Posted inଜାତୀୟ

ଉପମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀଙ୍କୁ ଧମକ ଦେବା ଅଭିଯୋଗରେ ଜଣେ ଗିରଫ

ପୁଣେ,୨୦।୩: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କ ସ୍ତ୍ରୀ ଅମୃତାଙ୍କୁ ଫୋନରେ ଧମକ ଦେବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି। ପୋଲିସ ସୂତ୍ରରୁ ପ୍ରକାଶ ଯେ ଗିରଫ ବ୍ୟକ୍ତିଙ୍କ ନାମ ଅନିଲ ଜୟସିଂଘାନିଆ। ଅନିଲ ଗିରଫ ହେବା ପୂର୍ବରୁ ତାଙ୍କ ଝିଅ ତଥା ଡିଜାଇନର୍‌ ଅନୀକ୍ଷା ଜୟସିଂଘାନିଆ ଅମୃତାଙ୍କୁ ଲାଞ୍ଚ ଯାଚିଥିବା ଅଭିଯୋଗରେ ମୁମ୍ବାଇ ପୋଲିସ ଦ୍ୱାରା ଗିରଫ ହୋଇଥିଲେ।
ଅମୃତାଙ୍କ ଅଭିଯୋଗ ମୁତାବକ, ମୁମ୍ବାଇର ଡିଜାଇନର୍‌ ଅନୀକ୍ଷା ତାଙ୍କ ପିତାଙ୍କ ବିରୋଧରେ ହୋଇଥିବା ଅପରାଧିକ ମାମଲା ରଫାଦଫା କରିବା ପାଇଁ ଏକ କୋଟି ଟଙ୍କା ଲାଞ୍ଚ ଯାଚିଛନ୍ତି। କେବଳ ସେତିକି ନୁହେଁ, ଅମୃତା ଫଡନଭିସଙ୍କୁ ଡିଜାଇନରଙ୍କର ବାପା ମଧ୍ୟ ଧମକ ଦେଇଥିଲେ। ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।
ରିପୋର୍ଟ ଅନୁଯାୟୀ, ଅମୃତା ଫଡନଭିସ ଫେବୃଆରୀ ୨୦ରେ ଏନେଇ ଅଭିଯୋଗ କରିଥିଲେ। ଅନୀକ୍ଷା ଜଣେ ଅଳଙ୍କାର ଏବଂ ଫୁଟୱେର ଡିଜାଇନର୍‌। ୨୦୨୧ରେ ଏକ ସାଧାରଣ କାର୍ଯ୍ୟକ୍ରମରେ ସେ ତାଙ୍କୁ ଭେଟିଥିଲେ। ସର୍ବସାଧାରଣ କାର୍ଯ୍ୟକ୍ରମରେ ତାଙ୍କ ଉତ୍ପାଦକୁ ପ୍ରୋତ୍ସାହିତ କରିବାକୁ ଅନୀକ୍ଷା ତାଙ୍କୁ ନିବେଦନ କରିଥିଲେ। ଏହା ପରେ ଦୁହେଁ ଅନେକ ସାଧାରଣ କାର୍ଯ୍ୟକ୍ରମରେ ପରସ୍ପରକୁ ଭେଟିଥିଲେ। ଅନୀକ୍ଷା ଗତ ୧୬ ମାସ ହେବ ଅମୃତାଙ୍କ ସମ୍ପର୍କରେ ଥିଲେ।
ପୁଲିସ ଅଧିକାରୀଙ୍କ କହିବା ମୁତାବକ, ଅମୃତାଙ୍କ ବିଶ୍ୱାସ ହାସଲ କରିବା ପରେ ଅନୀକ୍ଷା ଏଥିରୁ ଟଙ୍କା ରୋଜଗାର କରିପାରିବେ ବୋଲି ଦାବି କରି କିଛି ବୁକି ବିଷୟରେ ସୂଚନା ଦେବାକୁ ପ୍ରସ୍ତାବ ଦେଇଥିଲେ। ଏହା ପରେ ସେ ଅମୃତାଙ୍କୁ ପୁଲିସ ମାମଲାରେ ବଞ୍ଚାଇବା ପାଇଁ ସିଧାସଳଖ ଏକ କୋଟି ଟଙ୍କା ଅଫର୍‌ କରିଥିଲେ। ଅନୀକ୍ଷାଙ୍କ ଏହି ଆଚରଣରେ ବିରକ୍ତ ହୋଇ ଅମୃତା ତାଙ୍କ ନମ୍ବରକୁ ବ୍ଲକ କରିଥିଲେ।
ଏହା ପରେ ମହିଳା ଜଣକ ଅଜଣା ନମ୍ବରରୁ ଅମୃତାଙ୍କୁ ଭିଡିଓ କ୍ଲିପ, ଭଏସ ମେସେଜ ଏବଂ ଅନେକ ମେସେଜ ପଠାଇଥିବା ଅଭିଯୋଗ ହୋଇଛି। ଅନୀକ୍ଷା ଏବଂ ତାଙ୍କ ବାପା ପରୋକ୍ଷରେ ଅମୃତାଙ୍କୁ ଧମକ ଦେଇଥିଲେ ଏବଂ ତାଙ୍କ ବିରୋଧରେ ଷଡଯନ୍ତ୍ର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନ ନ ଶୁଣିବାରୁ ସାହିବାସୀ ନିର୍ମାଣ କଲେ

କବିସୂର୍ଯ୍ୟନଗର,୧୧ା୪ (କୃପାସିନ୍ଧୁ ସ୍ବାଇଁ): ପ୍ରଶାସନ ନ ଶୁଣିବାରୁ ନିଜର ସୁବିଧା ପାଇଁ ସାହିବାସୀ କଲଭର୍ଟ ନିର୍ମାଣ କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା କବିସୂର୍ଯ୍ୟନଗର…

ରୋଷେଇ ପାଇଁ ଗ୍ୟାସ ଲଗାଉଥିଲେ ମହିଳା, ଲାଇଟର ମାରୁମାରୁ ବଡ଼ ଅଘଟଣ

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଗ୍‌ଦେବୀ ରୋଡରେ ଶନିବାର ମଧ୍ୟାହ୍ନରେ ରନ୍ଧନ ଗ୍ୟାସ ଲିକ୍‌ ହୋଇ ନିଆଁ ଲାଗି ଜଣେ ମହିଳା ଗୁରୁତର ହୋଇଛନ୍ତି। ସେହେଲେ…

ଜଙ୍ଗଲକୁ ଶିକାର ପାଇଁ ଯାଇ ହଟହଟା: ଏଆଇ କ୍ୟାମେରାରେ…

ଉଦଳା,୧୧।୪(ସନ୍ତୋଷ କୁମାର ବାଛିନୀ): ଜଙ୍ଗଲକୁ ଯାଇଥିଲେ ଶିକାର ପାଇଁ। ଜଙ୍ଗଲ ଭିତରେ ଲାଗିଥିବା ଏଆଇ କ୍ୟାମେରାରେ କଏଦ ହେଲେ ଶିକାରୀ। ପୋଡାଡିହା ରେଞ୍ଜ ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ…

ଘରେ କେହି ନ ଥିବାବେଳେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ଯୁବତୀ, ପଡ଼ୋଶୀ ଆସିବାବେଳକୁ…

ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିର ଖଞ୍ଜା ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖଞ୍ଜା ସାହିରେ ଶୁଭ୍ର ସାମଲ ନାମକ ଜଣେ…

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ଅନ୍‌ଲାଇନ୍‌-ଅଫ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର

ବାଲିଗୁଡ଼ା,୧୧ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ +୨ ବିଜ୍ଞାନ, ବାଣିଜ୍ୟ ବିଭାଗର ଅନ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର ହୋଇଥିବାବେଳେ ଗତ…

ବିଜେଡି ନଗର ସଭାପତିଙ୍କ ପିତୃ ବିୟୋଗ: ଝୁରୁଛି ଗାଁ ମାଟି

ଗଞ୍ଜାମ,୧୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନ୍‌ଏସି ବିଜେଡି ନଗର ସଭାପତି ତଥା ଯୁବ ସ୍ବେଚ୍ଛାସେବୀ ସୁଧୀର କୁମାର ପାଢ଼ୀଙ୍କ ବାପା କାଶୀନାଥ ପାଢ଼ୀଙ୍କ ୭୮ ବର୍ଷ ବୟସରେ…

କେନ୍ଦୁଝରରେ ଖରିଫ ଧାନ ସଂଗ୍ରହରେ ଐତିହାସିକ ସଫଳତା : ଚାଷୀ ସଂଖ୍ୟା , ଉତ୍ପାଦନରେ ନୂଆ ମାଇଲଷ୍ଟୋନ

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଚଳିତ ବର୍ଷ ଖରିଫ ଧାନ ସଂଗ୍ରହରେ ଐତିହାସିକ ରେକର୍ଡ ସୃଷ୍ଟି ହୋଇଛି। ଭାଜପା ରାଜ୍ୟ ସ୍ବତନ୍ତ୍ର ନିମନ୍ତ୍ରିତ କାର୍ଯ୍ୟକାରିଣୀ ସଦସ୍ୟ…

ଭୁବନେଶ୍ୱରରେ ପାକିସ୍ତାନ ଆତଙ୍କୀ ଲିଙ୍କ: ପୁଅକୁ ଦିଲ୍ଲୀ ପୋଲିସ ନେବା ପରେ ଏମିତି କହିଲେ ବାପା

ଭୁବନେଶ୍ୱର,୧୧।୪: ମୋ ପୁଅ ନିର୍ଦ୍ଦୋଷ କହିଲେ ଇମ୍ରାନଙ୍କ ବାପା। ପୁଅକୁ ଦିଲ୍ଲୀ ପୋଲିସ ଉଠାଇ ନେବା ପରେ ଏମିତି କହିଲେ ବାପା। ମୋ ପୁଅ ନିର୍ଦ୍ଦୋଷ, ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri