Break Journey Rules: ଟ୍ରେନରୁ ଓହ୍ଲାନ୍ତୁ, ବୁଲିବାକୁ ଯାଆନ୍ତୁ, ଦୁଇ ଦିନ ପରେ ପୁଣି ସେହି ଟିକେଟରେ ଯାତ୍ରା କରନ୍ତୁ, ଜାଣିଛନ୍ତି କି ଇଣ୍ଡିଆନ ରେଲଓ୍ବେର ଏହି ନିୟମ…

ନୂଆଦିଲ୍ଲୀ,୧।୩: ପ୍ରତିଦିନ ଲକ୍ଷଲକ୍ଷ ଲୋକ ଟ୍ରେନରେ ଯାତ୍ରା କରିଥା’ନ୍ତି। ଅନ୍ୟାନ୍ୟ ପରିବହନ ସୁବିଧା ତୁଳନାରେ ଟ୍ରେନରେ ଯାତ୍ରା କରିବା ଅତି ସହଜ ଓ ସୁବିଧାଜନକ ଅଟେ। ଯାତ୍ରୀ ଯେପରି ସୁବିଧାରେ ନିଜ ଗନ୍ତବ୍ୟରେ ପହଞ୍ଚି ପାରିବେ ସେଥିପାଇଁ ଇଣ୍ଡିଆନ ରେଲଓ୍ବେ ଅନେକ ପ୍ରକାର ସୁବିଧା ଯୋଗାଇଛି। ତନ୍ମଧ୍ୟରୁ ଏପରି କିଛି ସୁବିଧା ଅଛି ଯାହା ସମ୍ପର୍କରେ ଅଧିକାଂଶ ଲୋକ ଜାଣି ନାହାନ୍ତି। ଯଦି ଆପଣ ଟ୍ରେନରେ ଦୀର୍ଘକାଳୀନ ଯାତ୍ରା କରୁଛନ୍ତି। ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାକୁ ବହୁତ ଦିନ ସମୟ ଲାଗିଥାଏ। ତେବେ ଜାଣିଛନ୍ତି କି, Indian Railway ଏଥିପାଇଁ ଏକ ଉପଯୋଗୀ ଟ୍ରାଭେଲ ନିୟମ ରଖିଛି ଯେଉଁଥିରେ ଆପଣ ଯାତ୍ରାରୁ ବ୍ରେକ୍‌ ନେଇ ପୁଣି ଯାତ୍ରା କରିପାରିବେ। ଅର୍ଥାତ୍‌ ଟ୍ରେନ୍‌ ଚଢିବା ଓ ଓହ୍ଲାଇବା ଭିତରେ ଦୁଇ ଦିନର ବ୍ରେକ୍‌ ନେଇ ପୁଣି ସେହି ଟିକେଟରେ ପୁଣି ନିଜ ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରିପାରିବେ। ତେବେ ଆସନ୍ତୁ ଜାଣିବା ଏସମ୍ପର୍କରେ…

ଆପଣ ଯେଉଁ ଷ୍ଟେଶନରୁ ଟ୍ରେନରେ ଚଢିବେ ସେଠାରେ ପହଞ୍ଚିବାକୁ ଡେରି ହୋଇଯାଏ। କିମ୍ବା ଆପଣ ଟ୍ରେନ୍‌ ମିସ୍‌ କରି ଦେଉଛନ୍ତି ତେବେ ଆପଣ ପରବର୍ତ୍ତୀ ଦୁଇଟି ଷ୍ଟପେଜ ପରେ ମଧ୍ୟ ଟ୍ରେନ ଧରି ପାରିବେ। ରେଳ ନିୟମ ଅନୁଯାୟୀ, ଆପଣଙ୍କ ସିଟକୁ TTE ପରବର୍ତ୍ତୀ ଦୁଇଟି ଷ୍ଟେସନ ପର୍ଯ୍ୟନ୍ତ କାହାକୁ ଦେଇପାରିବ ନାହିଁ । ଯଦି ଦୁଇଟି ଷ୍ଟେସନ ପରେ ବି ଆପଣ ପହଞ୍ଚି ପାରିବେନି ତେବେ ଟିଟିଇ RAC PNR ଥିବା ଯାତ୍ରୀଙ୍କୁ ଆପଣଙ୍କ ସିଟ ଦେଇ ପାରନ୍ତି।

ସାଧାରଣତଃ ଟ୍ରେନରେ ଆପଣ ଗନ୍ତବ୍ୟ ସ୍ଥଳରେ ହିଁ ଓହ୍ଲାଇଥା’ନ୍ତି। କିନ୍ତୁ ଯଦି ଆପଣ ଗନ୍ତବ୍ୟ ସ୍ଥଳର ଆଗକୁ ଯିବାକୁ ଚାହାନ୍ତି କିମ୍ବା ନିଜ ଷ୍ଟପେଜରେ ଓହ୍ଲାଇବାକୁ ଭୁଲି ଯାଇଛନ୍ତି ତେବେ ଟେନଶନ ନେବାର କୌଣସି କଥା ନାହିଁ। ଟ୍ରେନ୍‌ରେ ବସି ଆପଣ ପରବର୍ତ୍ତୀ ଯାତ୍ରା ପାଇଁ ଟିକେଟ୍‌ କରିପାରିବେ। ଏଥିପାଇଁ ଆପଣଙ୍କୁ TTE ଙ୍କ ସହ କଥା ହେବାକୁ ପଡିବ। ଟିଟିଇ ରାଜି ହୋଇ ଟିକେଟ୍‌ କାଟିଦେଲେ ଆରାମରେ ପରବର୍ତ୍ତୀ ଯାତ୍ରା କରିପାରିବେ।

ଏବେ ଆଲୋଚନା କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ। ଯଦି ଦୀର୍ଘକାଳୀନ ଯାତ୍ରା କରୁଛନ୍ତି ତେବେ ଏହି ସମୟରେ ଆପଣ ବ୍ରେକ୍‌ ମଧ୍ୟ ନେଇପାରିବେ। ଅର୍ଥାତ ୧୦୦୦କିମି କିମ୍ବା ତା’ ଠାରୁ ଅଧିକ ଯାତ୍ରା କରୁଛନ୍ତି ତେବେ ୫୦୦କିମି ଯାତ୍ରା କରିବା ପରେ ଆପଣ ବ୍ରେକ୍‌ ନେଇପାରିବେ। ୫୦୦କିମି ଯାତ୍ରା ପରେ ଟ୍ରେନ୍‌ରୁ ଯେକୌଣସି ଷ୍ଟେଶନରୁ ଓହ୍ଲାଇ ୨ଦିନ ବ୍ରେକ୍‌ ନେଇ ବୁଲିବାକୁ ଯାଇ ପାରିବେ। ଏହାପରେ ପୁଣି ଟ୍ରେନରେ ଚଢି ନିଜ ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରିପାରିବେ। କିନ୍ତୁ ଧ୍ୟାନ ରଖନ୍ତୁ ଏହି ନିୟମ ଶତାଦ୍ଦୀ, ରାଜଧାନୀ ଏବଂ ଜନ ଶତାଦ୍ଦୀ ଏକ୍ସପ୍ରେସ ପରି ପ୍ରିମିୟମ ଟ୍ରେନ ପାଇଁ ପ୍ରଯୁଜ୍ୟ ନୁହେଁ ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକକୁ ଧକ୍କା ଦେଲା ପିକ୍‌ଅପ୍‌ ଗାଡି: ଚାଲିଗଲା ୯ ଜୀବନ, ୨୩ ଆହତ

ରାୟପୁର,୨୯।୪: ଛତିଶଗଡର ବେମେତାରା ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ପିକଅପ ଗାଡି ଏବଂ ଟ୍ରକ ଧକ୍କାରେ ପାଞ୍ଚ ଜଣ ମହିଳା ଏବଂ...

ନାମାଙ୍କନ ପୂର୍ବରୁ ପ୍ରଭୁ ଶିବଙ୍କ ଉପରେ ପାଣି ଢାଳିଲେ ପ୍ରତିରକ୍ଷା ମନ୍ତ୍ରୀ

ଲକ୍ଷ୍ନୌ,୨୯।୪: ଉତ୍ତର ପ୍ରଦେଶର ଲକ୍ଷ୍ନୌର ଭାଜପା ପ୍ରାର୍ଥୀ ରାଜନାଥ ସିଂ ଆଜି ନାମାଙ୍କନ ପତ୍ର ଦାଖୂଳ କରିବେ। ନାମାଙ୍କନ ପୂର୍ବରୁ ରାଜନାଥ ସିଂ ଲକ୍ଷ୍ନୌର ହନୁମାନ...

କାହିଁକି ଭାଜପାକୁ ଓଡ଼ିଶାରେ ଦରକାର ଗୋଟିଏ ସୁଯୋଗ? କାରଣ ବାହାର କରି ବୁଝାଇଲେ ମୋଦି

ନୂଆଦିଲ୍ଲୀ,୨୯।୪: ଲୋକ ସଭା ନିର୍ବାଚନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଘରୋଇ ଟେଲିଭିଜନକୁ ଏକ ସ୍ବତନ୍ତ୍ର ସାକ୍ଷାତକାର ଦେଇଛନ୍ତି। ଦିଆଯାଇଥିବା ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ...

ଭାଜପା ଏମପି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ପରଲୋକ, ଗୋଟିଏ ମାସ ପୂର୍ବରୁ ରାଜନୀତିରୁ ନେଇଥିଲେ ସନ୍ୟାସ

ବେଙ୍ଗାଲୁରୁ,୨୯।୪: କର୍ନାଟକର ଚାମରାଜନଗରରୁ ଭାଜପା ଏମପି ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭି ଶ୍ରୀନିବାସ ପ୍ରସାଦଙ୍କ ଦେହାନ୍ତ ହୋଇଛି। ସେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ...

ଦୁଇଭାଗ ହେବ କଂଗ୍ରେସ: ବ୍ୟାପିପାରେ ଲଭଲିଙ୍କ ଇସ୍ତଫାର ନିଆଁ

ନୂଆଦିଲ୍ଲୀ,୨୯।୪: ଆମ ଆଦମୀ ପାର୍ଟି (ଏଏପି) ସହିତ ମେଣ୍ଟ, ବାହ୍ୟ ପ୍ରାର୍ଥୀ ଚୟନ ଏବଂ ପ୍ରଦେଶ କଂଗ୍ରେସର ମନମାନିକୁ ନେଇ ପୂର୍ବତନ ମନ୍ତ୍ରୀ ରାଜକୁମାର ଚୌହାନଙ୍କ...

ଘରୋଇ ବଜାରରେ ଷ୍ଟାର୍ଟଅପ୍‌ର ଉଲ୍ଲେଖନୀୟ ଅଭିବୃଦ୍ଧି

ଭୁବନେଶ୍ୱର,୨୯।୪ (ଅଭୟ ଦାଶ):କ୍ରମାଗତ ଭାବେ ଘରୋଇ ବଜାରରେ ଷ୍ଟାର୍ଟଅପ ସଂଖ୍ୟାର ଉଲ୍ଲେଖନୀୟ ଅଭିବୃଦ୍ଧି ସହିତ ସଫଳତା ମଧ୍ୟ ହାସଲ କରିଛି। ଏପରିକି ୨୦୧୪ରେ ପ୍ରାୟ ୩୫୦...

ରାମ ନାମ ଧରି…

ସିର୍‌ସି/ନୂଆଦିଲ୍ଲୀ,୨୯ା୪:କେନ୍ଦ୍ରରେ କ୍ଷମତାସୀନ ଭାଜପା ଏଥର ମଧ୍ୟ ‘ରାମ ନାମ’ ଧରି ଲୋକ ସଭା ନିର୍ବାଚନ ବୈତରଣୀ ପାର ହେବାକୁ ଉଦ୍ୟମ ଚଳାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ...

ଭାରତ ମହାସାଗର ହେବ ସ୍ଥାୟୀ ଗ୍ରୀଷ୍ମ ଲହର ଅଞ୍ଚଳ

ନୂଆଦିଲ୍ଲୀ,୨୯ା୪ (ପି.ଟି.):ଭାରତରେ କିଛିଦିନ ହେଲା ଗ୍ରୀଷ୍ମ ଲହର ଜାରି ରହିଥିବାବେଳେ ଓଡ଼ିଶା ସମେତ କର୍ନାଟକ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଓ କେରଳରେ ସର୍ବାଧିକ ତାପମାତ୍ରା ଅନୁଭୂତ ହେଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri