ଏସ୍‌ଭିବିର ୪୯% ଅଧିଗ୍ରହଣ କରିବ ଫାଷ୍ଟ ସିଟିଜେନ୍ସ

ନୂଆଦିଲ୍ଲୀ,୨୮।୩: ବିଗତ କିଛି ଦିନ ହେବ ସାରା ବିଶ୍ୱରେ ସିଲିକନ ଭ୍ୟାଲି ବ୍ୟାଙ୍କ (ଏସ୍‌ଭିବି)ର ଆର୍ଥିକ ସଂକଟକୁ ନେଇ ଚର୍ଚ୍ଚା ଜାରି ରହିଛି। ଏପରିକି ଏସଭିବି ପାଇଁ ବିଶ୍ୱ ଅର୍ଥନୀତିରେ ମଧ୍ୟ ମାନ୍ଦାବସ୍ଥା ସୃଷ୍ଟି ହେବାକୁ ଯାଉଛି। ଏହାରି ମଧ୍ୟରେ ସୋମବାର ଏସଭିବିର ଅଂଶଗ୍ରହଣ କ୍ରୟ କରିବାକୁ ବହୁ ରାଷ୍ଟ୍ରୀୟ ବ୍ୟାଙ୍କ ଫାଷ୍ଟ ସିଟିଜେନ୍ସ ଆଗ୍ରହ ପ୍ରକାଶ କରିଛି। ଏପରିକି ଏସଭିବିର ପ୍ରାୟ ୪୯% ଅଂଶଧନ କିଣିବାକୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ବିଶେଷ କରି ଉକ୍ତ ବ୍ୟାଙ୍କକୁ ଆର୍ଥିକ ସଂକଟରୁ ବାହାର କରିବା ପାଇଁ ଫାଷ୍ଟ ସିଟିଜେନ୍ସ ବ୍ୟାଙ୍କ ଫେଡେରାଲ ଡିପୋଜିଟ୍‌ ଇନସ୍ୟୁରାନ୍ସ କର୍ପୋରେଶନଠାରୁ କିଣି ନେଇଛି ବୋଲି ଚର୍ଚ୍ଚା ହେଉଛି। ଏ ନେଇ ଫେଡେରାଲ ଡିପୋଜିଟ୍‌ ଇନସ୍ୟୁରାନ୍ସ କର୍ପୋରେଶନ ପକ୍ଷରୁ ଜାରି ଏକ ପ୍ରେସ ବିବୃତିରେ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି। ଏହା ସହ ଫାଷ୍ଟ ସିଟିଜେନ୍ସ ବ୍ୟାଙ୍କ ଏବଂ ଟ୍ରଷ୍ଟ କମ୍ପାନୀ ସିଲିକନ ଭ୍ୟାଲି ବ୍ୟାଙ୍କର ସମସ୍ତ ଡିପୋଜିଟ୍‌ ଏବଂ ଲୋନକୁ କିଣିବା ପାଇଁ ରାଜି ହୋଇଥିବା ଜଣାପଡିଛି। ଫଳରେ ଏଫଡିଆଇସି ନିଜ ବୟାନରେ କହିଛି ଯେ, ମାର୍ଚ୍ଚ ୨୭ରେ ସିଲିକନ ଭ୍ୟାଲି ବ୍ରିଜ ବ୍ୟାଙ୍କ, ନ୍ୟାଶନାଲ ଆସୋସିଏଶନର ୧୭ ଶାଖା ଫାଷ୍ଟ ସିଟିଜେନ୍ସ ନାଁରେ ଖୋଲିବ। ଅପରପକ୍ଷରେ ସିଲିକନ ଭ୍ୟାଲି ବ୍ୟାଙ୍କର ଗ୍ରାହକ ଉକ୍ତ ବ୍ରାଞ୍ଚଗୁଡିକର ଉପଯୋଗ କରିପାରିବେ। ତେବେ ଏଥିପାଇଁ ଫାଷ୍ଟ ସିଟିଜେନ୍ସରୁ ମିଳିଥିବା ନୋଟିସର ଆବଶ୍ୟକତା ପଡିବ। ଏହା ସହ ଉକ୍ତ ବୟାନରେ ଏହା ମଧ୍ୟ କୁହାଯାଇଛି, ଏହାର ଅନ୍ୟ ବ୍ରାଞ୍ଚଗୁଡିକରେ ବ୍ୟାଙ୍କିଙ୍ଗ ସର୍ଭିସ୍‌ ଅନୁମତି ଦେବା ପାଇଁ ସିଷ୍ଟମରେ ମଧ୍ୟ ପରିବର୍ତ୍ତନ ହୋଇସାରିଛି। ବିଶେଷ କରି ୨୦୨୩ ମାର୍ଚ୍ଚ ୧୦ର ଡାଟା ଅନୁସାରେ ସିଲିକନ ଭ୍ୟାଲି ବ୍ୟାଙ୍କର ମୋଟ ସମ୍ପତ୍ତି ୧୬୭ ବିଲିୟନ ଡଲାର ରହିଥିଲା। ଏହାର ମୋଟ ଡିପୋଜିଟ୍‌ ୧୧୯ ବିଲିୟନ ଡଲାର ରହିଥିଲାବେଳେ ଏଥିରେ ୭୨ ବିଲିୟନ ଡଲାରର ସମ୍ପତ୍ତି କିଣା ସାମିଲ ରହିଛି, ଯାହା ଉପରେ ୧୬.୬ ବିଲିୟନ ଡଲାରର ରିହାତି ରହିଛି। ସେହିପରି ଏଫଡିଆଇସି ପାଖରେ ପ୍ରାୟ ୯୦ ବିଲିୟନ ଡାଲର ସିକ୍ୟୁରିଟିଜ୍‌ ଏବଂ ରିସିଭରଶିପ୍‌ ରହିଛି। ଫଳରେ ଫେଡେରାଲ ରିଜର୍ଭ ଡାଟା ଅନୁସାରେ ୨୦୨୨ର ଶେଷ ସୁଦ୍ଧା ସମ୍ପତ୍ତି ମାମଲାରେ ଫାଷ୍ଟ ସିଟିଜେନ୍ସ ଆମେରିକାର ୩୦ ତମ ସର୍ବବୃହତ ବ୍ୟାଙ୍କ ଅଟେ।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri