Posted inଅପରାଧ

ଦୁଇ ଲକ୍ଷ ଟଙ୍କା ସୁପାରି ଦେଇ ପୁଅକୁ ହତ୍ୟା କଲା ବାପା

ଲକ୍ଷ୍ନୌ, ୨୬।୭: ପୁଅର ହିଂସାତ୍ମକ ଆଚରଣରେ ଅତିଷ୍ଠ ହୋଇପଡ଼ିଥିବା ବାପା ଓ ମା’ ଶେଷରେ ନେଇଥିଲେ ଏକ ଚକିତ କଲା ଭଳି ନିଷ୍ପତ୍ତି। ସୁପାରି କିଲରଙ୍କୁ ୨ ଲକ୍ଷ ଟଙ୍କା ଦେଇ ବାପା ଓ ମା ଶେଷରେ ପୁଅଙ୍କୁ ହତ୍ୟା କରିଥିଲେ। ଏହି ଘଟଣା ଘଟିବାର ମାତ୍ର ୨ ଦିନ ପରେ ପୋଲିସ ମୃତ ଯୁବକର ବାପାଙ୍କ ସମେତ ଦୁଇ ଜଣ ସୁପାରି କିଲର୍‌ଙ୍କୁ ଗିରଫ କରିଛି। ଏଭଳି ଏକ ଅବିଶ୍ୱସନୀୟ ଘଟଣା ଉତ୍ତର ପ୍ରଦେଶର ଲକ୍ଷ୍ନୌସ୍ଥିତ ହାପୁର ସହରରେ ଘଟିଛି। ଏଠାରେ ରହୁଥିବା କମଲ ଚାନ୍ଦ ତୋମାର ପେଶାରେ ଜଣେ ଅଟୋମୋବାଇଲ ମରାମତି ଦୋକାନର ମାଲିକ ଥିଲେ। କିନ୍ତୁ କମଲ ତାଙ୍କ ପୁଅ ରିଷଭର ବ୍ୟବହାରକୁ ନେଇ ବେଶ୍‌ ଚିନ୍ତିତ ରହୁଥିଲେ। ରିଷଭ ବାପା କମଲଙ୍କ ସମେତ ତାଙ୍କ ମା’ଙ୍କୁ ଦୁର୍ବ୍ୟବହାର କରିବା ସହିତ ଟଙ୍କା ମାଗି ମାଡ଼ ମାରୁଥିଲେ। ଏପରିକି ଦିନେ ଟଙ୍କା ମାଗି ତାଙ୍କ ମା’ଙ୍କ ହାତ ଭାଙ୍ଗି ଦେଇଥିଲେ। ଶେଷରେ କମଲ ଅନ୍ୟାନ୍ୟ ଉପାୟ ନ ପାଇ ତାଙ୍କର ବନ୍ଧୁ ଦୀନେଶଙ୍କୁ ଏକଥା ଜଣାଇଥିଲେ। ଉଭୟ ରିଷଭକୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ। ଏଥିଲାଗି ଦୀନେଶ ୨ ଲକ୍ଷ ଟଙ୍କା ସୁପାରି ନେଇ ଆଉ ଜଣେ ଲୋକଙ୍କ ସହାୟତାରେ ରିଷଭକୁ କାର୍‌ରେ ଏକ ନିଛାଟିଆ ସ୍ଥାନକୁ ନେଇଯାଇଥିଲେ। ଯେଉଁଠାରେ ସେମାନେ ରିଷଭକୁ ପ୍ରଚୁର ମଦ ପିଆଇ ଶେଷରେ ହତ୍ୟା କରିଥିଲେ। ତେବେ ଯେତେବେଳେ ରିଷଭର ହତ୍ୟା କରାଯାଇଥିବା ନେଇ ତାଙ୍କ ବାପା ଓ ମା ଥାନାରେ ଅଭିଯୋଗ କରିଥିଲେ ପୋଲିସ ଉଭୟଙ୍କ ଉପରେ ସନ୍ଦେହ ପ୍ରକାଶ କରିଥିଲା। ସେମାନେ ରିଷଭର ମୃତ୍ୟୁରେ ମିୟମ୍ରାଣ ଜଣାପଡ଼ୁ ନ ଥିଲେ କି ପୋଷ୍ଟ ମର୍ଟମ ପାଇଁ କୌଣସି ଆଗ୍ରହ ଦେଖାଇ ନ ଥିଲେ। ପୋଲିସ ଉଭୟଙ୍କୁ ପଚରା ଉଚରା କରିବା ପରେ ଶେଷରେ ସେମାନେ ସତକଥା କହି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ମାଟିରେ ଇତିହାସ ରଚିଲା DRDO: LRGRର ସଫଳ ପରୀକ୍ଷଣ, ୬୦ କିମି ଦୂର ଲକ୍ଷ୍ୟକୁ…

ନୂଆଦିଲ୍ଲୀ/ବାଲେଶ୍ୱର, ୮।୭: ଭାରତ ସ୍ୱଦେଶୀ ପ୍ରତିରକ୍ଷା ଜ୍ଞାନକୌଶଳ କ୍ଷେତ୍ରରେ ଆଉ ଏକ ବଡ଼ ସଫଳତା ହାସଲ କରିଛି। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ବୁଧବାର…

ସିଙ୍ଗଡ଼ା କିଣିବା ପାଇଁ ଟ୍ରେନ୍‌ ଅଟକାଇଲେ ଲୋକୋ ପାଇଲଟ୍‌, ଭାଇରାଲ ହେଉଛି ଭିଡିଓ

ଇନ୍ଦୋର,୮ା୭: ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଲୋକୋ ପାଇଲଟ୍‌ ଟ୍ରେନ୍‌ ଅଟକାଇ ରାସ୍ତାପାର୍ଶ୍ୱ ଦୋକାନରୁ ସିଙ୍ଗଡ଼ା କିଣୁଥିବାର ଭିଡିଓ ସୋସିଆଲ…

ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ: ମାଁ ଶ୍ୟାମାକାଳୀ ମନ୍ଦିରରେ ବିବାହ ବନ୍ଧନରେ ବାନ୍ଧିହେଲେ ୨ ଦିବ୍ୟାଙ୍ଗ ଯୋଡ଼ି

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହରରେ ଅବସ୍ଥିତ ମାଁ ଶ୍ୟାମାକାଳୀ ମନ୍ଦିର ସର୍ବେଶ୍ୱର କଲ୍ୟାଣ ମଣ୍ଡପରେ ବୁଧବାର ଆଦର୍ଶ ବିବାହ ହୋଇଥିଲା। ପାୱାର ଅଫ୍‌ ଦିବ୍ୟାଙ୍ଗ ଅନୁଷ୍ଠାନ ତତ୍ତ୍ୱାବଧାନରେ…

ସୋସିଆଲ ମିଡିଆରେ ଭାଇରାଲ କରିଦେବି… ଯୁବତୀଙ୍କୁ ବଳାତ୍କାର ଅଭିଯୋଗ, ଜେଲ୍ ଗଲେ ଅଭିଯୁକ୍ତ ରାଜମିସ୍ତ୍ରୀ

ଦିଗପହଣ୍ଡି,୮।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର ଜଣେ ୨୬ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ବୁଧବାର…

ବୋରପଦର ଗ୍ରାମ ପଞ୍ଚାୟତରେ ମନରେଗା ଦୁର୍ନୀତି ଅଭିଯୋଗ, ଜିଲାପାଳଙ୍କୁ ଫେରାଦ ହେଲେ ଗ୍ରାମବାସୀ

କର୍ଲାମୁଣ୍ଡା,୮।୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ମନରେଗା ଦୁର୍ନୀତି ନେଇ ବିଭିନ୍ନ ସମୟରେ ଲୋକେ ଅଭିଯୋଗ କରି ଆସୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି…

ଛାତି ପର୍ଯ୍ୟନ୍ତ ପାଣି, ତଥାପି ବନ୍ୟାର ପ୍ରଖର ସ୍ରୋତରେ ନିଜ କାର୍‌କୁ ଛାଡ଼ିଲେନି ମାଲିକ..Viral Video ଦେଖିଲେ…

ଥରେ ଭାବନ୍ତୁ ଆପଣ କାର୍‌ରେ ଥିବେ, ବନ୍ୟାଜଳ ମାଡ଼ି ଆସିବ। କାର୍‌ଟି ବନ୍ୟାଜଳରେ ବୁଡ଼ିଯିବ, ଆପଣ କରିବେ କ’ଣ? କାରକୁ ଛାଡ଼ି ନିଜ ଜୀବନ ବଞ୍ଚାଇବେ ନା…

‘ମୋ ମୁଣ୍ଡ କାଟିଦେଲେ ବି ଭାଜପାକୁ ଯିବିନି…’, ଟିଏମସି କନ୍ଦଳ ଭିତରେ ଗର୍ଜିଲେ ମହୁଆ, କରିଦେଲେ ବଡ଼ ଖୁଲାସା

କୋଲକାତା,୮।୭: ପଶ୍ଚିମବଙ୍ଗରେ ଗତ ୧୫ ବର୍ଷ ଧରି କ୍ଷମତାରେ ଥିବା ମମତା ବାନାର୍ଜୀଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସ (TMC) ବର୍ତ୍ତମାନ ଏକ କଷ୍ଟକର ପରିସ୍ଥିତିର ସମ୍ମୁଖୀନ ହେଉଛି।…

ଭାଙ୍ଗିଲା ସବୁ ରେକର୍ଡ; ଗୋଟିଏ ଦିନରେ ୬,୭୦୦ ଟଙ୍କା ଶସ୍ତା ହେଲା ରୁପା, ସୁନା ବି…

ନୂଆଦିଲ୍ଲୀ, ୮।୭: ଯଦି ଆପଣ ସୁନା କିମ୍ବା ରୁପା କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ଅଛି। ଆନ୍ତର୍ଜାତୀୟ ବଜାରଠାରୁ ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri