Posted inରାଜ୍ୟ

ଆଶଙ୍କାରେ ଫାସ୍‌ଟାଗ୍‌

ଭୁବନେଶ୍ୱର,୨୬ା୧୨(ବ୍ୟୁରୋ): ଟୋଲ୍‌ ଗେଟ୍‌ରେ ଟ୍ରାଫିକ ଭିଡ଼ କମାଇବା ଓ ତେଲ ବଞ୍ଚାଇବା ପାଇଁ ସମଗ୍ର ଦେଶରେ ୨୦୨୧ ଜାନୁୟାରୀ ପହିଲାରୁ ଯାନବାହନରେ ଫାସ୍‌ଟାଗ୍‌କୁ ବାଧ୍ୟତାମୂଳକ କରାଯାଇଛି। କେନ୍ଦ୍ର ଭୂପୃଷ୍ଠ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ଏହା ଘୋଷଣା କରିବା ପରେ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯାଇଛି। ତେବେ ଏହାକୁ ଓଡ଼ିଶାରେ କାର୍ଯ୍ୟକାରୀ କରିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଟୋଲ୍‌ ପ୍ଲାଜାଗୁଡ଼ିକରେ ଭିତ୍ତିଭୂମି ଅଭାବ ଓ ଗାଡିମାଲିକଙ୍କ ମଧ୍ୟରେ ସଚେତନତା ନ ଥିବା ଯୋଗୁ ପହିଲାରୁ ସବୁ ଟୋଲ୍‌ ପ୍ଲାଜାରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବା ନେଇ ଏକ ପ୍ରକାର ଅନିଶ୍ଚିତତା ଦେଖା ଦେଇଛି।
ଭାରତର ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ) ତଥ୍ୟ ଅନୁଯାୟୀ ରାଜ୍ୟରେ ମୋଟ ୧୧ଟି ଟୋଲ ପ୍ଲାଜା ରହିଛି। ୨୧୫ ଜାତୀୟ ରାଜପଥର ବାଣଜୋଡି, ଢେଙ୍କିକୋଟ, ହାସନପୁର, ୧୬ ନମ୍ବର ଜାତୀୟ ରାଜପଥର ଗୋଡିପଡା, ଗୁରାପାଲି, ମଙ୍ଗୁଳି , ପାଣିକୋଇଲି, ସେରଗଡ, ୬ ନମ୍ବର ଜାତୀୟ ରାଜପଥର ବରଗଡ, ୩୧୬ ରାଜପଥର ପିପିଲି, ୫ ନମ୍ବର(କ) ଜାତୀୟ ରାଜପଥର ଶ୍ରୀରାମପୁରଠାରେ ଟୋଲ୍‌ଗେଟ ରହିଛି। ସେଥିମଧ୍ୟରୁ ମଙ୍ଗୁଳି, ପାଣିକୋଇଲି, ସେରଗଡ ଏବଂ ପିପିିଲି ଟୋଲ ଗେଟ୍‌ରେ ଫାସ୍‌ଟାଗ୍‌ ବ୍ୟବସ୍ଥା ରହିଛି। ହେଲେ ଏନଏଚଏଆଇ ଘରୋଇ ସଂସ୍ଥାଗୁଡିକୁ ଟୋଲ ଆଦାୟ ଦାୟିତ୍ୱ ଦେଇଛି। ଏହି ଗେଟଗୁଡିକରେ ଅଧିକ ଟୋଲ ଆଦାୟ କରାଯାଉଥିବାରୁ ଗାଡି ଚାଳକ ଓ ବସ୍‌ ମାଲିକଙ୍କ ମଧ୍ୟରେ ବାରମ୍ବାର ଅସନ୍ତୋଷ ଦେଖା ଦେଉଛି। ଏପରିକି ଅନେକ ସମୟରେ ଗଣ୍ଡଗୋଳ ଭଳି ପରିସ୍ଥିତି ସୃଷ୍ଟି ହେଉଛି। ଘରୋଇ ସଂସ୍ଥାଗୁଡିକରେ ନିଯୁକ୍ତ କର୍ମଚାରୀ ବଳପୂର୍ବକ ଯାନବାହନଗୁଡିକରୁ ଜବରଦସ୍ତ ଟୋଲ ଆଦାୟ କରୁଥିବା ଅଭିଯୋଗ ହେଉଛି। ବର୍ତ୍ତମାନ ସ୍ଥିତିରେ ୪ଟିରେ ଫାସ୍‌ଟାଗ୍‌ ଲେନ୍‌ କରାଯାଇଛି। ଏପରି ସ୍ଥଳେ ରାଜ୍ୟରେ ଫାସ୍‌ଟାଗ୍‌ ବାଧ୍ୟତାମୂଳକ କାର୍ଯ୍ୟକାରୀ କରିବା ସମୀଚୀନ ନୁହେଁ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି।
କେନ୍ଦ୍ର ସରକାର ୨୦୧୬ରୁ ଦେଶରେ ଟୋଲ୍‌ ଗେଟ୍‌ରେ ଫାସ୍‌ଟାଗ୍‌ ବ୍ୟବସ୍ଥା କାର୍ଯ୍ୟକାରୀ କରିଛନ୍ତି। ୪ଟି ବ୍ୟାଙ୍କ ୨୦୧୬ରେ ୧ ଲକ୍ଷ ଯାନକୁ ଫାସ୍‌ଟାଗ୍‌ ସହ ଯୋଡ଼ି ଥିବାବେଳେ ଏବେ ସୁଦ୍ଧା ଏଦିଗରେ ଆଶନୁରୂପ ଅଗ୍ରଗତି ହୋଇ ନାହିଁ। ୨୦୧୭ ଡିସେମ୍ବର ପହିଲାରୁ ବିକ୍ରି ହୋଇଥିବା ଗାଡ଼ିଗୁଡ଼ିକ ପାଇଁ ଆସନ୍ତା ଜାନୁୟାରୀ ପହିଲାରୁ ଫାସ୍‌ଟାଗ୍‌ ବାଧ୍ୟତାମୂଳକ କରିବାକୁ କେନ୍ଦ୍ର ସରକାର ଜାତୀୟ ମୋଟର ଯାନ ୧୯୮୯କୁ ସଂଶୋଧନ କରିଛନ୍ତି। ଏ ନେଇ ଯାନବାହନ ନିର୍ମାତା ଓ ଡିଲରମାନଙ୍କୁ ଜଣାଇ ଦିଆଯାଇଛି। ଫାସ୍‌ଟାଗ୍‌ କାର୍ଯ୍ୟକାରୀ ହେବାର ୩ ବର୍ଷ ବିତିଯାଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ରାଜ୍ୟରେ ଥିବା ଟୋଲ୍‌ ପ୍ଲାଜାଗୁଡ଼ିକରେ ସମସ୍ତ ଲେନ୍‌କୁ ଫାସ୍‌ଟାଗ୍‌ କରାଯାଇ ପାରିନାହିଁ। ଅର୍ଦ୍ଧାଧିକ ଯାନବାହନ ମଧ୍ୟ ଏ ପର୍ଯ୍ୟନ୍ତ ଫାସ୍‌ଟାଗ୍‌ ପଞ୍ଜୀକୃତ ହୋଇନାହାନ୍ତି। ଯାନବାହନର ମାଲିକମାନେ ଏ ନେଇ ସେତେଟା ସଚେତନ ମଧ୍ୟ ନୁହଁନ୍ତି। ରାଜ୍ୟର ଅଧିକାଂଶ ଟୋଲ୍‌ଗେଟ୍‌ ଘରୋଇ ସଂସ୍ଥା ହାତରେ ରହିଛି। ସେଗୁଡ଼ିକରେ ଫାସ୍‌ଟାଗ୍‌ ବ୍ୟବସ୍ଥା ନାହିଁ। ଫଳରେ ଏହାକୁ ରାଜ୍ୟରେ ବାଧ୍ୟତାମୂଳକ କରାଯିବା ସହଜ ନୁହେଁ ବୋଲି ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। କେତେକ ଟୋଲ୍‌ଗେଟ୍‌ରେ ସ୍ଥାନୀୟ ଯାନବାହନକୁ ମାଗଣାରେ ଛଡ଼ାଯାଉଥିବା ବେଳେ ବସ୍‌ଗୁଡ଼ିକ ମଧ୍ୟ ନିର୍ଦ୍ଧାରିତ ଟୋଲ୍‌ ଫି’ ଦେଉନାହାନ୍ତି। ଟୋଲ୍‌ ଫି’ ଦେଲେ ବସ୍‌ ଚଳାଚଳ ସମ୍ଭବ ହେବ ନାହିଁ ବୋଲି ଘରୋଇ ବସ୍‌ ମାଲିକ ସଂଘ ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି। ଘରୋଇ ବସ୍‌ଗୁଡ଼ିକ ଅଳ୍ପ କିଛି ମାସିକିଆ ଟୋଲ୍‌ ଦେଇ ଚଳାଚଳ କରୁଛନ୍ତି। କମ ୍‌ଫି ଆଦାୟ ଯୋଗୁ ହେଉଥିବା କ୍ଷତି ଭରଣା ପାଇଁ ଜାତୀୟ ରାଜପଥ ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କୁ ବାରମ୍ବାର ଅବଗତ କରୁଛିି। ମାଲିକମାନେ ମଧ୍ୟ ଧାର୍ଯ୍ୟ ଟୋଲ୍‌ ଫି’ ଦେଇ ବସ୍‌ ଚଳାଇବାକୁ ନାରାଜ। ଟୋଲ୍‌ ଫି’ ଦେଲେ ବସ୍‌ ଭଡ଼ା ବଢ଼ିବ। ଯାତ୍ରୀଙ୍କ ଉପରେ ଏହାର ପ୍ରଭାବ ପଡ଼ିବ । ଟୋଲ ଫି’ ରାଜ୍ୟ ସରକାର ବହନ କରିବାକୁ ମାଲିକ ସଂଘ ବହୁଦିନରୁ ଦାବିକରି ଆସୁଛି। ଏପରି ସ୍ଥଳେ ବର୍ତ୍ତମାନ ରାଜ୍ୟରେ ଫାସ୍‌ଟାଗ୍‌ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରିବା ସହଜସାଧ୍ୟ ନୁହେଁ ବୋଲି ପରିବହନ ବିଭାଗର ସମ୍ପୃକ୍ତ ଅଧିକାରୀ କହିଛନ୍ତି।
ଅନେକ ସମୟରେ ଟୋଲ୍‌ ପ୍ଲାଜା ନିକଟରେ ଦୀର୍ଘ ସମୟ ଧରି ଗାଡ଼ି ଅଟକି ରହୁଛି। ମାନୁଆଲ ବ୍ୟବସ୍ଥାରେ ଟୋଲ୍‌ ଫି’ ଆଦାୟ କରାଯାଉଥିବାରୁ ସମସ୍ୟା ଦେଖାଦେଉଛି। ଏହି ବ୍ୟବସ୍ଥାକୁ ଡିଜିଟାଲ କରିବାକୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ବହୁବାର ଚିଠି ଲେଖିଛନ୍ତି। ତାହା ମଧ୍ୟ ସମ୍ଭବ ହେଉନାହିଁ। ଫାସ୍‌ଟାଗ୍‌ ଏକ ଉତ୍ତମ ପଦକ୍ଷେପ । ଏହାକୁ ବାଧ୍ୟତାମୂଳକ କରିବା ପୂର୍ବରୁ ସମସ୍ତ ଭିତ୍ତିଭୂମିକୁ ସଜାଡ଼ିବା ସହ ଗାଡ଼ି କିଣିବା ବେଳେ ଫାସ୍‌ଟାଗ୍‌ ପଞ୍ଜୀକରଣ ବ୍ୟବସ୍ଥା କରାଗଲେ ଏ ନେଇ ରହିଥିବା ଅଚଳାବସ୍ଥା ଧୀରେ ଧୀରେ ଦୂର ହେବ ବୋଲି ଗାଡ଼ି ମାଲିକ ଦିବାକର ସ୍ବାଇଁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିଙ୍ଗଡ଼ା କିଣିବା ପାଇଁ ଟ୍ରେନ୍‌ ଅଟକାଇଲେ ଲୋକୋ ପାଇଲଟ୍‌, ଭାଇରାଲ ହେଉଛି ଭିଡିଓ

ଇନ୍ଦୋର,୮ା୭: ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଲୋକୋ ପାଇଲଟ୍‌ ଟ୍ରେନ୍‌ ଅଟକାଇ ରାସ୍ତାପାର୍ଶ୍ୱ ଦୋକାନରୁ ସିଙ୍ଗଡ଼ା କିଣୁଥିବାର ଭିଡିଓ ସୋସିଆଲ…

ପାଠ ପଢ଼ିବା ପାଇଁ ଜିଦ୍: ପରିବାରଲୋକେ ବିବାହ ପାଇଁ ବାଧ୍ୟ କରିବାରୁ ଘର ଛାଡ଼ିଥିଲେ ଯୁକ୍ତ ଦୁଇ ଛାତ୍ରୀ, ୨ ବର୍ଷ ପରେ…

 ଦିଗପହଣ୍ଡି,୮।୭( ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଞ୍ଚଳରୁ ଦୀର୍ଘ ୨ ବର୍ଷ ହେଲା ନିଖୋଜ ଥିବା ଜଣେ ୨୨ ବର୍ଷୀୟା ଛାତ୍ରୀଙ୍କୁ ପାଟପୁର…

ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ: ମାଁ ଶ୍ୟାମାକାଳୀ ମନ୍ଦିରରେ ବିବାହ ବନ୍ଧନରେ ବାନ୍ଧିହେଲେ ୨ ଦିବ୍ୟାଙ୍ଗ ଯୋଡ଼ି

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହରରେ ଅବସ୍ଥିତ ମାଁ ଶ୍ୟାମାକାଳୀ ମନ୍ଦିର ସର୍ବେଶ୍ୱର କଲ୍ୟାଣ ମଣ୍ଡପରେ ବୁଧବାର ଆଦର୍ଶ ବିବାହ ହୋଇଥିଲା। ପାୱାର ଅଫ୍‌ ଦିବ୍ୟାଙ୍ଗ ଅନୁଷ୍ଠାନ ତତ୍ତ୍ୱାବଧାନରେ…

ହାବସପୁରରେ ଭାଜପାର ମିଶ୍ରଣ ପର୍ବ, ଏମପିଙ୍କ ନିର୍ଦ୍ଦେଶରେ ସାମିଲ ହେଲେ….

ଜୁନାଗଡ଼,୮।୭(ଅଂଶୁମାନ ଯୋଶୀ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଳକ ହାବସପୁର ଠାରେ ବୁଧବାର ଭାଜପାର ମିଶ୍ରଣ ପର୍ବ ଓ ଆମ୍ବୁଲାନ୍ସ ସେବା ଲୋକାର୍ପିତ ହୋଇ ଯାଇଛି । ସ୍ଥାନୀୟ…

ସୋସିଆଲ ମିଡିଆରେ ଭାଇରାଲ କରିଦେବି… ଯୁବତୀଙ୍କୁ ବଳାତ୍କାର ଅଭିଯୋଗ, ଜେଲ୍ ଗଲେ ଅଭିଯୁକ୍ତ ରାଜମିସ୍ତ୍ରୀ

ଦିଗପହଣ୍ଡି,୮।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର ଜଣେ ୨୬ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ବୁଧବାର…

ବୋରପଦର ଗ୍ରାମ ପଞ୍ଚାୟତରେ ମନରେଗା ଦୁର୍ନୀତି ଅଭିଯୋଗ, ଜିଲାପାଳଙ୍କୁ ଫେରାଦ ହେଲେ ଗ୍ରାମବାସୀ

କର୍ଲାମୁଣ୍ଡା,୮।୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ମନରେଗା ଦୁର୍ନୀତି ନେଇ ବିଭିନ୍ନ ସମୟରେ ଲୋକେ ଅଭିଯୋଗ କରି ଆସୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି…

ଛାତି ପର୍ଯ୍ୟନ୍ତ ପାଣି, ତଥାପି ବନ୍ୟାର ପ୍ରଖର ସ୍ରୋତରେ ନିଜ କାର୍‌କୁ ଛାଡ଼ିଲେନି ମାଲିକ..Viral Video ଦେଖିଲେ…

ଥରେ ଭାବନ୍ତୁ ଆପଣ କାର୍‌ରେ ଥିବେ, ବନ୍ୟାଜଳ ମାଡ଼ି ଆସିବ। କାର୍‌ଟି ବନ୍ୟାଜଳରେ ବୁଡ଼ିଯିବ, ଆପଣ କରିବେ କ’ଣ? କାରକୁ ଛାଡ଼ି ନିଜ ଜୀବନ ବଞ୍ଚାଇବେ ନା…

‘ମୋ ମୁଣ୍ଡ କାଟିଦେଲେ ବି ଭାଜପାକୁ ଯିବିନି…’, ଟିଏମସି କନ୍ଦଳ ଭିତରେ ଗର୍ଜିଲେ ମହୁଆ, କରିଦେଲେ ବଡ଼ ଖୁଲାସା

କୋଲକାତା,୮।୭: ପଶ୍ଚିମବଙ୍ଗରେ ଗତ ୧୫ ବର୍ଷ ଧରି କ୍ଷମତାରେ ଥିବା ମମତା ବାନାର୍ଜୀଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସ (TMC) ବର୍ତ୍ତମାନ ଏକ କଷ୍ଟକର ପରିସ୍ଥିତିର ସମ୍ମୁଖୀନ ହେଉଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri