କମ୍‌ ବର୍ଷା ଯୋଗୁ ଚିନ୍ତାରେ ଚାଷୀ

ଜଗତ୍‌ସିଂହପୁର ଅଫିସ,୨୦ା୬: କମ୍‌ ବର୍ଷା ଯୋଗୁ ଜଗତ୍‌ସିଂହପୁର ଜିଲାର ଚାଷୀ ଚିନ୍ତାରେ ପଡିଛନ୍ତି। କାରଣ ବର୍ଷା ହେଲେ ରଜ ପରେ ଚାଷୀ ବିଲରେ ବିହନ ବୁଣିବା କଥା। ବିଳମ୍ବ କଲେ ଅଗଷ୍ଟ ବେଳକୁ ପୋକ ଲାଗିବା ସମ୍ଭାବନା ଅଧିକ। ତେଣୁ ସାମାନ୍ୟ ବର୍ଷାରେ ବି ଚାଷୀ ବିହନ ବୁଣା କାମରେ ଲାଗିଯାଆନ୍ତି। ହେଲେ ପରବର୍ତ୍ତୀ ସମୟରେ ବର୍ଷା ନ ହେଲେ ଗଜାମରୁଡ଼ି ହେବାର ସମ୍ଭାବନା ବଢ଼ିଯାଏ। ଅନ୍ୟପଟେ କେନାଲ ପାଣି ନ ଆସିଲେ ରୁଆ କାମରେ ବାଧା ସୃଷ୍ଟି ହୁଏ। ଯେହେତୁ ଚଳିତବର୍ଷ ଏଯାଏ ଗ୍ରୀଷ୍ମ କୋପରୁ ନିସ୍ତାର ମିଳିନି, ତେଣୁ ଆଗକୁ ପରିସ୍ଥିତିରେ ସୁଧାର ନ ଆସିଲେ ଅର୍ଥାତ୍‌ ଠିକ୍‌ ପରିମାଣର ବର୍ଷା ନ ହେଲେ ଅସୁବିଧା ରହିଛି । ସେନେଇ ଚାଷୀକୁଳ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି ।
୨୦୧୬ରୁ ଏ’ପର୍ଯ୍ୟନ୍ତ ଦେଖିଲେ ଜଣାଯାଏ, ଚଳିତବର୍ଷ ମେ ଓ ଜୁନରେ ଆଶାତୀତ କମ୍‌ ବର୍ଷା ହୋଇଛି। ବିଗତ ବର୍ଷଗୁଡ଼ିିକରେ ଜୁନ୍‌ର ବର୍ଷା ରେକର୍ଡ ଅନୁଶୀଳନ କଲେ ଜଣାଯାଏ, ୨୦୧୬ରେ ଜିଲାରେ ୯୬୨ ମିଲିମିଟର (ଏମ୍‌ଏମ୍‌), ୨୦୧୭ରେ ୯୮୮ ଓ ୨୦୧୮ରେ ୧,୬୨୫ ଏମ୍‌ଏମ୍‌ ବର୍ଷା ହୋଇଛି। ୨୦୧୯ରେ ୧୧୩୧ ଏମ୍‌ଏମ୍‌ ବର୍ଷା ରେକର୍ଡ କରାଯାଇଥିଲା, ଯାହାକି ଜିଲାରେ ହାରାହାରି ବୃଷ୍ଟିପାତ ୯୬.୮୮ ଥିଲା। ୨୦୨୦ରେ ୯୧୫ (ହାରାହାରି ୧୧୪.୩୮)ଏମ୍‌ଏମ୍‌ ଓ ୨୦୨୧ରେ ୧୬୮୬ (୨୧୦.୭୫)ଏମ୍‌ଏମ୍‌ ବର୍ଷା ରେକର୍ଡ କରାଯାଇଛି। କିନ୍ତୁ ଦୁଃଖର କଥା ହେଲା, ୨୦୨୨ ଜୁନରେ ଏପର୍ଯ୍ୟନ୍ତ ମାତ୍ର ୪୪ (୫.୫)ଏମ୍‌ଏମ୍‌ ବର୍ଷା ରେକର୍ଡ ହୋଇଛି। ମାର୍ଚ୍ଚ ଓ ଏପ୍ରିଲରେ ଆଦୌ ବର୍ଷା ହୋଇନାହିଁ। ମେ’ରେ ୨୭୨ ଏମ୍‌ଏମ୍‌ ଅର୍ଥାତ୍‌ ହାରାହାରି ବୃଷ୍ଟିପାତ ୩୪ ଏମ୍‌ଏମ୍‌ ରହିଛି। ମୌସୁମୀ ରାଜ୍ୟରେ ପହଞ୍ଚତ୍ଥିଲେ ସୁଦ୍ଧା ଜଗତ୍‌ସିଂହପୁର ଜିଲାରେ ଏହାର ସ୍ପର୍ଶ ହୋଇନାହିଁ । ଖୁବ୍‌ଶୀଘ୍ର ଏହା ଛୁଇଁବା କୁହାଯାଉଥିଲେ ସୁଦ୍ଧା ଭରସା ପାଉନାହଁି। ବର୍ଷା ହେବାରେ ବିଳମ୍ବ ହେଲେ ଜିଲାର ପାଖାପାଖି ୨୦ ହଜାର ହେକ୍ଟର ଚାଷ ଜମିରେ ବିହନବୁଣା କାର୍ଯ୍ୟ ବିଳମ୍ବ ହୋଇପାରେ। ଏ ସମ୍ପର୍କରେ କେତେଜଣ ଚାଷୀ ସେମାନଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଦିନ ଥିଲା ରଜ ପୂର୍ବରୁ ବିଲରେ ଲଙ୍ଗଳ ପଶୁଥିଲା। ଏହାଦ୍ୱାରା ବିଲରୁ ଘାସ ଆଦି ସଫା ହୋଇଯାଉଥିବାରୁ ବିହନ ବୁଣିବା ସହଜ ହେଉଥିଲା। କିନ୍ତୁ ଏବେ ପାଣିପାଗ ପରିବର୍ତ୍ତନ ଚାଷରେ ବାଧା ସୃଷ୍ଟି କରୁଛି। ତଥାପି କମ୍‌ ବର୍ଷା ହେଲେ ଅର୍ଥାତ୍‌ ମାଟି ନରମ ହୋଇଗଲେ ବୁଣାବୁଣି ଆରମ୍ଭ ହୋଇଯିବ। ଗଜା ବାହାରିବାକୁ ପାଖାପାଖି ୫ରୁ ୬ ଦିନ ସମୟ ଲାଗୁଛି । ତା‘ପରେ ଅର୍ଥାତ୍‌ ୮ରୁ ୧୦ ଦିନ ଭିତରେ ବର୍ଷା ହେବା ଜରୁରୀ। ନଚେତ ମାଟି ଶୁଖି ଗଜା ପ୍ରତି ବିପଦ ସୃଷ୍ଟି କରିବ। ଏପରି କି ଗଜାମରୁଡ଼ି ହେବାର ଆଶଙ୍କାକୁ ଏଡ଼ାଇ ଦେଇହେବନି। ଜିଲାର ନାଉଗାଁ, ଏରସମା ଓ ବିରିଡ଼ି ବ୍ଳକର କିଛି ଅଞ୍ଚଳରେ ଏହି ମରୁଡି ଭୟ ଅଧିକ ରହିଛି। ଏହାଛଡା ବିଳମ୍ବ କଲେ ଧାନ ଗଛରେ ପୋକ ଲାଗିବା ଭୟ ଥିବାରୁ କ’ଣ କରିବାକୁ ପଡ଼ିବ ସେନେଇ ଚିନ୍ତା ବଢ଼ିଯାଇଛି ବୋଲି ଚାଷୀମାନେ ମତପ୍ରକାଶ କରିିଛନ୍ତି। ଅନ୍ୟପଟେ ଜୁଲାଇରେ କେନାଲରେ ପାଣି ଆସିବ। ତା’ପରେ ତଳି ପଡିବ। ଅନେକ ସମୟରେ କେନାଲରେ ପାଣି ଆସିବାରେ ବିଳମ୍ବ ଯୋଗୁ ଚାଷୀ ଅସନ୍ତୋଷ ସୃଷ୍ଟି ହେଉଛି। ଏ ବର୍ଷ ମଧ୍ୟ କମ୍‌ ବର୍ଷା ଯୋଗୁ କେନାଲ ପାଣି ଆସିବାରେ ବିଳମ୍ବ ହୋଇପାରେ ବୋଲି ଆଶଙ୍କା କରାଯାଉଛି।
ଏ ସମ୍ପର୍କରେ କୃଷି ଉପନିର୍ଦ୍ଦେଶକ ରାଜକିଶୋର ଦାସ ସୂଚନା ଦେଇ କହିଛନ୍ତି, ବାସ୍ତବରେ ବର୍ଷା ନ ହେଲେ ଚାଷ ବାଧାପ୍ରାପ୍ତ ହେବ । ତଥାପି ଧର୍ଯ୍ୟର ସହ ଅପେକ୍ଷା କରିବାକୁ ପଡ଼ିବ । ଜଗତ୍‌ସିଂହପୁର ତଳିଆ ଅଞ୍ଚଳ ହୋଇଥିବାରୁ ବର୍ଷା କମିଗଲେ ମଧ୍ୟ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇ ନ ପାରେ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri