ଆପଣଙ୍କର ଏହି ୧୦ ଅଭ୍ୟାସ ଅଛି କି? ଯୁବାବସ୍ଥାରେ ବୃଦ୍ଧ ପରି ଆସିବେ ନଜର, ତୁରନ୍ତ କରନ୍ତୁ ଉପଚାର

ବୟସ ବଢ଼ିବା ସହ ବାର୍ଦ୍ଧକ୍ୟ ଆସିବା ସ୍ବାଭାବିକ କଥା। ହେଲେ ବହୁତ ଲୋକ ଏଭଳି ଅଛନ୍ତି ଯେଉଁମାନେ କମ୍‌ ବୟସରେ ବୟସାଧିକ ଭଳି ନଜର ଆସନ୍ତି। ଏହାର କାରଣ ହେଉଛି ଲୋକଙ୍କ ଅଭ୍ୟାସ। ଜାଣତରେ ହେଉ ଅବା ଅଜଣାତରେ ଲୋକ ପ୍ରତିଦିନ ଏଭଳି କିଛି କରନ୍ତି ଯାହା ତାଙ୍କ ସ୍ବାସ୍ଥ୍ୟ ପାଇଁ ହାନିକାରକ ସାବ୍ୟସ୍ତ ହୋଇଥାଏ। ଆସନ୍ତୁ ଜାଣିବା ସେଭଳି କିଛି ଅଭ୍ୟାସ ବିଷୟରେ ଯାହା ସମୟ ଥାଉ ଥାଉ ବୃଦ୍ଧ କରିଦିଏ।

ଖରାରେ ଅଧିକ ସମୟ ରହିବା:- ଗରମ ଦିନେ ତାପମାତ୍ରା ଅଧିକ ଥାଏ। ଏମିତିରେ ଖରାରେ ଅଧିକ ସମୟ ରହିବା ଦ୍ୱାରା ତ୍ୱଚାରେ ସୂକ୍ଷ୍ମ ରେଖା ଏବଂ କୁଞ୍ଚନ ଦେଖାଯିବା ଆରମ୍ଭ କରେ। ଏହି କାରଣରୁ ତ୍ୱଚା ଧିରେ ଧିରେ କ୍ଷୀଣ ହୋଇଥାଏ। ଏଥିଲାଗି ଖରାକୁ ବାହାରିବା ପୂର୍ବରୁ ସର୍ବଦା ସନ୍‌ସ୍କ୍ରିନର ବ୍ୟବହାର କରନ୍ତୁ। ଏହାଦ୍ୱାରା ସୂର୍ଯ୍ୟଙ୍କ ଅତି ବାଇଗଣୀ ରଶ୍ମୀ ପ୍ରଭାବିତ କରିବ ନାହିଁ। ଏହାଛଡ଼ା ସକାଳ ୧୧ଟାରୁ ଅପରାହ୍ନ ୩ଟା ଯାଏ ଖରାରେ ନ ବାହାରିବାକୁ ଚେଷ୍ଟା କରନ୍ତୁ।

ଭିଟାମିନ୍‌ ଡି’ର ଅଭାବ:-ଶରୀରରେ ଭିଟାମିନ୍‌ ଡି’ର ଅଭାବ ହେଲେ ଚମ କର୍କଟ ଏବଂ ଅନେକ ଚର୍ମ ସମ୍ବନ୍ଧୀୟ ସମସ୍ୟା ବୃଦ୍ଧି ପାଇଥାଏ। ଶୀତଦିନେ ଭିଟାମିନ୍‌ ଡି’ କମିବାର ସମସ୍ୟା ଦେଖାଦେଇଥାଏ। ଏଥିପାଇଁ ବଜାରରେ ଉପଲବ୍ଧ ଭିଟାମିନ୍‌ ଡି’ ସପ୍ଲିମେଣ୍ଟ ସେବନ କରିହେବ।

ନିଦ୍ରାହିନତା: ଚିନ୍ତା ଯୋଗୁ ଅନେକ ସମୟରେ ଲୋକଙ୍କୁ ନିଦ ହୋଇ ନ ଥାଏ। ଯେତେବେଳେ ଆପଣ ଶୋଇ ଥାନ୍ତି ସେତେବେଳେ ଶରୀର ନିଜକୁ ସଜାଡ଼ି ଥାଏ। ଏମିତିରେ ନ ଶୋଇବାର ପ୍ରଭାବ ତ୍ୱଚା ଉପରେ ଦେଖିବାକୁ ମିଳିଥାଏ। ଏହାଦ୍ୱାରା ବ୍ରଣ ହୋଇଥାଏ।

ଅତ୍ୟଧିକ ଧୂମପାନ: ତମାଖୁର ଧୂଆଁରେ ଅନେକ ବିଷାକ୍ତ ପଦାର୍ଥ ରହିଥାଏ। ଏହା ତ୍ୱଚାରେ ଥିବା ଅମ୍ଳଜାନ ଏବଂ ଅନେକ ମହତ୍ୱପୂର୍ଣ୍ଣ ପୋଷକ ତତ୍ୱର ସର୍କୁଲେଶନକୁ କମ୍‌ କରିଥାଏ। ଧୂମପାନ କରିବା ଦ୍ୱାରା ତ୍ୱଚାର ନୂତକ କୋଷିକା ନିର୍ମାଣ ବନ୍ଦ ହୋଇଯାଏ। ଏହି କାରଣରୁ ଲୋକ ବୃଦ୍ଧ ନଜର ଆସିଥାନ୍ତି।

କମ୍‌ ପାଣି ପିଇବା: ପ୍ରତ୍ୟେକ ବ୍ୟକ୍ତି ଶରୀରର ୬୦% ପାଣି ଥାଏ। ପାଣି ନ ପିଇବା ଯୋଗୁ ଜଣଙ୍କୁ ଅନେକ ପ୍ରକାର ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ଥକିଯିବା, ବାରମ୍ବାର ରୋଗରେ ପଡ଼ିବା, କୋଷ୍ଠକାଠିନ୍ୟ ଏବଂ ତ୍ୱଚା ଖରାପ ହେବା ଭଳି ସମସ୍ୟା ଦେଖାଯାଇଥାଏ। ଶରୀରରେ ପାଣି କମିଗଲେ ତ୍ୱଚା ଶୁଷ୍କ ହୋଇଯାଏ। ଏହାଫଳରେ ଡାର୍କ ସର୍କଲ ସୃଷ୍ଟି ହୋଇଥାଏ। ଏଣୁ ପାଣି ସତେଜ ରଖିବା ସହ ତ୍ୱଚା ଉଜ୍ୱଳ ଏବଂ ଯୁବ ନଜର ଆସିଥାଏ।

ଅତ୍ୟଧିକ ମଦ୍ୟପାନ: ଅତ୍ୟଧିକ ମାତ୍ରାରେ ମଦ୍ୟପାନ କରିବା ଦ୍ୱାରା ଆମ ଶରୀରରେ ଅନେକ ପ୍ରକାର ପ୍ରଭାବ ପଡ଼ିଥାଏ। ଏହାଦ୍ୱାରା ଶରୀରରେ କୁଞ୍ଚନ ଏବଂ ଆଖି ତଳ କଳା ପନିଥାଏ। ସମସ୍ତ ଜିନିଷକୁ ନେଇ ଆପଣ ସମୟ ଥାଉ ବୁଢ଼ା ନଜର ଆସିଥାଉ।

ପୁଷ୍ଟିକର ଖାଦ୍ୟ ସେବନ ନ କରିବା: ଜଙ୍କ, ପ୍ରୋସେସ୍ଡ ଏବଂ ଫ୍ରାଏଡ୍‌ ଫୁଡ୍‌ର ସେବନ ସ୍ବାସ୍ଥ୍ୟରେ କୁପ୍ରଭାବ ପକାଇଥାଏ। ଏହା ତ୍ୱଚା ପାଇଁ ମଧ୍ୟ ହାନିକାରକ।

ଅତ୍ୟଧିକ ଚିନ୍ତାରେ ରହିବା: ଅନେକ ସମୟରେ ଚାକିରି, ଘର ନଚେତ ଅନ୍ୟ କୌଣସି କଥାକୁ ନେଇ ଚିନ୍ତା ବଢ଼ିଥାଏ। ମାତ୍ର ଏହା ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ। ଏହି କାରଣରୁ ଧିରେ ଧିରେ ଆପଣଙ୍କ କେଶ ଝଡ଼ିବାରେ ଲାଗିଥାଏ। ଏହା ବ୍ରଣ ମଧ୍ୟ ବାହାର କରିଥାଏ, ତ୍ୱଚା ରୁଗ୍ଣ ଭଳି ନଜର ଆସିଥାଏ।

ଉର୍ଜାବାନ ରହିବା/ଆକ୍ଟିଭ୍‌ ରହିବା: ଶରୀର ଠିକ୍‌ ଭାବେ କାମ କରିବା ଲାଗି ଜଣଙ୍କୁ ସୁସ୍ଥ ରହିବା ଉଚିତ। ଏଥିଲାଗି ଜଣଙ୍କୁ ଫୁର୍ତ୍ତିଲା ରହିବାକୁ ହେବ। ପ୍ରତ୍ୟହ ବ୍ୟାୟାମ କରିବା ଦ୍ୱାରା ଶରୀରରେ ରକ୍ତ ପ୍ରଭାବ ଠିକ୍‌ ହୋଇଥାଏ।

ସ୍କ୍ରିନ୍‌ ମଶ୍ଚରାଇଜ୍‌ ନ କରିବା: ଏହା ସ୍କିନକେୟାରର ପ୍ରମୁଖ ଷ୍ଟେପ୍‌। ଆପଣ ତ୍ୱଚାକୁ ପ୍ରତ୍ୟେହ ମଶ୍ଚରାଇଜ କରିବା ଉଚିତ। ଏହାଦ୍ୱାରା ତ୍ୱଚା ଭଲ ରହିଥାଏ। ନଚେତ ତ୍ୱଚାରେ ଶୁଷ୍କତା ନଜର ଆସିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି କର୍କଟ ରାଶିରେ ଚନ୍ଦ୍ରଙ୍କ ଗୋଚର: ତୁଳା-ମୀନ ସମେତ ୩ ରାଶି ହେବେ ମାଲାମାଲ୍‌, ଘରକୁ ଆସିବ ଖୁସି ଖବର

କର୍କଟ ରାଶି ହେଉଛି ଚନ୍ଦ୍ରମାଙ୍କର ନିଜ ରାଶି। ନିଜ ରାଶିରେ ଚନ୍ଦ୍ରମାଙ୍କ ଗୋଚର ତିନିଟି ରାଶି ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହୋଇପାରେ। ଆଜି ୪ ଅକ୍ଟୋବର ୨୦୨୬,…

ଶନିଙ୍କ ବଡ଼ ଚଳନ: ଏହି ରାଶିଙ୍କ ଉପରେ ଧନବର୍ଷା, ଏମାନଙ୍କର ବଢିବ ଚିନ୍ତା; ଜାଣନ୍ତୁ ଆପଣଙ୍କ ରାଶିଫଳ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ, କାରଣ ଏହାର ବ୍ୟାପକ ପ୍ରଭାବ ସମସ୍ତ ରାଶି ଉପରେ ଦେଖିବାକୁ ମିଳେ। ବିଶେଷ କରି ସାଢ଼େସାତୀ…

Chanakya Niti: ସ୍ତ୍ରୀଙ୍କ ପାଖରେ ସବୁବେଳେ ସ୍ବାମୀ ଏହି ୫ କଥା ଲୁଚାଇ ରଖିବା ଜରୁରୀ, ନଚେତ୍‌…

ସଫଳ ଏବଂ ସୁଖମୟ ଜୀବନ ବିତାଇବା ପାଇଁ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅତ୍ୟନ୍ତ ମାର୍ଗଦର୍ଶକ ସାବ୍ୟସ୍ତ ହୋଇଥାଏ। ନିଜର ଆତ୍ମସମ୍ମାନ, ସମ୍ପର୍କ ଏବଂ ସାମାଜିକ ପ୍ରତିଷ୍ଠାକୁ ବଜାୟ…

ସୂର୍ଯ୍ୟ-ଶନିଙ୍କ ମୁହାଁମୁହିଁ ଦୃଷ୍ଟି: ସତର୍କ ରୁହନ୍ତୁ ୩ ରାଶି; ଚାଲିଯିବ ସବୁ ଟଙ୍କା, କ୍ୟାରିୟରରେ ବଡ଼ ସଙ୍କଟ!

ସୂର୍ଯ୍ୟ ଏବଂ ଶନିଙ୍କ ମଧ୍ୟରେ ପ୍ରତିଯୁତି ଦୃଷ୍ଟି ଯୋଗ ଗଠନ ଅନେକ ରାଶି ପାଇଁ ଅଶୁଭ ସାବ୍ୟସ୍ତ ହୋଇପାରେ। ସୂର୍ଯ୍ୟ ଏବଂ ଶନି ମୁହାଁମୁହିଁ ହେବା ଏକ…

ବୁଧ-ମଙ୍ଗଳ ମିଳନରୁ ‘କେନ୍ଦ୍ର ଦୃଷ୍ଟି ରାଜଯୋଗ’; ମିଥୁନ ସମେତ ୪ ରାଶିଙ୍କ ରାତାରାତି ବଦଳିବ ଭାଗ୍ୟ, ପ୍ରଚୁର ଧନଲାଭ!

ଜ୍ୟୋତିଷ ଗଣନା ଅନୁଯାୟୀ, ଅକ୍ଟୋବର ୨ ତାରିଖରୁ କେନ୍ଦ୍ର ଦୃଷ୍ଟି ରାଜଯୋଗର ପ୍ରଭାବ ଦେଖିବାକୁ ମିଳିପାରେ। ଏହି ଯୋଗର ଶୁଭ ପ୍ରଭାବରୁ ୪ଟି ରାଶି ପାଇଁ ଧନ…

୧୨ ଅକ୍ଟୋବରରୁ ୩ ରାଶି ମାଲାମାଲ! ବିଶାଖା ନକ୍ଷତ୍ରରେ ବୁଧଙ୍କ ଚଳନ, ଚମକିବ ଆପଣଙ୍କ ଭାଗ୍ୟ?

ବୈଦିକ ଜ୍ୟୋତିଷରେ ବୁଧଙ୍କୁ “ଗ୍ରହମାନଙ୍କ ରାଜକୁମାର” ବୋଲି କୁହାଯାଏ। ବୁଧ ହେଉଛନ୍ତି ବୁଦ୍ଧି, ବାଣୀ, ତର୍କ ଏବଂ ବ୍ୟବସାୟର କାରକ ଗ୍ରହ। ବର୍ତ୍ତମାନ ବୁଧ ତାଙ୍କ ମିତ୍ର…

Chanakya Niti: ଭୁଲ୍‌ରେ ବି କାହା ସହ ଶେୟାର କରନ୍ତୁନି ଏହି ୫ ଗୁପ୍ତ କଥା, ହୋଇପାରେ ବଡ଼ କ୍ଷତି

ଆଚାର୍ଯ୍ୟ ଚାଣକ୍ୟ ପ୍ରାଚୀନ ଭାରତର ଜଣେ ମହାନ ଦାର୍ଶନିକ, ଅର୍ଥନୀତିଜ୍ଞ, ଶିକ୍ଷକ ତଥା ମହାନ ରାଜନୀତିଜ୍ଞ ଥିଲେ। ସମାଜର କଲ୍ୟାଣ ଏବଂ ସଫଳ ଜୀବନଯାପନ ପାଇଁ ସେ…

କେତୁଙ୍କ ବକ୍ରି ଚଳନ: ଚମକିବ ୪ ରାଶିଙ୍କ ଭାଗ୍ୟ, ପ୍ରବଳ ଧନବର୍ଷାକୁ ବଡ଼ କମ୍ପାନୀରୁ ଅଫର୍‌

କେତୁ ଗ୍ରହ ସର୍ୱଦା ଓଲଟା ଚଳନ (ବକ୍ରୀ) କରନ୍ତି। ଆଜି କେତୁ ମଘା ନକ୍ଷତ୍ରର ଦ୍ୱିତୀୟ ପଦରୁ ପ୍ରଥମ ପଦକୁ ଚଳନ କରିବାକୁ ଯାଉଛନ୍ତି। କେତୁଙ୍କର ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?