ମୋଟା

ସାରା ବିଶ୍ୱରେ ଏବେ ପିଲା ଓ କିଶୋରମାନେ ମେଦବହୁଳତା ବା ପ୍ରୟୋଜନଠାରୁ ଅଧିକ ମୋଟା ହୋଇଯାଉଛନ୍ତି ବୋଲି ନିକଟରେ ୟୁନାଇଟେଡ୍‌ ନେଶନ୍ସ ଇଣ୍ଟରନ୍ୟାଶନାଲ ଚିଲ୍‌ଡ୍ରେନ୍ସ ଏମର୍ଜେନ୍ସି ଫଣ୍ଡ୍‌ (ୟୁନିସେଫ୍‌) ଦ୍ୱାରା ପ୍ରକାଶିତ ‘ଚାଇଲ୍ଡ ନ୍ୟୁଟ୍ରିଶନ ଗ୍ଲୋବାଲ ରିପୋର୍ଟ-୨୦୨୫’ରୁ ଜଣାପଡ଼ିଛି। ରିପୋର୍ଟରେ ଦର୍ଶାଯାଇଛି ଯେ, ବିଶ୍ୱରେ ୫ରୁ ୧୯ ବର୍ଷ ବୟସ ବର୍ଗରେ ଥିବା ପିଲା ଓ କିଶୋରୀ କିଶୋରଙ୍କ ମଧ୍ୟରୁ ପ୍ରତି ୧୦ ଜଣରେ ଜଣେ ମେଦବହୁଳତାରେ ପୀଡ଼ିତ। ଅର୍ଥାତ୍‌ ସେମାନଙ୍କ ବୟସ ତୁଳନାରେ ଓଜନ ଅଧିକ ରହୁଛି । ଏମାନେ ଅସ୍ବାସ୍ଥ୍ୟକର ଖାଦ୍ୟ ପରିବେଶ ସହ ବେଶୀ ଜଡ଼ିତ ରହୁଥିବାରୁ ଏଭଳି ସ୍ଥିତି ସୃଷ୍ଟି ହେଉଛି ବୋଲି ରିପୋର୍ଟରେ ସୂଚିତ କରାଯାଇଛି। ଫାଷ୍ଟପୁଡ୍‌ ବା ରାସ୍ତାକଡ଼ର ଖାଦ୍ୟ ଓ ମୃଦ୍ୟୁପାନୀୟ ମେଦବହୁଳତାର ଏକ ପ୍ରମୁଖ କାରଣ ବୋଲି ରିପୋର୍ଟରେ ସ୍ପଷ୍ଟ କରାଯାଇଛି। କେବଳ ଏତିକି ନୁହେଁ, ଭାରତ ସମେତ ଦକ୍ଷିଣ ଏସିଆର ଅନ୍ୟ ବିକାଶଶୀଳ ଦେଶଗୁଡ଼ିକର ମାଧ୍ୟମିକ ସ୍କୁଲଗୁଡ଼ିକରେ ତଟକା ଫଳ ବଦଳରେ ଏଭଳି ଖାଦ୍ୟ ଓ ମୃଦୁପାନୀୟର ଉପଲବ୍ଧତାକୁ ମଧ୍ୟ ଦାୟୀ କରାଯାଇଛି। ଏଣୁ ପ୍ରତ୍ୟେକ ଦେଶରେ ସ୍ବାସ୍ଥ୍ୟକର ଖାଦ୍ୟ ପରିବେଶ ସୃଷ୍ଟି କରିବାକୁ ହେଲେ ଆଇନଗତ ପଦକ୍ଷେପ ଓ ନୀତି ଆପଣାଇବାକୁ ପଡ଼ିବ ବୋଲି ରିପୋର୍ଟରେ କୁହାଯାଇଛି। ସବୁଠାରୁ ବଡ଼ କଥା ହେଉଛି, ମେଦବହୁଳତା ଅପପୁଷ୍ଟି ଯୋଗୁ କମ୍‌ ଓଜନ ରହୁଥିବା ପିଲାଙ୍କ ସମସ୍ୟାକୁ ମଧ୍ୟ ବଳିଯାଇଛି। ପିଲାମାନଙ୍କ ସମ୍ପର୍କରେ ଏଭଳି ରିପୋର୍ଟ ନିଶ୍ଚିତ ଭାବେ ଚିନ୍ତା ଉଦ୍ରେକକାରୀ।
ଭାରତ ପରିପ୍ରେକ୍ଷୀରେ ଦେଖିଲେ ପିଲାଙ୍କଠାରେ ମେଦବହୁଳତା ମଧ୍ୟ ବହୁଳମାତ୍ରାରେ ଦୃଶ୍ୟମାନ ହେଉଛି। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ (ଏନ୍‌ଏଫ୍‌ଏଚ୍‌ଏସ୍‌) ତଥ୍ୟକୁ ଦେଖିଲେ ୨୦୦୫ରୁ ୨୦୨୧ ମଧ୍ୟରେ ୫ ବର୍ଷରୁ କମ୍‌ ପିଲାଙ୍କ କ୍ଷେତ୍ରରେ ୧୨୭ ପ୍ରତିଶତ ମେଦବହୁଳତା ବୃଦ୍ଧି ପାଇଥିବା ବେଳେ ୫ରୁ ୧୯ ବର୍ଷ ବୟସ ମଧ୍ୟରେ ଏହା ଝିଅଙ୍କ କ୍ଷେତ୍ରରେ ଦୁଇଗୁଣା ଓ ପୁଅଙ୍କ କ୍ଷେତ୍ରରେ ୩ ଗୁଣ ବଢ଼ିଯାଇଛି। ୟୁନିସେଫ୍‌ ରିପୋର୍ଟକୁ ଦେଖିଲେ ୨୦୩୦ ସୁଦ୍ଧା ବିଶ୍ୱ ମେଦବହୁଳତାର ୧୧ ପ୍ରତିଶତ ପିଲା ଓ କିଶୋର ଭାରତରେ ଦେଖାଦେବେ। ଦେଖିବାକୁ ଗଲେ ଅନେକ ଦଶନ୍ଧି ଧରି କ୍ଷୁଧା ଓ ଅପପୁଷ୍ଟି ସହ ବୟସ ଅନୁଯାୟୀ ପିଲାଙ୍କ ଶାରୀରିକ ଓ ମାନସିକ ବିକାଶ ହେଉ ନ ଥିବାରୁ ସରକାରୀ ସ୍ତରରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି। ସମ୍ଭବତଃ କେବଳ ଖାଦ୍ୟ ନୁହେଁ, ଶାରୀରିକ କାର୍ଯ୍ୟ କରିବାକୁ ଅମଙ୍ଗ ହେଉଥିବା ପିଲାମାନେ ଏହିଭଳି ମୋଟା ହୋଇଯାଉଛନ୍ତି। ନିକଟରେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ ସ୍କୁଲ ଓ ସାର୍ବଜନୀନ ସ୍ଥାନରେ ପ୍ରସ୍ତୁତ ଖାଦ୍ୟ ଯଥା ସିଙ୍ଗଡ଼ା, କଚୋଡ଼ି, ପିଜା, ବର୍ଗର, ଜିଲାପି ଏବଂ ଗୋଲାପଜାମୁ ଆଦିରେ କେତେ ଚିନି ଓ ଫ୍ୟାଟ୍‌ ବା ଚର୍ବି ଅଂଶ ରହୁଛି, ସେ ସମ୍ପର୍କିତ ବୋର୍ଡ କିମ୍ବା ଡିଜିଟାଲ ପୋଷ୍ଟର ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲା। ଏତେ ସବୁ ସତ୍ତ୍ୱେ ତାହାର ସୁଫଳ ମିଳିବା କଷ୍ଟକର ହେଉଛି ଏଇଥିପାଇଁ ଯେ ପିଲା, କିଶୋର ଏପରିକି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଖାଦ୍ୟାଭ୍ୟାସ ବଦଳିବାରେ ଲାଗିଛି। ବିଶେଷକରି ସ୍ଥାୟୀ ବଜାର, ଘର ନିକଟରେ ଉପଲବ୍ଧ ଦୋକାନ ଓ ଅନ୍‌ଲାଇନ୍‌ ମାଧ୍ୟମରେ ଖାଦ୍ୟ ଯୋଗାଣକାରୀ କମ୍ପାନୀ ସହଜରେ ପାଟି ସୁଆଦିଆ ଖାଦ୍ୟ ଦେଉଥିବାରୁ ପିଲାମାନେ ସେସବୁ ଦ୍ୱାରା ପ୍ରଭାବିତ ହୋଇଯାଉଛନ୍ତି। ମାତାପିତା ମଧ୍ୟ ସେସବୁ ଖାଦ୍ୟରେ କେଉଁ ଉପାଦାନ ରହୁଛି, ତାହାକୁ ନ ପରଖି ପିଲାଙ୍କୁ ଦେଉଥିବାରୁ ମେଦବହୁଳତା ବଢ଼ୁଥିବା ଖାଦ୍ୟ ବିଶେଷଜ୍ଞମାନେ କହୁଛନ୍ତି। କୋହଳ ନିୟମ ଯୋଗୁ ଅନେକ ପ୍ରକ୍ରିୟାକୃତ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ ଅଧିକ ବିକ୍ରିକୁ ଅନିଷା କରି ଖାଦ୍ୟରେ ମିଶାଉଥିବା ଚିନି, ଲୁଣ ଓ ଫ୍ୟାଟ୍‌ ପରିମାଣ ଉପରେ ଯାଞ୍ଚ କରୁଥିବା ଭଳି ଦେଖାଯାଉନାହିଁ। ଏହାବ୍ୟତୀତ ବାହାରେ ଉପଲବ୍ଧ ବିଭିନ୍ନ ପ୍ରକାରର ଜଙ୍କ୍‌ଫୁଡ୍‌ ପିଲାଙ୍କ ସ୍ବାସ୍ଥ୍ୟ ବିଗାଡ଼ି ଚାଲିଛି। ଭାରତ ମାନସିକ ସ୍ତରରେ ଏକ ଦରିଦ୍ର ରାଷ୍ଟ୍ର ହୋଇଥିବାରୁ ଅଭିଭାବକମାନେ ସବୁବେଳେ ମୋଟାସୋଟା ପିଲାଙ୍କୁ ଗୁଲୁଗୁଲିଆ ବୋଲି ଅଧିକ ନିକଟତର କରିବା ସହ ପ୍ରୋତ୍ସାହନ ଦେଇଥାଆନ୍ତି। ପିଲାଦିନରୁ ମୋଟା ହେବାର ଲକ୍ଷଣ ଦିଶିଯିବା ପରେ ପିଲାଙ୍କୁ ଅଧିକ ଶାରୀରିକ କ୍ରୀଡ଼ାରେ ଭାଗ ନେବା ପାଇଁ ଉତ୍ସାହିତ କରିବା ସହିତ ତାହାର ଖାଦ୍ୟରୁ ଚିନି ଏବଂ ଚର୍ବିଜାତୀୟ ଉପାଦାନକୁ ଅଲଗା କରିଦେବା ହେଉଛି ମାତାପିତାଙ୍କର ଦାୟିତ୍ୱ। ମୋଟା ହେଉଥିବା ପିଲା ପରବର୍ତ୍ତୀ ସମୟରେ ଅଧିକ ମୋଟା ହେବାର ସବୁ ସମ୍ଭାବନା ରହିଛି। ତାହାକୁ ରୋକିବା ହେଉଛି ପରିବାରର ଦାୟିତ୍ୱ। ହେଲେ ବାହାରକୁ ଖେଳିବାକୁ ନ ଦେଇ ମାତାପିତା ପଢ଼ାକୁ ଗୁରୁତ୍ୱ ଦେଉଥିବାରୁ ପିଲାମାନେ ଶାରୀରିକ ଦୃଷ୍ଟରୁ ଫିଟ୍‌ ହେଉନାହାନ୍ତି, ଯାହା ମେଦବହୁଳତାର ଅନ୍ୟତମ କାରଣ ହୋଇଗଲାଣି। ଏଭଳି ସମସ୍ୟା ପିଲାଙ୍କଠାରେ ଲାଗି ରହିଲେ ଭାରତ ଭବିଷ୍ୟତରେ ଏକ ଅସୁସ୍ଥ ଓ ମୋଟାଦେଶ ଭାବେ ଗଢ଼ିଉଠିବ, ଯାହାର ସାମାଜିକ କୁପ୍ରଭାବ ଉଭୟ ଅର୍ଥନୀତି ଓ ସମାଜ ଉପରେ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ଆଜି ଅବପାତ ରୂପ ନେବ ଲଘୁଚାପ, ପାଣିପାଗ ବିଭାଗ କହିଲା ବୁଧବାର ସକାଳ ସୁଦ୍ଧା…

ଭୁବନେଶ୍ୱର,୨୧ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ରବିବାର ସକାଳେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରକୁ…

ଟେନସନ ବଢାଇଲେଣି ଅଭିଜିତ ଦୀପକେ, ଜାଣନ୍ତୁ ଏଥର କାହାର ଇସ୍ତଫା ଦାବି କରୁଛନ୍ତି

ନୂଆଦିଲ୍ଲୀ,୨୧।୯: ‘କକରୋଚ ଜନତା ପାର୍ଟି’(CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ, ଛାତ୍ରୀଛାତ୍ରଙ୍କ ବିକ୍ଷୋଭ ପରେ ମହାରାଷ୍ଟ୍ର ପବ୍ଲିକ ସର୍ଭିସ କମିଶନ (MPSC) ଅଧିକାରୀଙ୍କ ଇସ୍ତଫା ଦାବି କରିଛନ୍ତି। ଯଦି…

ଇତିହାସ ପାଲଟିବ ବକିଂହାମ୍‌ ପ୍ରାସାଦର ଭାଲୁଛାଲ ଟୋପି

ବକିଂହାମ୍‌, ୨୧।୯: ଲଣ୍ଡନ ବକିଂହାମ୍‌ ପ୍ରାସାଦ ବାହାରେ ଉଜ୍ଜ୍ୱଳ ନାଲି ପୋଷାକ ଏବଂ ଉଚ୍ଚ, କଳା ଲୋମଶ ଟୋପି ପିନ୍ଧିଥିବା ସୈନିକଙ୍କ ଏକ ସ୍ବତନ୍ତ୍ର ପରିଚୟ ରହିଛି।…

ବିଦ୍ୟାଳୟରେ ବୁର୍ଖା ଉପରେ ଲାଗୁ ହେବ କଟକଣା! ସୀମିତ ହେବ ବିଦେଶୀ ଛାତ୍ରଙ୍କ ସଂଖ୍ୟା

ରୋମ୍‌,୨୦।୯: ଇଟାଲୀର ସ୍କୁଲଗୁଡ଼ିକରେ ବୁର୍ଖା ଭଳି ମୁହଁ ସମ୍ପୂର୍ଣ୍ଣ ଢାଙ୍କୁଥିବା ପୋଷାକ ଉପରେ ପ୍ରତିବନ୍ଧ ଲଗାଇବା ସହ ପ୍ରତି କ୍ଲାସରେ ବିଦେଶୀ ଛାତ୍ରଙ୍କ ସଂଖ୍ୟା ସୀମିତ କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?