ବୈଧ ଟୋକନ ଥିବା ଚାଷୀଙ୍କର ଧାନ କିଣାହେବ: ମନ୍ତ୍ରୀ

ଭୁବନେଶ୍ୱର,୨୩।୨(ବ୍ୟୁରୋ): ଧାନ ବିକ୍ରି ଓ ମଣ୍ଡିରେ ହେଉଥିବା ଅବ୍ୟବସ୍ଥାକୁ ନେଇ ଗତ ୩ ଦିନ ଅଚଳାବସ୍ଥା ପରେ ସୋମବାର ବିଧାନସଭାରେ ଏ ପ୍ରସଙ୍ଗରେ ୨ ଘଣ୍ଟା ଧରି ଆଲୋଚନା ହୋଇଥିଲା। ଟୋକନ ବ୍ୟବସ୍ଥାକୁ ଉଚ୍ଛେଦ କରିବା ସହ ମଣ୍ଡିରେ ସିସିଟିଭି ଲଗାଇବା ଏବଂ ଟୋକନ ପାଇଥିବା ସମସ୍ତ ଚାଷୀଙ୍କ ଧାନ କିଣିବାକୁ ବିରୋଧୀ ଦଳ ଭାଜପା ଓ କଂଗ୍ରେସ ସଦସ୍ୟମାନେ ଦାବି କରିଥିଲେ। ଦୀର୍ଘ ସମୟ ଆଲୋଚନା ହେବା ପରେ ମଧ୍ୟ ବିରୋଧୀ ସଦସ୍ୟମାନେ ସମବାୟ ମନ୍ତ୍ରୀଙ୍କ ଉତ୍ତରରେ ସନ୍ତୁଷ୍ଟ ନ ହୋଇ ବିଧାନସଭା କକ୍ଷ ଛାଡି ବାହାରକୁ ଚାଲି ଯାଇଥିଲେ।
ସୋମବାର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ପରେ ଶୂନ୍ୟକାଳ ଓ ମୁଲତବୀ ଆଲୋଚନାକୁ ବାତିଲ କରାଯାଇ ଅପରାହ୍ନ ୧୨ଟା ୩୦ ମିନିଟରୁ ୧ଟା ୩୦ ମିନିଟ ଯାଏ ଧାନ କିଣା ପ୍ରସଙ୍ଗକୁ ନେଇ ଆସିଥିବା ମୋଶନ ଉପରେ ଆଲୋଚନା ହୋଇଥିଲା। ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମୋଶନ ଆଗତ କରିଥିଲେ। ଭାଜପା ସଦସ୍ୟ ଜୟନାରାୟଣ ମିଶ୍ର କହିଥିଲେ ଯେ ଗତ ୨୧ ବର୍ଷ ହେବ ରାଜ୍ୟରେ ଧାନ କିଣା ସମସ୍ୟା ଲାଗି ରହିଛି। ଆଗରୁ ଧାନ କିଣା ହେବା ପୂର୍ବରୁ ଜିଲାସ୍ତରରେ ଧାନକିଣା କମିଟି ବସି ସ୍ଥିର କରାଯାଉଥିଲା। ଏବେ ସବୁକିଛି ଭୁବନେଶ୍ୱରରୁ କରାଯାଉଛି। ଅଣଜଳସେଚିତ ଜମିରେ ଏକର ପିଛା ୨୧ରୁ ୨୨ କୁଇଣ୍ଟାଲ ଧାନ ଅମଳ ହେଉଥିବା ବେଳେ ସରକାର ମାତ୍ର ୧୩ କୁଇଣ୍ଟାଲ ଧାନ କିଣୁଛନ୍ତି। ସେହିପରି ଜଳସେଚିତ ଜମିରେ ଏକର ପିଛା ୪୦ କୁଇଣ୍ଟାଲ ଧାନ ଉତ୍ପାଦନ ହେଉଥିବା ବେଳେ ମାତ୍ର ୧୯ କୁଇଣ୍ଟାଲ କିଣା ଯାଉଛି ବୋଲି ସେ ଅଭିଯୋଗ କରିଥିଲେ। କଂଗ୍ରେସ ସଭ୍ୟ ନରସିଂହ ମିଶ୍ର କହିଛନ୍ତି ଯେ ଧାନ କିଣିବା ଦାୟିତ୍ୱ କେନ୍ଦ୍ର ସରକାରଙ୍କ। ଯୋଗାଣ ନିଗମ, ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ମିଲର୍‌ମାନଙ୍କ ସହାୟତାରେ ଧାନ କିଣାରେ ଦୁର୍ନୀତି ହେଉଛି। ଯେଉଁ ମିଲର୍‌ମାନେ ମଣ୍ଡିକୁ ଯାଉଛନ୍ତି ସେମାନଙ୍କ ବିରୋଧରେ ଫୌଜଦାରି ମାମଲା ରୁଜୁ ହେବା ଦରକାର। ସରକାର କଟ୍‌ନି ଛଟ୍‌ନି ବନ୍ଦ କରିବାକୁ ମଣ୍ଡିରେ ସିସିଟିଭି ଲଗାନ୍ତୁ ବୋଲି ସେ କହିଥିଲେ। ବିଜେଡି ସଭ୍ୟ ପ୍ରତାପ କେଶରୀ ଦେବ କହିଥିଲେ ଯେ ରାଜ୍ୟ ସରକାର ଟୋକନ ବ୍ୟବସ୍ଥା ଉଠାଇ ଦେଲେ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଧାନ ବିକିପାରିବେ ନାହିଁ। ଏଫ୍‌ଏକ୍ୟୁ ମାନର ଧାନ କିଣାଗଲେ ରାଜ୍ୟର ମାତ୍ର ୩୦ ପ୍ରତିଶତ ଚାଷୀ ଧାନ ବିକିବାକୁ ଯୋଗ୍ୟ ହେବେ। ଏଥର ରାଜ୍ୟ ସରକାର ସବୁ ଚାଷୀଙ୍କଠାରୁ ଧାନ କିଣିଛନ୍ତି। କେନ୍ଦ୍ର ସରକାର ଧାନ ସବ୍‌ସିଡି ବାବଦରେ ବକେୟା ୭୩୮୪ କୋଟି ଟଙ୍କା ଦେଇନାହାନ୍ତି। ଏବର୍ଷ ରାଜ୍ୟ ସରକାର ଧାନ କିଣିବା ପାଇଁ ୧୦ ହଜାର କୋଟି ଟଙ୍କା ଋଣ କରିଛନ୍ତି। ଆଲୋଚନାରେ ଭାଜପା ସଦସ୍ୟ ମୋହନ ଚରଣ ମାଝି, ବିଷ୍ଣୁ ଚରଣ ମାଝି, କଂଗ୍ରେସ ସଭ୍ୟ ସୁରେଶ କୁମାର ରାଉତରାୟ, ସନ୍ତୋଷ ସିଂ ସାଲୁଜା, ତାରା ପ୍ରସାଦ ବାହିନୀପତି , ବିଜେଡି ସଦସ୍ୟ କିଶୋର ମହାନ୍ତି, ଦେବେଶ ଆଚାର୍ଯ୍ୟ ଏବଂ ପ୍ରୀତିରଞ୍ଜନ ଘଡାଇ ଭାଗ ନେଇଥିଲେ।
ଆଲୋଚନା ଶେଷରେ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଥିଲେ ଯେ ଧାନ ସଂଗ୍ରହ ବର୍ଷ ଅକ୍ଟୋବର ୧ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୩୦ରେ ସମାପ୍ତି ହୁଏ। ଏହି ବର୍ଷବ୍ୟାପୀ ଅବଧି ମଧ୍ୟରେ ରାଜ୍ୟ ସରକାର ଖରିଫ୍‌ ଓ ରବି ଋତୁ ପାଇଁ ପୃଥକ୍‌ ଧାନ ସଂଗ୍ରହ କରିଥାଆନ୍ତି। ସଂଗୃହୀତ ଚାଉଳକୁ ରାଜ୍ୟର ସାଧାରଣ ବଣ୍ଟନ ବ୍ୟବସ୍ଥାରେ ବ୍ୟବହାର କରାଯାଇଥାଏ। ବଳକା ଚାଉଳକୁ ଭାରତୀୟ ଖାଦ୍ୟ ନିଗମ (ଏଫ୍‌ସିଆଇ) ମାଧ୍ୟମରେ କେନ୍ଦ୍ରୀୟ ଅନ୍ନ ଭଣ୍ଡାରରେ ଦାଖଲ କରାଯାଏ। ରାଜ୍ୟ ସରକାର ପ୍ରାଥମିକ କୃଷି ସମବାୟ ସମିତିଗୁଡିକ ମାଧ୍ୟମରେ ପଞ୍ଜୀକୃତ ଚାଷୀଙ୍କ ନିକଟରୁ ସିଧାସଳଖ ଧାନ ସଂଗ୍ରହ କରୁଛନ୍ତି। କେତେଗୁଡିଏ ଜିଲାରେ ଯୋଗ୍ୟ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ପାଣି ପଞ୍ଚାୟତଗୁଡିକୁ ମଧ୍ୟ ଧାନ ସଂଗ୍ରହରେ ସାମିଲ କରାଯାଇଛି। ପଞ୍ଜୀକୃତ ଚାଷୀଙ୍କଠାରୁ ବଳକା ଧାନ ସଂଗ୍ରହ କରାଯାଉଛି। ପଞ୍ଜୀକରଣ ଲାଗି ଚାଷୀ ପଟାଓ୍ବାରି ତଥ୍ୟ ପ୍ରଦାନ କରୁଛନ୍ତି। ଧାନ କିଣାର ସବୁ କାଗଜ କାମ ପ୍ରସ୍ତୁତି ପି-ପାସ୍‌ ଆପ୍ଲିକେଶନ ସହାୟତାରେ କମ୍ପ୍ୟୁଟରୀକୃତ ପ୍ରକ୍ରିୟା ମାଧ୍ୟମରେ ପରିଚାଳିତ ହେଉଛି। ଖରିଫ ବିପଣନ ବା ଧାନ ସଂଗ୍ରହ ବର୍ଷ ୨୦୨୦-୨୧ ପାଇଁ ଅନ୍ତତଃ ୭୧ ଲକ୍ଷ ମେଟ୍ରିକ ଟନର ଧାନ ସଂଗ୍ରହ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ ସ୍ଥିରୀକୃତ ହୋଇଛି। ଖରିଫ ଓ ରବିରେ ଧାନ ସଂଗ୍ରହର ଧାର୍ଯ୍ୟ ଯଥାକ୍ରମେ ୫୪ ଲକ୍ଷ ଓ ୧୭ଲକ୍ଷ ମେଟ୍ରିକ ଟନ ରହିଛି। ଏହାଠାରୁ ଅଧିକ ଧାନ ଯଦି ପଞ୍ଜୀକୃତ ଚାଷୀଙ୍କଠାରୁ ମଣ୍ଡିକୁ ଆସିବ ତାହା ମଧ୍ୟ ରାଜ୍ୟ ସରକାର କିଣିବେ। ରାଜ୍ୟରେ ଫେବୃୟାରୀ ୨୦୨୧ ସୁଦ୍ଧା ମୋଟ ୫୫.୯୭ ଲକ୍ଷ ମେଟ୍ରିକ ଟନ ଧାନ କ୍ରୟ କରାଯାଇଛି। ଗତବର୍ଷ ତୁଳନାରେ ଚଳିତ ଖରିଫ ଧାନ ସଂଗ୍ରହରେ ଚାଷୀ ଅଂଶଗ୍ରହଣ ମଧ୍ୟ ଉତ୍ସାହଜନକ ରହିଛି। ଗତ ୨୧ ତାରିଖ ସୁଦ୍ଧା ୧୦.୧୩ ଲକ୍ଷ ଚାଷୀ ସରକାରଙ୍କୁ ଖରିଫ ଧାନ ବିକ୍ରୟ କରିଛନ୍ତି। ଗତବର୍ଷ ଏହି ସମୟ ସୁଦ୍ଧା ୮.୩୧ ଲକ୍ଷ ଚାଷୀ ସରକାରଙ୍କୁ ଖରିଫ ଧାନ ବିକ୍ରି କରିଥିଲେ। ଯେଉଁ କ୍ଷେତ୍ରରେ ଟୋକନର ବୈଧତା ଶେଷ ହୋଇଥିବା ଅଭିଯୋଗ ଆସୁଛି ସେ କ୍ଷେତ୍ରରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ। ବିରୋଧୀ ଦଳ ଦୋମୁହାଁ ନୀତି ଧରିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୁଷ୍ଟ ହୋଇ ବିରୋଧୀ ଦଳ ସଦସ୍ୟମାନେ ବିଧାନସଭା ବାହାରକୁ ଚାଲି ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଜୁନାଗଡ଼ ରୋଡ୍‌ରୁ ହାଓ୍ବଡା ଇସ୍ପାତ ଏକ୍ସପ୍ରେସ୍‌ର ଶୁଭାରମ୍ଭ କଲେ ଏମ୍‌ପି: ୨୨ରୁ ଗଡ଼ିବ ଟ୍ରେନ୍‌…

ଜୁନାଗଡ଼,୧୯।୨(ସୁନୀଲ କୁମାର ସିଂହ/ଅଂଶୁମାନ ଯୋଶୀ)- ପଶ୍ଚିମ ଓଡ଼ିଶାରେ ରେଳ ସଂଯୋଗକୁ ସୁଦୃଢ଼ ​​କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ହାଓ୍ବଡା-ଟିଟଲାଗଡ଼-ହାଓଡ଼ା ଇସ୍ପାତ ଏକ୍ସପ୍ରେସ୍ ଜୁନାଗଡ଼ ରୋଡ୍…

ଚୌଦ୍ଵାର ଜେଲର ବିବାଦୀୟ ଜେଲର ସନ୍ତୋଷିନୀ ଦାଶ ସସ୍‌ପେଣ୍ଡ୍‌

କଟକ,୧୯ା୨: କର୍ତ୍ତବ୍ୟରେ ଅବହେଳା ପାଇଁ ଶେଷରେ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି ବିବାଦୀୟ ଜେଲର ସନ୍ତୋଷିନୀ ଦାଶ। କଣ୍ଟାବାଞ୍ଜି ଉପକାରାଗାରର ଜେଲର-କମ-ସୁପରିଣ୍ଟେଣ୍ଡେଣ୍ଟ ସନ୍ତୋଷିନୀ ଦାଶଙ୍କୁ ନିଲମ୍ବନ କରାଯାଇଛି। ଚୌଦ୍ୱାରରୁ…

ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଆଇଡି କାର୍ଡ ବାଧ୍ୟତାମୂଳକ; ନ ହେଲେ ବାନ୍ଧିବ ପୋଲିସ

ଭୁବନେଶ୍ୱର,୧୯।୨: ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କ୍ୟାମ୍ପସର ସୁରକ୍ଷା ଓ ଶୃଙ୍ଖଳା ରକ୍ଷା ପାଇଁ କଠୋର ନିର୍ଦ୍ଦେଶନାମା ଜାରି କରିଛନ୍ତି। ବର୍ତ୍ତମାନଠାରୁ ବିଶ୍ୱବିଦ୍ୟାଳୟ ପରିସରରେ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ…

ଆଦିବାସୀଙ୍କୁ ରୋଜଗାରର ଲୋଭ ଦେଖାଇ ଅଫିମ ଗଛକୁ ଚାଇନା ଶାଗ କହିଥିଲେ ମାଫିଆ, ଏବେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ…

କେନ୍ଦୁଝର,୧୯ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ବରଦାପାଳ ପଞ୍ଚାୟତ ତଳକମ୍ପଡିହୀ ଗାଁର ଜହ୍ଲା ସାହିରେ ବ୍ୟାପକ ପରିମାଣର ଅଫିମ ଚାଷକୁ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତରେ ପୋଲିସ, ବନ…

ଭିଜିଲାନ୍ସ ଜାଲରେ ସୋର ତହସିଲଦାର: ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ

ସୋର,୧୯।୨(ଜନ୍ମେଞ୍ଜୟ ମିଶ୍ର): ଓଡ଼ିଶା ଭିଜିଲାନ୍ସ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବାଲେଶ୍ୱର ଜିଲା ସୋର ତହସିଲଦାରଙ୍କୁ ଗିରଫ କରିଛି। ଜବତ ହୋଇଥିବା ପଥର ବୋଝେଇ…

ନୂଆ ଜିଲା ଗଠନ ପାଇଁ ସରକାର ପ୍ରସ୍ତୁତ: ବିଧାନସଭାରେ ରାଜସ୍ୱ ମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୧୯ା୨: ଓଡ଼ିଶାରେ ନୂତନ ଜିଲା ଗଠନ ନେଇ ଚାଲିଥିବା ଦୀର୍ଘ ଦିନର ଅପେକ୍ଷା ଶେଷ ହେବାକୁ ଯାଉଛି। ୨୦୨୬-୨୭ ଆର୍ଥିକ ବର୍ଷରେ ରାଜ୍ୟରେ ନୂଆ ଜିଲା ଗଠନ…

ଓଡ଼ିଶା ବିଧାନସଭା ଅଧିବେଶନ, ସୁନା ଖଣି ଚର୍ଚ୍ଚା

ଭୁବନେଶ୍ୱର,୧୯।୨: ଓଡ଼ିଶା ବିଧାନସଭାର ଚଳିତ ବଜେଟ୍ ଅଧିବେଶନରେ ପୁଣିଥରେ ରାଜ୍ୟର ସୁନା ଖଣି ପ୍ରସଙ୍ଗ ଚର୍ଚ୍ଚାର ବିଷୟ ପାଲଟିଛି। ଗୁରୁବାର ଗୃହରେ ବଡମ୍ବା ବିଧାୟକ ବିଜୟ କୁମାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri