ଚାଷୀ, ଚାଷକୁ ଭୁଲିଗଲେ ସରକାର

ନୟାଗଡ଼,୪।୯(ଲୋକନାଥ ମିଶ୍ର): ନୟାଗଡ଼ ସହର ଖଣ୍ଡପଡ଼ା ରୋଡ଼ରେ ଥିବା ବଲାଙ୍ଗୀ ବନ୍ଧ ବଲାଙ୍ଗୀ ପାର୍କରେ ରୂପାନ୍ତରିତ ହେବା ପରେ ଚାଷୀ, ଚାଷ ଓ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଦୁଃଖ ଆଣିଛି । ଆମୋଦ ପ୍ରମୋଦ ନଁାରେ ସରକାର ଚାଷୀ ଓ ଚାଷ ପାଇଁ ବ୍ୟବସ୍ଥା ନ କରି ଭୁଲିଯିବା ପରେ ନୟାଗଡ଼ ବ୍ଲକର ଲକ୍ଷ୍ମୀପ୍ରସାଦ ଓ ସିନ୍ଦୁରିଆ ପଞ୍ଚାୟତବାସୀ ଜଳସେଚନ କ୍ଷେତ୍ରରେ ହଇରାଣ ହେଉଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷେ କେତେଜଣ ଲୋକ ବନ୍ଧକୁ ପୋଖରୀ ଭାବେ ବ୍ୟବହାର କରି ସ୍ନାନ କରୁଥିଲେ। ଏପରି କି ଶୁଦ୍ଧକ୍ରିୟା ପାଇଁ ବଲାଙ୍ଗୀ ବନ୍ଧ ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତର କେତେଜଣ ବାସିନ୍ଦା ପାଇଁ ସୁବିଧା ହେଉଥିଲା। ବନ୍ଧଟି ପାର୍କ ହୋଇ ଯିବା ପରେ ସ୍ଥାନୀୟ ଲୋକେ ହଇରାଣ ହେଉଛନ୍ତି ବୋଲି ଅଭିଯୋଗ ହେଉଛି।
ବଲାଙ୍ଗୀବନ୍ଧ ସାହିର ସନ୍ତୋଷ ପ୍ରଧାନ କୁହନ୍ତି, ଚାଷୀ ଓ ଚାଷର ସୁବିଧା ପାଇଁ ସରକାର ବଲାଙ୍ଗୀ ବନ୍ଧ ପ୍ରକଳ୍ପ କରିଥିଲେ। ଚାଷୀ ଘଣ୍ଟା ପ୍ରତି ମ୍ୟୁନିସିପାଲିଟିରେ ୬୦ ଟଙ୍କାରୁ ଆରମ୍ଭ କରି ୨୦୦ ଟଙ୍କା ପର୍ଯ୍ୟନ୍ତ ଦେଇ ଜମିରେ ପାଣି ମଡାଇଛନ୍ତି। ମରୁଡ଼ି ସମୟରେ ବଲାଙ୍ଗୀ ବନ୍ଧ ଜଳସେଚନ ପାଇଁ ଭଲ କାମ କରୁଥିଲା। ପୁଣି ଶୁଦ୍ଧିକ୍ରିୟା ସମୟରେ ବନ୍ଧରେ ଶୁଦ୍ଧକର୍ମ କରିବା, ଗାଧୋଇବା କାର୍ଯ୍ୟରେ ଲାଗୁଥିଲା । ଆମ ଅଞ୍ଚଳରେ ପୋଖରୀ ନ ଥିବାରୁ ଲୋକେ ସ୍ନାନ କରୁଥିଲେ। ସରକାର ପାର୍କ କରନ୍ତୁ ବିରୋଧ ନାହିଁ। ତେବେ ଚାଷୀ, ଚାଷ ଓ ସ୍ଥାନୀୟ ଲୋକଙ୍କ ଅସୁବିଧାକୁ ଉପଲବ୍ଧ କରି ଏହାର ସମାଧାନ ନ ହେବାରୁ ସମସ୍ୟା ସୃଷ୍ଟି ହୋଇଛି। ଆମୋଦପ୍ରମୋଦ ନଁାରେ ଅନ୍ୟକୁ କଷ୍ଟ ଦେବା, ହଇରାଣ କରିବା କି ପ୍ରକାରର ବିକାଶ ବୋଲି ପ୍ରଶ୍ନ ଉଠିଛି । ସିନ୍ଦୁରିଆର ଯୁବ ସଙ୍ଗଠକ ଶେକ୍‌ ଅବଦୁଲ ଆହାଦ୍‌ କୁହନ୍ତି, ବଲାଙ୍ଗୀ ବନ୍ଧକୁ ପାର୍କ କରାଯିବା ପୂର୍ବରୁ ଏହାର ସୁବିଧା ଅସୁବିଧା ଦିଗକୁ ବିଚାରକୁ ନେବାର ଥିଲା । ହେଲେ ଏ ଦିଗକୁ ସମୀକ୍ଷା କରାଯାଇ ନ ଥିବାରୁ ଚାଷୀ, ଚାଷ ଓ ସ୍ଥାନୀୟ ଲୋକ ହଇରାଣ ହେଉଛନ୍ତି। ଏବେ ବି ସମୟ ଅଛି।
ଲୋକଙ୍କ ଯାହା ସୁବିଧା ଅସୁବିଧା ଅଛି ତାକୁ ଅଭିଯୋଗ ଶୁଣାଣୀ କରି ସମାଧାନ କରାଇବା ଦରକାର। ନ ହେଲେ ଏହା ଆନ୍ଦେନାଳନର ରୂପ ନେବ।
କଂଗ୍ରେସ ଜିଲା ସଭାପତି ରଣଜିତ୍‌ ଦାଶ କୁହନ୍ତି, ବିକାଶ ନଁାରେ ଲୋକଙ୍କୁ ଦୁର୍ଦ୍ଦଶା ଭିତରକୁ ଠେଲି ଦିଆଯାଉଛି। ବିକାଶ ହେଉ ବିରୋଧ ନାହିଁ, ହେଲେ ଲୋକଙ୍କ ଅଭାବ ଅସୁବିଧାକୁ କ’ଣ ଅଣଦେଖା କରାଯିବ । ଲୋକଙ୍କୁ ଦୁର୍ଦ୍ଦଶା ଭିତରକୁ ଠେଲି ଏହା କି ପ୍ରକାରର ବିକାଶ ବୋଲି ସେ ପ୍ରଶ୍ନ କରିଛନ୍ତି।
ବଲାଙ୍ଗୀ ପାର୍କରେ ଥିବା ବଲାଙ୍ଗୀ ବନ୍ଦରୁ ଯେପରି ପୂର୍ବରୁ ଚାଷୀ ଜମିରେ ପାଣି ମଡାଉଥିଲେ ସେପରି ସୁବିଧା ଦିଆଯାଉ।
ଲୋକଙ୍କ ପାଇଁ ନୂଆ ପୋଖରୀ ଖନନ କରାଯାଉ ବୋଲି କହିଛନ୍ତି । ଗୋଡ଼ିସାହିର ଚାଷୀ କୈଳାସ ଭୂୟଁା କୁହନ୍ତି, ବଲାଙ୍ଗୀ ବନ୍ଧ ପାର୍କ ହୋଇଯିବା ପରେ ମରୁଡ଼ି ସମୟରେ ଆମ ଦୁଃଖ ବଳାଇ ଯାଉଛି।
ଜମିରେ ପାଣି ମଡ଼ାଇ ପାରୁନୁ। ସରକାର ଆମ ପାଇଁ ଜଳସେଚନ ବ୍ୟବସ୍ଥା କରିବା ଦରକାର ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମବାର୍ଷିକୀ ପାଇଁ ଦେଓଲ ପରିବାର ନେଲେ ବଡ଼ ନିଷ୍ପତ୍ତି, ପ୍ରଶଂସକଙ୍କୁ ମିଳିବ…

ମୁମ୍ବାଇ,୬।୧୨: ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ଜନ୍ମଦିନର ମାତ୍ର ୧୫ ଦିନ ପୂର୍ବରୁ ଦେହାନ୍ତ ହୋଇଗଲା। ଏବେ, ସନି ଦେଓଲ ଏବଂ ବବି ଦେଓଲ ସମେତ...

ସୋଲାର ଲାଇଟ ଅଚଳ:ଠିକା ସଂସ୍ଥାକୁ ତାଗିଦ୍‌ କଲେ ବିଡିଓ, ଦେଖନ୍ତୁ VIDEO

ଦାରିଙ୍ଗବାଡି,୬/୧୨(ଅରୁଣ ସାହୁ ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ସନ୍ଧ୍ୟା ହେଲେ ରାସ୍ତାଘାଟ ଅନ୍ଧାର ହୋଇପଡୁଛି। ପଞ୍ଚାୟତ ଏବଂ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଷ୍ଟ୍ରିଟ ଆଲୁଅର...

କଣ୍ଟେନରରେ ୩୦ରୁ ଅଧିକ ଗୋରୁଙ୍କୁ ପଶ୍ଚିମବଙ୍ଗକୁ କରାଯାଉଥିଲା ଚାଲାଣ, ମାଡିବସିଲା ପୋଲିସ, ତା’ପରେ…

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ଭଦ୍ରକରୁ ପାଖାପାଖି ୩୦ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ କଣ୍ଟେନରରେ ନେଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ ବାଲେଶ୍ୱର ଜିଲା ନୀଳଗିରି ପୋଲିସ ଇଶ୍ୱରପୁର...

ସାରଥିଙ୍କ ବିରୋଧରେ ଚାଲିବ ମାମଲା: ଚାର୍ଜଫ୍ରେମ୍‌ କଲେ ଅଦାଲତ

କଟକ,୬।୧୨(କାର୍ତ୍ତିକ ସାହୁ):ବହୁଚର୍ଚ୍ଚିତ ଆତ୍ମଘୋଷିତ ବାବା ସାରଥି ଓରଫ ସନ୍ତୋଷ ରାଉଳ, ତାଙ୍କ ପୁଅ ସତ୍ୟମ ଶେଖର ଓ ଅନ୍ୟ ୪ ଜଣଙ୍କ ବିରୋଧରେ କଟକ ସ୍ବତନ୍ତ୍ର...

ଇଣ୍ଡିଗୋ ସଙ୍କଟ ମଧ୍ୟରେ ବଡ଼ ପଦକ୍ଷେପ ନେଲାେ ରେଲଓ୍ବେ, ଅତିରିକ୍ତ କୋଚ ବୃଦ୍ଧି ସହ ସ୍ବତନ୍ତ୍ର ଟ୍ରେନ ସେବା ଘୋଷଣା

ନୂଆଦିଲ୍ଲୀ,୬।୧୨: ଦେଶବ୍ୟାପୀ ଇଣ୍ଡିଗୋ ଏବଂ ଅନ୍ୟ ଅନେକ ଏୟାରଲାଇନ୍ସର ଉଡ଼ାଣ ବାତିଲ ହେବା ପରେ, ଲକ୍ଷ ଲକ୍ଷ ଯାତ୍ରୀ ହଠାତ୍‌ ରେଳବାଇକୁ ଭିଡ଼ ଜମାଇଥିଲେ। ଟିକେଟର...

ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ: ଦାବି ପୂରଣ ନ ହେବା ଯାଏ ସମୂହ ଛୁଟିରେ ରହିବାକୁ ନିଷ୍ପତ୍ତି

ଭୁବନେଶ୍ୱର,୬ା୧୨(ସୁଚିସ୍ମିତା ସାହୁ):ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ। ଛାତ୍ରୀଛାତ୍ରଙ୍କ ପରୀକ୍ଷା ପାଖେଇ ଆସିଥିବା ବେଳେ ବିଦ୍ୟାଳୟରେ ପାଠ ପଢ଼ାଇବା ବଦଳରେ ଦାବି ପୂରଣ ପାଇଁ ଶିକ୍ଷକମାନେ...

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri