ମୋଟା

ସାରା ବିଶ୍ୱରେ ଏବେ ପିଲା ଓ କିଶୋରମାନେ ମେଦବହୁଳତା ବା ପ୍ରୟୋଜନଠାରୁ ଅଧିକ ମୋଟା ହୋଇଯାଉଛନ୍ତି ବୋଲି ନିକଟରେ ୟୁନାଇଟେଡ୍‌ ନେଶନ୍ସ ଇଣ୍ଟରନ୍ୟାଶନାଲ ଚିଲ୍‌ଡ୍ରେନ୍ସ ଏମର୍ଜେନ୍ସି ଫଣ୍ଡ୍‌ (ୟୁନିସେଫ୍‌) ଦ୍ୱାରା ପ୍ରକାଶିତ ‘ଚାଇଲ୍ଡ ନ୍ୟୁଟ୍ରିଶନ ଗ୍ଲୋବାଲ ରିପୋର୍ଟ-୨୦୨୫’ରୁ ଜଣାପଡ଼ିଛି। ରିପୋର୍ଟରେ ଦର୍ଶାଯାଇଛି ଯେ, ବିଶ୍ୱରେ ୫ରୁ ୧୯ ବର୍ଷ ବୟସ ବର୍ଗରେ ଥିବା ପିଲା ଓ କିଶୋରୀ କିଶୋରଙ୍କ ମଧ୍ୟରୁ ପ୍ରତି ୧୦ ଜଣରେ ଜଣେ ମେଦବହୁଳତାରେ ପୀଡ଼ିତ। ଅର୍ଥାତ୍‌ ସେମାନଙ୍କ ବୟସ ତୁଳନାରେ ଓଜନ ଅଧିକ ରହୁଛି । ଏମାନେ ଅସ୍ବାସ୍ଥ୍ୟକର ଖାଦ୍ୟ ପରିବେଶ ସହ ବେଶୀ ଜଡ଼ିତ ରହୁଥିବାରୁ ଏଭଳି ସ୍ଥିତି ସୃଷ୍ଟି ହେଉଛି ବୋଲି ରିପୋର୍ଟରେ ସୂଚିତ କରାଯାଇଛି। ଫାଷ୍ଟପୁଡ୍‌ ବା ରାସ୍ତାକଡ଼ର ଖାଦ୍ୟ ଓ ମୃଦ୍ୟୁପାନୀୟ ମେଦବହୁଳତାର ଏକ ପ୍ରମୁଖ କାରଣ ବୋଲି ରିପୋର୍ଟରେ ସ୍ପଷ୍ଟ କରାଯାଇଛି। କେବଳ ଏତିକି ନୁହେଁ, ଭାରତ ସମେତ ଦକ୍ଷିଣ ଏସିଆର ଅନ୍ୟ ବିକାଶଶୀଳ ଦେଶଗୁଡ଼ିକର ମାଧ୍ୟମିକ ସ୍କୁଲଗୁଡ଼ିକରେ ତଟକା ଫଳ ବଦଳରେ ଏଭଳି ଖାଦ୍ୟ ଓ ମୃଦୁପାନୀୟର ଉପଲବ୍ଧତାକୁ ମଧ୍ୟ ଦାୟୀ କରାଯାଇଛି। ଏଣୁ ପ୍ରତ୍ୟେକ ଦେଶରେ ସ୍ବାସ୍ଥ୍ୟକର ଖାଦ୍ୟ ପରିବେଶ ସୃଷ୍ଟି କରିବାକୁ ହେଲେ ଆଇନଗତ ପଦକ୍ଷେପ ଓ ନୀତି ଆପଣାଇବାକୁ ପଡ଼ିବ ବୋଲି ରିପୋର୍ଟରେ କୁହାଯାଇଛି। ସବୁଠାରୁ ବଡ଼ କଥା ହେଉଛି, ମେଦବହୁଳତା ଅପପୁଷ୍ଟି ଯୋଗୁ କମ୍‌ ଓଜନ ରହୁଥିବା ପିଲାଙ୍କ ସମସ୍ୟାକୁ ମଧ୍ୟ ବଳିଯାଇଛି। ପିଲାମାନଙ୍କ ସମ୍ପର୍କରେ ଏଭଳି ରିପୋର୍ଟ ନିଶ୍ଚିତ ଭାବେ ଚିନ୍ତା ଉଦ୍ରେକକାରୀ।
ଭାରତ ପରିପ୍ରେକ୍ଷୀରେ ଦେଖିଲେ ପିଲାଙ୍କଠାରେ ମେଦବହୁଳତା ମଧ୍ୟ ବହୁଳମାତ୍ରାରେ ଦୃଶ୍ୟମାନ ହେଉଛି। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ (ଏନ୍‌ଏଫ୍‌ଏଚ୍‌ଏସ୍‌) ତଥ୍ୟକୁ ଦେଖିଲେ ୨୦୦୫ରୁ ୨୦୨୧ ମଧ୍ୟରେ ୫ ବର୍ଷରୁ କମ୍‌ ପିଲାଙ୍କ କ୍ଷେତ୍ରରେ ୧୨୭ ପ୍ରତିଶତ ମେଦବହୁଳତା ବୃଦ୍ଧି ପାଇଥିବା ବେଳେ ୫ରୁ ୧୯ ବର୍ଷ ବୟସ ମଧ୍ୟରେ ଏହା ଝିଅଙ୍କ କ୍ଷେତ୍ରରେ ଦୁଇଗୁଣା ଓ ପୁଅଙ୍କ କ୍ଷେତ୍ରରେ ୩ ଗୁଣ ବଢ଼ିଯାଇଛି। ୟୁନିସେଫ୍‌ ରିପୋର୍ଟକୁ ଦେଖିଲେ ୨୦୩୦ ସୁଦ୍ଧା ବିଶ୍ୱ ମେଦବହୁଳତାର ୧୧ ପ୍ରତିଶତ ପିଲା ଓ କିଶୋର ଭାରତରେ ଦେଖାଦେବେ। ଦେଖିବାକୁ ଗଲେ ଅନେକ ଦଶନ୍ଧି ଧରି କ୍ଷୁଧା ଓ ଅପପୁଷ୍ଟି ସହ ବୟସ ଅନୁଯାୟୀ ପିଲାଙ୍କ ଶାରୀରିକ ଓ ମାନସିକ ବିକାଶ ହେଉ ନ ଥିବାରୁ ସରକାରୀ ସ୍ତରରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି। ସମ୍ଭବତଃ କେବଳ ଖାଦ୍ୟ ନୁହେଁ, ଶାରୀରିକ କାର୍ଯ୍ୟ କରିବାକୁ ଅମଙ୍ଗ ହେଉଥିବା ପିଲାମାନେ ଏହିଭଳି ମୋଟା ହୋଇଯାଉଛନ୍ତି। ନିକଟରେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ ସ୍କୁଲ ଓ ସାର୍ବଜନୀନ ସ୍ଥାନରେ ପ୍ରସ୍ତୁତ ଖାଦ୍ୟ ଯଥା ସିଙ୍ଗଡ଼ା, କଚୋଡ଼ି, ପିଜା, ବର୍ଗର, ଜିଲାପି ଏବଂ ଗୋଲାପଜାମୁ ଆଦିରେ କେତେ ଚିନି ଓ ଫ୍ୟାଟ୍‌ ବା ଚର୍ବି ଅଂଶ ରହୁଛି, ସେ ସମ୍ପର୍କିତ ବୋର୍ଡ କିମ୍ବା ଡିଜିଟାଲ ପୋଷ୍ଟର ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲା। ଏତେ ସବୁ ସତ୍ତ୍ୱେ ତାହାର ସୁଫଳ ମିଳିବା କଷ୍ଟକର ହେଉଛି ଏଇଥିପାଇଁ ଯେ ପିଲା, କିଶୋର ଏପରିକି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଖାଦ୍ୟାଭ୍ୟାସ ବଦଳିବାରେ ଲାଗିଛି। ବିଶେଷକରି ସ୍ଥାୟୀ ବଜାର, ଘର ନିକଟରେ ଉପଲବ୍ଧ ଦୋକାନ ଓ ଅନ୍‌ଲାଇନ୍‌ ମାଧ୍ୟମରେ ଖାଦ୍ୟ ଯୋଗାଣକାରୀ କମ୍ପାନୀ ସହଜରେ ପାଟି ସୁଆଦିଆ ଖାଦ୍ୟ ଦେଉଥିବାରୁ ପିଲାମାନେ ସେସବୁ ଦ୍ୱାରା ପ୍ରଭାବିତ ହୋଇଯାଉଛନ୍ତି। ମାତାପିତା ମଧ୍ୟ ସେସବୁ ଖାଦ୍ୟରେ କେଉଁ ଉପାଦାନ ରହୁଛି, ତାହାକୁ ନ ପରଖି ପିଲାଙ୍କୁ ଦେଉଥିବାରୁ ମେଦବହୁଳତା ବଢ଼ୁଥିବା ଖାଦ୍ୟ ବିଶେଷଜ୍ଞମାନେ କହୁଛନ୍ତି। କୋହଳ ନିୟମ ଯୋଗୁ ଅନେକ ପ୍ରକ୍ରିୟାକୃତ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ ଅଧିକ ବିକ୍ରିକୁ ଅନିଷା କରି ଖାଦ୍ୟରେ ମିଶାଉଥିବା ଚିନି, ଲୁଣ ଓ ଫ୍ୟାଟ୍‌ ପରିମାଣ ଉପରେ ଯାଞ୍ଚ କରୁଥିବା ଭଳି ଦେଖାଯାଉନାହିଁ। ଏହାବ୍ୟତୀତ ବାହାରେ ଉପଲବ୍ଧ ବିଭିନ୍ନ ପ୍ରକାରର ଜଙ୍କ୍‌ଫୁଡ୍‌ ପିଲାଙ୍କ ସ୍ବାସ୍ଥ୍ୟ ବିଗାଡ଼ି ଚାଲିଛି। ଭାରତ ମାନସିକ ସ୍ତରରେ ଏକ ଦରିଦ୍ର ରାଷ୍ଟ୍ର ହୋଇଥିବାରୁ ଅଭିଭାବକମାନେ ସବୁବେଳେ ମୋଟାସୋଟା ପିଲାଙ୍କୁ ଗୁଲୁଗୁଲିଆ ବୋଲି ଅଧିକ ନିକଟତର କରିବା ସହ ପ୍ରୋତ୍ସାହନ ଦେଇଥାଆନ୍ତି। ପିଲାଦିନରୁ ମୋଟା ହେବାର ଲକ୍ଷଣ ଦିଶିଯିବା ପରେ ପିଲାଙ୍କୁ ଅଧିକ ଶାରୀରିକ କ୍ରୀଡ଼ାରେ ଭାଗ ନେବା ପାଇଁ ଉତ୍ସାହିତ କରିବା ସହିତ ତାହାର ଖାଦ୍ୟରୁ ଚିନି ଏବଂ ଚର୍ବିଜାତୀୟ ଉପାଦାନକୁ ଅଲଗା କରିଦେବା ହେଉଛି ମାତାପିତାଙ୍କର ଦାୟିତ୍ୱ। ମୋଟା ହେଉଥିବା ପିଲା ପରବର୍ତ୍ତୀ ସମୟରେ ଅଧିକ ମୋଟା ହେବାର ସବୁ ସମ୍ଭାବନା ରହିଛି। ତାହାକୁ ରୋକିବା ହେଉଛି ପରିବାରର ଦାୟିତ୍ୱ। ହେଲେ ବାହାରକୁ ଖେଳିବାକୁ ନ ଦେଇ ମାତାପିତା ପଢ଼ାକୁ ଗୁରୁତ୍ୱ ଦେଉଥିବାରୁ ପିଲାମାନେ ଶାରୀରିକ ଦୃଷ୍ଟରୁ ଫିଟ୍‌ ହେଉନାହାନ୍ତି, ଯାହା ମେଦବହୁଳତାର ଅନ୍ୟତମ କାରଣ ହୋଇଗଲାଣି। ଏଭଳି ସମସ୍ୟା ପିଲାଙ୍କଠାରେ ଲାଗି ରହିଲେ ଭାରତ ଭବିଷ୍ୟତରେ ଏକ ଅସୁସ୍ଥ ଓ ମୋଟାଦେଶ ଭାବେ ଗଢ଼ିଉଠିବ, ଯାହାର ସାମାଜିକ କୁପ୍ରଭାବ ଉଭୟ ଅର୍ଥନୀତି ଓ ସମାଜ ଉପରେ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ସୃଜନାମତ୍କ ସାରସ୍ବତ ସାଧନା

ସରକାରୀ ଚାକିରି ଜୀବନ ଆରମ୍ଭରେ ବିଶ୍ୱବିଦ୍ୟାଳୟର ଜଣେ ଅଧ୍ୟାପକ ଓ ଜଣେ ଆଇଏଏସ୍‌ ଅଫିସରଙ୍କ ବେତନ ପ୍ରାୟତଃ ସମାନ ରହିଥାଏ। କିନ୍ତୁ ପ୍ରଶ୍ନ ଉଠେ, ଆଇଏଏସ୍‌ ଅଫିସର…

ଦୁରାରୋଗ୍ୟ ସଂରକ୍ଷଣ ବ୍ୟାଧି

ମୁଁ କେବେ ଡାକ୍ତର ହୋଇପାରିବିନି, କାରଣ ମୋ ଦୁର୍ଭାଗ୍ୟକୁ ମୁଁ ତଥାକଥିତ ଉଚ୍ଚ ଜାତିରେ ଜନ୍ମ ନେଇଛି। ସଂରକ୍ଷଣ ଭିତ୍ତିରେ ସରକାରୀ କୋଟାରେ ପାଠ ପଢ଼ିବାକୁ ମୋର…

ଏଠାର ପୋଲିସ ସେଠାରେ

କେନ୍ଦ୍ର ଓ ରାଜ୍ୟ ଏବଂ ରାଜ୍ୟ-ରାଜ୍ୟ ମଧ୍ୟରେ ଉତ୍ତମ ସମ୍ପର୍କ ବଜାୟ ରଖିବା ଦିଗରେ ସଂଘୀୟ ବ୍ୟବସ୍ଥା ପ୍ରମୁଖ ଭୂମିକା ନିର୍ବାହ କରିଥାଏ। ହେଲେ ଭାରତରେ ଏହା…

ମମତା ଇସ୍ତଫା ନ ଦେଲେ ସରକାର ଗଠନ କରିପାରିବନି ଭାଜପା! ଜାଣନ୍ତୁ କ’ଣ କହୁଛି ନିୟମ

କୋଲକାତା,୬।୫: ପଶ୍ଚିମବଙ୍ଗରେ ଭାଜପା ଏକ ବଡ଼ ବିଜୟ ହାସଲ କରିବା ପରେ, ସମଗ୍ର ରାଜ୍ୟ ଗେରୁଆ ରଙ୍ଗରେ ପରିପୂର୍ଣ୍ଣ ଦେଖାଯାଉଛି। ନିର୍ବାଚନର ଫଳାଫଳ ଘୋଷଣା ହେବାର ୨୪…

୨ ଭାରତୀୟ ସାମ୍ବାଦିକଙ୍କୁ ପୁଲିଜର ପୁରସ୍କାର: ଜାଣନ୍ତୁ ସେମାନେ କିଏ

ନ୍ୟୁୟର୍କ,୬ା୫(ପିଟି):ସମ୍ପ୍ରତି ଡିଜିଟାଲ ସ୍କାମ୍‌ ବା ସାଇବର ଠକେଇ ବହୁ ମାତ୍ରାରେ ବଢ଼ିଚାଲିଛି। ଉଚ୍ଚ ଶିକ୍ଷିତ ଲୋକମାନେ ମଧ୍ୟ ଏହି ଠକେଇର ଶିକାର ହେଉଛନ୍ତି। ଏହା ସମାଜ ପାଇଁ…

୮ରୁ ମାଟ୍ରିକ୍‌ ସପ୍ଲିମେଣ୍ଟାରି ଫର୍ମ ପୂରଣ

କଟକ,୬ା୫(କାର୍ତ୍ତିକ ସାହୁ): ଚଳିତ ବର୍ଷର ମାଟ୍ରିକ ସପ୍ଲିମେଣ୍ଟାରି (ରେଗୁଲାର, ଏକ୍ସ-ରେଗୁଲାର, ପତ୍ର ମାଧ୍ୟମ ରେଗୁଲାର ଓ ଏକ୍ସ-ରେଗୁଲାର) ପରୀକ୍ଷା ପାଇଁ ଫର୍ମ ପୂରଣ ଆସନ୍ତା ୮ ତାରିଖରୁ…

ବିଜୁ ଜନତାଦଳ ରାଜ୍ୟ ସମ୍ପାଦକ ହେଲେ ବିପ୍ଳବ: ଦିଗପହଣ୍ଡିରେ ଦଳୀୟ କର୍ମୀ ଉଲ୍ଲସିତ

ଦିଗପହଣ୍ଡି,୫|୫(ଅଶେଷ ନାଥ ମିଶ୍ର)  ବିଜୁ ଜନତାଦଳ ରାଜ୍ୟ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର  ରାଜ୍ୟ ଦଳୀୟ ସଙ୍ଗଠନ ର ପୁନର୍ବିନ୍ୟାସ କରିବା ସହ…

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ: ମମତା ଇସ୍ତଫା ନ ଦେବାର ଘୋଷଣା ପରେ ବେଙ୍ଗଲରେ ଚହଳ!

କୋଲକାତା,୫।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଫଳାଫଳ ପରେ, ଟିଏମସି ମୁଖ୍ୟ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ନ ଦେବା ପାଇଁ ଅଟଳ ରହିଛନ୍ତି। ମଙ୍ଗଳବାର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri