କବିସୂର୍ଯ୍ୟନଗର,୩ା୭(ଡି.ଏନ୍.ଏ.)- କରୋନାରେ ଏକମାତ୍ର ପୁଅଙ୍କ ମୃତ୍ୟୁ ଖବର ଶୁଣି ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ବାପା। ଏଭଳି ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଅଞ୍ଚଳରେ। ମୃତକ ହେଲେ କବିସୂର୍ଯ୍ୟନଗର ଏନ୍ଏସିର ଟ୍ୟାକ୍ସ କଲେକ୍ଟ ଅଫିସର ରାଜକିଶୋର ଶତପଥୀ (୫୫)।
କବିସୂର୍ଯ୍ୟନଗର ନାରାୟଣପୁରଶାସନ ନିବାସୀ ରାଜକିଶୋରଙ୍କ ପୁଅ ସୀମାଞ୍ଚଳ (୨୭) ସୁନାରିଝୋଳା ପଞ୍ଚାୟତ ସ୍କୁଲରେ ଶିକ୍ଷକତା କରୁଥିଲେ। ନିଶ୍ୱାସ ନେବାରେ ଅସୁବିଧା ଯୋଗୁ ସୀମାଞ୍ଚଳଙ୍କୁ ଗତ ୧ତାରିଖରେ ଭୁବନେଶ୍ୱରସ୍ଥିତ ସମ୍ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ବାବ୍ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିଲା। ଗୁରୁବାର ରିପୋର୍ଟ ପଜିଟିଭ ଆସିଥିଲା। ଶୁକ୍ରବାର ସକାଳୁ ତାଙ୍କର ମୃତ୍ୟୁ ଘଟିଥିଲା। ବନ୍ଧୁ, ସମ୍ପର୍କୀୟ ଏହା ଜାଣିଥିଲେ ମଧ୍ୟ ସୀମାଞ୍ଚଳଙ୍କ ବାପା ଓ ମା’ଙ୍କୁ ଜଣାଇ ନ ଥିଲେ। ବାପା ରାଜକିଶୋର ଅପରାହ୍ନରେ ଏହା ଜାଣିବା ପରେ ଦୁଃଖରେ ଭାଙ୍ଗି ପଡିଥିଲେ। ସନ୍ଧ୍ୟାରେ କାହାକୁ କିଛି ନ ଜଣାଇ ଘରୁ କେଉଁଆଡେ ପଳାଇଥିଲେ। ସାପୁଆବସା ଜଙ୍ଗଲରେ ଏକ ଗଛରେ ରାଜକିଶୋରଙ୍କ ଝୁଲନ୍ତା ମୃତଦେହ ସ୍ଥାନୀୟ ଲୋକେ ଦେଖି ପରିବାରକୁ ଜଣାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରି ତଦନ୍ତ ଜାରି ରଖିଛି।
ସୂଚନାଯୋଗ୍ୟ, ଗୁରୁବାର ମଧ୍ୟ କବିସୂର୍ଯ୍ୟନଗର ଅଞ୍ଚଳରେ ଏପରି ଏକ ଅଭାବନୀୟ ଘଟଣା ଘଟିଥିଲା। ଜଣେ ସୁନା ବ୍ୟବସାୟୀଙ୍କ କରୋନା ରିପୋର୍ଟ ପଜିଟିଭ ଆସିବାପରେ ହୃଦ୍ଘାତରେ ତାଙ୍କ ବାପାଙ୍କର ମୃତ୍ୟୁ ଘଟିଥିଲା।

ଗଞ୍ଜାମ ଜିଲାପାଳଙ୍କ ନୂଆ ନିୟମ: ଏଥର ଅପରାହ୍ନ ୨ଟାରୁ ବନ୍ଦ ରହିବ ବଜାର
ଛତ୍ରପୁର,୨୮।୪(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ବୁଧବାର ଜିଲାରେ ୨୦୯ ପଜିଟିଭ ଚି଼ହ୍ନଟ ହୋଇଛନ୍ତି। ଏଥିସହ କରୋନା ଜଣଙ୍କ...

ଆମ୍ବ ତୋଟାରେ କ୍ୱାରାଣ୍ଟାଇନ୍
ପାତ୍ରପୁର,୧୨ା୪(ଡି.ଏନ୍.ଏ.)- ପାତ୍ରପୁର ବ୍ଲକ ବାଦପୁର ପଞ୍ଚାୟତ ଦେଶାରୀ ଗ୍ରାମର ପରିକ୍ଷୀତ ନାଇକ ନେଲୁରରୁ ଚାଲିଚାଲି ଗତ ଶୁକ୍ରବାର ଗ୍ରାମରେ ପହଞ୍ଚତ୍ଥିଲ। ଅଙ୍ଗନଓ୍ବାଡି କର୍ମୀ ତାଙ୍କୁ ନେଇ...

ଭଞ୍ଜନଗରରେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ୮୮ ତମ ଜୟନ୍ତୀ ପାଳିତ
ଭଞ୍ଜନଗର,୯।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ନନ୍ଦିନୀ ଶତପଥୀ ସ୍ମୃତି ସଂସଦ ପକ୍ଷରୁ ସ୍ଥାନୀୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ...

ଗଞ୍ଜାମରେ କରୋନା ଯୋଦ୍ଧାଙ୍କ ପାଇଁ ଚିନ୍ତା: ୯ ଦିନରେ ସଂକ୍ରମିତ ହେଲେଣି ୯୪ ଜଣ
ଛତ୍ରପୁର, ୨୬।୬(ଡି.ଏନ୍.ଏ.): ଗଞ୍ଜାମ ଜିଲାକୁ ବର୍ତ୍ତମାନ ପର୍ଯ୍ୟନ୍ତ ୨ ଲକ୍ଷ ୧୬ ହଜାର ୮୨୦ ଜଣ ପ୍ରବାସୀ ଫେରିଛନ୍ତି। ଏ ନେଇ ଜିଲାରେ କରୋନା ପଜିଟିଭଙ୍କ...

କ୍ୱାରାଣ୍ଟାଇନ୍ ସେଣ୍ଟରରେ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କଲେ ଡିଆଇଜି: ପ୍ରଶାସନକୁ ସହଯୋଗ କରିବାକୁ ଦେଲେ ପରାମର୍ଶ
ଛତ୍ରପୁର, ୧୪।୫(ଡି.ଏନ୍.ଏ.)- ଗଞ୍ଜାମ ଜିଲା ବ୍ରହ୍ମପୁର ସ୍ଥିତ ଦକ୍ଷିଣାଞ୍ଚଳ ପୋଲିସ ଡ଼ିଆଇଜି ସତ୍ୟବ୍ରତ ଭୋଇ ଗୁରୁବାର ଜିଲାର ବିଭିନ୍ନ କ୍ୱାରାଣ୍ଟାଇନ ସେଣ୍ଟର ପରିଦର୍ଶନ କରିଛନ୍ତି। ସେଠାରେ...

ବନ୍ଦ ହୃତ୍ପିଣ୍ଡ ପୁଣି ଚାଲି ପାରିବ
ବ୍ରହ୍ମପୁର ଅଫିସ୍,୧୬।୧୦: ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟର ନିଶ୍ଚେତକ, ଯନ୍ତ୍ରଣା ଉପଶମ ଏବଂ ଗୁରୁତର ଚିକିତ୍ସା ବିଭାଗ ତରଫରୁ ବୁଧବାର...

ଗଞ୍ଜାମରେ ମୋବାଇଲ ସ୍ବାବ ସଂଗ୍ରହ, ଆଣ୍ଟିଜେନ୍ ଟେଷ୍ଟ: ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିରୁ ହେଲା ଆରମ୍ଭ
ଛତ୍ରପୁର,୯।୭(ଡି.ଏନ୍.ଏ.): ଗଞ୍ଜାମ ଜିଲରେ ଦିନକୁ ଦିନ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଜିଲାରେ ସ୍ବାବ ସଂଗ୍ରହ ଓ କରୋନା ଟେଷ୍ଟିଂ ବୃଦ୍ଧି ନେଇ...

ବିଲେଇ ଛୁଆକୁ ନେଇ ମାରପିଟ୍, ୫ କୋର୍ଟଚାଲାଣ
କୁକୁଡ଼ାଖଣ୍ଡି,୨୮ା୬(ଡି.ଏନ.ଏ.)-`ଆଙ୍କୁଶପୁର ସଦର ଥାନା ଦକ୍ଷିଣପୁର ପଞ୍ଚାୟତ କାଳୁଆ ମନ୍ଦିର ସାହିରେ ଗୋଟିଏ ବିଲେଇ ଛୁଆକୁ ନେଇ ଦୁଇ ପଡ଼ୋଶୀଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା। ଉଭୟଙ୍କ ଅଭିଯୋଗ...