Categories: ଖେଳ

ଚେନ୍ନାଇନ୍‌ ଏଫ୍‌ସିରେ ତାଜିକ୍‌ସ୍ତାନ ଓ୍ବିଙ୍ଗର ଫାତ୍‌ଖୁଲୋଭ୍‌

ଚେନ୍ନାଇ, ୧୬ା୧୦ (ପି.ଟି.)-ଦୁଇଥର ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ) ଚାମ୍ପିୟନ ଚେନ୍ନାଇନ ଏଫ୍‌ସି ସିଜନ ୨୦୨୦-୨୧ ପାଇଁ ତାଜିକ୍‌ସ୍ତାନ ଓ୍ବିଙ୍ଗର ଫାତ୍‌ଖୁଲୋ ଫାତ୍‌ଖୁଲୋଭ୍‌ଙ୍କ ସହିତ ଚୁକ୍ତି କରିଛି। ସେ ବିନା ଦେୟରେ ଟ୍ରାନ୍ସଫର ହୋଇଛନ୍ତି। ୩୦ ବର୍ଷୀୟ ଫାତ୍‌ଖୁଲୋଭ୍‌ ପ୍ରଥମ ଥର ଭାରତରେ ଖେଳିବେ। ସେ ଜଣେ ଅଭିଜ୍ଞ ସମ୍ପନ୍ନ ଖେଳାଳି। ତାଜିକ୍‌ସ୍ତାନ ତରଫରୁ ସବୁଠାରୁ ଅଧିକ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି। ଦେଶ ପ୍ରଥମ ଡିଭିଜନ ଲିଗ୍‌ରେ ସେ ପ୍ରଥମେ ଏଫ୍‌କେ ଖୁଜାଣ୍ଡ ଏବଂ ପରେ ସିଏଫ୍‌ସି ଦଳ ତରଫରୁ ଖେଳିଥିଲେ। ନୂଆ ସିଜନ ପାଇଁ ଆଇଏସ୍‌ଏଲ୍‌ର ରହିଥିବା ଗାଇଡ୍‌ଲାଇନ୍‌ ଅନୁସାରେ ପ୍ରତ୍ୟେକ ଦଳ ସେମାନଙ୍କ ବିଦେଶୀ ଖେଳାଳିଙ୍କ ମଧ୍ୟରେ ଜଣେ ଏସୀୟ ରହିବେ। ଫାତ୍‌ଖୁଲୋଭ୍‌ ଏହି ମାନଦଣ୍ଡ ପୂରଣ କରୁଛନ୍ତି। ୧୭ ବର୍ଷରୁ କମ୍‌ ଏସିଆନ ଚାମ୍ପିୟନଶିପ୍‌ ୨୦୦୬ରେ ତୃତୀୟ ସ୍ଥାନ ଅଧିକାର କରିଥିବା ତାଜିକ୍‌ସ୍ତାନ ଦଳର ଜଣେ ପ୍ରମୁଖ ସଦସ୍ୟ ଥିଲେ ଫାତ୍‌ଖୁଲୋଭ୍‌। ତାଙ୍କର ପ୍ରଭାବୀ ପ୍ରଦର୍ଶନ ବଳରେ ତାଜିକ୍‌ସ୍ତାନ ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ୍‌ ୨୦୦୭ରେ ପ୍ରି-କ୍ୱାର୍ଟରରେ ପ୍ରବେଶକ କରିଥିଲା।

Share