କମୁଛି ଚାଷଜମି, ବଢ଼ୁଛି ଘରବାରି

ପାରଳାଖେମୁଣ୍ଡି,୨୧ା୧୧(ଡି.ଏନ୍‌.ଏ.): ଗ୍ରାମାଞ୍ଚଳଗୁଡିକରେ ଚାଷଜମି ପରିମାଣ କମି କମି ଯାଉଥିବା ବେଳେ ଘରବାରି କିସମ ବଢୁଥିବା ପରିଲକ୍ଷିତ ହେଉଛି। ଜମିମାଫିଆ ତଥା ଦଲାଲମାନେ ସହରାଞ୍ଚଳ ନିକଟ ଅଞ୍ଚଳଗୁଡିକରେ ଥିବା ଚାଷଜମି ଉପରେ ଲୋଲୁପ ଦୃଷ୍ଟି ପକାଇ ଚାଲିଥିବା ବେଳେ ଏବେ ଏମାନଙ୍କ ନଜର ଗ୍ରାମାଞ୍ଚଳ ଉପରେ ରହିଛି। ଅନ୍ୟପକ୍ଷରେ ଚାଷୀମାନଙ୍କୁ ଉତ୍ସାହିତ ବା ପ୍ରୋତ୍ସାହନ ସଠିକ ଭାବେ ମିଳୁନଥିବାରୁ ଚାଷୀମାନେ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଚାଲିଯାଉଛନ୍ତି। ଠିକ ସମୟରେ ଦଲାଲ ତଥା ଜମିମାଫିଆମାନେ ସୁଯୋଗ ଉଣ୍ଡି ଜମିଗୁଡିକୁ ଶସ୍ତା ଦରରେ କ୍ରୟ କରି ଘରବାରି ତଥା ପ୍ଲଟ ଆକାରରେ ଚଢାଦରରେ ବିକ୍ରି କରୁଥିବା ଜଣାପଡିଛି। ଏପରି ଏକ ନମୁନା ଗଜପତି ଜିଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଗାରବନ୍ଧ ଅଞ୍ଚଳରେ ଦେଖିବାକୁ ମିଳିଛି । ଗାରବନ୍ଧ ଗ୍ରାମ ବ୍ୟବସାୟିକ ପେଣ୍ଠସ୍ଥଳୀ ଭାବେ ପରିଚିତ ଥିବା ବେଳେ ଗ୍ରାମକୁ ଲାଗିଥିବା ଚାଷ ଜମିଗୁଡିକ ବର୍ତ୍ତମାନ ବେସରକାରୀ ଭାବେ ଚଢା ମୂଲ୍ୟ ରହିଛି। ଏହି ଅଞ୍ଚଳରେ କେତେକ ପ୍ରଭାବଶାଳୀ ବ୍ୟକ୍ତି ବିଶେଷ ତଥା ରାଜନେତାମାନେ ଉର୍ବର ଚାଷ ଜମିଗୁଡିକୁ କ୍ରୟ କରି ପ୍ଲଟ ଆକାରରେ ବହୁମୂଲ୍ୟରେ ବିକ୍ରି କରୁଥିବା ଦେଖିବାକୁ ମିଳିଛି। ଏହି ଜମିଗୁଡିକୁ ରାତାରାତି ବିଭିନ୍ନ ମେଶିନ ସାହାଯ୍ୟରେ ସମତଳ କରିଦେବା ସହ ପ୍ଲଟିଂ କରି ବିକ୍ରି କରୁଛନ୍ତି। ଏକଦା ଏହି ଗାରବନ୍ଧ ଗ୍ରାମାଞ୍ଚଳର ଧାନଠାରୁ ଆରମ୍ଭ କରି ପନିପରିବା ଚାଷ ପାଇଁ ବେଶ ଖ୍ୟାତି ରହିଥିଲା। ହେଲେ ଏବେ କେଇ ବର୍ଷ ହେଲା ଧାନ, ପନିପରିବା ଚାଷ ତଥା ଉତ୍ପାଦନ କ୍ଷେତ୍ର କମିବାରେ ଲାଗିଛି। ବିଭିନ୍ନ ସମସ୍ୟା ତଥା ପ୍ରୋତ୍ସାହନ ଅଭାବରୁ ଚାଷ ଜମି ଥିବା ଲୋକେ ଚାଷବାସ ପ୍ରତି ମୁହଁ ଫେରାଇ ନେଉଛନ୍ତି। ନିଜ ନିଜ ଚାଷଜମିକୁ କମ୍‌ ମୂଲ୍ୟରେ ଏହି ଜମିମାଫିଆଙ୍କୁ ବିକ୍ରି କରି ଦାଦନ ଖଟିବାପାଇଁ ରାଜ୍ୟ ବାହାରକୁ ଯାଇ ଅକଥନୀୟ ଅତ୍ୟାଚାର, ମୃତ୍ୟୁବରଣ କରିବା ଆଦି ବହୁ ଦୃଷ୍ଟାନ୍ତ ରହିଛି। ଏପଟେ ଜମିମାଫିଆମାନେ ପ୍ଲଟିଂ କରି ରାତାରାତି ମାଲାମାଲ ହେଉଛନ୍ତି । ଏହି ଚାଷଜମି ଗୁଡିକୁ ଘରବାରିରେ ପରିବର୍ତ୍ତନ ପାଇଁ କିପରି ଅନୁମତି ଦିଆଯାଉଛି, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନିୟମ ମୁତାବକ ଚାଷ ଜମିଗୁଡିକୁ ଘରବାରି ପରିବର୍ତ୍ତନ ପାଇଁ ବିଭିନ୍ନ ସରକାରୀ ନିୟମାବଳୀ ରହିଛି । ହେଲେ କମ ଦିନରେ ଚାଷଜମିରୁ ଘରବାରି ପଟ୍ଟା କିପରି ହେଉଛି ଏବଂ ଜମିମାଫିଆମାନେ କିପରି ପ୍ଲଟିଂ କରି ବିକ୍ରିବଟା କରୁଛନ୍ତି ତାହା ତଦନ୍ତସାପେକ୍ଷ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri