ଦିଲ୍ଲୀ ସମାବେଶରେ ଯୋଗଦେବେ ଚାଷୀ

ବରଗଡ଼ ଅଫିସ୍‌,୧୩।୧୨: ଚାଷ ଏବଂ ଚାଷୀ ସମସ୍ୟା ଅସମାହିତ ହୋଇରହିଛି। ବାରମ୍ବାର ଦାବି ସତ୍ତ୍ବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହାର ସମାଧାନ ଦିଗରେ କୌଣସି ପଦକ୍ଷେପ ନେଉ ନ ଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହି କ୍ରମରେ ଆସନ୍ତା ୧୯ତାରିଖରେ ଭାରତୀୟ କିଷାନ ସଂଘ ଦିଲ୍ଲୀ ରାମଲୀଳା ମୈଦାନରେ ଚାଷୀ ସମାବେଶ କରିବାକୁ ନିଷ୍ପତ୍ତି ନେଇଛି । ଏହି ସମାବେଶରେ ସାରାଦେଶରୁ ୨ଲକ୍ଷରୁ ଅଧିକ ଚାଷୀ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବାବେଳେ ଓଡ଼ିଶାର ଚାଷୀମାନେ ମଧ୍ୟ ଏଥିରେ ସାମିଲ ହେବେ। ସୋମବାର ବରଗଡ଼ ସାମ୍ବାଦିକ ଭବନରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଭାରତୀୟ କିଷାନ ସଂଘର ରାଷ୍ଟ୍ରୀୟ ସଭ୍ୟ କେଦାର ନାଥ ମିଶ୍ର ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।
ଖବରଦାତା ସମ୍ମିଳନୀରେ ସେ କହିଥିଲେ, କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ନୁହେଁ, ଉତ୍ପାଦନ ଖର୍ଚ୍ଚ ତୁଳନାରେ ଚାଷୀଙ୍କୁ ଲାଭକାରୀ ମୂଲ୍ୟ ଦିଆଯିବା କଥା। ଫଳରେ ଉତ୍ପାଦନ ଖର୍ଚ୍ଚ ନିର୍ଦ୍ଧାରଣ କରାଯାଇ ତାଠାରୁ ଅଧିକ ୨୦ପ୍ରତିଶତ ଲାଭକାରୀ ମୂଲ୍ୟ ଦିଆଯାଉ ବୋଲି ସେ ଦାବି କରିଛନ୍ତି। ସେହିପରି କିଷାନ ସମ୍ମାନ ନିଧିରେ ଚାଷୀଙ୍କୁ ଦିଆଯାଉଥିବା ସହାୟତା ଦ୍ୱିଗୁଣ କରିବା, କୃଷି ଉପକରଣ କ୍ଷେତ୍ରରେ ଜିଏସ୍‌ଟି ସମ୍ପୂର୍ଣ୍ଣ ଛାଡ଼ ଏବଂ ଜି.ଏମ୍‌ ଫସଲର ମାନ୍ୟତା ପ୍ରତ୍ୟାହାର କରିବାକୁ ମିଶ୍ର ଦାବି କରିଛନ୍ତି ।
ଭାରତୀୟ କିଷାନ ସଂଘର ରାଜ୍ୟ ସଭାପତି ଶ୍ରୀମୁଖ ପ୍ରଧାନ ବିଭିନ୍ନ ଆଞ୍ଚଳିକ ସମସ୍ୟା ଉପସ୍ଥାପନ କରିଥିଲେ । ଜିଲାର ସମସ୍ତ କୃଷି ତଥା ଉନ୍ନୟନ କମିଟିରେ ଭାରତୀୟ କିଷାନ ସଂଘର ପ୍ରତିନିଧିଙ୍କୁ ମାନ୍ୟତା ପ୍ରଦାନ, ଧାନ କିଣାବିକା ସମସ୍ୟାରେ ସୁଧାର ଅଣାଯିବା, ମଣ୍ଡିଗୁଡ଼ିକୁ ସୁବ୍ୟବସ୍ଥିତ କରିବା, ଟୋକନ କଟକଣା ସମ୍ପୂର୍ଣ୍ଣ ଉଚ୍ଛେଦ କରିବାକୁ ସେ ଦାବି କରିଥିଲେ। ସେହିପରି ଗଙ୍ଗାଧର ଜଳସେଚନ ପ୍ରକଳ୍ପରେ ବିଜେପୁର ବ୍ଲକର ବଞ୍ଚତ୍ତ ୬ ପଞ୍ଚାୟତକୁ ସାମିଲ କରିବା, ପଦ୍ମପୁର ଉପନିର୍ବାଚନରେ ଘୋଷଣା ଅନୁଯାୟୀ ସମସ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ ଇନପୁଟ୍‌ ସବ୍‌ସିଡ଼ି, ଫସଲବୀମା ସହାୟତା ପ୍ରଦାନ କରିବାକୁ ମଧ୍ୟ ପ୍ରଧାନ ଦାବି କରିଥିଲେ । ସେହିପରି ଚାଷକୁ ଶିଳ୍ପ ମାନ୍ୟତା ଦେବା ସହ ବରଗଡ଼ ଚିନିକଳ, ସୂତାକଳର ପୁନରୁଦ୍ଧାର କରିବାକୁ ଭାରତୀୟ କିଷାନ ସଂଘ ଦାବି କରିଛି। ଚିନିକଳ ଏବଂ ସୂତାକଳର ପୁନରୁଦ୍ଧାର ହେଲେ ବରଗଡ଼ ଜିଲାର ଚାଷୀମାନେ ଆଖୁ, କପା ଚାଷ କରିବାର ସୁଯୋଗ ପାଇବେ। ଏହାସହିତ ଅଧିକ ଶ୍ରମଜୀବୀ ନିୟୋଜିତ ହେବେ ଏବଂ ରାଜ୍ୟ ବାହାରକୁ ଆଉ ଦାଦନ ଖଟିବାକୁ ଯିବେ ନାହିଁ ବୋଲି ସେ କହିଥିଲେ। ସେହିପରି ରାଜ୍ୟରେ ଜୈବିକ କୃଷିକୁ ଅଧିକ ଗୁରୁତ୍ୱ ଦିଆଯାଉ ବୋଲି ପ୍ରଧାନ କହିଥିଲେ। ଖବରଦାତା ସମ୍ମିଳନୀରେ ସଂଘର ଉପଦେଷ୍ଟା ରକ୍ଷାକାରୀ ବିଶି, ବୈଜୁ ଅଗ୍ରୱାଲ, ଜିଲା ସଭାପତି ପୀତାମ୍ବର ସାହୁ, ସମ୍ପାଦକ ସୁଶାନ୍ତ କୁମାର ଗଡ଼ତୀୟା ପ୍ରମୁଖ ଉପସ୍ଥିତ ଥିଲେ। ପରେ ସଂଘର ଏକ ପ୍ରତିନିଧି ଦଳ ଜିଲାପାଳଙ୍କ ଅଫିସକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳ ମୋନିଷା ବାନାର୍ଜୀଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?