ଆସିଲା ସାଂଘାତିକ ରିପୋର୍ଟ: ଏହି କାରଣରୁ ୧୫ ଲକ୍ଷ ଶିଶୁଙ୍କ ଘଟୁଛି ମୃତ୍ୟୁ

ଜେନେଭା, ୫ା୬:ଅପମିଶ୍ରିତ ଏବଂ ଦୂଷିତ ଖାଦ୍ୟ ଗ୍ରହଣ କରିବା ଦ୍ୱାରା ସାରା ବିଶ୍ୱରେ ପ୍ରତିବର୍ଷ ପ୍ରାୟ ୧୫ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟୁଛି। ଏହି ସାଙ୍ଘାତିକ ସ୍ଥିତିରେ କୋମଳମତି ଶିଶୁମାନେ ସବୁଠାରୁ ଅଧିକ ଶିକାର ହେଉଛନ୍ତି ବୋଲି ଗୁରୁବାର ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ଚେତାବନୀ ଦିଆଯାଇଛି। ଖାଦ୍ୟରେ କ୍ଷତିକାରକ ବ୍ୟାକ୍ଟେରିଆ, ଭୂତାଣୁ, ପାରାସାଇଟ୍‌ (ପରଜୀବୀ) ଏବଂ ବିପଜ୍ଜନକ ରାସାୟନିକ ପଦାର୍ଥ ମିଶିବା ଯୋଗୁ ଏହି ସ୍ବାସ୍ଥ୍ୟ ସଙ୍କଟ ସୃଷ୍ଟି ହେଉଛି।
୨୦୦୦ରୁ ୨୦୨୧ ମଧ୍ୟରେ ବିଶ୍ୱର ୧୯୪ ଦେଶର ତଥ୍ୟକୁ ଅନୁଧ୍ୟାନ କରି ଏହି ରିପୋର୍ଟ ପ୍ରକାଶ ପାଇଛି। ଏହି ତଥ୍ୟ ଅନୁଯାୟୀ, ପୃଥିବୀରେ ବାର୍ଷିକ ପ୍ରାୟ ୮୮.୬ କୋଟି ଲୋକ ଅସ୍ବାସ୍ଥ୍ୟକର ଓ ଦୂଷିତ ଖାଦ୍ୟ ଖାଇ ବିଭିନ୍ନ ଗୁରୁତର ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏଥିମଧ୍ୟରୁ ୫ ବର୍ଷରୁ କମ୍‌ ବୟସର ଶିଶୁମାନଙ୍କ ପାଇଁ ଏହି ବିପଦ ପ୍ରାୟ ତିନି ଗୁଣ ଅଧିକ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରୋସ ଅଧନୋମ ଗେବ୍ରେସିସ କହିଛନ୍ତି, ‘ଖାଦ୍ୟ ସୁରକ୍ଷା କୌଣସି କାଳ୍ପନିକ ବିଷୟ ନୁହେଁ; ଏହା ପ୍ରତିଦିନ ପ୍ରତ୍ୟେକ ପରିବାରର ପ୍ରତିଟି ଥାଳି ବା ଆହାର ସହ ଜଡ଼ିତ।’ ୨୦୦୦ ମସିହା ତୁଳନାରେ ସାମଗ୍ରିକ ଭାବେ ଦୂଷିତ ଖାଦ୍ୟଜନିତ ରୋଗ କିଛି ମାତ୍ରାରେ କମିଥିଲେ ମଧ୍ୟ ବିଶ୍ୱର ବିଭିନ୍ନ ଅଞ୍ଚଳ ମଧ୍ୟରେ ବ୍ୟାପକ ଅସମାନତା ଦେଖିବାକୁ ମିଳିଛି। ବିଶେଷକରି ଆଫ୍ରିକା ଏବଂ ଭାରତ ସମେତ ଦକ୍ଷିଣ-ପୂର୍ବ ଏସିଆ ମହାଦେଶରେ ଏହି ସମସ୍ୟା ସବୁଠାରୁ ଉଦ୍‌ବେଗଜନକ। ସାରା ବିଶ୍ୱର ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ପ୍ରାୟ ତିନି-ଚତୁର୍ଥାଂଶ (୭୫%) ରୋଗୀ ଏବଂ ମୋଟ ମୃତ୍ୟୁ ସଂଖ୍ୟାର ପ୍ରାୟ ୬୦ ପ୍ରତିଶତ କେବଳ ଏହି ଦୁଇଟି ଅଞ୍ଚଳରୁ ହିଁ ଚିହ୍ନଟ ହେଉଛନ୍ତି।
୨୦୨୧ ମସିହାର ତଥ୍ୟ ଅନୁଯାୟୀ, ପ୍ରାୟ ୮୬ କୋଟି ମାମଲାରେ ବ୍ୟାକ୍ଟେରିଆ ଏବଂ ଭାଇରସ ଭଳି ‘ବାୟୋଲୋଜିକାଲ୍‌ ହାଜାର୍ଡସ’ (ଜୈବିକ ବିପଦ) ଯୋଗୁ ଲୋକମାନେ ଆକ୍ରାନ୍ତ ହୋଇଥିଲେ। ଅପରପକ୍ଷରେ ଖାଦ୍ୟ ଓ ପାଣିରେ ରାସାୟନିକ ପଦାର୍ଥର ମିଶ୍ରଣ ଯୋଗୁ ସବୁଠାରୁ ଅଧିକ ମୃତ୍ୟୁ ଘଟିଛି। ଏହି ଅଣ-ଜୈବିକ ବିପଦ ମଧ୍ୟରେ ବିଶେଷକରି ଆର୍ସେନିକ ଏବଂ ସୀସା (ଲିଡ୍‌) ବିଷକ୍ରିୟା ଯୋଗୁ ଅଧିକାଂଶ ଲୋକ ପ୍ରାଣ ହରାଉଛନ୍ତି।
ଡବ୍ଲ୍ୟୁଏଚ୍‌ଓର ଖାଦ୍ୟ ସୁରକ୍ଷା ବୈଷୟିକ ଅଧିକାରୀ ୟୁକି ମିନାତୋ କହିଛନ୍ତି, ବର୍ତ୍ତମାନର ଜଳବାୟୁ ପରିବର୍ତ୍ତନ ଯୋଗୁ ଖାଦ୍ୟ ଦୂଷିତ ହେବାର ଆଶଙ୍କା ପୂର୍ବ ଅପେକ୍ଷା ବହୁ ଗୁଣ ବଢ଼ିଯାଇଛି। ଏହାସହିତ ମାନବ ଶରୀରରେ ବଢ଼ୁଥିବା ‘ଆଣ୍ଟିମାଇକ୍ରୋବିଆଲ୍‌ ରେଜିଷ୍ଟାନ୍ସ’ (ଔଷଧ ପ୍ରତିରୋଧକ ଶକ୍ତି) ଯୋଗୁ ଏହି ସଂକ୍ରମଣଗୁଡ଼ିକର ଚିକିତ୍ସା କରିବା ଆହୁରି କଷ୍ଟକର ହେବାରେ ଲାଗିଛି। ଏହି ସ୍ବାସ୍ଥ୍ୟ ସଙ୍କଟ କେବଳ ଜୀବନ ନେଉନାହିଁ, ବରଂ ଏହାଦ୍ୱାରା ବିଶ୍ୱ ଅର୍ଥନୀତି ମଧ୍ୟ ବ୍ୟାପକ ଭାବେ ପ୍ରଭାବିତ ହେଉଛି। କେବଳ ୨୦୨୧, ଏହି ରୋଗ ଯୋଗୁ କାର୍ଯ୍ୟଦକ୍ଷତା ହ୍ରାସ ପାଇ ବିଶ୍ୱ ଅର୍ଥନୀତିକୁ ପ୍ରାୟ ୬୪୭ ବିଲିୟନ ଡଲାରର ଆର୍ଥିକ କ୍ଷତି ସହିବାକୁ ପଡ଼ିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ନାମ, କାରଣ ଖୋଜୁଛି ଜିଲାପାଳଙ୍କ ମୋବାଇଲ: ଗୁରୁତର ସମସ୍ୟାରେ ବନ୍ୟାଞ୍ଚଳବାସୀ

ଯାଜପୁର,୫ା୯(ହର୍ଷବର୍ଦ୍ଧନ ବେହେରା):ସରକାରୀ ସେବାକୁ ସାଧାରଣ ଲୋକଙ୍କ ପାଖରେ ସହଜରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ‘ଲୋକଙ୍କ ସରକାର’ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ପ୍ରୟାସ କରୁଛନ୍ତି। ଜିଲା ପ୍ରଶାସନ…

ଜଣେ ଶିକ୍ଷକଙ୍କ କାନ୍ଧରେ ସ୍କୁଲ ଭାର: ୭ ବିଷୟ ସହ ଶାରୀରିକ ଶିକ୍ଷା ଦେଉଛନ୍ତି ସାହିତ୍ୟ ସାର୍‌

ହାଟଡିହୀ,୫।୯(ଶୁଭକାନ୍ତ ନାୟକ):କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତଙ୍କୁ ଶିକ୍ଷା, ଉତ୍ତମ ଶିକ୍ଷାର ନାରା ଦେଉଛନ୍ତି। ମାତ୍ର ବାସ୍ତବ ସ୍ଥିତି କିନ୍ତୁ ଓଲଟା। ଗ୍ରାମାଞ୍ଚଳରେ ସ୍କୁଲରେ ମୌଳିକ ସୁବିଧା,…

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri