ବାପ-ପୁଅ ମିଶି ନାବାଳିକାଙ୍କୁ  କରିଥିଲେ ବଳାତ୍କାର: ରାୟ ଶୁଣାଇଲେ କୋର୍ଟ, ବାପାଙ୍କୁ ୨୦, ପୁଅଙ୍କୁ ୨୫ ବର୍ଷ ଜେଲ୍‌

କେନ୍ଦୁଝର,୧।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ସ୍ଥାନୀୟ ଅତିରିକ୍ତ ଜିଲା ଓ ସତନ୍ତ୍ର ଜଜ୍‌ (ପୋକ୍ସ) ଶୁଭଶ୍ରୀ ତ୍ରିପାଠୀ ଜଣେ ୧୫ ବର୍ଷ ନାବାଳିକାଙ୍କୁ  ବଳାତ୍କାର ମାମଲାର ରାୟ ଶୁଣାଇଛନ୍ତି। ସେ ଏହି ଘଟଣାରେ ବାପାଙ୍କୁ ୨୦ ଓ ପୁଅଙ୍କୁ ୨୫ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ବାପା ହେଲେ ଦୋଳଗୋବିନ୍ଦ ସେଠୀ ଓ ପୁଅ ବୁବୁନ ସେଠୀ (୨୨) ବୋଲି ଜଣାପଡିଛି।
ସୂଚନାଯୋଗ୍ୟ, ୨୬/୧୦/୨୦୨୧ ରେ ନାବାଳିକା ବଂଶପାଳରୁ ଫେରୁଥିବା ବେଳେ ବୁବୁନ ଏକ ବୋଲେରୋରେ କେତେକ ସାଙ୍ଗ ସହିତ ତାଙ୍କୁ ନେଇଯାଇଥିଲେ। ସେମାନେ ବିଲେଇପଦାରୁ ଫେରିବା ସମୟରେ ରିମୁଳି ବାଇପାସ ନିକଟରେ ନାବାଳିକାଙ୍କ ଚେତା ଫେରିଥିଲା। ଏହି ସମୟରେ ସେ ପାଟି କରିବାରୁ ସେଠାରେ ଥିବା କିନ୍ନରମାନେ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ନାବାଳିକାଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ପୁଣି ୨୮/୧୦/୨୦୨୧ରେ  ବୁବୁନଙ୍କ ପରିବାର ଲୋକେ ନାବାଳିକାଙ୍କ ଘରକୁ ଯାଇ ସେଠାରୁ ତାଙ୍କୁ ଜୋର୍‌ ଜବରଦସ୍ତ ଆଣି ବଂଶପାଳରେ ରଖିଥିଲେ।  ସେଠାରୁ ବୁବୁନ  ସୁନ୍ଦରଗଡ଼ ଜିଲା ସରଗିଗଡ ନେଇଯାଇ ରଖିଥିଲେ। ସେଠାରେ ୪ ମାସ ରଖି ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। ଏହି ସମୟରେ ବୁବୁନଙ୍କ ବାପା ଦୋଳଗୋବିନ୍ଦ ନାବାଳିକାଙ୍କୁ ନଗରିଆ ନେଇ ଯାଇଥିଲେ। ସେଠାରୁ ବାଂଶପାଳକୁ ଆଣି ଫେରିବା ବେଳେ ରାକମ ଘାଟିରେ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା।
ବିଶ୍ରା ରୋଡ ଚାଇଲ୍ଡ ଲାଇନ ନାବାଳିକାଙ୍କୁ ଉଦ୍ଧାରକରି ପରିବାର ଲୋକଙ୍କୁ ଜଣାଇଥିଲେ। ପରେ ନାବାଳିକାଙ୍କୁ ଚାଇଲ୍ଡ ଲାଇନ ୟୁନିଟ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ପରିବାର ଲୋକ ଘଟଣା ସମ୍ପର୍କରେ ଜାଣି  ୨୨ ମାର୍ଚ୍ଚ ୨୦୨୨ରେ ସଦର ଥାନାରେ ଅଭିଯୋଗ କରିଥିଲେ। ପୋଲିସ କେସ ନଂ ୧୧୦/୨୦୨୨ରେ ପୋକ୍ସୋ ଆଇନରେ ମାମଲା ରୁଜୁକରି  ଉଭୟ ବାପା ପୁଅଙ୍କୁ ଗିରଫ କରିଥିଲା ।  ପୋଲିସ ତଦନ୍ତ ରିପୋର୍ଟ ଓ ୧୮ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି  ସ୍ବତନ୍ତ୍ର ପୋକ୍ସୋ କୋର୍ଟରେ ଉଭୟଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି।  ପୁଅ ବୁବୁନ ସେଠୀଙ୍କୁ ବିଭିନ୍ନ ଦଫାରେ ସମୁଦାୟ ୨୫ ବର୍ଷ ସଶ୍ରମ ଜେଲ ଦଣ୍ଡାଦେଶ ସହ ୩୩ ହଜାର ଟଙ୍କା ଜରିମାନା ଆଦେଶ କରାଯାଇଥିବା କରିବା ସହ ଅର୍ଥ ଅନାଦେୟ ବାବଦକୁ ଅଧିକ ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଯାଇଛି। ସେହିପରି ବାପା ଦୋଳଗୋବିନ୍ଦଙ୍କୁ ବିଭିନ୍ନ ଦଫାରେ ସମୁଦାୟ ୨୦ ବର୍ଷ ଜେଲ ଓ ୧୦ ହଜାର ଟଙ୍କା ଫାଇନ କରାଯାଇଛି। ଫାଇନ ଅନାଦେୟ ଅଧିକ ୧ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଯାଇଛି ବୋଲି ସତନ୍ତ୍ର ପବ୍ଲିକ ପ୍ରୋସିକ୍ୟୁଟର ଗଣେଶ ପ୍ରସାଦ ମହାପାତ୍ର କହିଛନ୍ତି। ଏହି ଘଟଣାରେ ପୀଡ଼ିତାଙ୍କୁ ୬ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିବାକୁ ଜିଲା ଆଇନ ସେବା ପ୍ରାଧିକରଣଙ୍କୁ ଆଦେଶ କରିଥିବା ଜଣାପଡ଼ିଛି।

Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri