ଅବଧି ପରେ ମଧ୍ୟ ଅନୁକମ୍ପା

ଅନୁଗୋଳ ଅଫିସ, ୧୩ା୧୨: ଫର୍ମ ହେଉ କିମ୍ବା ବ୍ୟାନର ପ୍ରିଣ୍ଟିଂ, ଟେଣ୍ଡର ମାଧ୍ୟମରେ ହିଁ ଦିଆଯିବା କଥା ଅର୍ଡର। ହେଲେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଏହି ବ୍ୟବସ୍ଥା ଠିକ୍‌ ଭାବେ କାର୍ଯ୍ୟକାରୀ ହେଉନାହିଁ। କେତେବେଳେ ଏଥିପାଇଁ ଟେଣ୍ଡର, ନୋଟିସ ହେଉଛି ତାହା ମଧ୍ୟ ଜାଣିପାରୁନାହାନ୍ତି ଅନ୍ୟ କେହି। ଏକ ନିର୍ଦ୍ଦିଷ୍ଟ ଠିକାସଂସ୍ଥାକୁ ଏହି କାମ ଦେବା ଉଦ୍ଦେଶ୍ୟରେ କେତେବେଳେ ଲୁଚାଣିଆ ଟେଣ୍ଡର ତ ପୁଣି କେବେ ବିନା ଟେଣ୍ଡରରେ କାର୍ଯ୍ୟ ଦିଆଯାଉଥିବା ଅଭିଯୋଗ ହେଉଛି। ଏପରି କି ଟେଣ୍ଡର ଅବଧି ଶେଷ ହୋଇଯାଇଥିଲେ ମଧ୍ୟ ସମ୍ପୃକ୍ତ ଠିକା ସଂସ୍ଥା ପ୍ରତି ଅନୁକମ୍ପା ଦେଖାଯାଉଥିବା ସହରବାସୀ ଅଭିଯୋଗ କରୁଛନ୍ତି।
ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବହାର ହେଉଥିବା ଟିକେଟ୍‌, ଫର୍ମ, ବ୍ୟାନର, ହୋର୍ଡିଂ, ଫ୍ଲେକ୍ସ ଆଦି ପ୍ରିଣ୍ଟିଂ କାର୍ଯ୍ୟ ନିମନ୍ତେ ୨୦୨୦ ସେପ୍ଟେମ୍ବରରେ ଶେଷ ଥର ପାଇଁ ଟେଣ୍ଡର ହୋଇଥିଲା। ଏହାର ବୈଧତା ୨୦୨୧ ଯାଏ ଥିଲା। କିନ୍ତୁ କରୋନା ସମୟ ଥିବାରୁ ଜିଲା ପ୍ରଶାସନଠାରୁ ଅନୁମତି ନିଆଯାଇ ଉକ୍ତ ଅବଧିକୁ ୪ରୁ ୬ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ହେଲେ ଉକ୍ତ ସମୟ ଶେଷ ହୋଇଯାଇଥିଲେ ମଧ୍ୟ ଅଦ୍ୟାବଧି ନୂତନ ଟେଣ୍ଡର ପ୍ରକାଶ ପାଇନାହିଁ। ତଥାପି ଏକ ନିର୍ଦ୍ଦିଷ୍ଟ ଠିକା ସଂସ୍ଥାକୁ ପ୍ରିଣ୍ଟିଂ କାର୍ଯ୍ୟ ଦିଆଯାଉଛି। ଉକ୍ତ ସଂସ୍ଥା ଜିଲାରେ ଥିବା ମୁଖ୍ୟ ଚିକିତ୍ସାଳୟ ସହ ଉପଖଣ୍ଡ ଚିକିତ୍ସାଳୟ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ବ୍ୟାନର ଓ ହୋର୍ଡିଂ ଯୋଗାଉଛି। ଏସବୁ କାର୍ଯ୍ୟ ପାଇଁ କେତେବେଳେ ଟେଣ୍ଡର କିମ୍ବା ନୋଟିସ ଜିଲା ସ୍ବାସ୍ଥ୍ୟ ପ୍ରଶାସନ ପକ୍ଷରୁ କରାଯାଉଛି ତାହା ଅନ୍ୟ କେହି ଜାଣିପାରୁ ନ ଥିବା କେତେକ ଠିକା ସଂସ୍ଥା ଅଭିଯୋଗ କରୁଛନ୍ତି। ଏ ନେଇ ସେମାନେ ଅଭିଯୋଗ କଲେ ବି କୌଣସି ସୁଫଳ ମିଳୁନାହିଁ। ଏପରି କି ଅଭିଯୋଗ ହେବାମାତ୍ରେ ପୁରୁଣା ତାରିଖରେ ଥିବା ଚିଠିକୁ ନୋଟିସ୍‌ ବୋର୍ଡରେ ଝୁଲାଇ ଦିଆଯାଉଛି। ପ୍ରିଣ୍ଟିଂ ଟେଣ୍ଡର ଅବଧି ଶେଷ ହୋଇଯାଇଥିବାରୁ ନୂଆ ଟେଣ୍ଡର ଆହ୍ବାନ କାହିଁକି ଏଯାଏ କରାଯାଉ ନାହିଁ ବୋଲି କେତୋଟି ଠିକାସଂସ୍ଥା ପକ୍ଷରୁ ପ୍ରଶ୍ନ କରାଯାଉଛି। ଏ ନେଇ ମେଡିକାଲର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଖୁବ୍‌ଶୀଘ୍ର ପ୍ରିଣ୍ଟିଂ କାର୍ଯ୍ୟ ପାଇଁ ଟେଣ୍ଡର ଆହ୍ବାନ କରାଯିବ।

ନିୟମକୁ ଜଳାଞ୍ଜଳି ଦିଆଯାଉଛି
ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ବହୁ ନିୟମକୁ ଜଳାଞ୍ଜଳି ଦିଆଯାଉଛି। ମେଡିକାଲ କର୍ତ୍ତୃପକ୍ଷ ଓ ଠିକାଦାରଙ୍କ ମଧ୍ୟରେ ବୁଝାମଣାରେ କାର୍ଯ୍ୟ ଚାଲୁଛି। ଏହା ନୂଆ ଘଟଣା ନୁହେଁ, ଜିଲା ପ୍ରଶାସନର ଉଦାସୀନତା ପାଇଁ ସ୍ବାସ୍ଥ୍ୟ ବିଭାଗରେ ଏଭଳି କାରବାର ହେଉଛି।
-ସୁବୋଧ କୁମାର ମିଶ୍ର, ସଦସ୍ୟ, ପୂର୍ବତନ ରୋଗୀ କଲ୍ୟାଣ ସମିତି

ସଲାସୁତରା କରି କାର୍ଯ୍ୟ କରାଯାଉଛି
ସରକାରୀ କାର୍ଯ୍ୟରେ ଦୁର୍ନୀତିକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ସରକାର କହୁଥିବା ବେଳେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟାପକ ପ୍ରିୟାପ୍ରୀତି ତୋଷଣ ଚାଲିଛି। ଠିକାସଂସ୍ଥା ସହ ସଲାସୁତୁରା କରି କାର୍ଯ୍ୟ କରାଯାଉଛି।
-ମାନସ ପାଳ, ସଚେତନ ନାଗରିକ

ଟେଣ୍ଡର ସାର୍ବଜନୀନ ହେଉନାହିଁ
ଜିଲା ମୁଖ୍ୟ ଚିକିତ୍ସାଳୟରେ କେତେବେଳେ ଟେଣ୍ଡର ହେଉଛି ତାହା ଜଣାପଡ଼ୁନାହିଁ। କୋଟେଶନ୍‌ରେ କ’ଣ ରହୁଛି ତାହା ଜାଣିବା ମୁସ୍କିଲ ହୋଇପଡ଼ୁଛି। ଟେଣ୍ଡର ଶେଷ ପରେ ଏହା ପଦାକୁ ଆସୁଛି। ଅଭିଯୋଗ କଲେ ମଧ୍ୟ ତାହାକୁ ଗୁରୁତ୍ୱ ଦିଆଯାଉ ନାହିଁ। ଏ ନେଇ ପୂର୍ବରୁ ମଧ୍ୟ ଜିଲା ପ୍ରଶାସନକୁ ଅବଗତ କରାଯାଇଛି।
-ତପନ ରଞ୍ଜନ ସାମନ୍ତ, ଶିବାନୀ ପ୍ରେସ୍‌, ଅନୁଗୋଳ

ଦୁର୍ନୀତି ପାଇଁ ସର୍ବଦା ବଦନାମ
ବିଭିନ୍ନ ସମୟରେ ଦୁର୍ନୀତି ଅଭିଯୋଗ ପାଇଁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ବଦନାମ ହେଉଛି। ଏ ନେଇ ରାଜ୍ୟ ସରକାର କି ଜିଲା ପ୍ରଶାସନ କଡ଼ା ଆଭିମୁଖ୍ୟ ପୋଷଣ କରୁ ନ ଥିବାରୁ ଏଠାରେ ଅନିୟମିତତା ନିତିଦିନିଆ ହୋଇଗଲାଣି।
-ରାକେଶ ରୋଶନ ଦାସ, ସାମାଜିକ କର୍ମୀ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri