Posted inଖେଳ

T20Iରେ ସବୁଠୁ ଦ୍ରୁତ ଅର୍ଦ୍ଧଶତକ କାହା ନାଁରେ? ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ, ବୈଭବ-ଅଭିଷେକଙ୍କ ପାଇଁ ବି ରେକର୍ଡ ଭାଙ୍ଗିବା କଷ୍ଟକର

ନୂଆଦିଲ୍ଲୀ,୧୫।୯: ଭାରତୀୟ କ୍ରିକେଟ୍ର ନୂଆ ବିସ୍ଫୋରକ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ତାଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଦେଖି କ୍ରିକେଟ୍‌ପ୍ରେମୀଙ୍କ ମନରେ ଗୋଟିଏ ପ୍ରଶ୍ନT20 ଇଣ୍ଟରନ୍ୟାଶନାଲରେ ସବୁଠୁ ଦ୍ରୁତ ଅର୍ଦ୍ଧଶତକର ବିଶ୍ୱ ରେକର୍ଡ କ’ଣ ବୈଭବ ଭାଙ୍ଗିପାରିବେ?

ବୈଭବ ଚଳିତ ବର୍ଷ ଇଂଲଣ୍ଡ ଗସ୍ତରେ ଭାରତ ପାଇଁ T20I ଡେବ୍ୟୁ କରିଥିଲେ। ତାଙ୍କ ପ୍ରଥମ ସିରିଜ ବିଶେଷ ଭଲ ନଥିଲେ ମଧ୍ୟ ଜିମ୍ବାୱେ ଗସ୍ତରେ ସେ ନିଜ ବ୍ୟାଟିଂର ଝଲକ ଦେଖାଇଥିଲେ। ସେଠାରେ ମାତ୍ର ୧୮ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ।
ତେବେ T20Iରେ ସବୁଠୁ ଦ୍ରୁତ ଫିଫ୍ଟି ରେକର୍ଡ ଭାଙ୍ଗିବା ପାଇଁ ବୈଭବଙ୍କୁ ଆହୁରି ଦ୍ରୁତ ଖେଳିବାକୁ ପଡ଼ିବ। କାରଣ ଏହି ରେକର୍ଡ ତାଙ୍କଠାରୁ ବହୁତ ଆଗରେ ରହିଛି।

T20 ଇଣ୍ଟରନ୍ୟାସନାଲରେ ସବୁଠୁ ଦ୍ରୁତ ଅର୍ଦ୍ଧଶତକର ରେକର୍ଡ ନେପାଳର ଦୀପେନ୍ଦ୍ର ସିଂହ ଐରୀଙ୍କ ନାଁରେ ରହିଛି। ସେ ୨୭ ସେପ୍ଟେମ୍ବର ୨୦୨୩ରେ ମଙ୍ଗୋଲିଆ ବିପକ୍ଷରେ ମାତ୍ର ୯ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ।
ଏପର୍ଯ୍ୟନ୍ତ ୧୦ କିମ୍ବା ତା’ଠାରୁ କମ ବଲରେ T20I ଫିଫ୍ଟି କରିଥିବା ଏକମାତ୍ର ବ୍ୟାଟର ହେଉଛନ୍ତି ଦୀପେନ୍ଦ୍ର। ସେହି ମ୍ୟାଚରେ ନେପାଳ ମଙ୍ଗୋଲିଆକୁ ୨୭୩ ରନର ବଡ଼ ବ୍ୟବଧାନରେ ପରାସ୍ତ କରିଥିଲା। ଏହି ମ୍ୟାଚ୍ରେ ନେପାଳର କୁଶାଲ ମଲ୍ଲା ମଧ୍ୟ ୫୦ ବଲରେ ୧୩୭ ରନର ବିସ୍ଫୋରକ ଇନିଂସ ଖେଳିଥିଲେ।

ଏହି ତାଲିକାରେ ଭାରତର ମହାନ ଅଲରାଉଣ୍ଡର ଯୁବରାଜ ସିଂହଙ୍କ ନାଁ ମଧ୍ୟ ରହିଛି। ୨୦୦୭ ମସିହାରେ ଇଂଲଣ୍ଡ ବିପକ୍ଷରେ ଯୁବରାଜ ମାତ୍ର ୧୨ ବଲଷର ଅର୍ଦ୍ଧଶତକ ହାସଲ କରିଥିଲେ। ଏହି ରେକର୍ଡ ତାଙ୍କୁ ସବୁଠୁ ଦ୍ରୁତ T20I ଫିଫ୍ଟି ତାଲିକାର ଶୀର୍ଷ ଭାଗରେ ରଖିଛି।
ଯୁବରାଜଙ୍କ ସହ ଅଷ୍ଟ୍ରିଆର ଅବଦୁଲ୍ଲା କୋଟୱାଲ ମଧ୍ୟ ୧୨ ବଲରେ ଅର୍ଦ୍ଧଶତକ କରିଛନ୍ତି।

ବୈଭବ ସୂର୍ଯ୍ୟବଂଶୀଙ୍କ T20I କ୍ୟାରିୟର ଏବେ ଆରମ୍ଭିକ ପର୍ଯ୍ୟାୟରେ। ମାତ୍ର ୧୮ ବଲ୍ରେ ଫିଫ୍ଟି କରି ସେ ନିଜର ବିସ୍ଫୋରକ କ୍ଷମତାର ପ୍ରମାଣ ଦେଇସାରିଛନ୍ତି। ତେଣୁ ଭବିଷ୍ୟତରେ ସେ ୧୨, ୧୦ କିମ୍ବା ତା’ଠାରୁ କମ ବଲରେ ଅର୍ଦ୍ଧଶତକ କରିପାରିବେ କି ନାହିଁ, ତା’ ଉପରେ କ୍ରିକେଟ୍‌ପ୍ରେମୀଙ୍କ ନଜର ରହିବ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ଭିକ ମାଗୁଥିବା ଭାଜପା ବିଧାୟକଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ଜାଣିଲେ ଚମକି ପଡ଼ିବେ, ହେଲେ ରାସ୍ତାରେ…

ମୁମ୍ବାଇ,୧୫।୯: ମୁମ୍ବାଇର ଘାଟକୋପର ପୂର୍ବ ନିର୍ବାଚନ ମଣ୍ଡଳୀର ଭାଜପା ବିଧାୟକ ପରାଗ ଶାହାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୫,୦୦୦ କୋଟି ଟଙ୍କା। ଟଙ୍କା ଦ୍ୱାରା କିଣାଯାଇପାରୁଥିବା ସମସ୍ତ…

ଭାରସାମ୍ୟ ହରାଇ ବାଇକ ସହ ଗଛରେ ପିଟିହେଲେ ଯୁବକ, ତାପରେ…..

ଉଦଳା,୧୫।୯(ସନ୍ତୋଷ ବାଛିନୀ): ଭୟଙ୍କର ଦୁର୍ଘଟଣା। ଦୃତଗତିରେ ବାଇକ ଚଲାଇ ଆସୁଥିବା ବେଳେ ଏକ ଗଛରେ ପିଟି ହୋଇ ତଳେ ପଡିଯାଇଥିଲେ ଯୁବକ । ଦୁର୍ଘଟଣା ଏତେ ଭୟଙ୍କର…

‘ମୋ ପତ୍ନୀ ବି ଚିତ୍କାର କରିବାକୁ ଲାଗିଲେ’, ବୈଭବଙ୍କ ସହ ଏମିତି କ’ଣ ହେଲା? ପ୍ରଶ୍ନ ଉଠାଇଲେ ପୂର୍ବତନ ଖେଳାଳି

ନୂଆଦିଲ୍ଲୀ,୧୫।୯: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଦ୍ୱିତୀୟ T20 ମ୍ୟାଚ ଆରମ୍ଭ ହେବାକୁ ଯାଉଛି। ତେବେ ଏହା ପୂର୍ବରୁ ପ୍ରଥମ T20ରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଇଲେଭେନ୍‌ରୁ…

ଭାରତୀୟ କ୍ରିକେଟ ପାଇଁ ସୁନୀଲ ଗାଭାସ୍କରଙ୍କ ବଡ଼ ଅନୁରୋଧ; କଲେ ଏମିତି ଦାବି

ନୂଆଦିଲ୍ଲୀ,୧୫।୯: ଭାରତୀୟ କ୍ରିକେଟ ଦଳ ବର୍ତ୍ତମାନ ଏକ ସୁବର୍ଣ୍ଣଯୁଗ ଦେଇ ଗତି କରୁଛି ଏବଂ ବିଶ୍ୱ କ୍ରିକେଟରେ ଏହାର ପ୍ରଭାବଶାଳୀ ସ୍ଥିତି ରହିଛି; ତଥାପି, ପୂର୍ବତନ କିମ୍ବଦନ୍ତୀ…

ଦଧିବାମନ ମନ୍ଦିରରେ ଲାଗି ହେଲା ନବାନ୍ନ, ଇଷ୍ଟ ଦେବୀଙ୍କ ପାଖରେ ଅର୍ପଣ କରି…

ଭବାନୀପାଟଣା,୧୫।୯ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ ସହରର ସର୍ବ ପୁରାତନ ଦଧିବାମନ ଜୀଉଙ୍କ ମନ୍ଦିରରେ ନବାନ୍ନ ଲାଗି ହୋଇଛି । ପୂର୍ବ ନିର୍ଦ୍ଧାରିତ ଲଗ୍ନ…

ଦିନକୁ କେତେ କୋଟି ରୋଜଗାର କରନ୍ତି ବୈଭବ? ୧୫ ବର୍ଷର ଷ୍ଟାରଙ୍କ ଆୟ ଜାଣିଲେ ଉଡ଼ିଯିବ ହୋସ!

ନୂଆଦିଲ୍ଲୀ,୧୫।୯: ଭାରତୀୟ କ୍ରିକେଟର ଯୁବ ସେନ୍ସେସନ ବୈଭବ ସୂର୍ଯ୍ୟବଂଶୀ ଏବେ ବିଶ୍ୱ କ୍ରିକେଟର ସବୁଠୁ ଚର୍ଚ୍ଚିତ ଖେଳାଳିଙ୍କ ମଧ୍ୟରେ ଜଣେ। ମାତ୍ର ୧୫ ବର୍ଷ ବୟସରେ ଫ୍ରାଞ୍ଚାଇଜ…

ଭାରତୀୟ ଟିମ ନେଲାନି ଟ୍ରଫି, ଏବେ ନକଭିଙ୍କ ପଦ ଉପରେ ସଙ୍କଟ? BCCI ନେବ…

ନୂଆଦିଲ୍ଲୀ,୧୫।୯: ଏସିଆ କପ ଟ୍ରଫି ପ୍ରେଜେଣ୍ଟେସନ୍‌କୁ ନେଇ ପାକିସ୍ତାନ କ୍ରିକେଟ ବୋର୍ଡ (PCB) ମୁଖ୍ୟ ତଥା ଏସିଆନ କ୍ରିକେଟ କାଉନସିଲ (ACC) ଅଧ୍ୟକ୍ଷ ମୋହସିନ ନକଭିଙ୍କୁ ନେଇ…

ପାଣିରେ ପାଦ ଦେଉ ଦେଉ ମହିଳାଙ୍କୁ ଟାଣିନେଲା ବଉଳା କୁମ୍ଭୀର, ଏକ କିଲୋମିଟର ଦୂରରେ ଘଟିଲା…..

ମହାକାଳପଡ଼ା,୧୫।୯(ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡା ଜିଲାର ନଦୀରେ ମାଳ ମାଳ କୁମ୍ଭୀରମାନଙ୍କ ଉପଦ୍ରବ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏଥି ପାଇଁ ବନ ବିଭାଗ ଅଧିକାରୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?