ଚାଷୀଙ୍କ ଚିନ୍ତା ବଢ଼ାଇଲାଣି ଚକଡ଼ା ରୋଗ: ଧାନ ଫସଲରେ ବ୍ୟାପିବା ଆରମ୍ଭ

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ)- ରାଜ୍ୟର ବରଗଡ଼ ଜିଲାରେ ଅଧିକ ଧାନଚାଷ ହୋଇଥାଏ। କିନ୍ତୁ ଏଠାରେ ଚାଷକୁ ନେଇ ଚାଷୀମାନେ ବହୁବିଧ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଧାନଚାଷ କରି ଅନେକ ସମୟରେ ଚାଷୀଙ୍କୁ କ୍ଷତି ମଧ୍ୟ ସହିବାକୁ ପଡୁଛି। କେତେବେଳେ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ମରୁଡ଼ି ତ ଆଉକେବେ ରୋଗପୋକ ଉପଦ୍ରବ ଯୋଗୁ ଚାଷୀଙ୍କ ଫସଲ ଉଜୁଡ଼ି ଯାଉଛି। ଏବେ ଜିଲାରେ ଅନୁରୂପ ସ୍ଥିତି ପରିଲକ୍ଷିତ ହୋଇଛି। ଧାନ ଅମଳକ୍ଷମ ହେବାକୁ ଯେତିକି ପାଖେଇ ଆସୁଛି, ଫସଲରେ ସେଭଳିଭାବେ ନାନା ରୋଗପୋକଙ୍କ ପ୍ରାଦୁର୍ଭାବ ଦେଖାଯାଉଛି। ଜିଲାର ବରଗଡ଼ ବ୍ଲକ ଅନ୍ତର୍ଗତ ଗାଇସୀମା, ଧାଙ୍ଗେର, କୁରୁଆଁ, ଖଣ୍ଡହଥା ଅଞ୍ଚଳର କିଛିଦିନ ତଳେ ଧାନକେଣ୍ଡା ଅଗାଡ଼ି ହୋଇଯାଉଥିବା ନେଇ ଚାଷୀମାନେ ଜିଲାପାଳ ଏବଂ ମୁଖ୍ୟ ଜିଲା କୃଷି ଅଧିକାରୀଙ୍କୁ ଫେରାଦ ହୋଇଥିଲେ। ତେବେ ଏହାର ପ୍ରାଦୁର୍ଭାବ ଥମି ନ ଥିବାବେଳେ ବର୍ତ୍ତମାନ ଫସଲରେ ଚକଡ଼ା(ମାଟିଆ ଗୁଣ୍ଡି) ପୋକ ଉପଦ୍ରବ ଚାଷୀମାନଙ୍କୁ ଚିନ୍ତାରେ ପକାଇ ଦେଇଛି।
ଜିଲାର ହୀରାକୁଦ ଜଳସେଚିତ ଅଞ୍ଚଳ ତଥା ଅତାବିରା, ଭେଡେନ, ବରଗଡ଼, ବରପାଲି ବ୍ଲକରେ ମୁଖ୍ୟତଃ ରବି ଧାନ ଫସଲ ହୋଇଥାଏ। ସେହିପରି ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ଅନ୍ୟ ଅଣଜଳସେଚିତ ବ୍ଲକର ଚାଷୀମାନେ ଉଠା ଜଳସେଚନ ପ୍ରକଳ୍ପ ତଥା ଗଭୀର ନଳକୂପ ମାଧ୍ୟମରେ ରବି ଧାନ ଫସଲ କରିଥାନ୍ତି। ଏହି କ୍ରମରେ ଉଭୟ ଜଳସେଚିତ ଏବଂ ଅଣଜଳସେଚିତ ଜମିରେ ଚଳିତ ରବି ଋତୁରେ ଧାନ ଚାଷ ହୋଇଛି। ଚାଷ ଆରମ୍ଭରୁ ଅନୁକୂଳ ପାଗ ଯୋଗୁ ଫସଲ ଭଲ ହୋଇଛି। ଅନେକ ଜମିରେ ଧାନକେଣ୍ଡା ବାହାରି ଧାନ କ୍ଷୀର ଖାଉଥିବା ଅବସ୍ଥାକୁ ଆସି ଯାଇଛି। ସେହିପରି କେତେକ ଜମିରେ ଧାନକେଣ୍ଡା ବାହାରିବା ଆରମ୍ଭ ହୋଇଛି। କିନ୍ତୁ ଗୋଟିଏ ପଟେ ଧାନ ଅମଳ ସମୟ ପାଖେଇ ଆସୁଥିବାବେଳେ ଅନ୍ୟପଟେ ନାନା ରୋଗପୋକ ମାଡ଼ି ଆସି ଫସଲକୁ ଧୂଳିସାତ୍‌ କରିବା ଆରମ୍ଭ କରି ଦେଉଛନ୍ତି।
ସାଧାରଣତଃ ମେ ମାସ ପ୍ରଥମରୁ ଦ୍ୱିତୀୟ ସପ୍ତାହ ମଧ୍ୟରେ ଜିଲାରେ ରବି ଧାନ ଅମଳ କାର୍ଯ୍ୟ ଜୋର୍‌ ଧରିଥାଏ। ଏଥର ମଧ୍ୟ ମେ ମାସ ପ୍ରଥମ ସପ୍ତାହରୁ ଜିଲାରେ ଧାନ ଅମଳ କାର୍ଯ୍ୟ ଆରମ୍ଭ ହୋଇଯିବ ବୋଲି ଅନୁମାନ କରାଯାଉଛି। ଆଉ ଦୁଇ ସପ୍ତାହ ପରେ ସ୍ବଳ୍ପ ମିଆଦୀ ଧାନ ଅମଳକ୍ଷମ ଅବସ୍ଥାକୁ ଆସିଯିବ ଏବଂ ଅନ୍ୟ ଦୀର୍ଘମିଆଦୀ ଧାନର ଅମଳ କାର୍ଯ୍ୟ ମେ ମାସ ଦ୍ୱିତୀୟ ସପ୍ତାହ ସୁଦ୍ଧା ଆରମ୍ଭ ହୋଇଯିବ ବୋଲି ଚାଷୀମାନେ କହିଛନ୍ତି। କିନ୍ତୁ ଧାନ ଫସଲରେ ରୋଗପୋକ ଉପଦ୍ରବ ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ବରଗଡ଼ ବ୍ଲକ କଲାପାଣି ଗ୍ରାମର ଚାଷୀ ସୁରେଶ ନେକାଣ୍ଟି କହିଛନ୍ତି, ଏଥର ଧାନ ଫସଲ ଭଲ ହୋଇଛି। କିନ୍ତୁ ଏବେ ତାଙ୍କ ଫସଲରେ ଚକଡ଼ା ରୋଗପୋକ ଆରମ୍ଭ ହୋଇଯାଇଛି। ଶନିବାର ସେ ପ୍ରଭାବିତ ଫସଲରେ କୀଟନାଶକ ସିଞ୍ଚନ କରିବେ ବୋଲି କହିଛନ୍ତି। ନେକାଣ୍ଟି ଆହୁରି କହିଛନ୍ତି, ଆଗରୁ ସରକାର ଚକଡ଼ା ରୋଗ ଦମନ ପାଇଁ ରିହାତିରେ କୀଟନାଶକ ଯୋଗାଇ ଦେଉଥିଲେ। ମାତ୍ର ଏବେ ଆଉ ତାହା ମିଳୁ ନାହିଁ। ବର୍ତ୍ତମାନ ଚକଡ଼ା ରୋଗ ବ୍ୟାପିବା ଆରମ୍ଭ ହୋଇଥିବାରୁ ବେଳ ଥାଉ ଥାଉ ସରକାର ଏହାର ପ୍ରତିକାର ବ୍ୟବସ୍ଥା ସହିତ ରିହାତିରେ ଉଦ୍ଦିଷ୍ଟ କୀଟନାଶକ ଯୋଗାଇ ଦେବାକୁ ସେ ଦାବି କରିଛନ୍ତି। ସେହିପରି ଗାଇସୀମା ଗ୍ରାମର ଅନ୍ୟଜଣେ ଚାଷୀ ନିରଞ୍ଜନ ପ୍ରଧାନ କହିଛନ୍ତି, ତାଙ୍କ ଫସଲର କିଛି ଅଂଶରେ ଶୁଖିଲା ଧାନକେଣ୍ଡା ବାହାରିଥିଲା। କୀଟନାଶକ ପ୍ରୟୋଗ ସତ୍ତ୍ୱେ କିଛି ସୁଫଳ ମିଳି ନ ଥିଲା। ମାତ୍ର ଏବେ ତାଙ୍କ ଫସଲରେ ଚକଡ଼ା ରୋଗ ବ୍ୟାପିବା ମଧ୍ୟ ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ମୁଖ୍ୟ ଜିଲା କୃଷି ଅଧିକାରୀ ପ୍ରସନ୍ନ କୁମାର ମିଶ୍ରଙ୍କୁ ପଚାରିବାରୁ ଏପର୍ଯ୍ୟନ୍ତ ଧାନ ଫସଲରେ ଚକଡ଼ା ରୋଗ ବ୍ୟାପିବା ନେଇ ତାଙ୍କ ପାଖକୁ କୌଣସି ଅଭିଯୋଗ ଆସି ନାହିଁ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶୋଇଥିବାବେଳେ ମହିଳାଙ୍କ ଉପରେ ଭୁଶୁଡ଼ି ପଡ଼ିଲା କାନ୍ଥ, ତହସିଲଦାର ପହଞ୍ଚି…

ଗୁଣପୁର,୨୪ା୮(ସୁଜାତା ପାଢ଼ୀ): ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ରାୟଗଡ଼ା ଜିଲା ରାମନାଗୁଡ଼ା ବ୍ଲକ କଣ୍ଡାଜାମ ଗ୍ରାମରେ ଜଣେ ମହିଳାଙ୍କ ଉପରେ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ତେବେ…

ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀଙ୍କ ବଡ଼ ସୂଚନା, ଏହି ନଦୀ କରିଛି ଅଧିକ କ୍ଷତି

ଭୁବନେଶ୍ୱର,୨୪।୮: ଲଘୁଚାପ ବର୍ଷା ନେଇ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ରାଜ୍ୟର ୯ଟି ସ୍ଥାନରେ ୧୦୦ ମିଲିମିଟରରୁ ଅଧିକ…

ଟ୍ରେନ୍‌ରେ ପିଟିହୋଇ ମହିଳା ଗୁରୁତର

ବଲାଙ୍ଗୀର, ୨୪।୮: ବଲାଙ୍ଗୀର ସହର ନିକଟସ୍ଥ ଝୁଜେନପାଲି ରେଳ ଫାଟକଠାରେ ଟ୍ରେନ୍‌ରେ ପିଟି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ମହିଳା ଜଣକ ପାଟଣାଗଡ଼ ଥାନା ଅନ୍ତର୍ଗତ…

ଝାଡ଼ଖଣ୍ଡ-ରାଉରକେଲା ପୋଲିସର ବଡ଼ ଅପରେଶନ, ଜଙ୍ଗଲରୁ ଜବତ ହେଲା ବିପୁଳ ବିସ୍ଫୋରକ

ରାଉରକେଲା,୨୪।୮: ସୁନ୍ଦରଗଡ଼ ଜିଲା କେ.ବଲାଙ୍ଗ ଥାନା ନିକଟ ଜଙ୍ଗଲରୁ ସୋମବାର ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି। ମାଓବାଦୀମାନେ ଜଙ୍ଗଲରେ ଏହି ବିସ୍ଫୋରକ ଲୁଚାଇ ରଖିଥିବା ଜଣାପଡିଛି।…

ଗଞ୍ଜାମ ତହସିଲରେ କର୍ମଚାରୀ ଅଭାବ : ଏକାଥରକେ ୬ କର୍ମଚାରୀଙ୍କ ବଦଳି, କାର୍ଯ୍ୟ ବାଧାପ୍ରାପ୍ତ

ଗଞ୍ଜାମ, ୨୪।୮ (ବିଦ୍ୟାଧର ସାହୁ): ଗଞ୍ଜାମ ସହରର ଐତିହାସିକ ପୋତାଗଡ଼ ରାସ୍ତାରେ ଅବସ୍ଥିତ ଗଞ୍ଜାମ ତହସିଲ କାର୍ଯ୍ୟାଳୟରେ କର୍ମଚାରୀ ଅଭାବ ଯୋଗୁ ବିଭିନ୍ନ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ…

୨,୨୪୮ କୋଟି ତୁରନ୍ତ ଫେରାଅ, ୨୧ ବିଭାଗକୁ ଅର୍ଥ ବିଭାଗର ପତ୍ର

ଭୁବନେଶ୍ୱର,୨୪ା୮(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ୨୧ଟି ବିଭାଗ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ଅର୍ଥ ଖର୍ଚ୍ଚ କରିପାରି ନ ଥିବାରୁ ଏବେ ସମସ୍ୟା ସୃଷ୍ଟି ହୋଇଛି। ୨୦୨୫-୨୬ ଆର୍ଥିକବର୍ଷର…

ମନ୍ଦିରକୁ ଯାଇଥିଲେ ମା’, ଫେରିଲା ବେଳକୁ ଝୁଲି ପଡିଥିଲେ ଝିଅ

ଉଦଳା,୨୪।୮(ସନ୍ତୋଷ ବାଛିନୀ): ଘର ଭିତରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଉଦଳା ଥାନା ଏନଏସି ୧୦ ନମ୍ବର ୱାର୍ଡରେ ଏଭଳି ଅଭାବନୀୟ ଘଟଣା ଘଟିଛି…

ମାନବିକତା ଦେଖାଇଲେ ଶିଶୁରୋଗ ବିଶେଷଜ୍ଞ: ବାଟେଘାଟେ କରୁଛନ୍ତି ଶିଶୁଙ୍କ ଚିକିତ୍ସା

କେସିଙ୍ଗା, ୨୪/୮ (ତୁମେଶ୍ୱର ସାହୁ): ଶି ଶୁଙ୍କ ପ୍ରତି ଜଣେ ଡାକ୍ତରଙ୍କ ଅନାବିଳ ମାନବିକତା ଏବେ କେସିଙ୍ଗା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। କଳାହାଣ୍ଡି ଜିଲାକେସିଙ୍ଗା ସହରସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri