ବ୍ୟାପମ୍‌ର ବୋପା

ପ୍ରବେଶିକା ପରୀକ୍ଷା, ନାମଲେଖା ଓ ନିଯୁକ୍ତିରେ ଘୋର ଅନିୟମିତତା ଯୋଗୁ ୨୦୧୩ରେ ମଧ୍ୟପ୍ରଦେଶରେ ଘଟିଥିବା ‘ବ୍ୟାପମ୍‌’ ଦୁର୍ନୀତିକୁ ଅନେକେ ମନେରଖିଥିବେ। ସେଥିରେ ରାଜନେତା, ଅମଲାତନ୍ତ୍ରୀ, ଡାକ୍ତରୀ, ଇଞ୍ଜିନିୟରିଂ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କଠାରୁ ଆରମ୍ଭ କରି ପ୍ରଶ୍ନପତ୍ର ପ୍ରଘଟକାରୀ ଠିକାଦାର ଦଶନ୍ଧିବ୍ୟାପୀ ଅନେକ ହଜାର କୋଟି ଟଙ୍କାର କାରବାର କରି ସମ୍ପୂର୍ଣ୍ଣ ସରକାରୀ ବ୍ୟବସ୍ଥାକୁ ନିଜ ହାତକୁ ନେଇଯାଇଥିଲେ। ଶିବରାଜ ସିଂ ଚୌହ୍ବାନଙ୍କ ମୁଖ୍ୟମନ୍ତ୍ରିତ୍ୱ ସମୟରେ ଏହା ବ୍ୟାପକ ରୂପ ଧାରଣ କରି ଯେତେବେଳେ ତ୍ରୁଟି ସର୍ବୋଚ୍ଚରେ ପହଞ୍ଚତ୍ଲା, ସେହି ବିଷୟ ଶୁଣି ଲୋକେ କାନରେ ହାତ ଦେଇଥିଲେ। ତାହା ଗୋଟିଏ ରାଜ୍ୟର ପରୀକ୍ଷା ଦୁର୍ନୀତିର କାରନାମା ବଖାଣିଥିଲା। ତଥାପି ସେହି କାରନାମା ପଦାକୁ ଆସିବା ପାଇଁ ସୁଯୋଗ ପାଉ ନ ଥିଲା ଯେପର୍ଯ୍ୟନ୍ତ ଗୁଡ଼ାଏ ଲୋକଙ୍କ ହତ୍ୟା ସେହି ଠକେଇରେ ସମ୍ପୃକ୍ତ ଥିଲା ବୋଲି ଜଣାପଡ଼ି ନ ଥିଲା। ହେଲେ ଏବେ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ପରିଚାଳିତ ମେଡିକାଲ ପ୍ରବେଶିକା ପରୀକ୍ଷା ଏନ୍‌ଇଇଟି-ୟୁଜି ଏବଂ ୟୁଜିସି-ନେଟ୍‌ ପରୀକ୍ଷାରେ ହୋଇଥିବା ଅନିୟମିତତାକୁ ବ୍ୟାପମ୍‌ର ବୋପା ଆଖ୍ୟା ଦିଆଯାଇପାରେ। କାରଣ ସର୍ବଭାରତୀୟ ସ୍ତରର ଏକକାଳୀନ ଯଥାକ୍ରମେ ୨୪ ଲକ୍ଷ ଓ ୯ ଲକ୍ଷ ପରୀକ୍ଷାର୍ଥୀଙ୍କ ଭବିଷ୍ୟତ ସହିତ ଏନ୍‌ଟିଏ ଖେଳିଥିବାରୁ ଏହାର ରହସ୍ୟ ପ୍ରତିଦିନ ନୂଆ ରୂପରେ ଆସିବାରେ ଲାଗିଛି। ଉଲ୍ଲେଖଯୋଗ୍ୟ ଯେ, ଏନ୍‌ଟିଏ ୨୦୧୭ ନଭେମ୍ବରରେ ଗଠନ କରାଯାଇଥିବା କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଅଧୀନ ଏକ ସ୍ବୟଂଶାସିତ ସଂସ୍ଥା। ସ୍ବତନ୍ତ୍ର ହେଲେ ବି ତା’ର ମୁଖ୍ୟ ଓ ଅନ୍ୟ କର୍ମକର୍ତ୍ତାମାନଙ୍କ ନିଯୁକ୍ତି ଶିକ୍ଷା ମନ୍ତ୍ରଣାଳୟ ତରଫରୁ କରାଯାଇଥିଲା। ସେମାନଙ୍କ ଦରମା ମଧ୍ୟ ସେହି ମନ୍ତ୍ରଣାଳୟ ଦେଇଆସୁଛି। ଅର୍ଥାତ୍‌ ଏହା କେବଳ ନାମକୁମାତ୍ର ସ୍ବୟଂଶାସିତ। ମେଡିକାଲ, ଇଞ୍ଜିନିୟରିଂ, ମ୍ୟାନେଜମେଣ୍ଟ, ଫାର୍ମାସି ଆଦି ପାଠ୍ୟକ୍ରମରେ ନାମଲେଖା ଏବଂ ଉଚ୍ଚଶିକ୍ଷାରେ ଫେଲୋଶିପ୍‌ ପାଇଁ ଉଦ୍ଦିଷ୍ଟ ସର୍ବଭାରତୀୟ ପରୀକ୍ଷା ପରିଚାଳନା ଦାୟିତ୍ୱ ଏହା ଉପରେ ନ୍ୟସ୍ତ କରାଯାଇଆସିଛି।
ଚଳିତବର୍ଷ ମେଡିକାଲ ଓ ଫେଲୋଶିପ୍‌ ପରୀକ୍ଷାରେ ବୈଷୟିକ ତ୍ରୁଟି, ପ୍ରଶ୍ନପତ୍ର ପ୍ରଘଟ ଓ ପ୍ରକ୍ସି ପରୀକ୍ଷାର୍ଥୀ ହାଉଯାଉ ହେବା ସହିତ ଜାଣିଶୁଣି କେତେ ଜଣଙ୍କୁ ଗ୍ରେସ୍‌ ମାର୍କ ଦିଆଯିବା ବିଷୟ ପଦାକୁ ଆସିବା ପରେ ଖୋଳତାଡ଼ ଆରମ୍ଭ ହୋଇଥିଲା। ସବୁଠାରୁ ବେଶି ସନ୍ଦେହ ସୃଷ୍ଟି ହୋଇଥିଲା ଯେତେବେଳେ ଜୁନ୍‌ ୪ ତାରିଖରେ ୨୦୨୪ ଲୋକ ସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଉଥିଲା, ସେହିଦିନ ସେହି ସମୟରେ ଏନ୍‌ଇଇଟି-ୟୁଜି ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇଥିଲା। ଜାଣିଶୁଣି ଏହା ଏକ ମନ୍ଦ ଉଦ୍ଦେଶ୍ୟରେ କରାଯାଇଛି ବୋଲି ସମସ୍ତେ ବୁଝିପାରିଲେ। ନିର୍ଦ୍ଧାରିତ ଫଳ ପ୍ରକାଶନ ତାରିଖର ୧୦ ଦିନ ପୂର୍ବରୁ ତରବରିଆ ଭାବେ ଏନ୍‌ଟିଏ ମେରିଟ୍‌ ଲିଷ୍ଟ ପ୍ରକାଶ କରିଦେଇଥିଲା। ସେଥିରେ ୬୭ ଜଣ ୭୨୦ ନମ୍ବର ରଖିଥିବା ଜଣାପଡ଼ିବା ପରଠାରୁ ବିବାଦ ଥମିବାର ନାଁ ଧରୁନାହିଁ। କେବଳ ଏହି ଦୁଇ ପରୀକ୍ଷା ନୁହେଁ, ଆହୁରି କେତେକ ପରୀକ୍ଷା ପରିଚାଳନାର ତ୍ରୁଟି ଧୀରେ ଧୀରେ ସୂର୍ଯ୍ୟାଲୋକ ଦେଖିବା ଆରମ୍ଭ କରିଛି। ଜୁନ୍‌ ୩୦ରେ କମନ୍‌ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ(ସିୟୁଇଟି)-ୟୁଜି ପରୀକ୍ଷାଫଳ ବାହାରିବାକୁ ଥିବାରୁ ବିଦ୍ୟାର୍ଥୀମାନେ ଆଶଙ୍କାରେ ରହିଲେଣି।
କେନ୍ଦ୍ର ସରକାର ଏନ୍‌ଇଇଟି-ୟୁଜି ଓ ୟୁଜିସି-ନେଟ୍‌ର ପରୀକ୍ଷାଫଳ ବାହାରିବା ପରେ ବାରମ୍ବାର ଦୃଢ଼ୋକ୍ତି ପ୍ରକାଶ କରି କହିଲେ ଯେ, କୌଣସି ପ୍ରଶ୍ନପତ୍ର ଲିକ୍‌ କିମ୍ବା ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ଘଟିନାହିଁ। ଏହି ପରିମାଣର ଏକ ବିରାଟକାୟ ଦୁର୍ନୀତିକୁ ତଳତଳିଆ କର୍ମଚାରୀ ନିଜ ପରିସର ଭିତରେ କରାଇଦେଇ ପାରିବେ ବୋଲି ବିଶ୍ୱାସ କରିବା ପିଲାଳିଆମିର ଲକ୍ଷଣ ଦର୍ଶାଇଥାଏ। ଏହି ପରୀକ୍ଷା ପରିଚାଳନାର ଅନିୟମିତତା ଯାଞ୍ଚ କରିବା ଲାଗି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ଦାୟିତ୍ୱ ଦିଆଗଲାଣି। ଇତିମଧ୍ୟରେ ଏନ୍‌ଟିଏ ମୁଖ୍ୟ ଜେନେରାଲ ସୁବୋଧ ସିଂଙ୍କୁ ତାଙ୍କ ପଦବୀରୁ ହଟାଇ ଦିଆଯାଇଛି। ଏଥିସହିତ ସାଧାରଣ ପରୀକ୍ଷା(ଅସାଧୁ ଉପାୟ ନିବାରଣ) ଆଇନ, ୨୦୨୪ ଲାଗୁ କରାଯାଇଛି। ଏଥିରେ ଅନେକ କଠୋର ପଦକ୍ଷେପ ବିଷୟରେ ଉଲ୍ଲେଖ ରହିଛି। କିନ୍ତୁ ତରବରିଆ ଭାବେ ଯେଉଁଭଳି ଏହାକୁ ଲାଗୁ କରାଯାଇଛି, ତାହା ପରୀକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବ ବୋଲି ସନ୍ଦେହ ସୃଷ୍ଟି ହେଉଛି।
ଭାରତରେ ପ୍ରାଥମିକଠାରୁ ଆରମ୍ଭ କରି ଉଚ୍ଚତର ଗବେଷଣା ଯାଏ ଶିକ୍ଷା ବ୍ୟବସ୍ଥା ଦୋଦୁଲ୍ୟମାନ ଅବସ୍ଥାରେ ରହିଛି। ସବୁ ସ୍ତରରେ ପିଲାଙ୍କ ଭବିଷ୍ୟତ ସହିତ ସରକାର ଖେଳୁଛନ୍ତି। ସରକାରୀ ପାଠ୍ୟକ୍ରମରେ ବାରମ୍ବାର ପରିବର୍ତ୍ତନ ଓ ଶାସନ କରୁଥିବା ବର୍ଗଙ୍କ ମତାଦର୍ଶ ଅନୁଯାୟୀ ପଦକ୍ଷେପ ନିଆଯାଉଥିବାରୁ ଶିକ୍ଷାବିତ୍‌ମାନେ ଅନେକ ସମୟରେ ପ୍ରଶ୍ନ ଉଠାଉଛନ୍ତି। ହେଲେ ଶୁଣିବାକୁ କାହାରି ସମୟ ନାହିଁ। ଏକ ସନ୍ତୁଳିତ ପାଠ୍ୟକ୍ରମ ସମାଜର ସବୁ ବର୍ଗଙ୍କ ହିତରେ ଆସିଥାଏ। ଏହା ମଧ୍ୟ ଦେଖାଗଲାଣି ଯେ, ଅନେକ ପାଠ୍ୟକ୍ରମକୁ ଘରୋଇ ବା ପ୍ରାୟୋଜକ ପାଠ୍ୟକ୍ରମ ଭାବେ ଅଭିହିତ କରାଯାଇ ଶିକ୍ଷାର୍ଥୀଙ୍କଠାରୁ ଅଧିକ ଅର୍ଥ ନିଆଯାଇ ଶିକ୍ଷା ଦିଆଯାଉଛି। ଏଥିରେ ଧନିକ ବର୍ଗ ଉପକୃତ ହୋଇଥାଆନ୍ତି। ହେଲେ ସରକାରୀ ଶିକ୍ଷାନୁଷ୍ଠାନରେ ନାମଲେଖା ହେଉ ବା ସରକାରୀ ଚାକିରିରେ ନିଯୁକ୍ତି ପାଇବା ପାଇଁ ଆର୍ଥିକ ଦୁର୍ବଳ ବର୍ଗର ମେଧାବୀ ଶିକ୍ଷାର୍ଥୀ ପ୍ରବଳ ପରିଶ୍ରମ କରି ତାହାକୁ ହାସଲ କରିବାର ସୁଯୋଗ ଥାଏ। ବର୍ତ୍ତମାନର ଶିକ୍ଷା ଓ ନିଯୁକ୍ତି ସଂକ୍ରାନ୍ତ ପରୀକ୍ଷା ଯେଭଳି ମନେହେଉଛି ସଟ୍ଟା ବଜାର ଏବଂ ଧନୀ ଲୋକଙ୍କର ଷ୍ଟକ୍‌ ଏକ୍ସଚେଞ୍ଜରେ ପଇସା ଲଗାଇଲା ଭଳି ସରକାରୀ ଶିକ୍ଷା କ୍ଷେତ୍ରରେ ପୁଞ୍ଜି ଲଗାଇ ଲାଭ ଉଠାଇବାର ଏକ ସୁନ୍ଦର ମାଧ୍ୟମ ବାହାର କରାସରିଲାଣି। ସେଥିରେ ଯେଉଁମାନେ କାମ କରିପାରିବେ ସେମାନଙ୍କର ପୂର୍ବ ଅଭିଜ୍ଞତା ଅତ୍ୟନ୍ତ ଜରୁରୀ ବୋଲି ମଧ୍ୟ ଜଣାପଡୁଛି। ଉଦାହରଣ ସ୍ବରୂପ ରବି ଅତ୍ରୀ। ବିଭିନ୍ନ ପ୍ରଶ୍ନପତ୍ର ଲିକ୍‌ର ମାଷ୍ଟରମାଇଣ୍ଡ୍‌ ଭାବେ ପରିଚିତ ରବି ଅତ୍ରୀଙ୍କୁ ଉତ୍ତର ପ୍ରଦେଶ ସ୍ବତନ୍ତ୍ର ଟାସ୍କଫୋର୍ସ ଏବେ ଗିରଫ କରିଛି। ରବି ପୂର୍ବରୁ ପ୍ରି-ମେଡିକାଲ ଏକ୍‌ଜାମ ପେପର ୨୦୧୨ ଓ ଏମ୍ସ ପିଜି ଏକ୍‌ଜାମ ପେପର ୨୦୧୫ ଲିକ୍‌ କରି ଜେଲ ଯାଇଥିଲେ। ହେଲେ ଏବେ ମଧ୍ୟ ସେ ଏହି କାର୍ଯ୍ୟରେ ସକ୍ରିୟ ରହିଥିଲେ ବୋଲି ତୃତୀୟ ଥର ଗିରଫ ହୋଇଛନ୍ତି। ତାଙ୍କର ଅଭିଜ୍ଞତା ଅତ୍ୟନ୍ତ ଗଭୀର ଥିବାରୁ ସରକାରରେ ଥିବା ସର୍ବୋଚ୍ଚ ଶକ୍ତି ରବିଙ୍କୁ ବାରମ୍ବାର ଆଣି ଏଭଳି କାର୍ଯ୍ୟରେ ମୁତୟନ କରୁଛନ୍ତି। ଏହାର ଏକମାତ୍ର କାରଣ ହୋଇପାରେ ରବିଙ୍କ ଦ୍ୱାରା ଭଲ ଦି’କଉଡ଼ି ମିଳିପାରୁଛି। ତେଣୁ ଯେଉଁ କଡ଼ାକଡ଼ି କାର୍ଯ୍ୟାନୁଷ୍ଠାନ ଧମକ ଦିଆଯାଉଛି, ତାହା କେବଳ ଜନସାଧାରଣଙ୍କ ଦୃଷ୍ଟିକୁ ଏପାଖସେପାଖ କରାଇବାର ଏକ ସୁପରିଚିତ ପ୍ରୟାସ। ଖୁବ୍‌ ଶୀଘ୍ର ରବି ଅତ୍ରୀଙ୍କ ଭଳି ଆଉ କେତେ ବ୍ୟକ୍ତି ଆସି ପୁଣି ଏନ୍‌ଟିଏରେ ନିଯୁକ୍ତି ପାଇବେ। ପୁନର୍ବାର ଏହି ଖେଳ ଚାଲୁ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?