ଆସିଲା ସାଂଘାତିକ ରିପୋର୍ଟ: ଏହି କାରଣରୁ ୧୫ ଲକ୍ଷ ଶିଶୁଙ୍କ ଘଟୁଛି ମୃତ୍ୟୁ

ଜେନେଭା, ୫ା୬:ଅପମିଶ୍ରିତ ଏବଂ ଦୂଷିତ ଖାଦ୍ୟ ଗ୍ରହଣ କରିବା ଦ୍ୱାରା ସାରା ବିଶ୍ୱରେ ପ୍ରତିବର୍ଷ ପ୍ରାୟ ୧୫ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟୁଛି। ଏହି ସାଙ୍ଘାତିକ ସ୍ଥିତିରେ କୋମଳମତି ଶିଶୁମାନେ ସବୁଠାରୁ ଅଧିକ ଶିକାର ହେଉଛନ୍ତି ବୋଲି ଗୁରୁବାର ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ଚେତାବନୀ ଦିଆଯାଇଛି। ଖାଦ୍ୟରେ କ୍ଷତିକାରକ ବ୍ୟାକ୍ଟେରିଆ, ଭୂତାଣୁ, ପାରାସାଇଟ୍‌ (ପରଜୀବୀ) ଏବଂ ବିପଜ୍ଜନକ ରାସାୟନିକ ପଦାର୍ଥ ମିଶିବା ଯୋଗୁ ଏହି ସ୍ବାସ୍ଥ୍ୟ ସଙ୍କଟ ସୃଷ୍ଟି ହେଉଛି।
୨୦୦୦ରୁ ୨୦୨୧ ମଧ୍ୟରେ ବିଶ୍ୱର ୧୯୪ ଦେଶର ତଥ୍ୟକୁ ଅନୁଧ୍ୟାନ କରି ଏହି ରିପୋର୍ଟ ପ୍ରକାଶ ପାଇଛି। ଏହି ତଥ୍ୟ ଅନୁଯାୟୀ, ପୃଥିବୀରେ ବାର୍ଷିକ ପ୍ରାୟ ୮୮.୬ କୋଟି ଲୋକ ଅସ୍ବାସ୍ଥ୍ୟକର ଓ ଦୂଷିତ ଖାଦ୍ୟ ଖାଇ ବିଭିନ୍ନ ଗୁରୁତର ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏଥିମଧ୍ୟରୁ ୫ ବର୍ଷରୁ କମ୍‌ ବୟସର ଶିଶୁମାନଙ୍କ ପାଇଁ ଏହି ବିପଦ ପ୍ରାୟ ତିନି ଗୁଣ ଅଧିକ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରୋସ ଅଧନୋମ ଗେବ୍ରେସିସ କହିଛନ୍ତି, ‘ଖାଦ୍ୟ ସୁରକ୍ଷା କୌଣସି କାଳ୍ପନିକ ବିଷୟ ନୁହେଁ; ଏହା ପ୍ରତିଦିନ ପ୍ରତ୍ୟେକ ପରିବାରର ପ୍ରତିଟି ଥାଳି ବା ଆହାର ସହ ଜଡ଼ିତ।’ ୨୦୦୦ ମସିହା ତୁଳନାରେ ସାମଗ୍ରିକ ଭାବେ ଦୂଷିତ ଖାଦ୍ୟଜନିତ ରୋଗ କିଛି ମାତ୍ରାରେ କମିଥିଲେ ମଧ୍ୟ ବିଶ୍ୱର ବିଭିନ୍ନ ଅଞ୍ଚଳ ମଧ୍ୟରେ ବ୍ୟାପକ ଅସମାନତା ଦେଖିବାକୁ ମିଳିଛି। ବିଶେଷକରି ଆଫ୍ରିକା ଏବଂ ଭାରତ ସମେତ ଦକ୍ଷିଣ-ପୂର୍ବ ଏସିଆ ମହାଦେଶରେ ଏହି ସମସ୍ୟା ସବୁଠାରୁ ଉଦ୍‌ବେଗଜନକ। ସାରା ବିଶ୍ୱର ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ପ୍ରାୟ ତିନି-ଚତୁର୍ଥାଂଶ (୭୫%) ରୋଗୀ ଏବଂ ମୋଟ ମୃତ୍ୟୁ ସଂଖ୍ୟାର ପ୍ରାୟ ୬୦ ପ୍ରତିଶତ କେବଳ ଏହି ଦୁଇଟି ଅଞ୍ଚଳରୁ ହିଁ ଚିହ୍ନଟ ହେଉଛନ୍ତି।
୨୦୨୧ ମସିହାର ତଥ୍ୟ ଅନୁଯାୟୀ, ପ୍ରାୟ ୮୬ କୋଟି ମାମଲାରେ ବ୍ୟାକ୍ଟେରିଆ ଏବଂ ଭାଇରସ ଭଳି ‘ବାୟୋଲୋଜିକାଲ୍‌ ହାଜାର୍ଡସ’ (ଜୈବିକ ବିପଦ) ଯୋଗୁ ଲୋକମାନେ ଆକ୍ରାନ୍ତ ହୋଇଥିଲେ। ଅପରପକ୍ଷରେ ଖାଦ୍ୟ ଓ ପାଣିରେ ରାସାୟନିକ ପଦାର୍ଥର ମିଶ୍ରଣ ଯୋଗୁ ସବୁଠାରୁ ଅଧିକ ମୃତ୍ୟୁ ଘଟିଛି। ଏହି ଅଣ-ଜୈବିକ ବିପଦ ମଧ୍ୟରେ ବିଶେଷକରି ଆର୍ସେନିକ ଏବଂ ସୀସା (ଲିଡ୍‌) ବିଷକ୍ରିୟା ଯୋଗୁ ଅଧିକାଂଶ ଲୋକ ପ୍ରାଣ ହରାଉଛନ୍ତି।
ଡବ୍ଲ୍ୟୁଏଚ୍‌ଓର ଖାଦ୍ୟ ସୁରକ୍ଷା ବୈଷୟିକ ଅଧିକାରୀ ୟୁକି ମିନାତୋ କହିଛନ୍ତି, ବର୍ତ୍ତମାନର ଜଳବାୟୁ ପରିବର୍ତ୍ତନ ଯୋଗୁ ଖାଦ୍ୟ ଦୂଷିତ ହେବାର ଆଶଙ୍କା ପୂର୍ବ ଅପେକ୍ଷା ବହୁ ଗୁଣ ବଢ଼ିଯାଇଛି। ଏହାସହିତ ମାନବ ଶରୀରରେ ବଢ଼ୁଥିବା ‘ଆଣ୍ଟିମାଇକ୍ରୋବିଆଲ୍‌ ରେଜିଷ୍ଟାନ୍ସ’ (ଔଷଧ ପ୍ରତିରୋଧକ ଶକ୍ତି) ଯୋଗୁ ଏହି ସଂକ୍ରମଣଗୁଡ଼ିକର ଚିକିତ୍ସା କରିବା ଆହୁରି କଷ୍ଟକର ହେବାରେ ଲାଗିଛି। ଏହି ସ୍ବାସ୍ଥ୍ୟ ସଙ୍କଟ କେବଳ ଜୀବନ ନେଉନାହିଁ, ବରଂ ଏହାଦ୍ୱାରା ବିଶ୍ୱ ଅର୍ଥନୀତି ମଧ୍ୟ ବ୍ୟାପକ ଭାବେ ପ୍ରଭାବିତ ହେଉଛି। କେବଳ ୨୦୨୧, ଏହି ରୋଗ ଯୋଗୁ କାର୍ଯ୍ୟଦକ୍ଷତା ହ୍ରାସ ପାଇ ବିଶ୍ୱ ଅର୍ଥନୀତିକୁ ପ୍ରାୟ ୬୪୭ ବିଲିୟନ ଡଲାରର ଆର୍ଥିକ କ୍ଷତି ସହିବାକୁ ପଡ଼ିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?