ଅଭାବୀ ବର୍ଷାକୁ ନେଇ ଚିନ୍ତାରେ ଚାଷୀ

ଚମ୍ପୁଆ, ୧୩।୭(ଡି.ଏନ.ଏ.) – କେନ୍ଦୁଝର ଜିଲା ଚମ୍ପୁଆ କୃଷି ଜିଲାର ଚଳିତବର୍ଷ ସ୍ବଳ୍ପ ବୃଷ୍ଟିପାତକୁ ନେଇ ଧାନ ଚାଷୀଙ୍କ ଚିନ୍ତା ବଢିବାରେ ଲାଗିଛି। ସ୍ବାଭାବିକ ବର୍ଷାକୁ ଅପେକ୍ଷା କରି ବୁଣା ଜମି ଗୁଡିକ ପଡ଼ିଆ ପଡ଼ିଥିବା ବେଳେ ଚାଷୀ ଚଳିତ ମାସ ବର୍ଷାକୁ ଆଖି ଆଗରେ ରଖି ଧାନ ତଳି ଦେଇ ରୁଆ ଉପରେ ଗୁରୁତ୍ୱାରୋପ କରୁଥିବା ଦେଖିବାକୁ ମିଳିଛି। କେଉଁଠି ଚାଷୀ ପାରମ୍ପାରିକ ବିହନ ବ୍ୟବହାର କରୁଛନ୍ତି ତ କେଉଁଠି ଚାଷୀ ଅଧିକ ଅମଳକ୍ଷମ ଧାନ ବିହନ ବ୍ୟବହାର କରୁଛନ୍ତି। ଜୁନ ମାସରେ ସାଧାରଣତଃ ୨୪୧.୪ ମିଲିମିଟର ବର୍ଷା ଜଳ ଚାଷ ପାଇଁ ଆବଶ୍ୟକ ରହିଥିବା ବେଳେ ଗତ ୨୦୨୧ ମସିହା ଜୁନ ମାସରେ ୧୭୮.୧ ମିଲିମିଟର ବର୍ଷା ହୋଇଥିଲା ବେଳେ ଚଳିତ ବର୍ଷ ୧୩୩.୬ ମିଲିମିଟର ବର୍ଷା ହୋଇଥିଲା। ସେହିପରି ଜୁଲାଇ ମାସରେ ୩୧୮ ମିଲିମିଟର ବର୍ଷାର ଆବଶ୍ୟକ ଥିବା ବେଳେ ୨୦୨୧ ମସିହା ଜୁଲାଇ ମାସରେ ୨୬୯.୮ ମିଲିମିଟର ବର୍ଷା ହୋଇଥିବା ବେଳେ ଚଳିତ ବର୍ଷ ୧୨୬.୧ ମିଲିମିଟର ବର୍ଷା ବର୍ତ୍ତମାନ ସୁଦ୍ଧା ହୋଇଛି। ମାତ୍ର ମାସ ପୁରିବାକୁ ଆଉ ଅଳ୍ପ ଦିନ ବାକି ରହିଥିବା ବେଳେ ଆବଶ୍ୟକ ବର୍ଷା ସମ୍ଭାବନା ନେଇ ଚାଷୀ ଚାଷ କାମ ଆଗେଇବାରେ ଲାଗିଛି। ବର୍ତ୍ତମାନ ଚାଷୀମାନେ ନିଜ ନିଜ ଜମିରେ ଧାନ ତଳି ଦେଇଥିଲେ ମଧ୍ୟ ଆବଶ୍ୟକ ବର୍ଷା ପାଇପାରି ନାହାନ୍ତି। ଫଳରେ ରୋଇବା ପାଇଁ ଜମି ପ୍ରସ୍ତୁତ ହୋଇପାରୁ ନାହିଁ। ଏ ନେଇ ଜିଲା କୃଷି ଅଧିକାରୀ ମନୋରଞ୍ଜନ ମଣ୍ଡଳଙ୍କୁ କହିଛନ୍ତି, ଜୁନ ମାସରେ ବର୍ଷାର ପରିମାଣ କମ ରହିଥିଲା ମାତ୍ର ଜୁଲାଇ ମାସ ବର୍ତ୍ତମାନ ସୁଦ୍ଧା ହୋଇଥିବା ବର୍ଷାର ପରିମାଣ ଦେଖିଲେ ଆଉ ୧୮ ଦିନ ଭିତରେ ସ୍ବାଭାବିକ ବର୍ଷା ଅନୁମାନ କରାଯାଉଛି। ଏହି ବର୍ଷା ହେଲେ ଚାଷ କାର୍ଯ୍ୟ ବହୁ ପରିମାଣରେ ଆଗେଇ ପାରିବ ବୋଲି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

‘ବରିଷ୍ଠ ନାଗରିକ ଦେଶର ଅମୂଲ୍ୟ ସମ୍ପଦ’

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିଶନ ଶକ୍ତି ଭବନଠାରେ ଗୁରୁବାର ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ…

ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ଅବକାରୀ ବିଭାଗ: ମୋହନାରୁ ଯାଉଥିଲା ବ୍ରହ୍ମପୁର…

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁ ଛକ ନିକଟରୁ ଗୁରୁବାର ଅବକାରୀ କର୍ମଚାରୀ ୨ଜଣ ଯୁବକଙ୍କ ନିକଟରୁ ୯ କେଜି ୪…

ସାନଖେମୁଣ୍ଡିରେ ବ୍ୟାପୁଛି ହଇଜା; ପୁଣି ଜଣେ ମୃତ, ଜିଲା ସ୍ବାସ୍ଥ୍ୟ ଟିମର ଅନୁଧ୍ୟାନ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର, ରାଜନାପଲ୍ଲୀ ଓ ଟି.ଗୋବିନ୍ଦପୁର ପଞ୍ଚାୟତ ଢିମିରାପଲ୍ଲୀ ଗାଁରେ ଗତ ୫ ଦିନ ହେଲା…

ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବସର: ପଟ୍ଟାଙ୍ଗିରେ ଶିକ୍ଷା ବ୍ୟବସ୍ଥା ସଙ୍କଟରେ, ପଦବୀ ପୂରଣ ପାଇଁ ଦାବି

ପଟ୍ଟାଙ୍ଗି,୧ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାକର ଖଟୁଆ ବୁଧବାର ଚାକିରିରୁ ଅବସର ଗ୍ରହଣ…

ଅଘୋଷିତ ବିଦ୍ୟୁତ୍ କାଟ: ଯନ୍ତ୍ରୀଙ୍କୁ ସ୍ମାରକପତ୍ର, ସୁଧାର ନ ଆସିଲେ ବଡ଼ ଆନ୍ଦୋଳନ ଚେତାବନୀ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଲଗାତର ଅଘୋଷିତ ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?