌ ଦିନର ପ୍ରଦର୍ଶନ ଉପରେ ସଭିଙ୍କ ନଜର ରହିବ। କାଗଜ କଲମରେ ଭାରତ ଅଧିକ ଶକ୍ତିଶାଳୀ ଏଥିରେ କୌଣସି ଦ୍ୱିମତ ନାହିଁ। ଭାରତୀୟ ବ୍ୟାଟିଂ ଲାଇନ୍‌ ଅପ୍‌ ବର୍ତ୍ତମାନ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଆକ୍ରମଣ। ତେବେ ପାକିସ୍ତାନର ଦ୍ରୁତ ବୋଲିଂ ମଧ୍ୟ ସମାନ ଢଙ୍ଗରେ ଶକ୍ତିଶାଳୀ। ଭାରତୀୟ ଟପ୍‌ଅର୍ଡର ଓ ଶାହିନ୍‌ ଶାହ ଆଫ୍ରିଦିଙ୍କ ଓପନିଂ ସ୍ପେଲ୍‌ ଉପରେ ସଭିଙ୍କ ନଜର ରହିବ। ଦିନିକିଆ ବିଶ୍ୱକପ୍‌ରେ ଉଭୟ ଦଳ ଅଦ୍ୟାବଧି ୭ ଥର ସାମ୍ନାସାମ୍ନି ହୋଇଥିବା ବେଳେ ପ୍ରତ୍ୟେକ ଥର ବାଜିମାରି ନେଇଛି ଭାରତ। ଶନିବାର ଏହି ଅଗ୍ରଣୀକୁ ୮-୦କୁ ବୃଦ୍ଧି କରିବାକୁ ଚାହିଁବ ଭାରତୀୟ ଦଳ।
ଜାଭେଦ୍‌ ମିଆଁଦାଦ-ଚେତନ ଶର୍ମା, ସଲିମ୍‌ ମଲିକ-ମନିନ୍ଦର ସିଂ, ଅଜୟ ଜାଡେଜା-ଓ୍ବାକାର ୟୁନିସ, ସଚିନ ତେନ୍ଦୁଲକର-ଶୋଏବ ଅଖତର, ବିରାଟ କୋହଲି-ଓ୍ବାହାବ ରିଆଜ୍‌ଙ୍କ ଠାରୁ ମୁକାବିଲା ଆସି ବିରାଟ କୋହଲି-ଶାହିନ୍‌ ଆଫ୍ରିଦିଙ୍କ ପର୍ଯ୍ୟନ୍ତ ପହଞ୍ଚିଛି। ତଥାପି ବି ବିଶ୍ୱର କ୍ରିକେଟ ଫ୍ୟାନ୍‌ଙ୍କ ନିକଟରେ ଭାରତ-ପାକିସ୍ତାନ ଲଢେଇ ସର୍ବଦା ସ୍ବତନ୍ତ୍ର।
ପାକିସ୍ତାନ ବୋଲର ଶାହିନ୍‌ ଶାହ ଆଫ୍ରିଦି ନିଜର ଓପନିଂ ସ୍ପେଲ୍‌ରେ ଅତ୍ୟନ୍ତ ଭୟଙ୍କର ବୋଲର। ଲାଇନ୍‌, ଲେନ୍ଥ ଓ ରିଦିମ ପ୍ରାପ୍ତ ନ କରିଲେ ଶାହିନଙ୍କୁ ଅଟକାଇବା ଅସମ୍ଭବ। ତେବେ ୧ ଲକ୍ଷ ୩୨ ହଜାର ଭାରତୀୟ ସମର୍ଥକଙ୍କ ସମ୍ମୁଖରେ ରୋହିତ ଶର୍ମା ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରି ଶାହିନ୍‌ଙ୍କ ଲାଇନ ବିଗାଡିବାକୁ ପ୍ରୟାସ କରିବେ। ଅନ୍ୟତମ ଓପନର ଶୁବମାନ ଗିଲ୍‌ ଡେଙ୍ଗୁରୁ ସୁସ୍ଥ ହୋଇଥିଲେ ମଧ୍ୟ ଏଯାଏ ସମ୍ପୂର୍ଣ୍ଣ ଫିଟ୍‌ ହୋଇନାହାନ୍ତି। ଗିଲ୍‌ ଫିଟ୍‌ ନ ହେଲେ ଇଶାନ କିଶନଙ୍କୁ ଲଗାତର ତୃତୀୟ ମ୍ୟାଚ୍‌ରେ ବ୍ୟାଟିଂ ଓପନ କରିବାକୁ ସୁଯୋଗ ମିଳିବ। ପାଓ୍ବାର ପ୍ଲେରେ ଶାହିନ୍‌ଙ୍କ ରିଦିମ୍‌ ଖରାପ ହେଲେ ଭାରତର ମ୍ୟାଚ୍‌ ଜିତିବାର ସମ୍ଭାବନା ବୃଦ୍ଧି ପାଇବ। ଏହା ସହିତ ଓପନିଂରେ ଭଲ ପାର୍ଟନରଶିପ୍‌ ହେବା ଦ୍ୱାରା ବିରାଟ କୋହଲି, ଶ୍ରେୟସ ଆୟାର ଓ ଲୋକେଶ ରାହୁଲଙ୍କ ପାଇଁ ଏକ ଭଲ ପ୍ଲାଟ୍‌ଫର୍ମ ମଧ୍ୟ ମିଳିବ। ଭାରତୀୟ ସ୍ପିନ୍‌ ଆକ୍ରମଣ ବେଶ୍‌ ଶକ୍ତିଶାଳୀ ରହିଥିବା ବେଳେ ପାକିସ୍ତାନ ସ୍ପିନରମାନେ ଫର୍ମରେ ନାହାନ୍ତି। ପାକିସ୍ତାନ ଉପଅଧିନାୟକ ଶଦାବ ଖାନ୍‌ ଆଦୌ ଫର୍ମରେ ନ ଥିବା ବେଳେ ଏହା ଭାରତୀୟ ବ୍ୟାଟରଙ୍କୁ ଆତ୍ମବିଶ୍ୱାସ ପ୍ରଦାନ କରିବ। ଶଦାବ ଦୁଇଟି ମ୍ୟାଚ୍‌ରେ ୧୬ ଓଭରରେ ୧୦୦ ରନ୍‌ ବ୍ୟୟ କରିସାରିଛନ୍ତି। ସେହିପରି ହସନ ଅଲୀଙ୍କ ବଲ୍‌ରେ ପେସ୍‌ ନ ଥିବାରୁ ତାଙ୍କୁ ଭାରତୀୟ ବ୍ୟାଟରମାନେ ସହଜରେ ଟାର୍ଗେଟ କରିବାକୁ ପ୍ରୟାସ କରିବେ।
ବାବର ବନାମ କୁଲ୍‌ଦୀପ: ଭାରତୀୟ ଚାଇନାମ୍ୟାନ୍‌ ସ୍ପିନର କୁଲ୍‌ଦୀପ ଯାଦବ ଚମତ୍କାର ଫର୍ମରେ ରହିଛନ୍ତି। ତେଣୁ କୁଲ୍‌ଦୀପ ଓ ପାକିସ୍ତାନ ଅଧିନାୟକ ବାବର ଆଜମ୍‌ଙ୍କ ମଧ୍ୟରେ କଡା ଟକ୍କର ଦେଖିବା ନେଇ ଆଶା କରାଯାଉଛି। ୨୦୧୯ ବିଶ୍ୱକପ୍‌ରେ ମଧ୍ୟ କୁଲ୍‌ଦୀପଙ୍କ ବଲରେ ଆଉଟ ହୋଇଥିଲେ ବାବର ଆଜମ୍‌। ପାକିସ୍ତାନ ଦଳରେ ମହମ୍ମଦ ରିଜଓ୍ବାନ, ଶୌଦ ଶକିଲ୍‌ ଓ ଅବଦୁଲ୍ଲା ଶଫିକ୍‌ଙ୍କ ପରି ପ୍ରତିଭାବାନ ଖେଳାଳି ରହିଥିଲେ ମଧ୍ୟ ବାବରଙ୍କ ଉପରେ ସଭିଙ୍କ ନଜର ରହିବ। ତେବେ କୁଲ୍‌ଦୀପଙ୍କ ପୂର୍ବରୁ ପାକିସ୍ତାନ ବ୍ୟାଟରଙ୍କୁ ପ୍ରଥମେ ଯଶପ୍ରୀତ୍‌ ବୁମ୍‌ରା ଓ ମହମ୍ମଦ ସିରାଜଙ୍କ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡିବ। ଶ୍ରୀଲଙ୍କା ବିପକ୍ଷରେ ପାକିସ୍ତାନ ଆକ୍ରମଣାତ୍ମକ ଖେଳିଥିବା ବେଳେ ଭାରତ ବିପକ୍ଷରେ ଏହା ବେଶ୍‌ କଷ୍ଟସାଧ୍ୟ ରହିବ। ଅହମଦାବାଦର ପିଚ୍‌ ବ୍ୟାଟିଂ ସହାୟକ ରହିଥିବା ବେଳେ ଭାରତ ୮ ନମ୍ବରରେ ରବିଚନ୍ଦ୍ରନ ଅଶ୍ୱିନ ଓ ଶାର୍ଦ୍ଦୂଳ ଠାକୁରଙ୍କ ମଧ୍ୟରୁ କାହାକୁ ଖେଳାଇବ ତାକୁ ନେଇ କୌଣସି ସ୍ପଷ୍ଟଚିତ୍ର ମିଳିନାହିଁ।
ଦିନିକିଆ ବିଶ୍ୱକପ୍‌ରେ ଭାରତକୁ ପାକିସ୍ତାନ କଦାପି ହରାଇ ନ ଥିବା ବେଳେ ଦଳ ନିକଟରେ ଏହା ଏକ ସୁଯୋଗ ରହିବ। ଅନ୍ୟପକ୍ଷରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ପାଇଁ ଏହା ସମ୍ଭବତଃ ଶେଷ ବିଶ୍ୱକପ୍‌ ହୋଇଥିବା ବେଳେ ଉଭୟ ଖେଳାଳି ପାକିସ୍ତାନକୁ ଆଉଥରେ ପରାଜିତ କରିବାକୁ ଚାହିଁବେ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri