Posted inଖେଳ

ଅହମଦାବାଦରେ ଫେଭରିଟ୍‌ ଟିମ୍‌ ଇଣ୍ଡିଆ

ଅହମଦାବାଦ,୧୪ା୧୦(ପି.ଟି.): ଦିନିକିଆ କ୍ରିକେଟ ବିଶ୍ୱକପ୍‌ର ବହୁ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ୍‌ ଅହମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ଆତଙ୍କବାଦ, ରାଜନୀତି ଓ ସୀମା ବିବାଦକୁ ନେଇ ଦ୍ୱିପାକ୍ଷିକ କ୍ରିକେଟ ହେଉ ନ ଥିବା ବେଳେ ଆଇସିସି ଟୁର୍ନାମେଣ୍ଟକୁ ଫ୍ୟାନ୍‌ମାନେ ଚାତକ ଭଳି ଅନାଇ ରହିଥାନ୍ତି। ଏଭଳି ପରିସ୍ଥିତିରେ ବିଶ୍ୱର ସର୍ବବୃହତ୍‌ କ୍ରିକେଟ ଷ୍ଟାଡିୟମ ସବୁଠୁ ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚ୍‌ ଆୟୋଜନ କରିବା ପାଇଁ ପ୍ରସ୍ତୁତ। ରେକର୍ଡକୁ ଦେଖିଲେ ଅହମଦାବାଦରେ ଟିମ୍‌ ଇଣ୍ଡିଆ ହିଁ ଫେଭରିଟ୍‌ ରହିବ। ତେବେ ମ୍ୟାଚ୍‌ ଦିନର ପ୍ରଦର୍ଶନ ଉପରେ ସଭିଙ୍କ ନଜର ରହିବ। କାଗଜ କଲମରେ ଭାରତ ଅଧିକ ଶକ୍ତିଶାଳୀ ଏଥିରେ କୌଣସି ଦ୍ୱିମତ ନାହିଁ। ଭାରତୀୟ ବ୍ୟାଟିଂ ଲାଇନ୍‌ ଅପ୍‌ ବର୍ତ୍ତମାନ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଆକ୍ରମଣ। ତେବେ ପାକିସ୍ତାନର ଦ୍ରୁତ ବୋଲିଂ ମଧ୍ୟ ସମାନ ଢଙ୍ଗରେ ଶକ୍ତିଶାଳୀ। ଭାରତୀୟ ଟପ୍‌ଅର୍ଡର ଓ ଶାହିନ୍‌ ଶାହ ଆଫ୍ରିଦିଙ୍କ ଓପନିଂ ସ୍ପେଲ୍‌ ଉପରେ ସଭିଙ୍କ ନଜର ରହିବ। ଦିନିକିଆ ବିଶ୍ୱକପ୍‌ରେ ଉଭୟ ଦଳ ଅଦ୍ୟାବଧି ୭ ଥର ସାମ୍ନାସାମ୍ନି ହୋଇଥିବା ବେଳେ ପ୍ରତ୍ୟେକ ଥର ବାଜିମାରି ନେଇଛି ଭାରତ। ଶନିବାର ଏହି ଅଗ୍ରଣୀକୁ ୮-୦କୁ ବୃଦ୍ଧି କରିବାକୁ ଚାହିଁବ ଭାରତୀୟ ଦଳ।
ଜାଭେଦ୍‌ ମିଆଁଦାଦ-ଚେତନ ଶର୍ମା, ସଲିମ୍‌ ମଲିକ-ମନିନ୍ଦର ସିଂ, ଅଜୟ ଜାଡେଜା-ଓ୍ବାକାର ୟୁନିସ, ସଚିନ ତେନ୍ଦୁଲକର-ଶୋଏବ ଅଖତର, ବିରାଟ କୋହଲି-ଓ୍ବାହାବ ରିଆଜ୍‌ଙ୍କ ଠାରୁ ମୁକାବିଲା ଆସି ବିରାଟ କୋହଲି-ଶାହିନ୍‌ ଆଫ୍ରିଦିଙ୍କ ପର୍ଯ୍ୟନ୍ତ ପହଞ୍ଚିଛି। ତଥାପି ବି ବିଶ୍ୱର କ୍ରିକେଟ ଫ୍ୟାନ୍‌ଙ୍କ ନିକଟରେ ଭାରତ-ପାକିସ୍ତାନ ଲଢେଇ ସର୍ବଦା ସ୍ବତନ୍ତ୍ର।
ପାକିସ୍ତାନ ବୋଲର ଶାହିନ୍‌ ଶାହ ଆଫ୍ରିଦି ନିଜର ଓପନିଂ ସ୍ପେଲ୍‌ରେ ଅତ୍ୟନ୍ତ ଭୟଙ୍କର ବୋଲର। ଲାଇନ୍‌, ଲେନ୍ଥ ଓ ରିଦିମ ପ୍ରାପ୍ତ ନ କରିଲେ ଶାହିନଙ୍କୁ ଅଟକାଇବା ଅସମ୍ଭବ। ତେବେ ୧ ଲକ୍ଷ ୩୨ ହଜାର ଭାରତୀୟ ସମର୍ଥକଙ୍କ ସମ୍ମୁଖରେ ରୋହିତ ଶର୍ମା ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରି ଶାହିନ୍‌ଙ୍କ ଲାଇନ ବିଗାଡିବାକୁ ପ୍ରୟାସ କରିବେ। ଅନ୍ୟତମ ଓପନର ଶୁବମାନ ଗିଲ୍‌ ଡେଙ୍ଗୁରୁ ସୁସ୍ଥ ହୋଇଥିଲେ ମଧ୍ୟ ଏଯାଏ ସମ୍ପୂର୍ଣ୍ଣ ଫିଟ୍‌ ହୋଇନାହାନ୍ତି। ଗିଲ୍‌ ଫିଟ୍‌ ନ ହେଲେ ଇଶାନ କିଶନଙ୍କୁ ଲଗାତର ତୃତୀୟ ମ୍ୟାଚ୍‌ରେ ବ୍ୟାଟିଂ ଓପନ କରିବାକୁ ସୁଯୋଗ ମିଳିବ। ପାଓ୍ବାର ପ୍ଲେରେ ଶାହିନ୍‌ଙ୍କ ରିଦିମ୍‌ ଖରାପ ହେଲେ ଭାରତର ମ୍ୟାଚ୍‌ ଜିତିବାର ସମ୍ଭାବନା ବୃଦ୍ଧି ପାଇବ। ଏହା ସହିତ ଓପନିଂରେ ଭଲ ପାର୍ଟନରଶିପ୍‌ ହେବା ଦ୍ୱାରା ବିରାଟ କୋହଲି, ଶ୍ରେୟସ ଆୟାର ଓ ଲୋକେଶ ରାହୁଲଙ୍କ ପାଇଁ ଏକ ଭଲ ପ୍ଲାଟ୍‌ଫର୍ମ ମଧ୍ୟ ମିଳିବ। ଭାରତୀୟ ସ୍ପିନ୍‌ ଆକ୍ରମଣ ବେଶ୍‌ ଶକ୍ତିଶାଳୀ ରହିଥିବା ବେଳେ ପାକିସ୍ତାନ ସ୍ପିନରମାନେ ଫର୍ମରେ ନାହାନ୍ତି। ପାକିସ୍ତାନ ଉପଅଧିନାୟକ ଶଦାବ ଖାନ୍‌ ଆଦୌ ଫର୍ମରେ ନ ଥିବା ବେଳେ ଏହା ଭାରତୀୟ ବ୍ୟାଟରଙ୍କୁ ଆତ୍ମବିଶ୍ୱାସ ପ୍ରଦାନ କରିବ। ଶଦାବ ଦୁଇଟି ମ୍ୟାଚ୍‌ରେ ୧୬ ଓଭରରେ ୧୦୦ ରନ୍‌ ବ୍ୟୟ କରିସାରିଛନ୍ତି। ସେହିପରି ହସନ ଅଲୀଙ୍କ ବଲ୍‌ରେ ପେସ୍‌ ନ ଥିବାରୁ ତାଙ୍କୁ ଭାରତୀୟ ବ୍ୟାଟରମାନେ ସହଜରେ ଟାର୍ଗେଟ କରିବାକୁ ପ୍ରୟାସ କରିବେ।
ବାବର ବନାମ କୁଲ୍‌ଦୀପ: ଭାରତୀୟ ଚାଇନାମ୍ୟାନ୍‌ ସ୍ପିନର କୁଲ୍‌ଦୀପ ଯାଦବ ଚମତ୍କାର ଫର୍ମରେ ରହିଛନ୍ତି। ତେଣୁ କୁଲ୍‌ଦୀପ ଓ ପାକିସ୍ତାନ ଅଧିନାୟକ ବାବର ଆଜମ୍‌ଙ୍କ ମଧ୍ୟରେ କଡା ଟକ୍କର ଦେଖିବା ନେଇ ଆଶା କରାଯାଉଛି। ୨୦୧୯ ବିଶ୍ୱକପ୍‌ରେ ମଧ୍ୟ କୁଲ୍‌ଦୀପଙ୍କ ବଲରେ ଆଉଟ ହୋଇଥିଲେ ବାବର ଆଜମ୍‌। ପାକିସ୍ତାନ ଦଳରେ ମହମ୍ମଦ ରିଜଓ୍ବାନ, ଶୌଦ ଶକିଲ୍‌ ଓ ଅବଦୁଲ୍ଲା ଶଫିକ୍‌ଙ୍କ ପରି ପ୍ରତିଭାବାନ ଖେଳାଳି ରହିଥିଲେ ମଧ୍ୟ ବାବରଙ୍କ ଉପରେ ସଭିଙ୍କ ନଜର ରହିବ। ତେବେ କୁଲ୍‌ଦୀପଙ୍କ ପୂର୍ବରୁ ପାକିସ୍ତାନ ବ୍ୟାଟରଙ୍କୁ ପ୍ରଥମେ ଯଶପ୍ରୀତ୍‌ ବୁମ୍‌ରା ଓ ମହମ୍ମଦ ସିରାଜଙ୍କ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡିବ। ଶ୍ରୀଲଙ୍କା ବିପକ୍ଷରେ ପାକିସ୍ତାନ ଆକ୍ରମଣାତ୍ମକ ଖେଳିଥିବା ବେଳେ ଭାରତ ବିପକ୍ଷରେ ଏହା ବେଶ୍‌ କଷ୍ଟସାଧ୍ୟ ରହିବ। ଅହମଦାବାଦର ପିଚ୍‌ ବ୍ୟାଟିଂ ସହାୟକ ରହିଥିବା ବେଳେ ଭାରତ ୮ ନମ୍ବରରେ ରବିଚନ୍ଦ୍ରନ ଅଶ୍ୱିନ ଓ ଶାର୍ଦ୍ଦୂଳ ଠାକୁରଙ୍କ ମଧ୍ୟରୁ କାହାକୁ ଖେଳାଇବ ତାକୁ ନେଇ କୌଣସି ସ୍ପଷ୍ଟଚିତ୍ର ମିଳିନାହିଁ।
ଦିନିକିଆ ବିଶ୍ୱକପ୍‌ରେ ଭାରତକୁ ପାକିସ୍ତାନ କଦାପି ହରାଇ ନ ଥିବା ବେଳେ ଦଳ ନିକଟରେ ଏହା ଏକ ସୁଯୋଗ ରହିବ। ଅନ୍ୟପକ୍ଷରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ପାଇଁ ଏହା ସମ୍ଭବତଃ ଶେଷ ବିଶ୍ୱକପ୍‌ ହୋଇଥିବା ବେଳେ ଉଭୟ ଖେଳାଳି ପାକିସ୍ତାନକୁ ଆଉଥରେ ପରାଜିତ କରିବାକୁ ଚାହିଁବେ।


Enter your email to get our daily news in your inbox.

All Right Reserved By Dharitri.Com

ଅଳିଆଗଦା ଭୁଶୁଡ଼ି ଚାଲିଗଲା ୪ ଜୀବନ: ୩୪ ଫସିଥିବା ଆଶଙ୍କା, ଉଦ୍ଧାର କାର୍ଯ୍ୟ ଜାରି…

ମାନିଲା,୧୦ା୧: କେନ୍ଦ୍ରୀୟ ଫିଲିପାଇନ୍ସରେ ଏକ ଅଳିଆଗଦା ଭୁଶୁଡ଼ି ଅନୂ୍ୟନ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅଳିଆ ତଳେ ୩୪ ଜଣ ଫସିରହିଥିବା ଆଶଙ୍କା କରାଯାଉଛି।...

ସୁନାଦେଈ କପ୍‌ କ୍ରିକେଟ: ଉଦ୍ୟାନବନ୍ଧ ଚାମ୍ପିୟନ

ନୂଆପଡ଼ା,୭ା୧(ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅଧୀନ ସୁନାବେଡ଼ା କଣାଭଏଁରା ଖେଳ ପଡ଼ିଆରେ ୮ତମ ଜୟ ମା’ ସୁନାଦେଈ କପ୍‌ କ୍ରିକେଟ ଶନିବାର ଉଦ୍‌ଯାପିତ...

EPFO Profile ଅପ୍‌ଡେଟ୍‌: ନାମ-ଜନ୍ମତାରିଖରୁ ନେଇ ବୈବାହିକ ସ୍ଥିତି ଯାଏ ପରିବର୍ତ୍ତନ କରିବାର ସହଜ ଉପାୟ

ନୂଆଦିଲ୍ଲୀ,୧୦।୧: ସାରା ଦେଶରେ କୋଟି କୋଟି ପ୍ରାଇଭେଟ ସେକ୍ଟର କର୍ମଚାରୀ ଏମ୍ପ୍ଲଏ ପ୍ରୋଭିଡେଣ୍ଟ ଫଣ୍ଡ (EPF) ସହ ଜଡ଼ିତ ଅଛନ୍ତି। ସମ୍ପ୍ରତି ଇପିଏଫଓ (EPFO) ସବସ୍କ୍ରାଇବରମାନଙ୍କୁ...

ଅଯୋଧ୍ୟା ରାମ ମନ୍ଦିରରେ ପଶି ନମାଜ ପାଠ ପାଇଁ କରୁଥିଲେ ଉଦ୍ୟମ: ଆଉ ତା’ ପରେ…

ଅଯୋଧ୍ୟା,୧୦ା୧: ଅଯୋଧ୍ୟା ରାମମନ୍ଦିର ପରିସରରେ ପ୍ରବେଶ କରି ନମାଜ ପାଠ ଉଦ୍ୟମ କରୁଥିବା କଶ୍ମୀରର ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତି ଜଣକ କଶ୍ମୀର...

ଦାରିଙ୍ଗବାଡି ଶୀତ ମହୋତ୍ସବ: ତୃତୀୟ ସଂଧ୍ୟାରେ ହେରି ଓ ପ୍ରିୟମ୍ବଦାଙ୍କ ନୃତ୍ୟ; ହସାଇହସାଇ ବେଦମ କଲେ…

ଦାରିଙ୍ଗବାଡି, ୧୦ା୧ (ଅରୁଣ ସାହୁ )-ଏକାଦଶ ତମ ଦାରିଙ୍ଗବାଡି ଶୀତ ମହୋତ୍ସବର ତୃତୀୟ ଦିବସର ସଂଧ୍ୟାରେ ହେରି ଓ ପ୍ରିୟମ୍ବଦାଙ୍କ ନୃତ୍ୟ ଦର୍ଶକଙ୍କୁ ଅଭିଭୂତ କରିଥିଲା।...

୧୨ ବର୍ଷ ବ୍ୟବଧାନ ପରେ ଭାରତକୁ ଫେରିଛି ଫିଫା ବିଶ୍ୱକପ୍‌ ଟ୍ରଫି

ନୂଆଦିଲ୍ଲୀ,୧୦।୧: ଜୁନ ୧୧ ତାରିଖରୁ ଫିଫା ବିଶ୍ୱକପ୍‌ ଆରମ୍ଭ ହେବାକୁ ଥିବା ବେଳେ ବିଶ୍ୱ ଟୁରର ଅଂଶବିଶେଷ ଭାବେ ଟ୍ରଫି ଶନିବାର ଭାରତରେ ପହଞ୍ଚିଛି। ୩...

ଚାଉଳ ଚୋରି କରି ବନ୍ଧା ହେଲେ ୩ ଅଭିଯୁକ୍ତ ଗିରଫ

ଖଡ଼ିଆଳ,୧୦ା୧ (ସୁଜିତ କୁମାର ପ୍ରଧାନ)- ଏକ ଚୋରି ଘଟଣାରେ ଖଡିଆଳ ପୋଲିସ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରି ସେମାନଙ୍କଠାରୁ ଚୋରି ଚାଉଳ ଜବତ କରିଛି।...

ଜାତୀୟ ତାଏକୋଣ୍ଡୋ ପ୍ରତିଯୋଗିତା: ଚମକିଲେ କଳାହାଣ୍ଡିର ପ୍ରତିଯୋଗୀ

ଭବାନୀପାଟଣା,୧୦।୧(ଉତ୍ତମ କୁମାର ଦାଶ): ଗୁଜୁରାଟର ଅହମଦାବାଦ କୋବାସ୍ଥିତ ପ୍ରେକ୍ଷାଧ୍ୟାନ ଏକାଡେମୀରେ ଡିସେମ୍ବର ଶେଷରେ ୪୦ତମ ଜାତୀୟ ଆଇଟିଏଫ ତାଏକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଗୁଜରାଟ ତାଏକୋଣ୍ଡୋ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri